ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 13ରୁ 14 ତାରିଖ ପର୍ଯ୍ୟନ୍ତ ବ୍ରାଜିଲର ବ୍ରାସିଲିଆ ଗସ୍ତ କରିବେ । ଚଳିତ ବର୍ଷ ବ୍ରିକ୍ସ ଶିଖର ସମ୍ମିଳନୀର ବିଷୟବସ୍ତୁ “ଏକ ଅଭିନବ ଭବିଷ୍ୟତ ପାଇଁ ଆର୍ଥିକ ଅଭିବୃଦ୍ଧି” ରଖାଯାଇଛି ।
ଷଷ୍ଠ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ । ପ୍ରଥମ ଥର ୨୦14ରେ ବ୍ରାଜିଲର ଫୋର୍ଟାଲିଜା ଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ ।

ବ୍ରିକ୍ସ ବ୍ୟବସାୟ ମଂଚରେ ଯୋଗ ଦେବା ଲାଗି ଏହି ଗସ୍ତରେ ଭାରତରୁ ଏକ ବଡ଼ ବ୍ୟବସାୟୀ ପ୍ରତିନିଧି ଦଳ ସାମିଲ ହେବେ ବୋଲି ଆଶା କରାଯାଉଛି । ଏହି ମଂଚରେ ସମସ୍ତ 5ଟି ଦେଶର ବ୍ୟବସାୟୀ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ପୃଥକ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ଏହାଛଡ଼ା ସେ ବ୍ରିକ୍ସ ବ୍ୟବସାୟ ମଂଚର ଉଦଯାପନୀ ସମାରୋହ ଏବଂ ଏକାଦଶତମ ବ୍ରିକ୍ସ ଶିଖର ସମ୍ମିଳନୀର ରୁଦ୍ଧଦ୍ୱାର ଓ ପୂର୍ଣ୍ଣକାଳୀନ ଅଧିବେଶନରେ ଯୋଗଦେବେ ।

ରୁଦ୍ଧଦ୍ୱାର ଅଧିବେଶନରେ ସାମ୍ପ୍ରତିକ ବିଶ୍ୱରେ ରାଷ୍ଟ୍ରୀୟ ସାର୍ବଭୌମତ୍ୱ ପ୍ରୟୋଗ କରିବା କ୍ଷେତ୍ରରେ ରହିଥିବା ଆହ୍ୱାନ ଏବଂ ସୁଯୋଗ ବିଷୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଏହାପରେ ବ୍ରିକ୍ସ ପୂର୍ଣ୍ଣକାଳୀନ ଅଧିବେଶନ ଅନୁଷ୍ଠିତ ହେବ, ଏଥିରେ ନେତାମାନେ ବ୍ରିକ୍ସ ସମାଜର ଅର୍ଥନୈତିକ ବିକାଶ ପାଇଁ ଆନ୍ତଃ ବ୍ରିକ୍ସ ସହଯୋଗ ବିଷୟରେ ଆଲୋଚନା କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ବ୍ରିକ୍ସ ବ୍ୟବସାୟ ପରିଷଦ ସହିତ ବ୍ରିକ୍ସ ନେତାମାନଙ୍କ ବୈଠକରେ ଯୋଗ ଦେବେ । ଏଥିରେ ବ୍ରାଜିଲୀୟ ବ୍ରିକ୍ସ ବ୍ୟବସାୟ ପରିଷଦର ଅଧ୍ୟକ୍ଷ ଏବଂ ନ୍ୟୁ ଡେଭଲପମେଂଟ ବ୍ୟାଙ୍କର ଅଧ୍ୟକ୍ଷ ରିପୋର୍ଟ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି ।

ଏହାର କିଛି ସମୟ ପରେ ବାଣିଜ୍ୟ ଓ ନିବେଶ ପ୍ରୋତ୍ସାହନ ସଂସ୍ଥା ମଧ୍ୟରେ ବ୍ରିକ୍ସ ବୁଝାମଣା ସ୍ୱାକ୍ଷରିତ ହେବ ।

ଶିଖର ସମ୍ମିଳନୀର ଶେଷରେ ନେତାମାନେ ଏକ ମିଳିତ ଘୋଷଣାନାମା ଜାରି କରିବେ ।

ବିଶ୍ୱର 42ପ୍ରତିଶତ ଜନସଂଖ୍ୟା ଥିବା 5ଟି ବୃହତ ଅର୍ଥବ୍ୟବସ୍ଥାକୁ ନେଇ ବ୍ରିକ୍ସ ଗଠିତ ହୋଇଛି । ବିଶ୍ୱର ଜିଡିପି ଏବଂ ବ୍ୟବସାୟ କାରବାରରେ ଏହାର ଯଥାକ୍ରମେ 23 ଏବଂ 17ପ୍ରତିଶତ ଅଂଶ ରହିଛି ।

ବ୍ରିକ୍ସ ସହଯୋଗ ଦୁଇଟି ସ୍ତମ୍ଭ ଉପରେ ଆଧାରିତ । ନେତୃବୃନ୍ଦ ଓ ମନ୍ତ୍ରୀମାନଙ୍କ ବୈଠକ ଜରିଆରେ ଆପୋସ ହିତ ପ୍ରସଙ୍ଗରେ ବିଚାରବିମର୍ଶ ଏବଂ ବରିଷ୍ଠ ଅଧିକାରୀଙ୍କ ବୈଠକ ଜରିଆରେ ବାଣିଜ୍ୟ, ଅର୍ଥ, ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି, କୃଷି, ଯୋଗାଯୋଗ, ଆଇଟି ଆଦି ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi