‘‘ବୃଦ୍ଧିଶୀଳ ପରିବର୍ତ୍ତନର ସମୟ ବିତିସାରିଛି। ଆମକୁ ସ୍ଥାନୀୟ, ଜାତୀୟ ଏବଂ ବିଶ୍ୱ ପ୍ରଣାଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି’’
‘‘ଭାରତରେ ଆମେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଅର୍ଥବିନିଯୋଗ ପଦ୍ଧତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛୁ’’
‘‘ ‘ମୁକାବିଲା ପାଇଁ ପ୍ରସ୍ତୁତି’ ଭଳି ଆମକୁ ‘ପୁନରୁଦ୍ଧାର ପାଇଁ ପ୍ରସ୍ତୁତି’ ଉପରେ ଜୋର୍‌ ଦେବାର ଆବଶ୍ୟକତା ରହିଛି’’

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର ଆଜି ଚେନ୍ନାଇ ଠାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକକୁ ସମ୍ବୋଧିତ କରିଛନ୍ତି ।

ଶ୍ରୀ ମିଶ୍ର ଚଳିତ ବର୍ଷ ଗାନ୍ଧୀ ନଗର ଠାରେ ଆୟୋଜିତ କାର୍ଯ୍ୟଗୋଷ୍ଠୀର ପ୍ରଥମ ବୈଠକ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ସେବେଠାରୁ ବର୍ତ୍ତମାନ ସୁଦ୍ଧା ବ୍ୟାପକ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟ ହୋଇସାରିଛି । ସେ ସମ୍ପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଭୀଷଣ ଗ୍ରୀଷ୍ମ ଲହରୀ, କାନାଡା ଜଙ୍ଗଲରେ ନିଆଁ ଏବଂ ଏହାପରେ ଉତ୍ତର ଆମେରିକାର ବିଭିନ୍ନ ଭାଗରେ ସହରଗୁଡ଼ିକୁ ପ୍ରଭାବିତ କରୁଥିବା କୁହୁଡ଼ି ଏବଂ ଭାରତର ପୂର୍ବ ଓ ପଶ୍ଚିମ ଉପରେ ବଡ଼ ବାତ୍ୟା ଆଦିର ଉଦାହରଣ ଦେଇଥିଲେ । ୪୫ ବର୍ଷ ମଧ୍ୟରେ ଦିଲ୍ଲୀରେ ସବୁଠୁ ବଡ଼ ବନ୍ୟା ହୋଇଥିବା ପ୍ରମୁଖ ସଚିବ କହିଥିଲେ ।

ପ୍ରମୁଖ ସଚିବ ଜୋର ଦେଇ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟର ପ୍ରଭାବ ବହୁତ ବ୍ୟାପକ ଏବଂ ପ୍ରକୃତି ସହ ଆପୋସ ଭାବେ ଜଡ଼ିତ, ଏହାର ପ୍ରଭାବ ବର୍ତ୍ତମାନ ସୁଦ୍ଧା ଆମେ ଅନୁଭବ କରିସାରିଲୁଣି । ବିଶ୍ୱ ସମ୍ମୁଖରେ ଦେଖା ଦେଉଥିବା ଆହ୍ୱାନ ଏବଂ ସମ୍ପୂର୍ଣ୍ଣ ପୃଥିବୀକୁ ପ୍ରଭାବିତ କରୁଥିବା ଜଳବାୟୁ ପରିବର୍ତ୍ତନକୁ ଧ୍ୟାନରେ ରଖି, ପ୍ରମୁଖ ସଚିବ ଜି୨୦ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ମହତ୍ୱ ଉପରେ ଆଲୋକପାତ କରିଥିଲେ । ତେବେ ଗୋଷ୍ଠୀ ବିଶେଷ ଅଗ୍ରଗତି ହାସଲ କରିଛି ଏବଂ ଭଲ ଧାରାରେ ରହିଛି ବୋଲି ପ୍ରମୁଖ ସଚିବ କହିଥିଲେ । ବିଶ୍ୱ ସମ୍ମୁଖରେ ଆସୁଥିବା ସମସ୍ୟା ଦୂର କରିବା ଲାଗି ମହତ୍ୱାକାଂକ୍ଷୀ ହେବା ଉପରେ ସେ ଜୋର ଦେଇଥିଲେ । ସେ କହିଥିଲେ ଯେ, ବୃଦ୍ଧିଶୀଳ ପରିବର୍ତ୍ତନର ସମୟ ବିତିସାରିଛି। ଆମକୁ ସ୍ଥାନୀୟ, ଜାତୀୟ ଏବଂ ବିଶ୍ୱ ପ୍ରଣାଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଯାହାଫଳରେ ଏକ ନୂଆ ବିପର୍ଯ୍ୟୟ ବିପତ୍ତିକୁ ରୋକିବା ସହିତ ପୂର୍ବର ବିପତ୍ତି ମୁକାବିଲା କରିବା ନିମନ୍ତେ ଏକ ବ୍ୟବସ୍ଥା ସୃଷ୍ଟି ହୋଇପାରିବ ।

