ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ମାନନୀୟ ବୋରିସ ଜନସନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଜନସନ ଆସନ୍ତା ସାଧାରଣତନ୍ତ୍ର ଦିବସ ପାଇଁ ତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିବାରୁ ପୁଣିଥରେ ଭାରତକୁ ଧନ୍ୟବାଦ ଅର୍ପଣ କରିଥିଲେ, କିନ୍ତୁ ବ୍ରିଟେନରେ ବର୍ତ୍ତମାନର ପରିବର୍ତ୍ତିତ କୋଭିଡ-19 ସ୍ଥିତିକୁ ଦେଖି ସମାରୋହରେ ଉପସ୍ଥିତ ହୋଇପାରିବେ ନାହିଁ ବୋଲି ନିଜର ଅସମର୍ଥତା ବ୍ୟକ୍ତ କରିଥିଲେ। ତେବେ ନିକଟ ଭବିଷ୍ୟତରେ ଭାରତ ଗସ୍ତ ଲାଗି ସେ ତାଙ୍କର ଆଗ୍ରହ ବ୍ୟକ୍ତ କରିଥିଲେ।

ବ୍ରିଟେନରେ ଦେଖାଦେଇଥିବା ଅସାଧାରଣ ପରିସ୍ଥିତିକୁ ସେ ହୃଦୟଙ୍ଗମ କରିପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଯଥାଶୀଘ୍ର ମହାମାରୀ ସଂକ୍ରମଣ ଉପରେ ନିୟନ୍ତ୍ରଣ ହାସଲ କରିବା ନେଇ ସେ ନିଜର ଶୁଭକାମନା ଜଣାଇଥିଲେ। ପରିସ୍ଥିତି ସ୍ୱାଭାବିକ ହେବା ପରେ ଯଥାଶୀଘ୍ର ସୁଯୋଗ ମିଳିଲେ ସେ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଭାରତରେ ସ୍ୱାଗତ କରିବା ଲାଗି ପ୍ରସ୍ତୁତ ବୋଲି କହିଥିଲେ।

ଦୁଇ ନେତା ବିଶ୍ୱ ପାଇଁ କୋଭିଡ-19 ଟିକା ଉପଲବ୍ଧତା ସମେତ ଉଭୟ ରାଷ୍ଟ୍ର ମଧ୍ୟରେ ଜାରି ରହିଥିବା ଆପୋସ ସହଯୋଗର ସମୀକ୍ଷା କରିଥିଲେ। ବ୍ରେକସିଟ ପରବର୍ତ୍ତୀ ଓ କୋଭିଡ ପରବର୍ତ୍ତୀ ପରିଦୃଶ୍ୟରେ ଭାରତ-ବ୍ରିଟେନ ଭାଗିଦାରୀର ସମ୍ଭାବନା ପ୍ରତି ସେମାନେ ସେମାନଙ୍କର ସହଭାଗୀ ବିଶ୍ୱାସକୁ ଦୋହରାଇଥିଲେ ଏବଂ ଏହି ସମ୍ଭାବନାକୁ ବାସ୍ତବ ରୂପ ଦେବା ନିମନ୍ତେ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ନିମନ୍ତେ ସହମତ ହୋଇଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch