ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ‘ଭୋକାଲ ଫର ଲୋକାଲ’ ପାଇଁ ଗତକାଲି କରିଥିବା ଅପିଲକୁ ଆଧ୍ୟାତ୍ମିକ ଗୁରୁମାନେ ବହୁମାତ୍ରାରେ ସମର୍ଥନ କରିଛନ୍ତି। ସନ୍ଥ ସମାଜ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏହି ନିବେଦନକୁ ବେଶ ଉତ୍ସାହପୂର୍ଣ୍ଣ ସମର୍ଥନ ମିଳିଛି। ଆଧ୍ୟାତ୍ମିକ ଗୁରୁମାନେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଲୋକପ୍ରିୟ କରିବା ତଥା ଏହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ଏବଂ ଏହାକୁ ସମର୍ଥନ କରିବା ଲାଗି ସଂକଳ୍ପ ମଧ୍ୟ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭିଡିଓ କନଫରେନ୍ସ ଜରିଆରେ ଜୈନ ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ୱର ଜୀ ମହାରାଜଙ୍କ 151ତମ ଜୟନ୍ତୀ ସମାରୋହ ଅବସରରେ ‘ଷ୍ଟାଚ୍ୟୁ ଅଫ ପିସ’ର ଅନାବରଣ ଅବସରରେ ଏହି ଆହ୍ୱାନ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଯେପରି ଭାବେ ଭକ୍ତି ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ଆଧାର ପ୍ରଦାନ କରିଥିଲା, ସେହିପରି ଆଜି ଆତ୍ମନିର୍ଭର ଭାରତକୁ ସନ୍ଥ, ମହାତ୍ମା, ମହନ୍ତ ଏବଂ ଦେଶର ଆଚାର୍ଯ୍ୟମାନଙ୍କ ପକ୍ଷରୁ ଆଧାର ପ୍ରଦାନ କରାଯିବା। ସେ ଆଧ୍ୟାତ୍ମିକ ଗୁରୁମାନଙ୍କୁ ନିଜ ଶିକ୍ଷାରେ ଏବଂ ନିଜର ଅନୁଗାମୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବା ଲାଗି ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କରି ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି ଯେ ତାଙ୍କ ସଂଗଠନର ଯୁବବର୍ଗମାନେ ଏକ ଆପ ବିକଶିତ କରିଛନ୍ତି ଏବଂ ଦୈନିକ ଜୀବନରେ ବ୍ୟବହୃତ ସାମଗ୍ରୀର ବ୍ୟବହାରରେ ଆତ୍ମନିର୍ଭର ଭାରତର ସଂକଳ୍ପକୁ ଦୋହରାଇଛନ୍ତି ।

ବାବା ରାମଦେବ ମଧ୍ୟ ପତଞ୍ଜଳି ଓ ନିଜର ଅନୁଗାମୀମାନଙ୍କ ପକ୍ଷରୁ ଆତ୍ମନିର୍ଭର ଭାରତର ମହାନ କାର୍ଯ୍ୟ ପ୍ରତି ନିଜର ସଂକଳ୍ପକୁ ବ୍ୟକ୍ତ କରିଛନ୍ତି। ସେ ଅନ୍ୟ ଆଧ୍ୟାତ୍ମିକ ଗୁରୁମାନଙ୍କ ସହିତ ଯୋଗାଯୋଗ କରିବାର ପ୍ରସ୍ତାବ ଦେଇ ସମସ୍ତଙ୍କୁ ‘ଭୋକାଲ ଫର ଲୋକାଲ’ ମଞ୍ଚରେ ଏକତ୍ର କରିବା କରିବା ପାଇଁ ଆହ୍ୱାନ କରିଥିଲେ ।

ସଦଗୁରୁ ଜଗ୍ଗୀ ବାସୁଦେବ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କରି ଟ୍ୱିଟ କରି କହିଥିଲେ ଯେ “ଆତ୍ମନିର୍ଭରତାର ଏପରି ଏକ ମୌଳିକ ଶକ୍ତି ଅଟେ, ଯାହା ଏକ ମଜବୁତ ଏବଂ ସ୍ଥାୟୀ ରାଷ୍ଟ୍ର ପାଇଁ ଅତ୍ୟନ୍ତ ଜରୁରି ଅଟେ। ଆମକୁ ଦେଶର ରାଷ୍ଟ୍ରୀୟ ଢାଞ୍ଚାକୁ ନମନୀୟ କରିବାକୁ ହେବ ଏବଂ ଏଥିରେ ବିଚ୍ଛିନ୍ନତାବାଦ ଭାବନା ଆସିବା ଉଚିତ ନୁହେଁ । ଏହା ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା କେବଳ ଦେଶର ନାଗରିକମାନଙ୍କର ପ୍ରତିବଦ୍ଧତା ଜରିଆରେ ସମ୍ଭବପର ।

ସ୍ୱାମୀ ଅବଧେଶାନନ୍ଦ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ପ୍ରେରଣାଦାୟୀ ବୋଲି କହି ଶୀର୍ଷ ଆଧ୍ୟାତ୍ମିକ ନେତାଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ କରିବା ବିଷୟରେ କହିଥିଲେ ।

ଭାଗବତ କଥାକାର ଏବଂ ଆଧ୍ୟାତ୍ମିକ ଗୁରୁ ଦେବକୀ ନନ୍ଦନ ଠାକୁର କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଦୀଙ୍କ ଆହ୍ୱାନକୁ ସମର୍ଥନ କରି ତାଙ୍କର ସମର୍ଥକମାନେ ‘ଭୋକାଲ ଫର ଲୋକାଲ’କୁ ନିଜ ଜୀବନର ସିଦ୍ଧାନ୍ତ କରି ଦେଇଛନ୍ତି ।

ଆତ୍ମନିର୍ଭର ଭାରତର ଆହ୍ୱାନକୁ ସମର୍ଥନ କରିବାର ଭାବନା ଏବଂ ପ୍ରଶଂସା କରି ଆଧ୍ୟାତ୍ମିକ ଗୁରୁମାନେ ଦେଇଥିବା ବାର୍ତ୍ତା ମେଳ ଖାଉଛି। ସେମାନେ କେବଳ ଏହି ଆହ୍ୱାନକୁ ସମର୍ଥନ କରିନାହାନ୍ତି ବରଂ ସନ୍ଥ ସମାଜ ମଧ୍ୟରେ ସମନ୍ୱୟ ସ୍ଥାପନ କରିବାର ପ୍ରସ୍ତାବ ଦେଇ ନିଜର ସମର୍ଥକମାନଙ୍କୁ ‘ଭୋକାଲ ଫର ଲୋକାଲ’ ଆଦେଶକୁ ସ୍ୱୀକାର କରିବା ଲାଗି ଆହ୍ୱାନ କରିଛନ୍ତି । ଏଥିପାଇଁ ଏମାନେ ନିଜର ମୌଳିକ ଭିତ୍ତିଭୂମି ଓ ସମ୍ବଳ ଉପଯୋଗ କରିବା ଲାଗି ପ୍ରତିବଦ୍ଧତା ମଧ୍ୟ ଦର୍ଶାଇଛନ୍ତି । ଏହି ଆନ୍ଦୋଳନ ପ୍ରତି ସେମାନଙ୍କର ଏହି ଉଦାର ସମର୍ଥନ ନିମ୍ନରେ ଦେଇଥିବା ବାର୍ତ୍ତାରୁ ଜଣାପଡ଼ିଥାଏ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.