"ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ଵୀପକୁ ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥିବା ନେଇ ଧନ୍ୟବାଦ ପ୍ରଦାନ କରିଛନ୍ତି । ଏବଂ ଏହାକୁ ସାରାଭାରତବର୍ଷର ଏକ ନୂତନ ଗୌରବ ବୋଲି କହିଛନ୍ତି "
"ଭାରତ ମାଳଦ୍ଵୀପକୁ ସମସ୍ତ ସମ୍ଭବ ସହାୟତା କରିବା ପାଇଁ ପ୍ରତିବଦ୍ଧ ଅଛି :ପ୍ରଧାନମନ୍ତ୍ରୀ ମୋଦୀ "
ସାମୁଦ୍ରିକ ଏବଂ ପ୍ରତିରକ୍ଷା ସମ୍ପର୍କ ଏକ ସର୍ବୋଚ୍ଚ ପ୍ରାଥମିକତା : ମାଳଦ୍ଵୀପର ରାଷ୍ଟ୍ରପତିଙ୍କ ସହିତ ସଂଯୁକ୍ତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ

ମହାମହିମ, ମୋର ବନ୍ଧୁ ରାଷ୍ଟ୍ରପତି ସୋଲିହ,

ଭାଇ ଓ ଭଉଣୀମାନେ,

ମୁଁ ଆନନ୍ଦିତ ଯେ ମୋର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବିଦେଶ ଗସ୍ତରେ ଆପଣଙ୍କ ସୁନ୍ଦର ଦେଶ ମାଳଦ୍ୱୀପକୁଆସିବା ଲାଗି ମୋତେ ସୌଭାଗ୍ୟ ପ୍ରାପ୍ତ ହେଲା ।

ଏହା ମଧ୍ୟ ଆନନ୍ଦର କଥା ଯେ ଆପଣଙ୍କ ଭଳି ନିବିଡ଼ ବନ୍ଧୁଙ୍କୁ ପୁଣିଥରେ ଭେଟିବାର ସୁଯୋଗ ମଧ୍ୟ ମୋତେ ମିଳିଲା।

ଏହି ସୁଯୋଗ ଲାଗି ଏବଂ ଆପଣଙ୍କ ଚମତ୍କାର ଆତିଥେୟତା ପାଇଁ, ନିଜ ଟିମ ଏବଂ ନିଜ ପକ୍ଷରୁ, ମୁଁ ଆପଣଙ୍କୁ ତଥାମାଳଦ୍ୱୀପ ସରକାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି ।

ଆମ ଦେଶ କିଛିଦିନ ପୂର୍ବରୁ ଇଦ ପର୍ବ ହର୍ଷ ଓ ଉଲ୍ଲାସର ସହ ପାଳନ କରିଛି ।

ମୋର ଶୁଭକାମନା ଯେ ଏହି ପର୍ବର ଆଲୋକ ଆମ ନାଗରିକମାନଙ୍କ ଜୀବନକୁ ସବୁବେଳେ ଆଲୋକିତକରିଚାଲିଥାଉ ।

ମହାମହିମ,

ଆଜି ମୋତେ ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରି ଆପଣମାନେ କେବଳ ମୋତେ ନୁହେଁ ବରଂ ସାରାଭାରତବର୍ଷକୁ ଏକ ନୂତନ ଗୌରବ ପ୍ରଦାନ କରିଛନ୍ତି ।

ନିଶାନ ଇଜ୍ଜୁଦ୍ଦିନ ସମ୍ମାନ ମୋ ପାଇଁ ହର୍ଷ ଏବଂ ଗର୍ବର ବିଷୟ । ଏହା ମୋର ନୁହେଁ ବରଂ ଦୁଇ ଦେଶ ମଧ୍ୟରେବନ୍ଧୁତା ଏବଂ ଘନିଷ୍ଠ ସମ୍ପର୍କ ପ୍ରତି ସମ୍ମାନ ।

ମୁଁ ଏହାକୁ ଅତି ବିନମ୍ରତା ଏବଂ କୃତଜ୍ଞତାର ସହିତ ସମସ୍ତ ଭାରତୀୟଙ୍କ ପକ୍ଷରୁ ସ୍ୱୀକାର କରୁଛି ।

ଆମ ଦୁଇ ଦେଶକୁ ଭାରତ ମହାସାଗରର ଢେଉ ହଜାର ହଜାର ବର୍ଷ ଧରି ଘନିଷ୍ଠ ଐତିହାସିକ ଏବଂ ସାଂସ୍କୃତିକସମ୍ପର୍କରେ ବାନ୍ଧିଛି ।

ଏହି ଅତୁଟ ବନ୍ଧୁତା କଠିନ ସମୟରେ ମଧ୍ୟ ଆମର ମାର୍ଗଦର୍ଶକ ହୋଇରହିଛି ।

1988ରେ ବାହ୍ୟ ଆକ୍ରମଣ ହେଉ କିମ୍ବା ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ନିକଟରେ ପିଇବା ପାଣିରସଂକଟ । ଭାରତ ସବୁବେଳେ ମାଳଦ୍ୱୀପ ସହିତ ଛିଡ଼ା ହୋଇଛି ଏବଂ ସହାୟତା ପାଇଁ ସର୍ବପ୍ରଥମେ ଆସିଛି ।

ବନ୍ଧୁଗଣ,

ଭାରତରେ ସଂସଦୀୟ ନିର୍ବାଚନ ଏବଂ ମାଳଦ୍ୱୀପରେ ରାଷ୍ଟ୍ରପତି ଏବଂ ମଜଲିସର ନିର୍ବାଚନର ଜନାଦେଶରୁ ଏହାସ୍ପଷ୍ଟ ଯେ ଆମ ଦୁଇ ଦେଶର ଲୋକମାନେ ସ୍ଥିରତା ଏବଂ ବିକାଶ ଚାହୁଁଛନ୍ତି । ଏପରି ସ୍ଥିତିରେ, ଜନ–କୈନ୍ଦ୍ରିକ ଏବଂସମାବେଶୀ ତଥା ସୁଶାସନ ଲାଗି ଆମର ଉତରଦାୟିତ୍ୱ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଉଛି ।

ମୁଁ ଏବେ ରାଷ୍ଟ୍ରପତି ସୋଲିହଙ୍କ ସହିତ ଅଧିକ ବିସ୍ତୃତ ଏବଂ ଉପଯୋଗୀ ବିଚାର–ବିମର୍ଶ କରିଛି । ଆମେ ଆପୋଷସ୍ୱାର୍ଥର କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗଗୁଡ଼ିକ ସହିତ ଆମର ଦ୍ୱିପାକ୍ଷିକ ସହଯୋଗକୁ ସମ୍ପ୍ରସାରିତ କରିବା ଲାଗିସମୀକ୍ଷା କରିଛୁ । ଆମ ଭାଗିଦାରୀର ପରବର୍ତୀ ଦିଗ ଉପରେ ଆମ ଭିତରେ ସମ୍ପୂର୍ଣ୍ଣ ସହମତି ରହିଛି ।

ରାଷ୍ଟ୍ରପତି ସୋଲିହ, ଆପଣ ଦାୟିତ୍ୱ ଗ୍ରହଣ କରିବା ପରେ ଦ୍ୱିପାକ୍ଷିକ ସହଯୋଗର ଗତି ଓ ଦିଗରେ ମୌଳିକପରିବର୍ତନ ଆସିଛି । ଡିସେମ୍ବର 2018ରେ ଆପଣଙ୍କ ଭାରତ ଗସ୍ତ କାଳରେ ନିଆଯାଇଥିବା ନିଷ୍ପତିକୁ ଦୃଢ଼ ଏବଂସମୟବଦ୍ଧ ଢଙ୍ଗରେ ଲାଗୁ କରାଯାଉଛି ।

ବନ୍ଧୁଗଣ,

ରାଷ୍ଟ୍ରପତି ସୋଲିହଙ୍କ ଭାରତ ଗସ୍ତ କାଳରେ ଘୋଷିତ 1.4ବିଲିୟନ ଡଲାରର ଆର୍ଥିକ ପ୍ୟାକେଜ ଦ୍ୱାରାମାଳଦ୍ୱୀପର ତତକାଳୀନ ଆର୍ଥିକ ଆବଶ୍ୟକତା ପୂରଣ ତ’ ହୋଇପାରିଛି । ଏଥିସହିତ ସାମାଜିକ ପ୍ରଭାବରଅନେକ ନୂଆ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ଆହୁରି 800 ମିଲିୟନ ଡଲାରର ଲାଇନ ଅଫ କ୍ରେଡିଟ ଅନ୍ତର୍ଗତବିକାଶ କାର୍ଯ୍ୟର ନୂଆ ରାସ୍ତା ମଧ୍ୟ ଖୋଲିଛି ।

ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ବିକାଶର ଭାଗିଦାରୀତାକୁ ଆହୁରି ଅଧିକ ଦୃଢ଼ କରିବା ଲାଗି ଆମେ ମାଳଦ୍ୱୀପରସାଧାରଣ ନାଗରିକମାନଙ୍କୁ ଲାଭ ପହଁଚାଯାଉଥିବା ପ୍ରକଳ୍ପ ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ । ଆଜି ଆମରଦ୍ୱିପାକ୍ଷିକ ସହଯୋଗ ମାଳଦ୍ୱୀପରେ ସାଧାରଣ ଜନ–ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରୁଛି ।

 

ବିଭିନ୍ନ ଦ୍ୱୀପରେ ପାଣି ଏବଂ ସଫେଇ ବ୍ୟବସ୍ଥା;

କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ ଲାଗି ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା;

ବନ୍ଦରଗୁଡ଼ିକର ବିକାଶ;

କନଫରେନ୍ସ ଏବଂ କମ୍ୟୁନିଟି ସେଂଟର ନିର୍ମାଣ;

କ୍ରିକେଟ ଷ୍ଟାଡିୟମର ନିର୍ମାଣ;

ଜରୁରୀକାଳୀନ ଚିକିତ୍ସା ସେବା;

ଆମ୍ବୁଲାନ୍ସ ସେବା;

ଉପକୂଳ ସୁରକ୍ଷା ସୁନିଶ୍ଚିତ କରିବା;

ଆଉଟଡୋର ଫିଟନେସ ଉପକରଣର ବ୍ୟବସ୍ଥା;

ଡ୍ରଗ ଡିଟକ୍ସ ସେଂଟର;

ଷ୍ଟୁଡେଂଟ ଫେରୀ;

କୃଷି ଏବଂ ମତ୍ସ୍ୟ ପାଳନ;

ଅକ୍ଷୟ ଶକ୍ତି ଏବଂ ପର୍ଯ୍ୟଟନ;

ଏପରି ଅନେକ ଭାରତୀୟ ସହଯୋଗ ପ୍ରକଳ୍ପ ଦ୍ୱାରା ମାଳଦ୍ୱୀପର ଲୋକମାନଙ୍କୁ ସିଧାସଳଖ ଫାଇଦା ମିଳିପାରୁଛି।

ଆମେ ଅଡ୍ଡୁରେ ଭିତିଭୂମି ବିକାଶ ଏବଂ ଐତିହାସିକ ଫ୍ରାଇଡେ ମସଜିଦର ସଂରକ୍ଷଣ ଉପରେ ସହଯୋଗ ଲାଗିମଧ୍ୟ ସହମତ ହୋଇଛୁ ।

ଦୁଇ ଦେଶର ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବା ଲାଗି, ଆମେ ଭାରତରେ କୋଚି ଏବଂ ମାଳଦ୍ୱୀପରେକୁଲଧୁଫୁଶୀ ଏବଂ ମାଲେ ମଧ୍ୟରେ ନୌକା ସେବା ଆରମ୍ଭ କରିବା ଲାଗି ମଧ୍ୟ ସହମତ ହୋଇଛୁ ।

ମାଳଦ୍ୱୀପରେ ରୁପେ କାର୍ଡ ଜାରି କରିବା ଦ୍ୱାରା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ହେବ । ଏ ବିଷୟରେଆମେ ଶୀଘ୍ର ପଦକ୍ଷେପ ନେବୁ ।

ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି ।

ଆଜି ଆମେ ମିଳିତ ଭାବେ ମାଳଦ୍ୱୀପ ପ୍ରତିରକ୍ଷା ବାହିନୀର କମ୍ପୋଜିଟ ଟ୍ରେନିଂ ସେଂଟର ଏବଂ ଉପକୂଳଅନୁଧ୍ୟାନର ରାଡାର ପ୍ରଣାଳୀର ଉଦଘାଟନ କରିଛୁ । ଏହା ମାଳଦ୍ୱୀପର ସାମୁଦ୍ରିକ ସୁରକ୍ଷାକୁ ଆହୁରି ବଢ଼ାଇବ ।

ଭାରତ ମାଳଦ୍ୱୀପ ସହିତ ନିଜ ସମ୍ପର୍କକୁ ସବୁଠୁ ଅଧିକ ଗୁରୁତ୍ୱ ଦେଉଛି । ଆମେ ପରସ୍ପରର ସହିତ ଏକ ଗଭୀରଏବଂ ଦୃଢ଼ ଭାଗିଦାରୀତା ଚାହୁଁଛୁ । ଏକ ସମୃଦ୍ଧ, ଗଣତାନ୍ତ୍ରିକ ଏବଂ ଶାନ୍ତିପୂର୍ଣ୍ଣ ମାଳଦ୍ୱୀପ ସମଗ୍ର କ୍ଷେତ୍ରର ମଙ୍ଗଳପାଇଁ ଆବଶ୍ୟକ ।

ମୁଁ ଏହା ମଧ୍ୟ ଦୋହରାଇବାକୁ ଚାହୁଁଛି ଯେ ଭାରତ ମାଳଦ୍ୱୀପକୁ ଯଥାସମ୍ଭବ ସହାୟତା କରିବା ଲାଗି ସବୁବେଳେପ୍ରତିବଦ୍ଧ ।

ମୁଁ ପୁଣିଥରେ ମହାମହିମ ରାଷ୍ଟ୍ରପତି ଏବଂ ମାଳଦ୍ୱୀପର ଲୋକମାନଙ୍କୁ ଉଦାରତାପୂର୍ଣ୍ଣ ଆତିଥେୟତା ପାଇଁଧନ୍ୟବାଦ ଜଣାଉଛି ।

ଭାରତ–ମାଳଦ୍ୱୀପ ସମ୍ପର୍କ ଅମର ରହୁ ।

ଦିବେହି ରାଜ୍ଜେ ଆ ଇଣ୍ଡିୟାଗେ ରାହମେଥେରୀଖନ ଅବଦହ ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Fiscally fit: The counterintuitive move that helped India tame inflation

Media Coverage

Fiscally fit: The counterintuitive move that helped India tame inflation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of benevolent actions and welfare of others
August 19, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that the true fulfilment of human life lies in constantly working for the welfare and well-being of other living beings.

The Prime Minister shared a Sanskrit Subhashitam-

“एतावज्जन्मसाफल्यं देहिनामिह देहिषु।
प्राणैरर्थैर्धिया वाचा श्रेय एवाचरेत्सदा॥”

The Subhashitam conveys that the ultimate fulfillment of human life in this world lies in constantly performing benevolent and welfare-oriented actions toward other living beings through one's physical capabilities, wealth, intellect, and speech.

The Prime Minister wrote on X;

“एतावज्जन्मसाफल्यं देहिनामिह देहिषु।

प्राणैरर्थैर्धिया वाचा श्रेय एवाचरेत्सदा॥”