ମୋର ବନ୍ଧୁ ଏବଂ ନେପାଳର ମାନନୀୟ ପ୍ରଧାନମନ୍ତ୍ରୀ ସମ୍ମାନନୀୟ କେ. ପି. ଶର୍ମା ଓଲି ମହୋଦୟ,

ଦୁଇ ଦେଶର ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଗଣ,

ନମସ୍କାର !

ସର୍ବପ୍ରଥମେ ମୁଁ ମୋ ତରଫରୁ ଏବଂ ସମସ୍ତ ଭାରତବାସୀଙ୍କ ତରଫରୁ ଓଲି ମହୋଦୟ ଏବଂ ନେପାଳରେ ଥିବା ଆମର ସମସ୍ତ ବନ୍ଧୁମାନଙ୍କୁ ନବବର୍ଷ 2020ର ଶୁଭକାମନା ଜଣାଉଛି ।

ଏହା କେବଳ ନୂତନ ବର୍ଷ ନୁହେଁ, ବରଂ ଏକ ନୂତନ ଦଶକର ଆରମ୍ଭ ।

ମୁଁ ଆଶା କରୁଛି କି ଏହି ନୂତନ ଦଶକ ଆପଣ ସମସ୍ତଙ୍କ ପାଇଁ ଭଲ ସ୍ୱାସ୍ଥ୍ୟ, ଦୀର୍ଘ ଆୟୁ, ପ୍ରଗତି, ପ୍ରସନ୍ନତା ଏବଂ ଶାନ୍ତି ଆଣୁ ।

ଦୁଇ ଦେଶର ଭିନ୍ନ ଭିନ୍ନ ଅଂଚଳରେ ସଂକ୍ରାନ୍ତିର ପର୍ବ ମଧ୍ୟ ଭିନ୍ନ ଭିନ୍ନ ରୂପ-ରଙ୍ଗ ସହିତ, କିନ୍ତୁ ସମାନ ଆନନ୍ଦ ଉଲ୍ଲାସର ସହିତ ଗତ ସପ୍ତାହରେ ପାଳନ କରାଗଲା । ଏହି ପର୍ବ ଅବସରରେ ମଧ୍ୟ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଇବାକୁ ଚାହୁଁଛି ।

ମହାମହିମ,

ଏହି ନବ ବର୍ଷ ଏବଂ ନୂଆ ଦଶକର ଶୁଭାରମ୍ଭରେ ହିଁ ଆମେ ଆଜିର ଏହି ଶୁଭ କାର୍ଯ୍ୟରେ ଏକାଠି ସାମିଲ ହୋଇଛେ । ଏହା ହେଉଛି ଅନ୍ୟନ୍ତ ହର୍ଷ ବା ଆନନ୍ଦର ବିଷୟ ।

ବିଗତ ପାଞ୍ଚ ମାସରେ ଆମେ ଦ୍ୱିତୀୟ ଥର ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରକଳ୍ପର ଉଦଘାଟନ ଭିଡିଓ ଲିଙ୍କ ଦ୍ୱାରା କରୁଛୁ । ଏହା ହେଉଛି ଭାରତ-ନେପାଳ ସମ୍ବନ୍ଧର ସମ୍ପ୍ରସାରଣ ଏବଂ ଦ୍ରୁତ ବିକାଶର ପ୍ରତୀକ ।

ବନ୍ଧୁଗଣ,

ନେପାଳର ବିକାଶରେ, ନେପାଳର ପ୍ରାଥମିକତାଗୁଡିକ ଅନୁସାରେ ଭାରତ ଏକ ବିଶ୍ୱସନୀୟ ସହଭାଗୀର ଭୂମିକା ତୁଲାଉଛି ।

‘ପ୍ରଥମେ ପଡୋଶୀ’ ହେଉଛି ମୋ ସରକାରର ପ୍ରାଥମିକତା । ଆଉ ସୀମା ପାର ସଂଯୋଗ ବ୍ୟବସ୍ଥାକୁ ବୃଦ୍ଧି କରିବା ଏହି ନୀତିର ହେଉଛି ପ୍ରମୁଖ ଧେୟ ।

ଉନ୍ନତ ସଂଯୋଗ ବ୍ୟବସ୍ଥାର ମହତ୍ୱ ସେତେବେଳେ ଆହୁରି ବଢିଯାଇଥାଏ, ଯେତେବେଳେ କଥା ଭାରତ ଏବଂ ନେପାଳର ହୋଇଥାଏ । କାରଣ ଆମର ସମ୍ବନ୍ଧ କେବଳ ପଡୋଶୀ ଭାବେ ନୁହେଁ । ଇତିହାସ ଏବଂ ଭୂଗୋଳ ଆମକୁ ପ୍ରକୃତି, ପରିବାର, ଭାଷା, ସଂସ୍କୃତି, ପ୍ରଗତି ଏବଂ କେଜାଣି କାହିଁକି ଆହୁରି ଅନେକ ରଜ୍ଜୁରେ ବାନ୍ଧି ରଖିଛି।

