‘ପରୀକ୍ଷା ପେ ଚର୍ଚ୍ଚା 2021’ ପ୍ରତିଯୋଗିତା ପାଇଁ ନିଜକୁ ପଞ୍ଜିକରଣ କରନ୍ତୁ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏକ ସ୍ୱତନ୍ତ୍ର ସୁଯୋଗ ପାଆନ୍ତୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା 2021’ ସମୟରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ । ଏଥର ଏହି କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଅନଲାଇନ୍ ହେବ ଏବଂ ସମଗ୍ର ବିଶ୍ୱରୁ ଛାତ୍ରମାନଙ୍କ ପାଇଁ ଖୋଲା ରହିବ | ସେମାନେ କିପରି ପରୀକ୍ଷା ଚାପକୁ ଦୂର କରିପାରିବେ ସେନେଇ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ‘ପରୀକ୍ଷା ପେ ଚର୍ଚ୍ଚା 2021’ ପ୍ରତିଯୋଗିତାରେ ଭାଗ ନେବାକୁ ଆହ୍ୱାନ କରିଛନ୍ତି।

‘ପରୀକ୍ଷା ପେ ଚର୍ଚ୍ଚା 2021’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଆମନ୍ତ୍ରଣ କରି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି , “ଆମର ସାହସୀ ଏକ୍ଜାମ ଓ୍ବାରିଅରମାନେ ସେମାନଙ୍କର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ‘ପରୀକ୍ଷା ପେ ଚର୍ଚ୍ଚା 2021’ ଆସୁଛି। ଚଳିତ ଥର ଏହା ସମ୍ପୂର୍ଣ୍ଣ ଅନଲାଇନ ଏବଂ ସାରା ବିଶ୍ବର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ମୁକ୍ତ ରହିଛି। ଆସନ୍ତୁ, ସ୍ମିତହାସ୍ୟ ଏବଂ ଚାପମୁକ୍ତ ହୋଇ ପରୀକ୍ଷା ଦେବା! "

‘ପରୀକ୍ଷା ପେ ଚର୍ଚ୍ଚା 2021’ ପାଇଁ ଭାରି ଉତ୍ସାହ

ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ କେବଳ ‘ପରୀକ୍ଷା ପେ ଚର୍ଚ୍ଚା 2021’ ରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହ ନୁହଁନ୍ତି , ବରଂ ଚାପମୁକ୍ତ ପରିବେଶରେ ପରୀକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ବହୁମୂଲ୍ୟ ପରାମର୍ଶ ପାଇବାକୁ ମଧ୍ୟ ଉତ୍ସାହିତ ଅଛନ୍ତି । ଆପଣମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇପାରିବେ, ତାଙ୍କଠାରୁ  ମୂଲ୍ୟବାନ ପରାମର୍ଶ ପାଇପାରିବେ ।

‘ପରୀକ୍ଷା ପେ ଚର୍ଚ୍ଚା 2021’ ପ୍ରତିଯୋଗିତାରେ କିପରି ଅଂଶଗ୍ରହଣ କରିବେ?

‘ପରୀକ୍ଷା ପେ ଚର୍ଚ୍ଚା 2021’ ରେ ଭାଗ ନେବାକୁ, ନିଜକୁ MyGov ପ୍ଲାଟଫର୍ମରେ ପଞ୍ଜିକରଣ କରାନ୍ତୁ । ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଏକ ପ୍ରତିଯୋଗିତା ମାଧ୍ୟମରେ ପିପିସି 2021 ରେ ଦାଖଲ ଆଧାରରେ ଚୟନ କରାଯିବ । ପିପିସି 2021 ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ innovateindia.mygov.in/ppc-2021/ କୁ ଯାଆନ୍ତୁ ।

ପିପିସି 2021 ବିଜେତାମାନଙ୍କ ପାଇଁ ସ୍ୱତନ୍ତ୍ର ପୁରସ୍କାର…

ପିପିସି 2021 ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା 2021’ ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅଂଶଗ୍ରହଣକାରୀ ହେବା ପାଇଁ ଏକ ବିଶେଷ ସୁଯୋଗ ମିଳିବ । ପ୍ରତ୍ୟେକ ବିଜେତାଙ୍କୁ ଏକ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା 'ସାର୍ଟିଫିକେଟ୍ ଅଫ ଆପ୍ରିସିଏଶନ' ଏବଂ ତା'ସହିତ ଏକ ସ୍ୱତନ୍ତ୍ର 'ପରୀକ୍ଷା ପେ ଚର୍ଚ୍ଚା' କିଟ୍ ପ୍ରଦାନ କରାଯିବ!

