ଗଣତନ୍ତ୍ର ଏବଂ ଆଇନର ଶାସନ ପ୍ରତି ମୌଳିକ ବିଶ୍ୱାସ ଆଧାରରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଗଢ଼ି ଉଠିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଆନ୍ତଃସରକାରୀ ପରାମର୍ଶର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ଭାରତ ଏବଂ ଜର୍ମାନୀ ମଧ୍ୟରେ ବିଭିନ୍ନ କ୍ଷେତ୍ର ଯଥା ନୂତନ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି, ଇ-ପରିବହନ, ଇନ୍ଧନ ସେଲ ପ୍ରଯୁକ୍ତି, ସ୍ମାର୍ଟ ସିଟି, ଅନ୍ତର୍ଦେଶୀୟ ଜଳପଥ, ଉପକୂଳ ପରିଚାଳନା, ନଦୀ ସଫେଇ, ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସଦୃଢ଼ ହୋଇପାରିଛି ।

ଆଜି ନୂଆଦିଲ୍ଲୀଠାରେ ଜର୍ମାନ ଚାନ୍ସେଲରଙ୍କ ସହିତ ଏକ ମିଳିତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନୀ ବିବୃତି ରଖି ଏହା କହିଥିଲେ ।

ଜର୍ମାନୀ ଚାନ୍ସେଲର ଡ. ଆଞ୍ଜେଲା ମର୍କେଲ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ଦଳକୁ ଭାରତରେ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ-ଜର୍ମାନୀ ସମ୍ପର୍କକୁ ସୁଦୃଢ଼ କରିବାରେ ଚାନ୍ସେଲର ମର୍କେଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ରପ୍ତାନି ନିୟନ୍ତ୍ରଣ ପ୍ରଣାଳୀ ଏବଂ ଅନ୍ୟ ଅନ୍ତର୍ଜାତୀୟ ମଂଚରେ ଭାରତର ସଦସ୍ୟତା ପ୍ରତି ଜର୍ମାନୀର ସମର୍ଥନ ପାଇଁ ଆମେ କୃତଜ୍ଞ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ, ମିଳିତ ଜାତିସଂଘ, ସୁରକ୍ଷା ପରିଷଦ ଏବଂ ଅନ୍ୟ ଅନ୍ତର୍ଜାତୀୟ ମଂଚରେ ଯଥାଶୀଘ୍ର ସଂସ୍କାର ଆଣିବାକୁ ଦୁଇ ରାଷ୍ଟ୍ର ପାରସ୍ପରିକ ସହଯୋଗ ଜାରି ରଖିବେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi