Farmers associated with the animal husbandry sector to gain from this move

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାଦ ଓ ମୁଖ ଗହ୍ୱର (ଏଫଏମଡ଼ି) ରୋଗ ନିୟନ୍ତ୍ରଣ ସକାଶେ ନୂତନ କାର୍ଯ୍ୟାନୁଷ୍ଠାନ ଯୋଜନାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏଥିସହ ପଶୁପାଳନ କରୁଥିବା କୃଷକମାନଙ୍କ ପାଇଁ ବ୍ରୁସେଲୋସିସ୍‌ ସହାୟକ ବ୍ୟବସ୍ଥା କରାଯାଇଛି । ପ୍ରାଣୀଧନ ସେକ୍ଟରରେ କାର୍ଯ୍ୟରତ କୃଷକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ । 2019 ସାଧାରଣ ନିର୍ବାଚନ ଅନୁଷ୍ଠିତ ଏବଂ କେନ୍ଦ୍ରରେ ନୂତନ ସରକାର ଗଠିତ ହେବାପରେ ଆଜି କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର କୋଟି କୋଟି କୃଷକମାନଙ୍କ ଆର୍ଥିକ ହିତସାଧନ ଏବଂ ପ୍ରାଣୀଧନଙ୍କ ସ୍ୱାସ୍ଥ୍ୟର ଉନ୍ନତିକରଣ ସକାଶେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ନିଷ୍ପତ୍ତି ବିଭିନ୍ନ ଗୃହପାଳିତ ପ୍ରାଣୀଙ୍କ ପାଦ ଓ ମୁଖଗହ୍ୱରରେ ହେଉଥିବା ବିଭିନ୍ନ ରୋଗ  ଓ ବ୍ରୁସେଲୋସିସ୍‌ର ନିୟନ୍ତ୍ରଣ ପାଇଁ ମୁଖ୍ୟତଃ ଉଦ୍ଦିଷ୍ଟ । ବିଶେଷ କରି ପଶୁପାଳନ କରୁଥିବା କୃଷକମାନେ ଏହି ଯୋଜନାରୁ ଉପକୃତ ହୋଇପାରିବେ । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଆଜି ଏଥିପାଇଁ 13,343 କୋଟି ଟଙ୍କା ମଞ୍ଜୁରି ପ୍ରଦାନ କରାଯାଇଛି ଯାହାକି ଏହିସବୁ ରୋଗର ନିୟନ୍ତ୍ରଣ ଓ ନିରାକରଣ ପାଇଁ ସହାୟକ ହେବ । ଆଗାମୀ ପାଞ୍ଚବର୍ଷ  ଏବଂ ତଦ୍‌ ପରବର୍ତ୍ତୀ ସମୟରେ ଏହିସବୁ ରୋଗ ନିରାକରଣ ସକାଶେ ଏହି ଅର୍ଥ ବ୍ୟୟ କରାଯିବ ।

ଏହି ନିଷ୍ପତ୍ତି ସରକାରଙ୍କ ମନରେ ପ୍ରାଣୀସଂପଦ ତଥା ପ୍ରାଣୀଧନ କୃଷକଙ୍କ ଉନ୍ନତି ପାଇଁ ଥିବା ଚିନ୍ତାକୁ ସୂଚୀତ କରେ ।

ଏହି କାର୍ଯ୍ୟକ୍ରମ ଏଯାବତ୍‌ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବ୍ୟୟ ଆବଣ୍ଟନ ଭିତ୍ତିରେ ପ୍ରବର୍ତ୍ତନ କରାଯାଇ ଆସୁଥିଲା । ଏହି ବ୍ୟବସ୍ଥାର ଉଚ୍ଛେଦ ଘଟାଇ କେନ୍ଦ୍ର ସରକାର ଏବେ ନିଷ୍ପତ୍ତି କରିଛନ୍ତି ଯେ ଏହି ବ୍ୟୟକୁ କେବଳ କେଦ୍ର ସରକାର ବହନ କରିବେ ଏବଂ ପ୍ରାଣୀସଂପଦଙ୍କ ପାଦ ଓ ମୁଖଗହ୍ୱରରେ ହେଉଥିବା ବିଭିନ୍ନ ରୋଗକୁ ସଂପୂର୍ଣ୍ଣ ରୂପେ ନିରାକରଣ କରିବେ  । ତଦ୍ୱାରା ଦେଶରେ ପ୍ରାଣୀସଂପଦର ବିକାଶ  ଘଟିବ ଓ କୃଷକମାନେ ଏହା ଫଳରେ ଉପକୃତ ହୋଇପାରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."