ସାଉଦୀ ଆରବ ସହ ରଣନୈତିକ ଭାଗିଦାରୀ ପରିଷଦ ରାଜିନାମା ଫଳରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି ।

ସାଉଦୀ ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆରବ ନିଉଜକୁ ଏହା କହିଛନ୍ତି ।

ତିନି ବର୍ଷ ମଧ୍ୟରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦ୍ୱିତୀୟ ଗସ୍ତ ।

ଅସମାନତାକୁ ହ୍ରାସ କରିବା ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ଦେଶ ଜି20 ମଧ୍ୟରେ ଏକାଠି ମିଶି କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଥିଲେ ।

ବିଶ୍ୱ ଅର୍ଥନୀତିର ବିକାଶ ପାଇଁ ତୈଳ ମୂଲ୍ୟରେ ସ୍ଥିରତା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରି ସେ ଭାରତର ଶକ୍ତି ଆବଶ୍ୟକତା କ୍ଷେତ୍ରରେ ଏହି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ ।

ତାଙ୍କର ଏବଂ ସାଉଦୀ ଆରବ ଯୁବରାଜ ମହାମାନ୍ୟ ମହମ୍ମଦ ବିନ ସଲମାନଙ୍କ ମଧ୍ୟରେ ଉତ୍ତମ ବ୍ୟକ୍ତିଗତ ସମ୍ପର୍କ ରହିଥିବା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ, “2016ରେ ଏହି ଦେଶକୁ ମୋର ପ୍ରଥମ ଗସ୍ତ ସମୟରେ ଆମ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ଆସିଥିବା ମୁଁ ବ୍ୟକ୍ତିଗତ ଭାବେ ଅନୁଭବ କରିଥିଲି । ମହାମାନ୍ୟ ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ମୁଁ 5 ଥର ଭେଟିଛି । ତାଙ୍କୁ ଭେଟିଥିବା ବିଗତ ସ୍ମରଣୀୟ ଘଟଣା ଗୁଡିକୁ ମୁଁ ମନେ ପକାଉଛି ଏବଂ ଏହି ଗସ୍ତ କାଳରେ ତାଙ୍କୁ ଆଉ ଥରେ ଭେଟିବା ନେଇ ମୁଁ ଆଗ୍ରହୀ । ମୋର ଗଭୀର ଆତ୍ମବିଶ୍ୱାସ ରହିଛି ଯେ ମହାମାନ୍ୟ ରାଜା ସଲମାନ ଏବଂ ମାନ୍ୟବର ଯୁବରାଜ ମହମ୍ମଦ ବିନ ସଲମାନଙ୍କ ନେତୃତ୍ୱରେ ଭାରତ ଓ ସାଉଦୀ ଆରବ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ ।

ପ୍ରଧାନମନ୍ତ୍ରୀ କହିଲେ, ‘ପ୍ରଥମ ପଡୋଶୀ’ ନୀତି ତାଙ୍କ ସରକାରଙ୍କ ବୈଦେଶିକ ନୀତିର ପରିକଳ୍ପନା । ସାଉଦୀ ଆରବ ସହ ଭାରତର ସମ୍ପର୍କ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।”

ଚଳିତ ଗସ୍ତରେ ସ୍ୱାକ୍ଷରିତ ହେବାକୁ ଥିବା ରଣନୈତିକ ଭାଗିଦାରୀ ପରିଷଦ ରାଜିନାମା ସମ୍ବନ୍ଧରେ ପ୍ରକାଶ କରି ସେ କହିଲେ, “ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ । ବାଣିଜ୍ୟ, ନିବେଶ, ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗଭୀର ଓ ବଳିଷ୍ଠ ରହିଛି ଏବଂ ଏହା ପୁନଶ୍ଚ ସୁଦୃଢ଼ ହେବ ।”

