ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ଫେବୃଆରୀ, 2019ରେ ମହାରାଷ୍ଟ୍ରର ୟବତମାଲ ଏବଂ ଧୁଲେ ଗସ୍ତରେ ଯିବେ । ସେ ରାଜ୍ୟରେ ଅନେକ ପ୍ରକଳ୍ପର ଲୋକାର୍ପଣ କରିବେ ।

ତମାଲ

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନାନ୍ଦେଡ଼ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ । ଆଧୁନିକ ସୁବିଧାରେ ସମ୍ପନ୍ନ ଏହି ବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀ ଧାରଣ କ୍ଷମତା 420 ରହିଛି । ଏହାଦ୍ୱାରା ଜନଜାତିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ସ୍ତରରେ ଉନ୍ନତି ଆସିବାରେ ସହାୟତା ମିଳିପାରିବ । ଏଥିସହିତ ଏହା ସେମାନଙ୍କ ସାମଗ୍ରୀକ ଉନ୍ନତି ଏବଂ ବ୍ୟକ୍ତିତ୍ୱ ବିକାଶର ପରିବେଶ ଯୋଗାଇବ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୟନ ହୋଇଥିବା ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଇ-ଗୃହ ପ୍ରବେଶର ଚାବି ଅର୍ପଣ କରିବେ ।

ପ୍ରଧାନମନ୍ତ୍ରୀ ଭିଡ଼ିଓ ଲିଙ୍କ ଜରିଆରେ ଅଜନୀ (ନାଗପୁର)-ପୁଣେ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଟ୍ରେନରେ ଥ୍ରୀ-ଟାୟାର ଶୀତତାପନିୟନ୍ତ୍ରିତ କୋଚ ରହିବ ଏବଂ ଏହା ନାଗପୁର ଏବଂ ପୁଣେ ମଧ୍ୟରେ ରାତ୍ରୀ ସେବା ଉପଲବ୍ଧ କରାଇବ । ପ୍ରଧାନମନ୍ତ୍ରୀ ବଟନ ଚିପି କେନ୍ଦ୍ରୀୟ ସଡ଼କ ପାଣ୍ଠି (ସିଆରଏଫ) ଅନ୍ତର୍ଗତ ନିର୍ମିତ ହେବାକୁ ଥିବା ସଡ଼କର ଆଧାରଶିଳା ରଖିବେ ।

ମହାରାଷ୍ଟ୍ର ରାଜ୍ୟ ଗ୍ରାମୀଣ ଜୀବିକା ମିଶନ (ଏମଏସଆରଏଲଏମ) ଅନ୍ତର୍ଗତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରମାଣପତ୍ର/ଚେକ ବଂଟନ କରିବେ । ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଉଦ୍ଦେଶ୍ୟରେ ଏମଏସଆରଏଲଏମ ସାମାଜିକ ପରିବର୍ତ୍ତନ କାର୍ଯ୍ୟ କରିଥାଏ ଯାହାଦ୍ୱାରା ଘରେ ଘରେ ଆର୍ଥିକ ସେବା ଜରିଆରେ କୃଷି ଏବଂ ଅଣକୃଷି ଜୀବିକା ସୁଯୋଗ ସୁନିଶ୍ଚିତ କରିବାରେ ସହାୟତା ମିଳିଥାଏ ।

ଧୁଲେ

ପ୍ରଧାନମନ୍ତ୍ରୀ ୟବତମାଲ ପରେ ଆସନ୍ତକାଲି ଧୁଲେଠାରେ ପହଁଚିବେ । ସେଠାରେ ସେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା (ପିଏମକେଏସୱାଇ) ଅନ୍ତର୍ଗତ ଲୋଅର ପଞ୍ଜାରା ମିଡ଼ିୟମ ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପକୁ 2016-17ରେ ପିଏମକେଏସୱାଇରେ ସାମିଲ କରାଯାଇଥିଲା । ଏହାର ମୋଟ ଜଳ ସଂଚୟ କ୍ଷମତା 109.31 ନିୟୁତ ଘନମିଟର ରହିଛି । ଯାହାଦ୍ୱାରା ଧୁଲେ ଜିଲ୍ଲାରେ 21ଟି ଗ୍ରାମର 7,585 ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ ।

ପ୍ରଧାନମନ୍ତ୍ରୀ ସୁଲୱାଡ଼େ ଜାମଫଳ କନୋଲି ଉଠା ଜଳସେଚନ ଯୋଜନାର ଶିଳାନ୍ୟାସ କରିବେ । ଏହି ଯୋଜନା ଅନ୍ତର୍ଗତ 124 ଦିନର ମୌସୁମୀ ଋତୁରେ ତାପି ନଦୀର 9.24 ଟିଏମସି ବନ୍ୟାଜଳ ଉଠାଯାଇପାରିବ । ଏହାଦ୍ୱାରା ଧୁଲେ ଜିଲ୍ଲାରେ ପାଖାପାକି 100ଟି ଗ୍ରାମର 33,367 ହେକ୍ଟର ଚାଷଜମିକୁ ଜଳସେଚନ ମିଳିବ ବୋଲି ଆଶା କରାଯାଉଛି ।

ଅମୃତ ଯୋଜନା ଅନ୍ତର୍ଗତ ଧୁଲେ ସହରକୁ ଜଳଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହାଦ୍ୱାରା ଶିଳ୍ପ ଏବଂ ବାଣିଜ୍ୟିକ ବିକାଶ ଲାଗି ଜଳ ଉପଲବ୍ଧତା ସୁନିଶ୍ଚିତ ହେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଧୁଲେ-ନରଦାନା ରେଳ ଲାଇନ ଏବଂ ଜଲଗାଁଓ-ମନମାଡ଼ ତୃତୀୟ ରେଳ ଲାଇନର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଭିଡ଼ିଓ ଲିଙ୍କ ଜରିଆରେ ଭୁସାବଲ-ବାନ୍ଦ୍ରା ଖନ୍ଦେଶ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହା ରାତ୍ରି ସେବା ପ୍ରଦାନ କରୁଥିବା ଟ୍ରେନ ଯାହା ମୁମ୍ବାଇ-ଭୁସାୱଲକୁ ସିଧାସଳଖ ଯୋଡ଼ିବ । ଏହି ଟ୍ରେନ ସପ୍ତାହକୁ ତିନି ଥର ଚଳାଚଳ କରିବ ।

ପ୍ରଧାନମନ୍ତ୍ରୀ ଜଲଗାଁଓ-ଉଢ଼ାନା ଲାଇନର ଦୋହରୀକରଣ ଏବଂ ବିଦ୍ୟୁତକରଣ ରେଳ ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପ ଦ୍ୱାରା ଯାତ୍ରୀ ଏବଂ ସାମଗ୍ରୀ ପରିବହନ କ୍ଷମତା ବୃଦ୍ଧି ପାଇବ । ଏହା ନନ୍ଦୁରବାର, ବ୍ୟାରା, ଧରନଗାଁଓ ଏବଂ ଏହି ଅଂଚଳର ଅନ୍ୟ ସ୍ଥାନଗୁଡ଼ିକର ବିକାଶ ପାଇଁ ମାଧ୍ୟମ ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."