ଜାତୀୟ ଓ ବିଶ୍ୱସ୍ତରୀୟ ପ୍ରୟାସରେ ସମନ୍ୱୟ ଆଣିବା ଲାଗି ସାମୂହିକ ପ୍ରୟାସକୁ ଆହୁରି ବ୍ୟାପକ କରିବା ଉପରେ ଶ୍ରୀ ମିଶ୍ର ଜୋର ଦେଇଥିଲେ । ସଂକୀର୍ଣ୍ଣ ସଂସ୍ଥାଗତ ଦୃଷ୍ଟିକୋଣ ଦ୍ୱାରା ପରିଚାଳିକ ଖଣ୍ଡିତ ପ୍ରୟାସ ପରିବର୍ତ୍ତେ ସମସ୍ୟା ସମାଧାନ ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ଆପଣାଇବା ଲାଗି ସେ ପରାମର୍ଶ ଦେଇଥିଲେ । ‘‘ସମସ୍ତଙ୍କ ପାଇଁ ଆଗୁଆ ଚେତାବନୀ’’ କାର୍ଯ୍ୟକ୍ରମ ପାଇଁ ମିଳିତ ଜାତିସଂଘ ମହାସଚିବଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ‘‘ଆଗୁଆ ଚେତାବନୀ ଓ ଆଗୁଆ ପଦକ୍ଷେପ’’କୁ ଜି୨୦ ପାଞ୍ଚଟି ପ୍ରାଥମିକତା ମଧ୍ୟରୁ ଗୋଟିଏ ଭାବେ ଗ୍ରହଣ କରିଛି ଏବଂ ଏଥିପାଇଁ ବିଶେଷ ଜୋର ଦେଉଛି ।