“ମୁଁ ବିଶ୍ୱାସ କରେ ଯେ ଭାରତ ଓ ସାଉଦୀ ଆରବ ଭଳି ଏସୀୟ ଶକ୍ତି ସମାନ ପ୍ରତିରକ୍ଷା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏହି ବିଷୟକୁ ନେଇ ମୁଁ ଖୁସି ଯେ ବିଶେଷ କରି ସନ୍ତ୍ରାସବାଦର ମୁକାବିଲା, ସୁରକ୍ଷା ଓ ରଣନୈତିକ କ୍ଷେତ୍ରରେ ଆମର ସହଯୋଗ ବୃଦ୍ଧି ପାଉଛି । ମୋର ଜାତୀୟ ସୁରକ୍ଷା ଉପଦେଷ୍ଟା ଏଇ ନିକଟରେ ଅତ୍ୟନ୍ତ ସଫଳତାର ସହ ରିୟାଦ ଗସ୍ତ କରିଛନ୍ତି ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଭାରତ ଓ ସାଉଦୀ ଆରବର ଏକ ଯୁଗ୍ମ କମିଟି ରହିଛି ଯାହାକି ନିୟମିତ ଭାବେ ବୈଠକର ଆୟୋଜନ କରେ । ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଉଭୟ ଦେଶ ପାରସ୍ପରିକ ଲାଭ ଥିବା ଅନେକ କ୍ଷେତ୍ର ଚିହ୍ନଟ କରିଛନ୍ତି ।

“ଆମେ ମଧ୍ୟ ସୁରକ୍ଷା ଓ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗ ଲାଗି ରାଜିନାମା ସ୍ୱାକ୍ଷର ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ ଏବଂ ଉଭୟ ଦେଶ ମଧ୍ୟରେ ସୁରକ୍ଷା କ୍ଷେତ୍ରକୁ ନେଇ ଏକ ବ୍ୟାପକ ଆଲୋଚନା ପାଇଁ ରାଜି ହୋଇଛୁ,” ବୋଲି ସେ କହିଛନ୍ତି ।

ପଶ୍ଚିମ ଏସିଆର ଅନେକ ଅଂଚଳରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ବିବାଦ ଗୁଡ଼ିକର ସମାଧାନ ପାଇଁ ପରସ୍ପରର ସାର୍ବଭୌମତ୍ୱକୁ ସମ୍ମାନ ପ୍ରଦାନ କରିବା ସହ ଅନ୍ୟର ଆଭ୍ୟନ୍ତରୀଣ ଘଟଣାରେ ହସ୍ତକ୍ଷେପ ନକରି ଏକ ସନ୍ତୁଳିତ କାର୍ଯ୍ୟଧାରା ଗ୍ରହଣ କରିବା ଆବଶ୍ୟକ ।

ସେ କହିଲେ ଯେ, “ଏହି ଅଂଚଳର ସମସ୍ତ ଦେଶମାନଙ୍କ ସହ ଭାରତର ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଏହି ଅଂଚଳରେ ବହୁସଂଖ୍ୟାରେ-80 ଲକ୍ଷରୁ ଊର୍ଦ୍ଧ୍ଵ ପ୍ରବାସୀ ଭାରତୀୟ ରହିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଶାନ୍ତି ଓ ସୁରକ୍ଷା ଆଣିବା ପାଇଁ ସମସ୍ତ ଅଂଶୀଦାରମାନଙ୍କ ଭାଗିଦାରୀତାକୁ ପ୍ରୋତ୍ସାହିତ କରିବା ନେଇ ଏକ ଆଲୋଚନା ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ।

ବର୍ତ୍ତମାନର ବୈଶ୍ୱିକ ଅର୍ଥବ୍ୟବସ୍ଥା ଉପରେ ନିଜର ଦୃଷ୍ଟିକୋଣ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଭାରତ ପରି ବୃହତ ବିକାଶଶୀଳ ଦେଶ ଦ୍ୱାରା ଗ୍ରହଣ କରାଯାଇଥିବା ମାର୍ଗ ଉପରେ ବୈଶ୍ୱିକ ଆର୍ଥିକ ଦୃଷ୍ଟିକୋଣ ନିର୍ଭର କରେ । ଯେପରି ମୁଁ ଜାତିସଂଘ ମହାସଭାରେ ନିଜର ଭାଷଣରେ ଉଲ୍ଲେଖ କରିଥିଲି ଯେ ସର୍ବାଙ୍ଗୀନ ବିକାଶ ଲାଗି ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି ।

ସେ କହିଥିଲେ ଯେ ଆର୍ଥିକ ଅନିଶ୍ଚିତତା ହେଉଛି ଅସନ୍ତୁଳିତ ବହୁପକ୍ଷୀୟ ବ୍ୟବସାୟ ପ୍ରଣାଳୀର ପରିଣାମ । ଜି-20 ଅନ୍ତର୍ଗତ ଭାରତ ଓ ସାଉଦୀ ଆରବ ଅସମାନତାକୁ ହ୍ରାସ କରିବା ଏବଂ ସତତ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହା ଜାଣି ମୁଁ ଖୁସି ଯେ ଆଗାମୀ ବର୍ଷ ସାଉଦୀ ଆରବ ଜି-20 ଶିଖର ସମ୍ମିଳନୀର ଆୟୋଜନ କରିବ ଏବଂ ଭାରତ 2022ରେ ସ୍ୱାଧୀନତାର 75ତମ ବାର୍ଷିକୀ ଅବସରରେ ଏହାର ଆୟୋଜନ କରିବ ।

ପାଶ୍ଚାତ୍ୟ ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ମାନ୍ଦାବସ୍ଥା ଲାଗି ରହିଛି ଏବଂ ଏହି ପରିଦୃଶ୍ୟରେ ଭାରତ ଓ ସାଉଦୀ ଆରବର ଭୂମିକା ସମ୍ବନ୍ଧୀୟ ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏକ ବ୍ୟବସାୟ ଅନୁକୂଳ ବାତାବରଣ ନିର୍ମାଣ କରିବା ଏବଂ ବୈଶ୍ୱିକ ବିକାଶ ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବାରେ ଏକ ମହତ୍ୱପୂର୍ଣ୍ଣ ସଂଚାଳକ ହେବା ଦିଗରେ ଅନେକ ସୁଧାର କରୁଛି ।

ବ୍ୟବସାୟ କରିବାର ସହଜତା ଏବଂ ନିବେଶକ-ଅନୁକୂଳ ପଦକ୍ଷେପର ଶୁଭାରମ୍ଭ କରିବା ଦିଗରେ କରାଯାଇଥିବା ସୁଧାର ଫଳରେ ବିଶ୍ୱ ବ୍ୟାଙ୍କର ବ୍ୟବସାୟ କରିବାର ସହଜତା ତାଲିକାରେ ଆମ ସ୍ଥିତିରେ ଉନ୍ନତି ଆସିଛି । 2014ରେ ଏହି ରାଙ୍କ 142 ଥିଲାବେଳେ 2019ରେ ଏହା 63 ସ୍ତରରେ ପହଂଚିଛି ।

ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ସ୍ୱଚ୍ଛ ଭାରତ, ସ୍ମାର୍ଟ ସିଟି ଓ ଷ୍ଟାର୍ଟ-ଅପ ଇଣ୍ଡିଆ ଭଳି ଅନେକ ପ୍ରମୁଖ ପଦକ୍ଷେପ ବିଦେଶୀ ନିବେଶକଙ୍କୁ ଅନେକ ଅବସର ପ୍ରଦାନ କରୁଛି । ସେ କହିଲେ ଯେ ଏହା ଜାଣି ସେ ଖୁବ ଆନନ୍ଦିତ ଯେ ସାଉଦୀ ଆରବ ମଧ୍ୟ ଏହାର ପରିକଳ୍ପନା 2030 କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସୁଧାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ।

ଭାରତର ସବୁଠାରୁ ବଡ ତୈଳ ସହଯୋଗୀ ସାଉଦୀ ଆରବ ସହିତ ଦୀର୍ଘକାଳୀନ ଉର୍ଜା ସମ୍ବନ୍ଧ ଉପରେ ନିଜର ବିଚାର ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏହାର ଆବଶ୍ୟକ ଅଶୋଧିତ ତୈଳର ପାଖାପାଖି 18 ପ୍ରତିଶତ ସାଉଦୀ ଆରବରୁ ଆମଦାନୀ କରିଥାଏ । ଏହା ଆମ ପାଇଁ ଅଶୋଧିତ ତୈଳର ସବୁଠାରୁ ବଡ ସ୍ରୋତ । କ୍ରେତା ବିକ୍ରେତା ସମ୍ବନ୍ଧରୁ, ଏବେ ଆମେ ରଣନୈତିକ ଭାଗିଦାରୀତା ଆଡକୁ ବଢ଼ୁଛୁ ଯେଉଁଥିରେ ଡାଉନଷ୍ଟ୍ରିମ ତୈଳ ଏବଂ ଗ୍ୟାସ ପରିଯୋଜନାରେ ସାଉଦୀ ଆରବରେ ନିବେଶ ସାମିଲ ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମେ ଆମର ଉର୍ଜା ଆବଶ୍ୟକତାର ଏକ ମହତ୍ୱପୂର୍ଣ୍ଣ ଏବଂ ବିଶ୍ୱସନୀୟ ସ୍ରୋତ ଭାବେ ସାଉଦୀ ଆରବର ଭୂମିକାକୁ ଗୁରୁତ୍ଵ ପ୍ରଦାନ କରୁ । ଆମର ବିଶ୍ୱାସ ଯେ ବୈଶ୍ୱିକ ଅର୍ଥବ୍ୟବସ୍ଥାର ବିକାଶ ପାଇଁ ବିଶେଷ ଭାବେ ବିକାଶଶୀଳ ଦେଶମାନଙ୍କ ପାଇଁ ଏକ ସ୍ଥିର ତୈଳ ମୂଲ୍ୟ ମହତ୍ୱପୂର୍ଣ୍ଣ । ଭାରତର ପଶ୍ଚିମ ତଟରେ ଏକ ବଡ ବିଶୋଧନାଗାର ଓ ପେଟ୍ରୋକେମିକାଲ ପରିଯୋଜନାରେ ସାଉଦୀ ଅରାମକୋ ଭାଗୀଦାର ରହିଛି ।

ଭାରତ ସରକାରଙ୍କ ଦ୍ୱାରା ଘୋଷିତ ବ୍ୟାପକ ସ୍ମାର୍ଟ ସିଟି ପରିଯୋଜନାରେ ସାଉଦୀ ଆରବର ଭାଗିଦାରୀତା ପ୍ରଶ୍ନ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଭାରତ ଓ ସାଉଦୀ ଆରବ ମଧ୍ୟରେ ସହଯୋଗର ପ୍ରମୁଖ କ୍ଷେତ୍ର ମଧ୍ୟରେ ଆମର  ବୁନିଆଦି ଢ଼ାଂଚା ପରିଯୋଜନା ମାନଙ୍କରେ ନିବେଶ ମଧ୍ୟ ସାମିଲ ରହିଛି । 2019 ଫେବୃଆରୀରେ ଭାରତ ଗସ୍ତ ସମୟରେ, ଯୁବରାଜ ଭାରତର ସମସ୍ତ କ୍ଷେତ୍ରରେ 100 ବିଲିଅନ ଡଲାରରୁ ଅଧିକ ନିବେଶ କରିବାର ଆଗ୍ରହ ପ୍ରକାଶ କରିଥିଲେ ।

ସେ କହିଥିଲେ ଯେ ଅଧିକରୁ ଅଧିକ ସାଉଦୀ ନିବେଶକୁ ଆମେ ସ୍ୱାଗତ କରୁଛୁ ଯେଉଁଥିରେ ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ସାମିଲ ରହିଛି । ଆମେ ରାଷ୍ଟ୍ରୀୟ ନିବେଶ ଏବଂ ବୁନିଆଦି ଢ଼ାଂଚା କୋଷରେ ନିବେଶ କରିବାରେ ସାଉଦୀର ଇଚ୍ଛାକୁ ମଧ୍ୟ ସ୍ୱାଗତ କରୁଛୁ ।

ଭାରତ ଓ ସାଉଦୀ ଆରବ ମଧ୍ୟରେ ଉର୍ଜା ବ୍ୟତୀତ ସହଯୋଗର ଅନ୍ୟ କ୍ଷେତ୍ର ସମ୍ବନ୍ଧରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଯାତ୍ରା ସମୟରେ ସେ ଏହା କହି ଖୁସି ଅନୁଭବ କରୁଛନ୍ତି କି ଭାରତ ଓ ସାଉଦୀ ଆରବ ବିଭିନ୍ନ କ୍ଷେତ୍ରରେ ବୁଝାମଣା କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ରକ୍ଷା, ସୁରକ୍ଷା, ନବୀକରଣ ଉର୍ଜା ଆଦି ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଅନ୍ୟ ପ୍ରମୁଖ ପଦକ୍ଷେପ ମଧ୍ୟରେ ରହିଛି ସାଉଦୀ ଆରବରେ ରୂପେ କାର୍ଡର ଶୁଭାରମ୍ଭ କରିବା ଯାହାକି ପ୍ରବାସୀ ଭାରତୀୟ ସମୁଦାୟଙ୍କ ଦେୟ ଓ ଉଠାଣ କ୍ଷେତ୍ରରେ ସୁବିଧା ପ୍ରଦାନ କରିବ । ଏତଦବ୍ୟତୀତ ଇ-ମାଇଗ୍ରେଟ ଓ ଇ-ତୌସୀକ ପୋର୍ଟାଲ ମାନଙ୍କ ଏକୀକରଣ, ଯାହାକି ସାଉଦୀ ଆରବରେ ଭାରତୀୟ ଶ୍ରମିକମାନଙ୍କ ପ୍ରବାସ ପ୍ରକ୍ରିୟାକୁ ସୁବିଧାଜନକ କରିବ ।

ସେ କହିଲେ ଯେ ଭାରତ ଏହାର ବିଶ୍ୱସ୍ତରୀୟ କ୍ଷମତା ନିର୍ମାଣ କେନ୍ଦ୍ରମାନଙ୍କ ପାଇଁ ଜଣାଶୁଣା ଏବଂ ସାଉଦୀ ଯୁବବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ମଧ୍ୟ ଭାରତ ଅନେକ ପଦକ୍ଷେପ ଗ୍ରହଣ କରିଛି । ଆମେ ଅନ୍ତରୀକ୍ଷ ଅନୁସନ୍ଧାନ କ୍ଷେତ୍ରରେ ମଧ୍ୟ ପାରସ୍ପରିକ ସହଯୋଗ ଉପରେ ବିଚାର-ବିମର୍ଶ କରୁଛୁ ।

ସାଉଦୀ ଆରବରେ ଭାରତୀୟ ପ୍ରବାସୀମାନଙ୍କୁ ପ୍ରଦାନ କରିଥିବା ନିଜର ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଲେ ଯେ ପାଖାପାଖି 26 ଲକ୍ଷ ଭାରତୀୟ ସାଉଦୀ ଆରବକୁ ସେମାନଙ୍କ ଦ୍ୱିତୀୟ ଘର ଭାବେ ବିବେଚନା କରିବା ସହ ଦେଶର ବୃଦ୍ଧି ଓ ବିକାଶ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି । ସେ କହିଲେ ଯେ ଅନେକ ଭାରତୀୟ ପ୍ରତି ବର୍ଷ ହଜ୍ ଓ ଉମରା ତୀର୍ଥଯାତ୍ରା ଏବଂ ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ସାଉଦୀ ଆରବ ଯାତ୍ରା କରିଥା’ନ୍ତି ।

ସେ କହିଲେ ଯେ ସାଉଦୀ ଆରବରେ ଭାରତୀୟ ନାଗରିକ ମାନଙ୍କ ପାଇଁ ମୋର ବାର୍ତ୍ତା ହେଉଛି ଭାରତ ଏହି ବିଷୟକୁ ନେଇ ଗର୍ବିତ ଯେ ଆପଣମାନଙ୍କ କଠୋର ପରିଶ୍ରମ ଏବଂ ପ୍ରତିବଦ୍ଧତା ଦ୍ୱିପାକ୍ଷିକ ସମ୍ପର୍କ ଦିଗରେ ଏକ ମହତ୍ୱପୂର୍ଣ୍ଣ ମାର୍ଗ ପ୍ରଶସ୍ତ କରିବାରେ ସହାୟକ ହୋଇଛି ।

ସେ କହିଲେ ମୋର ବିଶ୍ୱାସ ଯେ ଆପଣମାନେ ସାଉଦୀ ଆରବ ସହ ଆମର ସମ୍ବନ୍ଧରେ ଏକ ଏପରି ମଜଭୁତ ଶକ୍ତି ଭାବେ ସାମିଲ ହେବେ, ଯାହା ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ବନ୍ଧକୁ ସୁଦୃଢ଼ କରିବ ।

ବର୍ତ୍ତମାନର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜା ସଲମାନଙ୍କ ସହିତ ଦ୍ୱିପାକ୍ଷିକ ଚର୍ଚ୍ଚା ଏବଂ ଯୁବରାଜଙ୍କ ସହିତ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା କରିବେ । ଏହି ବିଚାର ବିମର୍ଶ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଭବିଷ୍ୟତ ନିବେଶ ପଦକ୍ଷେପ (ଏଫଆଇଆଇ)ର ବୈଠକକୁ ମଧ୍ୟ ସମ୍ବୋଧିତ କରିବେ, ଯାହାକୁ ମଧ୍ୟ ପ୍ରାଚ୍ୟର ସବୁଠାରୁ ବ୍ୟାପକ ମହତ୍ୱପୂର୍ଣ୍ଣ ଆର୍ଥିକ ମଂଚ ଭାବେ ବିବେଚନା କରାଯାଏ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ଫଳରେ ଦୁଇ ଦେଶ ମଧ୍ୟରେ ସୁରକ୍ଷା ଓ ରଣନୈତିକ ସହଯୋଗ, ରକ୍ଷା, ଉର୍ଜା ସୁରକ୍ଷା, ନବୀକରଣ ଉର୍ଜା, ନିବେଶ, ବ୍ୟବସାୟ ଓ ବାଣିଜ୍ୟ, ଲଘୁ ଓ ମଧ୍ୟମ ଉଦ୍ୟୋଗ, କୃଷି, ବେସାମରିକ ବିମାନ ଚଳାଚଳ, ଆବାସ, ଆର୍ଥିକ ସେବା, ପ୍ରଶିକ୍ଷଣ ଓ କ୍ଷମତା ନିର୍ମାଣ, ସଂସ୍କୃତି ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜଭୁତ ଓ ବିସ୍ତାରିତ ହେବା ନେଇ ଆଶା କରାଯାଉଛି । ଦୁଇ ଦେଶ ମଧ୍ୟରେ ଏହି କ୍ଷେତ୍ରମାନଙ୍କ ସହିତ ଜଡିତ ପାଖାପାଖି 12ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ନେଇ ଆଶା କରାଯାଉଛି ।

ଯାତ୍ରାର ସବୁଠାରୁ ମହତ୍ୱପୂର୍ଣ୍ଣ ପରିଣାମ ମଧ୍ୟରୁ ଗୋଟିଏ ହେଲା, ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ପରିଷଦ (ଏସପିସି) ସ୍ଥାପନ ହେବାର ଆଶା କରାଯାଉଛି । ବ୍ରିଟେନ, ଫ୍ରାନ୍ସ ଓ ଚୀନ ପରେ ସାଉଦୀ ଆରବ ସହିତ ରଣନୈତିକ ଭାଗିଦାରୀ ପରିଷଦ (ଏସପିସି)ର ସ୍ଥାପନା କରୁଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ହେଉଛି ଚତୁର୍ଥ ।

ଏସପିସି ଦ୍ୱାରା ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ନେତୃତ୍ୱରେ ରାଜନୈତିକ, ସୁରକ୍ଷା ଓ ସଂସ୍କୃତି ତଥା ଅର୍ଥବ୍ୟବସ୍ଥା ଏବଂ ନିବେଶ ଉପରେ ଭାରତର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଏବଂ ସାଉଦୀ ଆରବର ଉର୍ଜା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଗକୁ ପଦକ୍ଷେପ ଗ୍ରହଣ କରାଯିବ ।

ସାଉଦୀ ଆରବ ସହିତ ଭାରତର ସମ୍ପର୍କର ପ୍ରମୁଖ କ୍ଷେତ୍ର ମାନଙ୍କ ମଧ୍ୟରେ ଉର୍ଜା ସୁରକ୍ଷା ଅନ୍ୟତମ । ଭାରତ ଏହାର ଦୀର୍ଘକାଳୀନ ଉର୍ଜା ଆପୂର୍ତିର ଏକ ବିଶ୍ୱସନୀୟ ସ୍ରୋତ ଭାବେ ସାଉଦୀ ଆରବର ମହତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରେ । ସାଉଦୀ ଆରବ, ଭାରତର ଅଶୋଧିତ ତୈଳର ଆବଶ୍ୟକତାର 18 ପ୍ରତିଶତ ଏବଂ ଦ୍ରବିଭୂତ ପେଟ୍ରୋଲିୟମ ଗ୍ୟାସର 30 ପ୍ରତିଶତ ଯୋଗାଇଥାଏ । ଦୁଇ ଦେଶ ଏହି କ୍ଷେତ୍ରରେ କ୍ରେତା-ବିକ୍ରେତା ସମ୍ବନ୍ଧକୁ ପାରସ୍ପରିକ ସମ୍ପର୍କ ଏବଂ ନିର୍ଭରତା ଆଧାରରେ ବ୍ୟାପକ ରଣନୈତିକ ଭାଗିଦାରୀତାରେ ପରିବର୍ତ୍ତିତ କରିବାକୁ ଆଗ୍ରହୀ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in factory explosion in Nagpur, Maharashtra
March 01, 2026
Prime Minister announces ex-gratia from PMNRF

The Prime Minister has expressed deep distress over the explosion at a factory in Nagpur, Maharashtra.

Extending his condolences to the families of the deceased, the Prime Minister also prayed for the speedy recovery of the injured. The Prime Minister further affirmed that the local administration is assisting those affected.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. The injured would be given Rs. 50,000.

The Prime Minister Shared on X;

"The explosion at a factory in Nagpur, Maharashtra, is deeply distressing. My condolences to the families of the deceased. I pray for the speedy recovery of the injured. The local administration is assisting those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000"