ଥାଇଲାଣ୍ଡର ସୁବର୍ଣ୍ଣ ଭୂମିରେ ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା କରିବା ପାଇଁ ଆମେ ଏଠାରେ ଏକାଠି ହୋଇଛୁ ।
ଆମେ ଥାଇଲାଣ୍ଡରେ ଅଛୁ, ଯାହା ସହିତ ଭାରତର ଦୃଢ଼ ସାଂସ୍କୃତିକ ସମ୍ପର୍କ ରହିଛି । ଏବଂ ଆମେ ଏହି ଦେଶରେ ଏକ ପ୍ରମୁଖ ଭାରତୀୟ ଶିଳ୍ପାନୁଷ୍ଠାନର 50ତମ ବାର୍ଷିକୀ ପାଳନ କରୁଛେ ।

ସମ୍ପ୍ରତି ଭାରତରେ ଘଟୁଥିବା କେତେକ ସକାରାତ୍ମକ ପରିବର୍ତ୍ତନର ଚିତ୍ର ଆପଣମାନଙ୍କୁ ପ୍ରଦାନ କରିବା ପାଇଁ ମୁଁ ଆଗ୍ରହୀ । ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଏହା କହିବାକୁ ଚାହିଁବି କି-ଭାରତରେ ରହିବା ପାଇଁ ଏହା ହେଉଛି ଶ୍ରେଷ୍ଠ ସମୟ ।

ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି । ଏହାର କାରଣ କେବଳ ସରକାର ନୁହନ୍ତି । ଭାରତ ଏକ ଗତାନୁଗତିକ ଅମଲାତାନ୍ତ୍ରିକ ଧାରାରେ କାମ କରିବା ବନ୍ଦ କରିଦେଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ଷ ବର୍ଷ ଧରି ଗରିବ ଲୋକମାନଙ୍କ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ କରାଯାଉଥିଲା ତାହା ପ୍ରକୃତରେ ସେମାନଙ୍କ ପାଖରେ ପହଂଚୁନଥିଲା । ଡିବିଟିକୁ ଧନ୍ୟବାଦ ଯେ ଆମ ସରକାର ଏହି ସଂସ୍କୃତିକୁ ବନ୍ଦ କରିଦେଲେ । ଡିବିଟିର ଅର୍ଥ ହେଲା ସିଧାସଳଖ ଲାଭାଂଶ ସ୍ଥାନାନ୍ତରଣ । ଡିବିଟି ମଧ୍ୟବର୍ତ୍ତୀ ଲୋକ ଏବଂ ଅକ୍ଷମତାର ସଂସ୍କୃତିକୁ ଶେଷ କରିଦେଇଛି ।

ଟିକସ ବ୍ୟବସ୍ଥାରେ ଉନ୍ନତି

ସାମ୍ପ୍ରତିକ ଭାରତରେ କଠିନ ପରିଶ୍ରମୀ କରଦାତାର ଯୋଗଦାନକୁ ପ୍ରୋତ୍ସାହିତ କରାଯାଉଛି । ଆମେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବା ଆଉ ଏକ କ୍ଷେତ୍ର ହେଉଛି ଟିକସ ନିର୍ଦ୍ଧାରଣ । ମୁଁ ଖୁସି ଯେ ଭାରତରେ ଏକ ଲୋକାଭିମୁଖୀ ଟିକସ ବ୍ୟବସ୍ଥା ରହିଛି । ଏଥିରେ ଆହୁରି ଅଧିକ ଉନ୍ନତି ଆଣିବା ପାଇଁ ଆମେ ସଂକଳ୍ପବଦ୍ଧ ।

ନିବେଶ ପାଇଁ ଭାରତ ଏକ ଆକର୍ଷଣୀୟ ସ୍ଥଳ

ଏବେ ମୁଁ ଯାହା କହିଛି ତାହା ନିବେଶ ପାଇଁ ଭାରତକୁ ବିଶ୍ୱର ଏକ ସବୁଠାରୁ ଆକର୍ଷଣୀୟ ଅର୍ଥବ୍ୟବସ୍ଥାରେ ପରିଣତ କରୁଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ 286 ବିଲିଅନ ଆମେରିକୀୟ ଡଲାରର ପୁଞ୍ଜିନିବେଶ ହୋଇଛି । ଗତ 20 ବର୍ଷ ମଧ୍ୟରେ ଭାରତରେ ଯେତିକି ପରିମାଣରେ ମୋଟ ପୁଞ୍ଜିନିବେଶ ହୋଇଛି ଏହା ହେଉଛି ତା’ର ଅଧା ।

