ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଶହୀଦଙ୍କ ଶବ୍ଦାବଳୀ ଲୋକ କଲ୍ୟାଣ ମାର୍ଗ, ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ, ପାଞ୍ଚ ଖଣ୍ଡର ଏହି ଶବ୍ଦାବଳିରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ, 1857ରୁ ଭାରତର ସ୍ୱାଧୀନତା, 1947 ପର୍ଯ୍ୟନ୍ତ ହୋଇଥିବା ଶହୀଦମାନଙ୍କ ସଂପର୍କରେ ସୂଚନା ମିଳିପାରିବ । ଜାଲିଆନାୱାଲାବାଗ ନରସଂହାର, ଅସହଯୋଗ ଆନ୍ଦୋଳନ, ଭାରତଛାଡ଼ ଆନ୍ଦୋଳନ ଏବଂ ଆଜାଦ ହିନ୍ଦ ଫୌଜର ଶହୀଦ ହୋଇଥିବା ସୈନିକଙ୍କ ସଂପର୍କରେ ଶବ୍ଦାବଳିରେ ଉଲ୍ଲେଖ ରହିଛି । ଶହୀଦମାନଙ୍କ ନାମକୁ ତାଲିକାଭୁକ୍ତ କରିବା ପାଇଁ ପ୍ରଥମ ଥର ପାଇଁ ଏପରି ଉଦ୍ୟମ ହୋଇଛି । ଶବ୍ଦାବଳି ପ୍ରସ୍ତୁତିରେ ଜଡ଼ିତ ବ୍ୟକ୍ତିମାନଙ୍କୁ ସେ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେଉଁ ଦେଶ ନିଜ ସ୍ରଷ୍ଟା ତଥା ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ସମ୍ମାନ ଦିଏ ନାହିଁ କିମ୍ବା ମନେ ପକାଏ ନାହିଁ ସେ ଦେଶର ଭବିଷ୍ୟତ ସୁରକ୍ଷିତ ନୁହେଁ । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଶହୀଦ ଶବ୍ଦାବଳି କେବଳ ବିଗତ ଦିନକୁ ମନେ ପକାଇ ଦେବା ନାହିଁ ବରଂ ଭବିଷ୍ୟତକୁ ସୁରକ୍ଷିତ ରଖିବାର ମାଧ୍ୟମ ପାଲଟିବ । ଯୁବ ବର୍ଗ ଶହୀଦମାନଙ୍କ ସଂପର୍କରେ ଜାଣିବା ଜରୁରି ବୋଲି ସେ କହିଛନ୍ତି ।

 

କେନ୍ଦ୍ର ସରକାର ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କ ବୀରତ୍ୱପୂର୍ଣ୍ଣ ଗାଥାକୁ ସାଇତି ରଖିବା ତଥା ମନେ ପକାଇବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଏହା ପରବର୍ତ୍ତୀ ପିଢ଼ି ଉପରେ ଅନୁକୂଳ ପ୍ରଭାବ ପକାଇବ ଓ ସେମାନେ ଭାରତ ପ୍ରଥମ ବୋଲି ଚିନ୍ତା କରିବାକୁ ପ୍ରୋତ୍ସାହିତ ହେବେ ।

ପ୍ରଧାନମନ୍ତ୍ରୀ କହିଥିଲେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଭାରତରେ ଯୁଦ୍ଧ ସ୍ମାରକଟିଏ ନଥିଲା । ନିକଟରେ ଜାତୀୟ ଯୁଦ୍ଧ ସ୍ମାରକକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ ହୋଇଛି । ସେହିଭଳି ଜାତୀୟ ପୁଲିସ ସ୍ମାରକ ନିର୍ମିତ ହୋଇଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିରେ ବିଶ୍ୱର ଦୀର୍ଘତମ ଷ୍ଟାଚ୍ୟୁ, ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣ ହୋଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଜାଦ ହିନ୍ଦ ଫୌଜ ସ୍ମୃତିରେ ଲାଲ କିଲ୍ଲାରେ କ୍ରାନ୍ତି ମନ୍ଦିର ସ୍ଥାପିତ ହୋଇଛି । ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ଆଦିବାସୀ ବୀରମାନଙ୍କ ବୀରତ୍ୱପୂର୍ଣ୍ଣ ଗାଥା ସ୍ମରଣ କରିବା ପାଇଁ ମ୍ୟୁଜିୟମ ନିର୍ମାଣ ହେଉଛି ବୋଲି ସେ କହିଛନ୍ତି ।

କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡଃ ମହେଶ ଶର୍ମା ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସଂସ୍କୃତି ମାନ୍ୟତାପ୍ରାପ୍ତ ଶହୀଦ ଶବ୍ଦାବଳି ସଂଯୋଜନା ପ୍ରକଳ୍ପ 1857 ବିପ୍ଳବର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଇଣ୍ଡିଆନ କାଉନସିଲ ଅଫ ହିଷ୍ଟୋରିକାଲ ରିସର୍ଚ (ଆଇସିଏଚଆର)ଦ୍ୱାରା ସଂପାଦିତ ହୋଇଛି । ଶବ୍ଦାବଳିରେ ଦେଶର ମୁକ୍ତି ପାଇଁ ଆନ୍ଦୋଳନରତ ଅବସ୍ଥା, ଜେଲରେ, କିମ୍ବା ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ଶହୀଦ ସଂଜ୍ଞା ପ୍ରଦାନ କରାଯାଇଛି । ବ୍ରିଟିଶଙ୍କ ସହ ଲଢ଼ି ପ୍ରାଣ ହରାଇଥିବା ପୂର୍ବ ଆଇଏନଏ ଓ ପୂର୍ବ ସୈନିକ ଏଥିରେ ସ୍ଥାନ ପାଇଛନ୍ତି ।

1857 ବିଦ୍ରୋହ, 1919 ଜାଲିଆନାୱାଲାବାଗ ନରସଂହାର, ଅସହଯୋଗ ଆନ୍ଦୋଳନ (1920-22), ଆଇନ ଅମାନ୍ୟ ଆନ୍ଦୋଳନ (1930-34), ଭାରତଛାଡ ଆନ୍ଦୋଳନ (1942-44), ବିପ୍ଲବୀ ଆନ୍ଦୋଳନ (1915-34), କୃଷକ ଆନ୍ଦୋଳନ, ଆଦିବାସୀ ଆନ୍ଦୋଳନ, ପ୍ରଜାମଣ୍ଡଳ ଆନ୍ଦୋଳନ, ଆଇଏନଏ (1943-45), ରୟାଲ ଇଣ୍ଡିଆନ ଆର୍ମି ବିଦ୍ରୋହ (1946)ର ଶହୀଦଙ୍କ ସମେତ 13,500 ଶହୀଦଙ୍କ ସଂପର୍କରେ ଶବ୍ଦାବଳିରେ ଉଲ୍ଲେଖ ରହିଛି ।

 

 

ପାଞ୍ଚଟି ଖଣ୍ଡରେ ଏହା ପ୍ରକାଶିତ ହେବ ।

1. ଶହୀଦ ଶବ୍ଦାବଳି : ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଖଣ୍ଡ-1, ଭାଗ-1 ଓ 2 । ଏଥିରେ ଦିଲ୍ଲୀ, ହରିଆନା, ପଞ୍ଜାବ, ହିମାଚଳ ପ୍ରଦେଶର 4400ରୁ ଅଧିକ ଶହୀଦଙ୍କ ବିବରଣୀ ରହିଛି ।

2. ସହିଦ୍ ଶବ୍ଦାବଳି : ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଖଣ୍ଡ-2, ଭାଗ-1 ଓ 2 । ଏଥିରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଜାମ୍ମୁ ଓ କାଶ୍ମୀରର 3500ରୁ ଅଧିକ ଶହୀଦଙ୍କ ବିବରଣୀ ରହିଛି ।

3. ଶହୀଦ ଶବ୍ଦାବଳି : ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଖଣ୍ଡ-3 । ଏଥିରେ ମହାରାଷ୍ଟ୍ର, ଗୁଜୁରାଟ ଓ ସିନ୍ଧର 1400ରୁ ଅଧିକ ଶହୀଦଙ୍କ ବିବରଣୀ ରହିଛି ।

4. ଶହୀଦ ଶବ୍ଦାବଳି : ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଖଣ୍ଡ-4 । ଏଥିରେ ବେଙ୍ଗଲ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରାର 3300ରୁ ଅଧିକ ଶହୀଦଙ୍କ ବିବରଣୀ ରହିଛି ।

5. ଶହୀଦ ଶବ୍ଦାବଳି : ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଖଣ୍ଡ-5 । ଏଥିରେ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳର 1450ରୁ ଅଧିକ ଶହୀଦଙ୍କ ବିବରଣୀ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership