ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ 11 ଏବଂ 12, 2020ରେ କୋଲକାତାକୁ ଦୁଇ ଦିନିଆ ସରକାରୀ ଗସ୍ତରେ ଯିବେ ।

ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ

ପ୍ରଧାନମନ୍ତ୍ରୀ 11 ଜାନୁଆରୀକୁ କୋଲକାତାରେ ପୁନରୁଦ୍ଧାର ହୋଇଥିବା 4ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।

ଏହି ଅଟ୍ଟାଳିକାଗୁଡ଼ିକ ମଧ୍ୟରେ ରହିଛି ପୁରୁଣା କରେନ୍ସି ଭବନ, ବେଲଭେଡିଅର ହାଉସ, ମେଟକାଫ ହାଉସ ଏବଂ ଭିକ୍ଟୋରିଆ ମେମୋରିଆଲ ହଲ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି 4ଟି ଐତିହାସିକ ଅଟ୍ଟାଳିକାର ପୁନରୁଦ୍ଧାର କରିଛି । ଏହି ପ୍ରକ୍ରିୟାରେ ଅଟ୍ଟାଳିକାଗୁଡ଼ିକର ଐତିହାସିକ ସ୍ୱରୂପକୁ ଅକ୍ଷୂର୍ଣ୍ଣ ରଖାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶର ବିଭିନ୍ନ ମହାନଗରରେ ପ୍ରମୁଖ ଐତିହାସିକ ଅଟ୍ଟାଳିକାଗୁଡ଼ିକ ଚତୁଃପାଶ୍ୱର୍ରେ ସାଂସ୍କୃତିକ ଆୟୋଜନ ଲାଗି ସ୍ଥାନ ପ୍ରସ୍ତୁତ କରାଯାଉଛି । ଏହାର ଆରମ୍ଭ କୋଲକାତା, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଓ ବାରାଣସୀରୁ ହୋଇଛି ।

କୋଲକାତା ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ସମାରୋହ ଆୟୋଜନ

ପ୍ରଧାନମନ୍ତ୍ରୀ 11 ଓ 12 ଜାନୁଆରୀରେ କୋଲକାତା ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ବର୍ତ୍ତମାନ ଏବଂ ଅବସର ପ୍ରାପ୍ତ କର୍ମଚାରୀଙ୍କ ପେନସନ ପାଣ୍ଠିରେ ଅର୍ଥରାଶିର ଅଭାବ ପୂରଣ କରିବା ଲାଗି 501 କୋଟି ଟଙ୍କାର ଅର୍ଥରାଶିର ଚେକ ପ୍ରଦାନ କରିବେ ।

ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୋଲକାତା ପୋର୍ଟ ଟ୍ରଷ୍ଟର 105 ଏବଂ 100 ବର୍ଷ ବୟସର ଦୁଇ ଜଣ ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ନଗୀନା ଭଗତ ଏବଂ ଶ୍ରୀ ନରେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରିବେ ।

ସେ ଏହି ଅବସରରେ ପୋର୍ଟ ଟ୍ରଷ୍ଟ ସହ ଜଡ଼ିତ ଏକ ସ୍ୱତନ୍ତ୍ର ସଂଗୀତ ମଧ୍ୟ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀ ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ପୁରୁଣା ଜେଟି ସ୍ଥାନରେ ଏକ ପଟିକା ଅନାବରଣ କରିବେ । ଶ୍ରୀ ମୋଦୀ ନେତାଜୀ ସୁଭାଷ ଡ୍ରାଇ ଡକରେ ଜାହାଜ ନିର୍ମାଣ ଏବଂ ମରାମତି କେନ୍ଦ୍ର ମଧ୍ୟ ଉଦଘାଟନ କରିବେ ଯାହାକୁ ନିକଟରେ ନୂତନ ରୂପ ଦିଆଯାଇଛି ।

ସାମଗ୍ରୀର ସହଜ ପରିବହନ ଲାଗି ପୋର୍ଟରେ ଫୁଲ ରେଙ୍କ ହ୍ୟାଣ୍ଡଲିଂ ସୁବିଧାକୁ ଶ୍ରୀ ମୋଦୀ ଉଦଘାଟନ କରିବା ସହିତ ଉନ୍ନତ ରୂପରେ ନିର୍ମାଣ କରାଯାଇଥିବା ରେଳ ଭିତ୍ତିଭୂମିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ପ୍ରଧାନମନ୍ତ୍ରୀ ହଳଦିଆ ଡକ ପରିସରରେ ବର୍ଥ ନଂ 3ରେ ମେସିନ ପରିଚାଳିତ ସୁବିଧା ଏବଂ ପ୍ରସ୍ତାବିତ ରିଭରଫ୍ରଣ୍ଟ ବିକାଶ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ ।

ଶ୍ରୀ ମୋଦୀ ସୁନ୍ଦରବନର 200 ଆଦିବାସୀ ଛାତ୍ରୀଙ୍କ ଲାଗି ଏକ ଦକ୍ଷତା ବିକାଶ କେନ୍ଦ୍ର ଏବଂ ପ୍ରୀତିଲତା ଛାତ୍ରୀ ନିବାସର ଉଦଘାଟନ କରିବେ । ପୋର୍ଟ ଟ୍ରଷ୍ଟ ପକ୍ଷରୁ ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର ମାନ୍ୟତା ପ୍ରାପ୍ତ ସଂସ୍ଥା ସୁନ୍ଦରବନ ଗୋସାବାର ପୂର୍ବାଞ୍ଚଳ କଲ୍ୟାଣ ଆଶ୍ରମ ସହ ମିଶି ଏହି ପ୍ରକଳ୍ପ ବିକଶିତ କରାଯାଇଛି ।

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi