କରୋନା ମହାମାରୀ କାଳରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବାରେ ଷ୍ଟାର୍ଟଅପ୍‌ର ଭୂମିକାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତିକ ଶିଖର ସମ୍ମିଳନୀ ପ୍ରାରମ୍ଭରେ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ଶତକଡା 45ଭାଗ ଷ୍ଟାର୍ଟଅପ୍ ଦେଶର ଟୁ ଟାୟାର ଓ ଥ୍ରୀ ଟାୟାର ସିଟିରେ କାର୍ଯ୍ୟରତ ଅଛନ୍ତି । ସେମାନେ ସ୍ଥାନୀୟ ସାମଗ୍ରୀର ବିପଣନର ଅଗ୍ରଦୂତଭାବେ କାର୍ଯ୍ୟ କରିଥାନ୍ତି । ପ୍ରତ୍ୟେକ ରାଜ୍ୟ ଷ୍ଟାର୍ଟଅପ୍‌କୁ ଆପଣାଇବାରେ ସ୍ଥାନୀୟ ଆବଶ୍ୟକତା ଅନୁସାରେ ସେମାନଙ୍କୁ ସମର୍ଥନ କରିଥାନ୍ତି । ଦେଶରେ ଶତକଡା 80ଭାଗ ଜିଲ୍ଲା ବର୍ତ୍ତମାନ ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନର ଅଂଶ ବିଶେଷ ହୋଇପଡିଛି । ଆଜିକାଲି ଜନସାଧାରଣ ସେମାନଙ୍କ ଖାଦ୍ୟପେୟ ନେଇ ବେଶ୍ ସଚେତନ ହେଉଥିବା ଯୋଗୁଁ କୃଷି ଓ ଖାଦ୍ୟ କ୍ଷେତ୍ରରେ ଏହାର ସମ୍ଭାବନା ଅଧିକ । ଭାରତ ଏହି କ୍ଷେତ୍ରର ଅଭିବୃଦ୍ଧି ଦିଗରେ ବିଶେଷ ଧ୍ୟାନ ଦେଉଛି । ଏକ ଲକ୍ଷ କୋଟି ମୂଳଧନ ପୁଞ୍ଜି ବିନିଯୋଗରେ ଏକ ଆଗ୍ରି ଇନ୍‌ଫ୍ରା ଫଣ୍ଡ ମଧ୍ୟ ଗଠନ କରାଯାଇଛି । ଏହି ନୂତନ ସୁଯୋଗର ସଦ୍‌ବ୍ୟବହାର ସହ ଷ୍ଟାର୍ଟଅପ୍‌ଗୁଡିକ କୃଷକମାନଙ୍କୁ ସହଯୋଗ କଲେ ସେମାନଙ୍କ ସାମଗ୍ରୀ କ୍ଷେତରୁ ପରସା ଖାଦ୍ୟ ପର୍ଯ୍ୟନ୍ତ ନେବାରେ ଲାଗିଛନ୍ତି ।

କରୋନା ମହାମାରୀ କାଳରେ ଆତ୍ମନିର୍ଭର ଭାରତ ଗଠନରେ ସେମାନଙ୍କ ଅବଦାନର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସାନିଟାଇଜର, ପିପିଇ କିଟ୍ ଇତ୍ୟାଦି ଉପଲବ୍ଧତା ସୁନିଶ୍ଚିତ କରାଇବା ସହ, ଘରେ ଘରେ ଅତ୍ୟାବଶ୍ୟକ ସାମ୍ରଗୀ ଔଷଧ ପହଞ୍ଚାଇବାରେ ମଧ୍ୟ ଷ୍ଟାର୍ଟଅପମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ବାଧାବିଘ୍ନ କାଳରେ ଷ୍ଟାର୍ଟଅପ୍‌ମାନଙ୍କ ଉଦମ୍ୟ ଓ ଅଦ୍ୟମ ଉତ୍ସାହକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's cumulative exports rise to $720.76 billion in Apr-Jan 2025-26, up 6.15%

Media Coverage

India's cumulative exports rise to $720.76 billion in Apr-Jan 2025-26, up 6.15%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the King of Jordan
March 02, 2026

Prime Minister Narendra Modi spoke with His Majesty King Abdullah II, the King of Jordan.

The Prime Minister conveyed deep concern at the evolving situation in the region. He reaffirmed support for the peace, security, and well-being of the people of Jordan.

The Prime Minister also thanked His Majesty for taking care of the Indian community in Jordan in this difficult hour.

The Prime Minister shared on X;

"Spoke with His Majesty King Abdullah II, the King of Jordan. Conveyed our deep concern at the evolving situation in the region. We reaffirm our support for peace, security and the well-being of the people of Jordan. I thanked him for taking care of the Indian community in Jordan in this difficult hour."