ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 8, 2019 ତାରିଖ ଦିନ ଜଳପାଇଗୁଡ଼ି ଗସ୍ତରେ ଯିବେ । ସେଠାରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ 31ଡ଼ି’ର ଫଲକାଟା- ସାଲସାଲାବାଡ଼ି ସେକ୍ସନର ଶିଳାନ୍ୟାସ କରିବେ । 41.7 କିଲୋମିଟର ଦୈର୍ଘ୍ୟର ଏହି ଜାତୀୟ ରାଜପଥ ପଶ୍ଚିମ ବଙ୍ଗର ଜଳପାଇଗୁଡ଼ି ଜିଲ୍ଲାରେ ରହିଛି ଏବଂ 1938 କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯିବ ।

ଏହି ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ସାଲସାଲାବାଡ଼ି ଏବଂ ଆଲିପୁରଦୁଆର ଠାରୁ ସିଲିଗୁଡ଼ି ମଧ୍ୟରେ ପ୍ରାୟ 50 କିଲୋମିଟର ପଥ କମିଯିବ । ଏହା ଦ୍ୱାରା ସିଲିଗୁଡ଼ିକୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ହୋଇପାରିବ ଯାହାକି ଅତ୍ୟନନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ୱାରା ସେଠାକାର ଲୋକମାନେ ଉତ୍ତମ ଓ ଦ୍ରୁତ ରେଳସେବା ଓ ବିମାନସେବା ଲାଭ କରିପାରିବେ । ଏହି ଜାତୀୟ ରାଜପଥ କାର୍ଯ୍ୟକାରୀ ହେଲେ ସେଠାକୁ ଯାନବାହନ ଚଳାଚଳ ଦ୍ରୁତତର ହେବ ଏବଂ ସେହି କ୍ଷେତ୍ରର ଚା’ ସମେତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ସହଜରେ ଉତ୍ତମ ଭାବେ ବିଭିନ୍ନ ବଜାରରେ ପହଞ୍ଚାଯାଇପାରିବ । ଏଭଳି ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ସେହି କ୍ଷେତ୍ରର ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି ଘଟାଇବ । ଏହା ଫଳରେ ସ୍ଥାନୀୟ ଲୋକମାନଙ୍କ ସାମାଜିକ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ ଯାହାକି ରାଜ୍ୟ ତଥା ଦେଶର ଆର୍ଥିକ ପ୍ରଗତିରେ ସହାୟକ ହେବ ।

ଏହି ଜାତୀୟ ରାଜପଥ ନିର୍ମାଣ ସହ ସେଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଯାହାକି ଏହାର ବ୍ୟବହାରକାରୀମାନଙ୍କୁ ବିଶେଷ ସୁବିଧା ଯୋଗାଇଦେବ । ଏହି ଜାତୀୟ ରାଜପଥ ଖଣ୍ଡରେ ତିନୋଟି ରେଳ ଓଭରବ୍ରିଜ୍‌, ଦୁଇଟି ଫ୍ଲାଏ ଓଭର, 3ଟି ଯାନବାହନ ଚଳାଚଳ ଅଣ୍ଡରପାସ୍‌, 8ଟି ପ୍ରମୁଖ ପୋଲ ଏବଂ 17ଟି ଛୋଟ ପୋଲ ରହିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଗସ୍ତ ଅବସରରେ ଜଳପାଇଗୁଡ଼ିଠାରେ ସ୍ଥାପିତ ନୂତନ ହାଇକୋର୍ଟର ସର୍କିଟ ବେଞ୍ଚକୁ ଉଦଘାଟନ କରିବେ । କଲିକତା ହାଇ କୋର୍ଟର ସର୍କିଟ ବେଞ୍ଚ ଭାବେ ଏହା ପରିଚିତ ହେବ ଏବଂ ଏହି ସର୍କିଟ ବେଞ୍ଚ୍‌ ଦ୍ୱାରା ଉତ୍ତର ବଙ୍ଗ କ୍ଷେତ୍ରର ଦାର୍ଜିଲିଂ, କାଲିମପଙ୍ଗ,ଜଳପାଇଗୁଡ଼ି ଏବଂ କୁଚ ବିହାର ଆଦି ଅଞ୍ଚଳର ଲୋକମାନଙ୍କୁ ତ୍ୱରିତ ନ୍ୟାୟିକ ସେବା ଯୋଗାଇ ଦିଆଯାଇପାରିବ । ଏହି ଚାରିଟି ଜିଲ୍ଲାରେ ଲୋକମାନଙ୍କୁ 600 କିଲୋମିଟର ପଥ ଯାତ୍ରା କରି କଲିକତା ହାଇକୋର୍ଟକୁ ଧାଇଁବା ପରିବର୍ତ୍ତେ ମାତ୍ର 100 କିଲୋମିଟର ମଧ୍ୟରେ ସର୍କିଟ ବେଞ୍ଚରେ ସେମାନଙ୍କର ସମସ୍ତ ପ୍ରକାର ନ୍ୟାୟିକ କାର୍ଯ୍ୟ ତୁଲାଇପାରିବେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 3, 2026
May 03, 2026

Citizens Celebrate Reforms That Work: PM Modi’s Blueprint Powers Manufacturing, Maritime Might & MSME Revolution