ଭାରତର ସହାୟତାରେ ଏହି ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି
ତିନୋଟି ପ୍ରକଳ୍ପ ହେଉଛି ଆଖାଉରା - ଅଗରତାଲା ସୀମାପାର ରେଳ ସଂଯୋଗ; ଖୁଲନା - ମୋଙ୍ଗଲା ବନ୍ଦର ରେଳ ଲାଇନ; ଏବଂ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟର ୟୁନିଟ୍ - ୨
ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ଯୋଗାଯୋଗ ଏବଂ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀମହାମହିମ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧ ନଭେମ୍ବର ୨୦୨୩ପୂର୍ବାହ୍ନ ପ୍ରାୟ ୧୧ଟା ରେ ମିଳିତ ଭାବେ ତିନୋଟି ଭାରତ ଦ୍ବାରା ସହାୟତା କରାଯାଇଥିବା ବିକାଶ ପ୍ରକଳ୍ପର ଉଦଘାଟନ କରିବେ । ଏହି ତିନୋଟି ପ୍ରକଳ୍ପ ହେଉଛିଆଖାଉରା - ଅଗରତାଲା ସୀମାପାର ରେଳ ସଂଯୋଗ; ଖୁଲନା - ମୋଙ୍ଗଲା ବନ୍ଦରରେଳ ଲାଇନ; ଏବଂ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟର ୟୁନିଟ୍ - ୨ ।

ବାଂଲାଦେଶକୁ ଦିଆଯାଇଥିବା ୩୯୨.୫୨ କୋଟି ଟଙ୍କାର ଅନୁଦାନ ସହାୟତାଅଧୀନରେ ଆଖାଉରା-ଅଗରତାଲା ସୀମାପାର ରେଳ ସଂଯୋଗ ପ୍ରକଳ୍ପ କାର୍ଯ୍ୟକାରୀହୋଇଛି। ବାଂଲାଦେଶରେ ୬.୭୮ କିଲୋମିଟର ଡୁଆଲ ଗେଜ୍ ରେଳ ଲାଇନ ସହଏହି ରେଳ ସଂଯୋଗର ଦୈର୍ଘ୍ୟ ୧୨.୨୪ କିଲୋମିଟର ଏବଂ ତ୍ରିପୁରାରେ ୫.୪୬କିଲୋମିଟର ରହିଛି ।

ଖୁଲନା-ମୋଙ୍ଗଲା ବନ୍ଦର ରେଳ ଲାଇନ ପ୍ରକଳ୍ପ ଭାରତ ସରକାରଙ୍କ ରିହାତି ଋଣଅଧୀନରେ କାର୍ଯ୍ୟକାରୀ କରାଯାଇଛି ଯାହାର ମୋଟ ପ୍ରକଳ୍ପ ମୂଲ୍ୟ ୩୮୮.୯୨ ନିୟୁତଆମେରିକୀୟ ଡଲାର । ଏହି ପ୍ରକଳ୍ପ ରେ ମୋଙ୍ଗଲା ବନ୍ଦର ଏବଂ ଖୁଲନାରେବର୍ତ୍ତମାନର ରେଳ ନେଟୱାର୍କ ମଧ୍ୟରେ ପ୍ରାୟ ୬୫ କିଲୋମିଟର ବ୍ରଡ ଗେଜ୍ ରେଳ ପଥନିର୍ମାଣ କରାଯିବ । ଏହା ଦ୍ୱାରା ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ମୋଙ୍ଗଲାବ୍ରଡଗେଜ୍ ରେଳ ନେଟୱାର୍କ ସହ ସଂଯୋଗ ହୋଇଛି । 

ଭାରତୀୟ ରିହାତି ଆର୍ଥିକ ଯୋଜନା ଋଣ ଅଧୀନରେ ମୈତ୍ରୀ ସୁପର ଥର୍ମାଲ ପାୱାରପ୍ରୋଜେକ୍ଟ ହେଉଛି ବାଂଲାଦେଶର ଖୁଲନା ଡିଭିଜନର ରାମପାଲଠାରେ ଅବସ୍ଥିତ୧୩୨୦ ମେଗାୱାଟ (୨×୬୬୦) ସୁପର ଥର୍ମାଲ ପାୱାର ପ୍ଲାଣ୍ଟ (ଏମଏସଟିପିପି)।ବାଂଲାଦେଶ-ଇଣ୍ଡିଆ ଫ୍ରେଣ୍ଡସିପ୍ ପାୱାର କମ୍ପାନି (ପ୍ରାଇଭେଟ୍) ଲିମିଟେଡ୍(ବିଆଇଏଫପିସିଏଲ୍) ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି, ଯାହା ଭାରତରଏନଟିପିସି ଲିମିଟେଡ୍ ଏବଂ ବାଂଲାଦେଶ ପାୱାର ଡେଭଲପମେଣ୍ଟ ବୋର୍ଡ(ବିପିଡିବି)ର ୫୦:୫୦ ଯୁଗ୍ମ ଉଦ୍ୟୋଗ କମ୍ପାନୀ ଅଟେ । ସେପ୍ଟେମ୍ବର ୨୦୨୨ରେଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟର ୟୁନିଟ ୧କୁ ଉନ୍ମୋଚନ କରିଥିଲେ ଏବଂ ୧ ନଭେମ୍ବର ୨୦୨୩ରେ ୟୁନିଟ୍ ୨ ଉଦଘାଟିତ ହେବ। ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଦ୍ୱାରା ବାଂଲାଦେଶରେ ଶକ୍ତିସୁରକ୍ଷା ବୃଦ୍ଧି ପାଇବ ।

ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ଯୋଗାଯୋଗ ଏବଂ ଶକ୍ତି ନିରାପତ୍ତାକୁ ସୁଦୃଢ଼କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 23, 2026
June 23, 2026

Holistic Development under the Modi Government: Delivering Positive Transformation Across Every Sector