ଏଥିପାଇଁ, ଆମ ଦୁଇ ଦେଶ ମଧ୍ୟରେ ଉନ୍ନତ ସଂଯୋଗ ବ୍ୟବସ୍ଥା ଆମ ଜୀବନକୁ ଆହୁରି ନିକଟତର ଭାବେ ଯୋଡ଼ୁଛି ଏବଂ ଆମ ହୃଦୟ ମଧ୍ୟରେ ନୂତନ ପଥ ଉନ୍ମୁକ୍ତ କରୁଛି ।

ଯୋଗାଯୋଗ ବ୍ୟବସ୍ଥା ନା କେବଳ ଦେଶ ବରଂ ସମ୍ପୂର୍ଣ୍ଣ କ୍ଷେତ୍ରର ବିକାଶ ପାଇଁ ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିଥାଏ ।

ପଡୋଶୀ ଭାବେ ସମସ୍ତ ମିତ୍ରଦେଶଙ୍କ ସହିତ ଯାତାୟାତକୁ ସରଳ ଏବଂ ସୁଗମ କରିବା ପାଇଁ, ଆଉ ଆମମାନଙ୍କ ମଧ୍ୟରେ ବ୍ୟବସାୟ, ସଂସ୍କୃତି, ଶିକ୍ଷା, ଇତ୍ୟାଦି କ୍ଷେତ୍ରରେ ସମ୍ପର୍କକୁ ଆହୁରି ସୁଗମ କରିବା ପାଇଁ ଭାରତ ପ୍ରତିଶୃତିବଦ୍ଧ ।

ଭାରତ ଏବଂ ନେପାଳ ଅନେକ ସୀମାପାର ଯୋଗାଯୋଗ ପ୍ରକଳ୍ପ ଯେପରି ସଡ଼କ, ରେଳ ଏବଂ ପରିବହନ ଲାଇନ୍ ଉପରେ କାର୍ଯ୍ୟ କରୁଛନ୍ତି । ଆମ ଦେଶ ମଧ୍ୟରେ ସୀମାର ପ୍ରମୁଖ ସ୍ଥାନରେ ସମନ୍ୱିତ ଚେକ୍ ପୋଷ୍ଟ ପାରସ୍ପରିକ ବ୍ୟବସାୟ ଏବଂ ଯାତାୟତକୁ ବହୁତ ସୁବିଧାଜନକ କରୁଛି ।

ମହାମହିମ,

ଆଇସିପି ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ଆମେ ବୀରଗଞ୍ଜ ଏବଂ ବିରାଟନଗରରେ ଆଇସିପିର ବିକାଶର ନିଷ୍ପତ୍ତି ନେଇଥିଲୁ । ବୀରଗଞ୍ଜର ଆଇପିସିକୁ ଆମେ 2018ରେ ଉଦଘାଟନ କରିଥିଲୁ ।

ଏବେ ବିରାଟନଗରରେ ମଧ୍ୟ ଆଇସିପିର ଶୁଭାରମ୍ଭ ହେବା ହେଉଛି ଏକ ବହୁତ ହିଁ ଖୁସିର ବିଷୟ । ଭାରତ ତରଫରୁ ରକସୋଲ୍ ଏବଂ ଯୋଗବନୀରେ ପ୍ରଥମରୁ ହିଁ ଏହି ସୁବିଧା ଉପଲବ୍ଧ ହେଉଛି ।

ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆଗାମୀ ବର୍ଷରେ ଆମେ ଏଭଳି ଆହୁରି ଅନେକ ଆଧୁନିକ ସୁବିଧାଗୁଡ଼ିକୁ ବିକାଶ କରିବା ।

ମହାମହିମ,

2015ର ଭୂମିକମ୍ପ ଏକ ହୃଦୟ ବିଦାରକ ଘଟଣା ଥିଲା । ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ମନୁଷ୍ୟର ଦୃଢ଼ତାର ପରୀକ୍ଷା ନେଇଥାଏ । ଆମେ ଭାରତୀୟମାନେ ଗର୍ବ ଅନୁଭବ କରୁ କି ଏହି ବିପଦ ଏବଂ ଦୁଃଖଦ ପରିଣାମକୁ ଆମର ନେପାଳୀ ଭାଇ ଓ ଭଉଣୀମାନେ ସାହସର ସହିତ ସାମ୍ନା କଲେ ।

ଉଦ୍ଧାର ଏବଂ ସହାୟତାରେ ପ୍ରଥମେ ସହଯୋଗର ହାତ ବଢ଼ାଇ ସକ୍ରିୟ ଭୂମିକା ପରେ ଭାରତ ପୁନଃନିର୍ମାଣରେ ନିଜ ନେପାଳୀ ସାଥୀମାନଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଠିଆ ହେଲା । ନିକଟତମ ପଡୋଶୀ ଏବଂ ବନ୍ଧୁ ଭାବେ ଏହା ଆମର କର୍ତ୍ତବ୍ୟ ଥିଲା ।

