ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପିକେ ମିଶ୍ର ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର 15ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ ।

ନିଜର ସମ୍ବୋଧନରେ ଡଃ ମିଶ୍ର ଏନଡିଏମଏର ଆରମ୍ଭ ସମୟରେ ଏହାସହିତ ନିଜର ସମ୍ବନ୍ଧକୁ ସ୍ମରଣ କରିଥିଲେ । ବିପର୍ଯ୍ୟୟ ପରିଚାଳନା ଦିଗରେ ଏନଡିଏମଏର ପ୍ରୟାସ ଏବଂ ପଦକ୍ଷେପକୁ ବ୍ୟାପକ ପରିଚୟ ମିଳୁଛି ବୋଲି ଡଃ ମିଶ୍ର କହିଥିଲେ । ସେ ବିବିଧ ଭାଗିଦାର ଓ ହିତାଧିକାରୀଙ୍କ ମଧ୍ୟରେ ଏହି ବିଷୟ ଉପରେ ସମ୍ମତି ସ୍ଥାପନ କରିବାରେ ଏନଡିଏମର ଭୂମିକାକୁ ପ୍ରଶଂସା କରିଥିଲେ ।

ଶ୍ରୀ ମିଶ୍ର ଦିବ୍ୟାଙ୍ଗତା-ସମାବେଶୀ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ମାର୍ଗଦର୍ଶିକା ଜାରି କରିବା ଏ ଦିଗରେ ଏକ ବଡ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ । ସେ କହିଲେ ଯେ ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ ସବକା ବିକାଶ’ ପରିପଳ୍ପନାକୁ ସାକାର କରିଥାଏ ତଥା ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କ ଆବଶ୍ୟକତାକୁ ପୁରଣ କରି ବିପର୍ଯ୍ୟୟକୁ ହ୍ରାସ କରିବା ନେଇ ଆମ ପ୍ରୟାସକୁ ଅଧିକ ସମାବେଶୀ କରିବାର ପ୍ରୟାସ କରିଥାଏ । ସେ ବିପର୍ଯ୍ୟୟ ହ୍ରାସକୁ ନିରନ୍ତର ବିକଶିତ ହେଉଥିବା ପ୍ରକ୍ରିୟା ବୋଲି କହିଥିଲେ ଏବଂ ଏନଡିଏମଏକୁ ଏହାର ପ୍ରକ୍ରିୟା ଓ ହସ୍ତକ୍ଷେପରେ ନିରନ୍ତର ସୁଧାର ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।

ଚଳିତ ବର୍ଷର ପ୍ରତିଷ୍ଠା ଦିବସର ବିଷୟ-‘ଅଗ୍ନି ସୁରକ୍ଷା’ ସମ୍ବନ୍ଧରେ ଚର୍ଚ୍ଚା କରି ସେ କହିଲେ ଯେ ଆମାଜାନର ଜଙ୍ଗଲରେ ଲାଗିଥିବା ବିନାଶକାରୀ ତଥା ସୁରତ ଅଗ୍ନିକାଣ୍ଡ ଭଳି ଘଟଣା କାରଣରୁ ନିକଟରେ ସମଗ୍ର ବିଶ୍ୱର ଧ୍ୟାନ ସେହି ଆଡକୁ ଆକୃଷ୍ଟ ହୋଇଥିଲା । ବିଶେଷକରି ସେ ସହରୀ କ୍ଷେତ୍ରରେ ଅଗ୍ନିକାଣ୍ଡର ବିପଦ କମ କରିବା ସମ୍ବନ୍ଧୀୟ ଯୋଜନା ନିର୍ମାଣ କରାଯିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଭିନ୍ନ-ଭିନ୍ନ ପ୍ରକାରର ଅଗ୍ନିକାଣ୍ଡ ଯେପରିକି-ଆବାସିକ, ବ୍ୟବସାୟିକ, ଗ୍ରାମୀଣ, ସହରୀ, ଔଦ୍ୟୋଗିକ ଏବଂ ଜଙ୍ଗଲ ନିଆଁ ପରି ଘଟଣାର ଉଲ୍ଲେଖ କରି ସେ କହିଲେ ଯେ ଏସବୁ ଭିନ୍ନ ଭିନ୍ନ ପ୍ରକାରର ଆହ୍ୱାନ ସୃଷ୍ଟି କରିଥା’ନ୍ତି ଏବଂ ଏସବୁର ମୁକାବିଲା କରିବା ପାଇଁ ମଧ୍ୟ ବିଶେଷ ରଣନୀତିର ଆବଶ୍ୟକତା ପଡିଥାଏ । ସେ ଅଗ୍ନିଶ୍ରମ କର୍ମଚାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ତଥା ସେମାନଙ୍କୁ ସଠିକ ରକ୍ଷାତ୍ମକ ଉପକରଣ ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଲେ ଯେ ସପିଙ୍ଗ କମ୍ପ୍ଲେକ୍ସ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ ଅଟ୍ଟାଳିକା ସହିତ ସମସ୍ତ ମହତ୍ୱପୂର୍ଣ୍ଣ ଅବସଂରଚନାଗୁଡ଼ିକୁ ଅଗ୍ନି ସୁରକ୍ଷା ଦୃଷ୍ଟିରୁ ନିୟମିତ ଭାବେ ପରୀକ୍ଷଣ କରାଯିବା ଆବଶ୍ୟକ ଏବଂ ଆବଶ୍ୟକ ଜରୁରୀ ଉପାୟ ପ୍ରାଥମିକତା ସହିତ କରାଯିବା ଆବଶ୍ୟକ ।

ସେ କହିଲେ ଯେ ବିଶେଷ କରି ବଡ ସହରମାନଙ୍କ ପାଇଁ ଏ ବିଷୟ ତ ଖାସ କରି ପ୍ରାସଙ୍ଗିକ, ଯେଉଁଠାରେ ନଗର ନିଗମର ଆଇନ ପାଳନ କରି ସୁରତ ଭଳି ଘଟଣାର ନିୟନ୍ତ୍ରଣ କରାଯାଇ ପାରିବ, ଯେଉଁଠାରେ ଏକ ବ୍ୟବସାୟିକ ପରିସରରେ ସ୍ଥିତ ଏକ କୋଚିଙ୍ଗ ସେଂଟରରେ ଲାଗିଥିବା ନିଆଁ ଫଳରେ ଅନେକ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଥିଲା ।

ଡଃ ମିଶ୍ର ଅଗ୍ନିରୁ ରକ୍ଷା, ସତର୍କ ଓ ପ୍ରତିକ୍ରିୟା ପାଇଁ ନବୀନତମ ପ୍ରାଦ୍ୟୋଗିକୀ ଏବଂ ଉପକରଣକୁ ସାମିଲ କରିବା ନେଇ ମୁମ୍ବାଇ ସହରର ପ୍ରୟାସକୁ ପ୍ରଶଂସା କରିଥିଲେ । ଏଥିରେ ଅଗ୍ନି ପ୍ରଶମନ କାର୍ଯ୍ୟ ପାଇଁ ଡ୍ରୋନ, ହ୍ୟାଣ୍ଡ-ହେଲ୍ଡ, ଲେଜର ଇନଫ୍ରା-ରେଡ କ୍ୟାମେରା ଏବଂ ଥର୍ମାଲ ଇମେଜିଂ କ୍ୟାମେରା ଯୁକ୍ତ ରିମୋର୍ଟ କଂଟ୍ରୋଲ ରୋବୋର୍ଟ ସାମିଲ ରହିଛି ।

ଅଗ୍ନିକାଣ୍ଡ ଭଳି ଘଟଣାର ମୁକାବିଲା କରିବା ନେଇ ସମୟର ମହତ୍ୱ ଉପରେ ଆଲୋଚନା କରି ସେ କହିଲେ ଯେ ମୁମ୍ବାଇ, ହାଇଦ୍ରାବାଦ ତଥା ଗୁରଗାଓଁରେ ବିକଶିତ ମୋବାଇଲ ଫାୟାର ଷ୍ଟେସନ କାର୍ଯ୍ୟଧାରାର ସମୟକୁ କମ କରିବା ହେଉଛି ନୂତନ ଉପାୟ । ସେ କହିଲେ ଯେ ସ୍ଥାନୀୟ ପ୍ରଶାସନକୁ ଅଗ୍ନିଶ୍ରମ ସେବା ସହିତ ସହଯୋଗ କରିବା ଆବଶ୍ୟକ ଏବଂ ମୁକାବିଲା କ୍ଷମତା ବୃଦ୍ଧି କରିବାରେ ସ୍ଥାନ ଅନୁକୂଳ ସମାଧାନ କରିବା ଆବଶ୍ୟକ ।

ଡଃ ମିଶ୍ର କହିଲେ ଯେ ପାଶ୍ଚାତ୍ୟ ଦେଶମାନଙ୍କରେ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିସ୍ଥିତି ସମୟରେ ଅଗ୍ନିଶ୍ରମ ସେବା ପ୍ରଥମ ପଂକ୍ତି ଭାବେ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ।

ସେ କହିଲେ ଯେ ଆମ ଅଗ୍ନିଶ୍ରମ ସେବାକୁ ଉନ୍ନତ କରିବା ନେଇ ବିଚାର କରିବା ଆବଶ୍ୟକ ଯାହାଫଳରେ କି ଅଗ୍ନିଶ୍ରମ ଦଳ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ପ୍ରଭାବିତ ସମୁଦାୟ ଦ୍ୱାରା ପଦକ୍ଷେପ ଉଠାଯିବା ପୂର୍ବରୁ କାର୍ଯ୍ୟକ୍ରମ ଆରମ୍ଭ କରିବେ । ସେ କହିଲେ ଯେ ସଚେତନତା ଅଭିଯାନ ସହିତ ସାମୁଦାୟିକ ସ୍ତରରେ ମକଡ୍ରିଲ କରାଯିବାର ଆବଶ୍ୟକତା ରହିଛି, ଯାହାଫଳରେ କି ଅଗ୍ନି ସୁରକ୍ଷା ସମସ୍ତଙ୍କ ଏଜେଣ୍ଡାରେ ସାମିଲ ହୋଇପାରିବ ।

ଅଗ୍ନିସେବା ଉପରେ 2012ରେ ଜାରି ମାର୍ଗଦର୍ଶିକା ଉପରେ ଧ୍ୟାନଦେବା ଏବଂ ଏହାର ଅଧ୍ୟୟନ କରିବାକୁ ସେ ଏନଡିଏମଏକୁ କହିଥିଲେ ।

ଅଗ୍ନି ସୁରକ୍ଷା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ଏବଂ ଆମେ ସମସ୍ତଙ୍କ ପାଇଁ ଅଗ୍ନି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏହି ଅବସରରେ ଉପସ୍ଥିତ ଗଣମାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଏନଡିଏମଏର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ତଥା ଅଗ୍ନି ସେବାର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister attends the Defence Investiture Ceremony 2026 (Phase-1)
June 08, 2026

Prime Minister Shri Narendra Modi today attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel.

The Prime Minister expressed pride in their extraordinary courage, commitment and selfless service to the nation.

The Prime Minister posted on X:

"Attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel. We are proud of their extraordinary courage, commitment and selfless service to the nation."