ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୫, ୨୦୨୨ ଅପରାହ୍ନ ୪.୩୦ରେ ସ୍ୱର୍ଗତ ଶ୍ରୀ ହରମୋହନ ସିଂହ ଯାଦବଙ୍କ ୧୦ମ ମୃତ୍ୟୁବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ ।  

ଶ୍ରୀ ହରମୋହନ ସିଂହ ଯାଦବ (ଅକ୍ଟୋବର ୧୮, ୧୯୨୧- ଜୁଲାଇ ୨୫ ୨୦୧୨) ଯାଦବ ସମାଜର ଜଣେ ଉତ୍ତୁଙ୍ଗ ନେତା ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ କୃଷକ, ପଛୁଆ ବର୍ଗ ଓ ସମାଜର ଅନ୍ୟ ବର୍ଗଙ୍କ ପ୍ରତି ସ୍ୱର୍ଗତ ନେତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରୁଛି ।

ଦୀର୍ଘବର୍ଷ ଧରି ଶ୍ରୀ ହରମୋହନ ସିଂହ ଯାଦବ ରାଜନୀତିରେ ସକ୍ରିୟ ରହି ଏମଏଲସି, ବିଧାୟକ, ରାଜ୍ୟସଭା ସଦସ୍ୟ ଓ ଅଖିଳ ଭାରତୀୟ ଯାଦବ ମହାସଭାର ଅଧ୍ୟକ୍ଷ ଭାବେ କାମ କରିଥିଲେ । ପୁଅ ଶ୍ରୀ ସୁଖରାମ ସିଂହଙ୍କ ସହାୟତାରେ କାନପୁର ଆଖପାଖରେ ଅନେକଗୁଡିଏ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

୧୯୮୪ ଶିଖ ବିରୋଧୀ ଦଙ୍ଗା ବେଳେ ସାହସିକତା ପ୍ରଦର୍ଶନ କରି ଅନେକ ଶିଖଙ୍କ ଜୀବନ ବଞ୍ଚାଇ ଥିବା ଶ୍ରୀ ହରମୋହନ ସିଂହ ଯାଦବଙ୍କୁ ୧୯୯୧ରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା ।  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India