ଏଥିପାଇଁ ଗୋର୍ଖା ଏବଂ ନୁବାକୋଟ ଜିଲ୍ଲାରେ ଘର ପୁନଃନିର୍ମାଣରେ ଭଲ ଉନ୍ନତି ଦେଖି ମୋତେ ବହୁତ ସନ୍ତୋଷ ମିଳିଛି ।

ଆମର ଏହା ପ୍ରୟାସ ରହିଛି କି ଆମେ ଏହି ଘରକୁ ‘‘Build Back Better’’ ର ସିଦ୍ଧାନ୍ତରେ ନିର୍ମାଣ କରିବା । ଏବଂ ‘ଭୂମିକମ୍ପ ପ୍ରତିରୋଧ କୌଶଳ’ ବ୍ୟବହାର ଦ୍ୱାରା ଏହା ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ହେବ ।

ବିପର୍ଯ୍ୟୟ ମୁକାବିଲା ପାଇଁ ନମନୀୟ ସହଯୋଗ ସ୍ଥାୟିତ୍ୱ ଭିତ୍ତିଭୂମିର ଶୁଭାରମ୍ଭ କରିବାରେ ଭାରତର ଉଦ୍ଦେଶ୍ୟ ହେଉଛି ଭିତ୍ତିଭୂମି ଉପରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବକୁ ବହୁତ କମ୍ କରିବା ।

ଏହା ବହୁତ ସନ୍ତୋଷର ବିଷୟ ଯେ ଭାରତ ନେପାଳ ସହଯୋଗ ଆଧାରରେ ପଚାଶ ହଜାର ମଧ୍ୟରୁ ପଇଁଚାଳିଶ ହଜାର ଘରର ନିର୍ମାଣ ହୋଇ ସାରିଛି । ଆମର ଆଶା ରହିଛି କି ଅବଶିଷ୍ଟ ଘରର ନିର୍ମାଣ ମଧ୍ୟ ଶୀଘ୍ର ଶେଷ ହେବ । ଆଉ ଏହି ଘରକୁ ନେପାଳୀ ଭାଇ ଭଉଣୀମାନଙ୍କୁ ଶୀଘ୍ର ସମର୍ପିତ କରାଯିବ ।

ମହାମହିମ,

ଆପଣଙ୍କ ସହଯୋଗରେ ବିଗତ ଅନେକ ବର୍ଷରେ ଭାରତ-ନେପାଳ ସମ୍ପର୍କରେ ଅଭୂତପୂର୍ବ ପ୍ରଗତି ଦେଖିବାକୁ ମିଳିଛି । ଆମର ସହଯୋଗ ଏବଂ ବିକାଶର ସହଭାଗୀତା ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏହା ସହିତ, ଆମେ ଅନ୍ୟାନ୍ୟ ବହୁତ ନୂତନ କ୍ଷେତ୍ରରେ ମଧ୍ୟ ସହଯୋଗ ଆରମ୍ଭ କରିଛୁ ।

ମୋର କାମନା ହେଉଛି କି ନବବର୍ଷରେ ଆପଣଙ୍କ ସହଯୋଗ ଏବଂ ସମର୍ଥନ ଦ୍ୱାରା ନିଜ ସମ୍ପର୍କକୁ ଆହୁରି ଶିଖରକୁ ନେଇଯିବା । ଆଉ ଏହି ନୂତନ ଦଶକ ଭାରତ-ନେପାଳ ସମ୍ପର୍କର ସ୍ୱର୍ଣ୍ଣିମ ଦଶକ ହେଉ ।

ପୁଣିଥରେ ଭଲ ସ୍ୱାସ୍ଥ୍ୟ ଏବଂ ସମସ୍ତ ସଫଳତା ପାଇଁ ଆପଣଙ୍କୁ ଶୁଭକାମନା ଜଣାଉଛି । ଆଉ ଏହି କାର୍ଯ୍ୟକ୍ରମ ପାଇଁ ଭିଡିଓ ସମ୍ପର୍କ ଦ୍ୱାରା ଯୋଡ଼ି ହେବା ନେଇ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଧ୍ୟ ଦେଉଛି ।

ଶେଷରେ, ଆପଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଶୁଭକାମନା ଜଣାଉଛି । (ଅନ୍ତ ମା , ତପାଇ ହରୁ ସବୈ ଲାଇ ଧରୈ ଶୁଭକାମନା ଦିନଛୁ ।)

ନମସ୍କାର !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In A First, Indian Railways To Run Direct Festival Special Trains From September 11 To December 7

Media Coverage

In A First, Indian Railways To Run Direct Festival Special Trains From September 11 To December 7
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"