Khelo India programme introduced to revive the sports culture in India at the grass-root level
Talented players identified in priority sports disciplines at various levels by a High-Powered Committee to be provided annual financial assistance of Rs. 5 lakh per annum for 8 years

ପ୍ରଥମ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗୀତା ଆସନ୍ତାକାଲି (ବୁଧବାର) ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମଠାରେ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ଏହି ପ୍ରଥମ ଜାତୀୟ ସ୍କୁଲ କ୍ରୀଡାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ।

ଖେଲୋ ଇଣ୍ଡିଆ ବିଦ୍ୟାଳୟ ପ୍ରତିଯୋଗୀତା 31 ଜାନୁୟାରୀରୁ 8 ଫେବୃୟାରୀ 2018 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । 17-ବର୍ଷରୁ କମ ବୟସର ଯୁବ ଛାତ୍ର ପ୍ରତିଭାମାନେ 16ଟି କ୍ରୀଡା ବିଭାଗରେ ଅଂଶଗ୍ରହଣ କରିବେ । କ୍ରୀଡା ବିଭାଗଗୁଡିକ ହେଲା – ତୀରଚାଳନା, ଦୌଡକୁଦ, ବ୍ୟାଡମିଣ୍ଟନ, ବାସ୍କେଟବଲ, ବକ୍ସିଂ, ଫୁଟବଲ, ଜିମ୍ନାଷ୍ଟିକ୍ସ, ହକି, ଜୁଡୋ, କବାଡି, ଖୋଖୋ, ବନ୍ଧୁକଚାଳନା, ସନ୍ତରଣ, ଭଲିବଲ, ଭାରୋତ୍ତଳନ ଏବଂ କୁସ୍ତିଯୁଦ୍ଧ । ଏହି ପ୍ରତିଯୋଗୀତାରେ ଭାରତର ଯୁବ ପ୍ରତିଭାମାନଙ୍କର କ୍ରୀଡା ନୈପୁଣ୍ୟ ପ୍ରଦର୍ଶୀତ ହେବ ।

ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡାରେ ବିଭିନ୍ନ ବିଭାଗ ପାଇଁ 199ଟି ସ୍ୱର୍ଣ୍ଣ, 199ଟି ରୌପ୍ୟ ଏବଂ 275ଟି ବ୍ରୋଞ୍ଜ ପଦକ ଲାଗି ପ୍ରତିଯୋଗୀତା ହେବ ।

ଦେଶରେ ତୃଣମୂଳ ସ୍ତରରୁ କ୍ରୀଡା ସଂସ୍କୃତିକୁ ଉଜ୍ଜିବିତ କରିବା ଲାଗି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭାରତ ଭଳି ଏକ ଦେଶକୁ କ୍ରୀଡା ପ୍ରତିଭାର ଏକ ବିଶାଳ ଓ ମହାନ କେନ୍ଦ୍ର ଭାବେ ଗଢ଼ିବା ଏବଂ ଏଥିଲାଗି ସବୁ ପ୍ରକାର କ୍ରୀଡାର ଆବଶ୍ୟକ ଭିତ୍ତିଭୂମି ଢ଼ାଂଚା ପ୍ରସ୍ତୁତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ଖେଲୋ ଇଣ୍ଡିଆ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ସ୍ତରରୁ ବାଳ ପ୍ରତିଭାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଭବିଷ୍ୟତର ଚାମ୍ପିୟନ ରୂପେ ବିକଶିତ କରାଯିବ ।

ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ପ୍ରମୁଖ କ୍ରୀଡା କ୍ଷେତ୍ର ପାଇଁ ଚିହ୍ନଟ / ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଓ ଯୁବ ପ୍ରତିଭାମାନଙ୍କୁ ବାର୍ଷିକ 5 ଲକ୍ଷ ଟଙ୍କା କରି 8 ବର୍ଷ ଯାଏଁ କ୍ରୀଡା ବୃତ୍ତି ପ୍ରଦାନ କରାଯିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
MSME exports touch Rs 9.52 lakh crore in April–September FY26: Govt tells Parliament

Media Coverage

MSME exports touch Rs 9.52 lakh crore in April–September FY26: Govt tells Parliament
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 21, 2025
December 21, 2025

Assam Rising, Bharat Shining: PM Modi’s Vision Unlocks North East’s Golden Era