ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ପ୍ରଶାସନିକ ଆୟୋଜନର ସମୀକ୍ଷା କରିଛନ୍ତି
ଜି୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ବିଭାଗ 'ସମ୍ପୂର୍ଣ୍ଣ ସରକାର' ଆଭିମୁଖ୍ୟ ନେଇ କାର୍ଯ୍ୟ କରନ୍ତୁ : ଡକ୍ଟର ପି.କେ. ମିଶ୍ର
ବିଭିନ୍ନ ସଂସ୍ଥାର କାର୍ଯ୍ୟକୁ ସୁଗମ ଓ ସମନ୍ବିତ କରିବା ପାଇଁ ସମ୍ମିଳନୀ ସ୍ଥଳରେ ଡ୍ରାଏ ରନ୍ ଏବଂ ମକ୍ ଏକ୍ସରସାଇଜ ଆୟୋଜନ ହେବ

ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଷଷ୍ଠ ସମନ୍ୱୟ କମିଟିର ବୈଠକ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଆନ୍ତର୍ଜାତୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀ କକ୍ଷ (ଆଇଇସିସି) ରେ ଅନୁଷ୍ଠିତ ହୋଇଥିଲା । ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ୯ ଓ ୧୦ ସେପ୍ଟେମ୍ବର, ୨୦୨୩ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀ ସହ ଜଡିତ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ଏହି ପରିପ୍ରେକ୍ଷୀରେ, ସମ୍ମିଳନୀ ସ୍ଥଳରେ ପ୍ରୋଟୋକଲ୍‌, ସୁରକ୍ଷା, ବିମାନବନ୍ଦର ସହିତ ସମନ୍ୱୟ, ଗଣମାଧ୍ୟମ, ଭିତ୍ତିଭୂମି ନବୀକରଣ ଏବଂ ଦିଲ୍ଲୀ ଏବଂ ପଡୋଶୀ ରାଜ୍ୟଗୁଡିକର ସ୍ଥିତି ଇତ୍ୟାଦି ସମ୍ବନ୍ଧରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ଡକ୍ଟର ମିଶ୍ର ସମସ୍ତ ବିଭାଗକୁ ଭେଟିବା ସହିତ ଜି୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଏକ 'ସମ୍ପୂର୍ଣ୍ଣ ସରକାର' ଆଭିମୁଖ୍ୟରେ କାର୍ଯ୍ୟ କରିବାକୁ କହିଛନ୍ତି ।

କମିଟି ସଦସ୍ୟମାନେ ବିଭିନ୍ନ ବୈଠକ ପାଇଁ ପ୍ରସ୍ତାବିତ ସ୍ଥାନଗୁଡିକ ପରିଦର୍ଶନ କରିଥିଲେ ଏବଂ ସମସ୍ତ ସୂଚନା ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ । ଡ୍ରାଏ ରନ୍ / ମକ୍ ଏକ୍ସରସାଇଜ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ବିଭିନ୍ନ ସଂସ୍ଥାଗୁଡିକ ନିରନ୍ତର ଭାବରେ କାର୍ଯ୍ୟ କରିବେ । କମିଟି ଆଗାମୀ ଜି -୨୦ ଶିଖର ସମ୍ମିଳନୀ ପାଇଁ ବିଭିନ୍ନ ପ୍ରସ୍ତୁତି ଦିଗରେ କାର୍ଯ୍ୟ ପାଇଁ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନାମା ପ୍ରଦାନ କରିଛି ଏବଂ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପୁନଃ ସମୀକ୍ଷା ପାଇଁ ପୁଣି ଥରେ ଡକାଇବାକୁ ନିଷ୍ପତ୍ତି ନେଇଛି ।

ସମନ୍ୱୟ କମିଟିର ବୈଠକ ଏପର୍ଯ୍ୟନ୍ତ ଅନୁଷ୍ଠିତ ଜି୨୦ ବୈଠକ ଏବଂ ଭାରତର ଜି୨୦ ଅଧ୍ୟକ୍ଷତାରେ ଧାର୍ଯ୍ୟ ଅବଶିଷ୍ଟ ବୈଠକର ସମୀକ୍ଷା ପାଇଁ ଏକ ସୁଯୋଗ ପ୍ରଦାନ କରିଛି । କମିଟି ଉଲ୍ଲେଖ କରିଛି ଯେ ଭାରତର ଜି -୨୦ ଅଧ୍ୟକ୍ଷତା ପାଇଁ ଏହା ଆଜି ପର୍ଯ୍ୟନ୍ତ ଦେଶର ୫୫ ଟି ବିଭିନ୍ନ ସ୍ଥାନରେ ୧୭୦ ଟି ବୈଠକ ଆୟୋଜନ କରିଛି । ୨୦୨୩ ଜୁଲାଇ ଏବଂ ଅଗଷ୍ଟ ମାସରେ ଅନେକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଜି -୨୦ ର ଭାରତର ଅଧ୍ୟକ୍ଷତା ସହ ଜଡିତ ସମସ୍ତ ପ୍ରସ୍ତୁତି ତଥା ବ୍ୟବସ୍ଥାର ତଦାରଖ କରିବାକୁ କ୍ୟାବିନେଟ୍ ଦ୍ୱାରା ସମନ୍ୱୟ କମିଟିକୁ ଅନୁମତି ଦିଆଯାଇଛି । ଆଜି ପର୍ଯ୍ୟନ୍ତ ସମନ୍ୱୟ କମିଟିର ପାଞ୍ଚଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ବ୍ୟତୀତ ଭାରତର ଜି -୨୦ ଅଧ୍ୟକ୍ଷତା ସହ ଜଡିତ ର୍ନିଦ୍ଦିଷ୍ଟ ମହତ୍ତ୍ୱପୂର୍ଣ୍ଣ ତଥା କାର୍ଯ୍ୟକ୍ରମର ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନେକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏନଏସଏ, ଶ୍ରୀ ଅଜିତ ଡୋଭାଲ, ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ଶ୍ରୀ ଭି.କେ. ସାକସେନା, କ୍ୟାବିନେଟ୍‍ ସଚିବ ଶ୍ରୀ ରାଜୀବ ଗୌବା ପ୍ରମୁଖ ଉପସ୍ଥିତ ଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nagaland gets its first natural gas supply via National Gas Grid

Media Coverage

Nagaland gets its first natural gas supply via National Gas Grid
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2026
August 19, 2026

Defence to Diamonds: How PM Modi’s Vision Turned India into a Global Capability Hub