ବିବର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ସବୁ ଦିଗରୁ ଢାଞ୍ଚାଗତ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉପରେ ପ୍ରମୁଖ ସଚିବ ଜୋର ଦେଇଥିଲେ । ସେ କହିଥିଲେ, ଗତ କିଛି ବର୍ଷ ମଧ୍ୟରେ ଭାରତରେ ଆମେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଅର୍ଥବିନିଯୋଗ ପଦ୍ଧତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛୁ । କେବଳ ବିପର୍ଯ୍ୟୟ ମୁକାବିଲା ନୁହେଁ ବରଂ ବିପର୍ଯ୍ୟୟ ପ୍ରଶମନ, ପ୍ରସ୍ତୁତି ଓ ପୁନରୁଦ୍ଧାର ପାଇଁ ଆମେ ଏକ ଆକଳନଯୋଗ୍ୟ ବ୍ୟବସ୍ଥା ପ୍ରତିଷ୍ଠା କରିଛୁ । ବିଶ୍ୱସ୍ତରରେ ଆମେ ଏପରି ବ୍ୟବସ୍ଥା କରିପାରିବା ନାହିଁ କି? ବୋଲି ସେ ପ୍ରଶ୍ନ କରିଥିଲେ । ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠିଯୋଗାଣର ସବୁ କ୍ଷେତ୍ରରେ ସମନ୍ୱୟ ଆଣିବା ଉପରେ ସେ ଜୋର ଦେଇଥିଲେ । ସେ କହିଥିଲେ ଯେ ଜଳବାୟୁ ପାଣ୍ଠି ଯୋଗାଣକୁ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠି ଯୋଗାଣର ଏକ ପ୍ରମୁଖ ଅଙ୍ଗ ଭାବେ ସାମିଲ କରାଯିବା ଉଚିତ୍‌ । ଏ କ୍ଷେତ୍ରରେ ଘରୋଇ ପାଣ୍ଠି ଯୋଗାଣ ପାଇଁ ବ୍ୟବସ୍ଥା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମିଶ୍ର ପ୍ରଶ୍ନ ଛଳରେ କହିଥିଲେ, ‘‘ସରକାର ଘରୋଇ ପାଣ୍ଠିଯୋଗାଣକୁ ଆକୃଷ୍ଟ କରିବା ଲାଗି କିଭଳି ପରିବେଶ ସୃଷ୍ଟି କରିବା ଉଚିତ? ଜି-୨୦ ଏ ଦିଗରେ କିପରି କାର୍ଯ୍ୟ କରିପାରିବ ଏବଂ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଣ୍ଠି ଯୋଗାଣକୁ କେବଳ କର୍ପୋରେଟ୍‌ ସାମାଜିକ ଉତ୍ତରଦାୟିତ୍ୱର ଅଭିବ୍ୟକ୍ତି ନୁହେଁ ବରଂ ସଂସ୍ଥାର ପ୍ରମୁଖ କାର୍ଯ୍ୟ ଭାବେ ଗ୍ରହଣ କରାଯାଇପାରିବ?’’

ଜି୨୦ ରାଷ୍ଟ୍ର, ମିଳିତ ଜାତିସଂଘ ଓ ଅନ୍ୟମାନଙ୍କ ସହଭାଗିତାରେ କିଛି ବର୍ଷ ପୂର୍ବରୁ ଗଠନ କରାଯାଇଥିବା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ମେଣ୍ଟର ଲାଭ ଉପରେ ପ୍ରମୁଖ ସଚିବ ଆଲୋକପାତ କରିଥିଲେ । ମେଣ୍ଟର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ପ୍ରମୁଖ ସଚିବ କହିଥିଲେ ଯେ, ଏହା ଛୋଟ ଦ୍ୱୀପ ସମେତ ଅନ୍ୟ ଦେଶମାନଙ୍କୁ ଉନ୍ନତ ବିପତ୍ତି ଆକଳନ କରିବା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅଧିକ ବିପତ୍ତି ସଚେତନ ନିବେଶ କରିବା ଲାଗି ସଚେତନ କରିଥାଏ। 

‘ମୁକାବିଲା ପାଇଁ ପ୍ରସ୍ତୁତି’ ଭଳି ଆମକୁ ଆର୍ଥିକ ବ୍ୟବସ୍ଥା, ସଂସ୍ଥାଗତ ବ୍ୟବସ୍ଥା ଓ କ୍ଷମତା ନିର୍ମାଣ ଜରିଆରେ ‘ପୁନରୁଦ୍ଧାର ପାଇଁ ପ୍ରସ୍ତୁତି’ ଉପରେ ଜୋର୍‌ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ସଚିବ କହିଥିଲେ । 

କାର୍ଯ୍ୟଗୋଷ୍ଠୀର ପାଞ୍ଚଟି ପ୍ରାଥମିକତା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପର ଅଗ୍ରଗତିକୁ ନେଇ ପ୍ରମୁଖ ସଚିବ ସନ୍ତୋଷ ପ୍ରକାଶ କରିଥିଲେ । ଜି-୨୦ ଦେଶମାନଙ୍କ ପାଇଁ ବିପର୍ଯ୍ୟୟ ବିପତ୍ତି ହ୍ରାସ ଉପରେ ଅତି ସ୍ପଷ୍ଟ ଓ ରଣନୈତିକ ଏଜେଣ୍ଡା ଆଗକୁ ବଢ଼ୁଥିବା ସମ୍ପର୍କରେ ପ୍ରମୁଖ ସଚିବ ସୂଚନା ଦେଇଥିଲେ । ସମନ୍ୱୟ, ସହମତି ଏବଂ ସହଭାଗୀ ନିର୍ମାଣ ଭାବନା ନେଇ ଏହି କାର୍ଯ୍ୟଗୋଷ୍ଠୀ ଆଗକୁ ମଧ୍ୟ ବିଚାରବିମର୍ଶ ଜାରି ରଖିବ ବୋଲି ଶ୍ରୀ ମିଶ୍ର ବିଶ୍ୱାସ ପ୍ରକଟ କରିଥିଲେ।

ପୂର୍ବର ଜି୨୦ ଅଧ୍ୟକ୍ଷ ଇଣ୍ଡୋନେସିଆ, ଜାପାନ ଓ ମେକ୍ସିକୋ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା କାର୍ଯ୍ୟଧାରାକୁ ଭାରତ ଆଗେଇ ନେଉଥିବା ସେ କହିଥିଲେ । ପରବର୍ତ୍ତୀ ଅଧ୍ୟକ୍ଷ ବ୍ରାଜିଲ ମଧ୍ୟ ଏହାକୁ ଆଗେଇ ନେବ ବୋଲି ସେ ଆଶା ପ୍ରକଟ କରିଥିଲେ । 

ପ୍ରମୁଖ ସଚିବ କହିଥିଲେ ଯେ, ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ଗତ ଆଠ ମାସ ମଧ୍ୟରେ ଦେଶର ୫୬ଟି ସ୍ଥାନରେ ୧୭୭ଟି ବୈଠକ ଆୟୋଜନ କରାଯାଇଛି । ଏଥିରେ ସାରା ଦେଶ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ସେ କହିଥିଲେ ଯେ, ପ୍ରତିନିଧିମାନେ ଆଲୋଚନା ଓ ବୈଠକରେ ସକ୍ରିୟତାର ସହିତ ଭାଗ ନେବା ସହ ଭାରତର ସାମାଜିକ, ସାଂସ୍କୃତିକ ଓ ପ୍ରାକୃତିକ ବିବିଧତାକୁ ଉପଭୋଗ କରିପାରୁଛନ୍ତି । ଜି୨୦ ଲକ୍ଷ୍ୟ ପୂରଣ ଦିଗରେ ଯଥେଷ୍ଟ ପ୍ରଗତି ହୋଇଛି ଏବଂ ଆସନ୍ତା ଦେଢ଼ ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ନେତାମାନଙ୍କର ଶିଖର ସମ୍ମିଳନୀ ଏକ ଐତିହାସିକ ମୁହୂର୍ତ୍ତ ହେବ ବୋଲି ସେ କହିଥିଲେ । 

ମିଳିତ ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ପ୍ରତିନିଧି ମାମି ମିଜୁତୋରି, ଭାରତର ଜି୨୦ ଶେରପା ଅମିତାଭ କାନ୍ତ, ଜି୨୦ ସଦସ୍ୟ ଦେଶ, ନିମନ୍ତ୍ରିତ ଅତିଥି ଦେଶ, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି, କାର୍ଯ୍ୟ ଗୋଷ୍ଠୀର ଅଧ୍ୟକ୍ଷ କମଳ କିଶୋର, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's creator economy quadruples in five years as non-metro creators dominate growth: Report

Media Coverage

India's creator economy quadruples in five years as non-metro creators dominate growth: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.