5 ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥାର ସ୍ୱପ୍ନ

ଭାରତ ବର୍ତମାନ ଆଉ ଏକ ସ୍ୱପ୍ନ ଅନ୍ୱେଷଣରେ ରହିଛି ଏବଂ ତାହା ହେଉଛି 5 ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥା । ମୋ ସରକାର ଯେତବେଳେ 2014ରେ ଦାୟିତ୍ୱ ଗ୍ରହଣ କଲା, ଭାରତର ଜିଡିପି ଥିଲା ପାଖାପାଖି 2 ଟ୍ରିଲିଅନ ଡଲାର । 65 ବର୍ଷରେ ଏହା ଥିଲା 2 ଟ୍ରିଲିଅନ । କିନ୍ତୁ ମାତ୍ର 5 ବର୍ଷ ମଧ୍ୟରେ ଆମେ ଏହାକୁ ପାଖାପାଖି 3 ଟ୍ରିଲିଅନ ଡଲାରକୁ ବୃଦ୍ଧି କରିଛୁ ।

ଯଦି ଗୋଟିଏ କଥାକୁ ନେଇ ମୁଁ ବିଶେଷ ଭାବେ ଗର୍ବିତ, ତାହା ହେଉଛି ଭାରତର ପ୍ରତିଭା ସମ୍ପନ୍ନ ଏବଂ ଦକ୍ଷ ମାନବ ସମ୍ବଳ । ଏଥିରେ କୌଣସି ଆଶ୍ଚର୍ଯ୍ୟ ନାହିଁ ଯେ ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟାର୍ଟ-ଅପ ପରିସଂସ୍ଥାନ । ଭାରତ ଯେତେବେଳେ ସମୃଦ୍ଧ ହେବ, ବିଶ୍ୱ ସମୃଦ୍ଧ ହେବ । ଭାରତର ବିକାଶକୁ ନେଇ ଆମର ପରିକଳ୍ପନା ମଧ୍ୟ ଏକ ଉତ୍ତମ ପୃଥିବୀ ନିର୍ମାଣ ଆଡକୁ ନେଇଯିବ ।

ଆକ୍ଟ ଇଷ୍ଟ ନୀତି

ଆମ ଆକ୍ଟ ଇଷ୍ଟ ନୀତି ଅନୁଯାୟୀ ଏହି ଅଂଚଳ ସହିତ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ଆମେ ସ୍ୱତନ୍ତ୍ର ଧ୍ୟାନ ଦେଉଛୁ । ଥାଇଲାଣ୍ଡର ପଶ୍ଚିମ ଉପକୂଳରେ ଥିବା ବନ୍ଦର ଏବଂ ଭାରତର ପୂର୍ବ ଉପକୂଳରେ ଥିବା ବନ୍ଦର ମାନଙ୍କ ମଧ୍ୟରେ ସିଧାସଳଖ ସଂଯୋଗ ଆମ ଅର୍ଥନୈତିକ ଭାଗିଦାରୀକୁ ବୃଦ୍ଧି କରିବ ।

ନିବେଶ ଏବଂ ସୁଗମ ବ୍ୟବସାୟ ପାଇଁ ଭାରତକୁ ଆସନ୍ତୁ । ଅଭିନବତା ଏବଂ ଷ୍ଟାର୍ଟ-ଅପ ପାଇଁ ଭାରତକୁ ଆସନ୍ତୁ । ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଏବଂ ଜନସାଧାରଣଙ୍କ ଉଦାର ଆତିଥ୍ୟ ଅନୁଭବ କରିବା ପାଇଁ ଭାରତକୁ ଆସନ୍ତୁ । ଭାରତ ଆପଣମାନଙ୍କୁ ଆଲିଙ୍ଗନ ମୁଦ୍ରାରେ ଅପେକ୍ଷା କରିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.