ଜଣେ 'ଏଗଜାମ ୱାରିୟର୍ସ' ହୁଅନ୍ତୁ

'ପରୀକ୍ଷା ପେ ଚର୍ଚ୍ଚା' ବଡ଼ ଅଭିଯାନର ଏକ ଅଂଶ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 'ଏଗଜାମ ୱାରିୟର୍ସ' ଯୁବଗୋଷ୍ଠୀଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି କରିବ। ଏହି ପୁସ୍ତକ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷା ପ୍ରତି ଏକ ନୂତନ ଆଭିମୁଖ୍ୟ ବର୍ଣ୍ଣନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହିର ବାର୍ତ୍ତା ହେଉଛି - "ଶିକ୍ଷା ଏକ ସୁଖଦ, ପୂର୍ଣ୍ଣ ଏବଂ ଅସୀମ ଯାତ୍ରା ହେବା ଉଚିତ୍।" ନମୋ ଆପରେ ଥିବା 'ଏଗଜାମ ୱାରିୟର୍ସ ମଡ୍ୟୁଲ୍' ଏଗଜାମ ୱାରିୟର୍ସ ଅଭିଯାନ ରେ ଏକ ଇଣ୍ଟରାକ୍ଟିଭ୍ ଟେକ୍ନୋଲୋଜି ଉପାଦାନ ଯୋଡ଼ିଥାଏ ଏବଂ ପ୍ରଧାନମନ୍ତ୍ରୀ ୱାରିୟର୍ସ ପୁସ୍ତକରେ ଲେଖିଥିବା ପ୍ରତ୍ୟେକ ମନ୍ତ୍ରର ମୂଳ ବାର୍ତ୍ତା ଯୋଗାଯୋଗ କରିଥାଏ ।

ପୁସ୍ତକ ‘ଏଗଜାମ ୱାରିୟର୍ସ’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ 25ଟି ମନ୍ତ୍ର ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ ଉଦ୍ବେଗକୁ ମୁକାବିଲା କରିବାରେ ସାହାଯ୍ୟ କରିବ। “ଜଣେ ଯୋଦ୍ଧା ହୁଅନ୍ତୁ, ଭୟାଳୁ ହୁଅନ୍ତୁ ନାହିଁ”, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୁସ୍ତକରେ ଗୁରୁତ୍ୱାରୋପ କରିଛନ୍ତି। ପୁସ୍ତକର ଗୋଟିଏ ମନ୍ତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ଅନୁସରଣ କରିବାକୁ କହିଛନ୍ତି ଏବଂ ମାର୍କ ସ୍ୱୟଂଚାଳିତ ଭାବରେ ଅନୁସରଣ ହେବ। ଜ୍ଞାନ ଆହରଣର ଯାତ୍ରାକୁ ଏକ ପୁରସ୍କାରପ୍ରଦ ଅଭିଜ୍ଞତା ବୋଲି କହି, ଗୋଟିଏ ଅଧ୍ୟାୟ ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ଆହରଣର ଆବଶ୍ୟକତା ଉପରେ ଧ୍ୟାନ ଦେଇଛନ୍ତି ଯାହା ଦ୍ୱାରା କୌଣସି ପ୍ରଶ୍ନ ସେମାନଙ୍କ ପାଇଁ କଠିନ ମନେ ହେବ ନାହିଁ ।

'ପରୀକ୍ଷା ପେ ଚର୍ଚ୍ଚା' ର ପ୍ରଥମ ସଂସ୍କରଣ 16 ଫେବୃଆରୀ 2018 ରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ଦ୍ୱିତୀୟ ସଂସ୍କରଣ ମଧ୍ୟ ଜାନୁଆରୀ 29, 2019 ରେ ତାଲକଟୋରା ଷ୍ଟାଡିୟମରେ ଏବଂ ତୃତୀୟ ସଂସ୍କରଣ ଜାନୁଆରୀ 20, 2020 ରେ ଆୟୋଜିତ ହୋଇଥିଲା ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Exports may hit $1 Tn in FY27 on new trade deals, tariff cuts

Media Coverage

Exports may hit $1 Tn in FY27 on new trade deals, tariff cuts
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 10, 2026
February 10, 2026

Stable Banks, Soaring Growth, Sectoral Wins: Celebrating India's Unstoppable Rise in 2026 Under PM Modi