ଦକ୍ଷିଣ ଆଫ୍ରିକା ଅଧ୍ୟକ୍ଷତାରେ ଜୋହାନ୍ସବର୍ଗଠାରେ ଆୟୋଜିତ ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ସିରିଲ ରାମାଫୋସାଙ୍କ ନିମନ୍ତ୍ରଣକ୍ରମେ ମୁଁ ୨୨-୨୪ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି ।

ବ୍ରିକ୍ସ ବିଭିନ୍ନ କ୍ଷେତ୍ରରେ ଏକ ଦୃଢ଼ ସହଯୋଗ ଏଜେଣ୍ଡାକୁ ଅନୁସରଣ କରୁଛି । ଆମେ ଗୁରୁତ୍ୱ ଦେଉଛୁ ଯେ ବ୍ରିକ୍ସ ସମଗ୍ର ଦକ୍ଷିଣ ବିଶ୍ୱ ପାଇଁ ବିକାଶର ଆବଶ୍ୟକତା ଏବଂ ବହୁପାକ୍ଷିକ ବ୍ୟବସ୍ଥାର ସଂସ୍କାର ସମେତ ଚିନ୍ତାଜନକ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ବିଚାର ବିମର୍ଶ ପାଇଁ ଏକ ପ୍ଲାଟଫର୍ମ ପାଲଟିଛି । ଏହି ଶିଖର ସମ୍ମିଳନୀ ବ୍ରିକ୍ସ କୁ ସହଯୋଗର ଭବିଷ୍ୟତ କ୍ଷେତ୍ର ଚିହ୍ନଟ କରିବା ଏବଂ ସଂସ୍ଥାଗତ ବିକାଶର ସମୀକ୍ଷା କରିବା ପାଇଁ ଏକ ଉପଯୋଗୀ ସୁଯୋଗ ପ୍ରଦାନ କରିବ ।

ଜୋହାନ୍ସବର୍ଗରେ ଅବସ୍ଥାନ ସମୟରେ ମୁଁ ବ୍ରିକ୍ସ-ଆଫ୍ରିକା ଆଉଟରିଚ୍‍ ଏବଂ ବ୍ରିକ୍ସ ପ୍ଲସ୍ ଆଲୋଚନା କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବି ଯାହା ବ୍ରିକ୍ସ ଶିଖର ସମ୍ମିଳନୀ କାର୍ଯ୍ୟକଳାପର ଏକ ଅଂଶ ଭାବରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହୋଇଥିବା ଅନେକ ଅତିଥି ଦେଶ ସହ ଆଲୋଚନା କରିବାକୁ ମୁଁ ଉତ୍ସାହିତ ।

ମୁଁ ଜୋହାନ୍ସବର୍ଗରେ ଉପସ୍ଥିତ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ମଧ୍ୟ ଆଗ୍ରହୀ ।

ଗ୍ରୀସର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କିରିଆକୋସ୍ ମିଟସୋଟାକିସଙ୍କ ନିମନ୍ତ୍ରଣକ୍ରମେ ମୁଁ ୨୫ ଅଗଷ୍ଟ ୨୦୨୩ରେ ଦକ୍ଷିଣ ଆଫ୍ରିକାରୁ ଗ୍ରୀସର ଏଥେନ୍ସ ଗସ୍ତ କରିବି । ଏହି ପ୍ରାଚୀନ ଭୂମିକୁ ଏହା ମୋର ପ୍ରଥମ ଗସ୍ତ ହେବ । ୪୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗ୍ରୀସ ଗସ୍ତ କରିବାର ସୌଭାଗ୍ୟ ପାଇଛି।

ଆମର ଦୁଇ ସଭ୍ୟତା ମଧ୍ୟରେ ସମ୍ପର୍କ ଦୁଇ ହଜାର ବର୍ଷ ରୁ ଅଧିକ ପୁରୁଣା । ଆଧୁନିକ ଯୁଗରେ ଗଣତନ୍ତ୍ର, ଆଇନର ଶାସନ ଏବଂ ବହୁଳବାଦର ମିଳିତ ମୂଲ୍ୟବୋଧ ଦ୍ୱାରା ଆମର ସମ୍ପର୍କ ସୁଦୃଢ଼ ହୋଇଛି । ବାଣିଜ୍ୟ ଏବଂ ପୁଞ୍ଜିନିବେଶ, ପ୍ରତିରକ୍ଷା ଏବଂ ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ଆମ ଦୁଇ ଦେଶକୁ ନିକଟତର କରୁଛି ।

ମୁଁ ମୋର ଗ୍ରୀସ୍ ଗସ୍ତକୁ ଅପେକ୍ଷା କରିଛି ଯାହା ଆମର ବହୁମୁଖୀ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ |

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth