“First steps towards cleanliness taken with Swachh Bharat Abhiyan with separate toilets built for girls in schools”
“PM Sukanya Samruddhi account can be opened for girls as soon as they are born”
“Create awareness about ills of plastic in your community”
“Gandhiji chose cleanliness over freedom as he valued cleanliness more than everything”
“Every citizen should pledge to keep their surroundings clean as a matter of habit and not because it’s a program”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଛୋଟ ସ୍କୁଲ ପିଲାମାନଙ୍କ ସହ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ ଏବଂ ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତୀ ଅବସରରେ ସେମାନଙ୍କ ସହ କଥା ହୋଇଥିଲେ ।

ସ୍ୱଚ୍ଛତାର ଉପକାରିତା ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଜଣେ ଛାତ୍ର ରୋଗକୁ ରୋକିବା ଏବଂ ଏକ ସ୍ୱଚ୍ଛ ତଥା ସୁସ୍ଥ ଭାରତ ବିଷୟରେ ସଚେତନତା ସୃଷ୍ଟି କରିବାର ଦୃଷ୍ଟିକୋଣ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟ ଜଣେ ଛାତ୍ର ଶୌଚାଳୟ ଅଭାବରୁ ରୋଗ ବୃଦ୍ଧି ପାଉଥିବା ଉପରେ କହିଥିଲେ । ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଅଧିକାଂଶ ଲୋକ ପୂର୍ବରୁ ଖୋଲା ସ୍ଥାନରେ ମଳତ୍ୟାଗ କରିବାକୁ ବାଧ୍ୟ ହେଉଥିଲେ, ଯାହା ଦ୍ୱାରା ବହୁ ରୋଗ ବ୍ୟାପି ଯାଇଥିଲା ଏବଂ ଏହା ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଅସୁବିଧାଜନକ ଥିଲା । ସ୍ୱଚ୍ଛ ଭାରତ ଅଭିଯାନରେ ସର୍ବପ୍ରଥମ ପଦକ୍ଷେପ ନିଆଯାଇଥିଲା, ଯେଉଁଥିରେ ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ପୃଥକ ଶୌଚାଳୟ ନିର୍ମାଣ କରାଯାଇଥିଲା, ଯାହା ଦ୍ୱାରା ସେମାନଙ୍କର ସ୍କୁଲ୍ ଛାଡିବା ହାର ହ୍ରାସ ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ମହତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ବିଷୟରେ ଆଲୋଚନା କରିଥିଲେ । ଯୋଗ କ୍ଷେତ୍ରରେ ଆଜିର ଯୁବପିଢ଼ୀ ଅଧିକରୁ ଅଧିକ ସଂଖ୍ୟାରେ ଜଡିତ ହେଉଥିବାରୁ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଆସନର ଉପକାରିତା ଉପରେ ମଧ୍ୟ ଆଲୋକପାତ କରିଥିଲେ । କିଛି ଛାତ୍ର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ କିଛି ଆସନ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଅନ୍ୟମାନେ କରତାଳି ବଜାଇଥିଲେ । ଏହାଛଡା ପ୍ରଧାନମନ୍ତ୍ରୀ ଉତ୍ତମ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀ-ସୁକନ୍ୟା ଯୋଜନା ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଜଣେ ଛାତ୍ର ଏହି ଯୋଜନା ବିଷୟରେ ବିସ୍ତାରରେ କହିଥିଲେ ଏବଂ ଏହା ଦ୍ୱାରା ବାଳିକାମାନଙ୍କ ପାଇଁ ସୁବିଧାରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲା ଯାଇପାରିବ, ଯାହା ଦ୍ୱାରା ବୟସ୍କ ହେବା ପରେ ସେମାନଙ୍କୁ ଆର୍ôଥକ ସହାୟତା ମିଳିବ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ଝିଅମାନେ ଜନ୍ମ ହେବା ମାତ୍ରେ ଏକ ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇ ପାରିବ ଏବଂ ପ୍ରତି ବର୍ଷ ୧୦୦୦ ଟଙ୍କା ଜମା କରିବାକୁ ପରାମର୍ଶ ଦେଇଛନ୍ତି, ଯାହା ପରବର୍ତ୍ତୀ ସମୟରେ ଶିକ୍ଷା ଏବଂ ବିବାହ ପାଇଁ ବ୍ୟବହୃତ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୮ ବର୍ଷରେ ଏହି ଜମା ରାଶି ୫୦,୦୦୦ ଟଙ୍କାକୁ ବୃଦ୍ଧି ପାଇବ ଏବଂ ପ୍ରାୟ ୩୨,୦୦୦ ରୁ ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧ ମିଳିବ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଝିଅମାନଙ୍କୁ ୮.୨ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦିଆଯାଉଛି ।

 

ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱଚ୍ଛତା ଉପରେ ଆଧାରିତ ପିଲାମାନଙ୍କର କାର୍ଯ୍ୟ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀର ଅବଲୋକନ କରିଥିଲେ । ସେ ଗୁଜରାଟର ଫସଲ ହେଉନଥିବା ବନ୍ଧ୍ୟା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟ ଉପରେ ନିଜର ଅଭିଜ୍ଞତା ଶେୟାର କରିଥିଲେ, ଯେଉଁଠାରେ ପ୍ରତ୍ୟେକ ଛାତ୍ରଙ୍କୁ ଗୋଟିଏ ଗଛ ଦିଆଯାଇଥିଲା ଏବଂ ପ୍ରତି ଦିନ ସେମାନଙ୍କୁ ନିଜ ରୋଷେଇ ଘରୁ ଆଣି ତାହାକୁ ପାଣି ଦେବାକୁ କୁହାଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷ ପରେ ଯେତେବେଳେ ସେ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରିବାକୁ ଯାଇଥିଲେ, ସବୁଜିମାରେ ପରିପୂର୍ଣ୍ଣ ଏକ ଅଦ୍ୱିତୀୟ ପରିବର୍ତ୍ତନର ସାକ୍ଷୀ ହୋଇଥିଲେ । କମ୍ପୋଷ୍ଟ ଉତ୍ପାଦନ ପାଇଁ ବର୍ଜ୍ୟବସ୍ତୁ ପୃଥକୀକରଣର ଲାଭ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହି ଅଭ୍ୟାସକୁ ଘରେ ପାଳନ କରିବାକୁ ଉତ୍ସାହିତ କରିଥିଲେ । ନିଜ ସମୁଦାୟରେ ପ୍ଲାଷ୍ଟିକର କୁପ୍ରଭାବ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଏହା ବଦଳରେ କପଡା ବ୍ୟାଗ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।

 

ପିଲାମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମୋଦୀ ଡିସ ପ୍ଲେ ବୋର୍ଡରେ ଥିବା ଗାନ୍ଧିଜୀଙ୍କ ଏକ ଚଷମା ଆଡକୁ ଇସାରା କରି କହିଥିଲେ, ଗାନ୍ଧିଜୀ ଏହା ଉପରେ ନଜର ରଖୁଥିଲେ କି ସଫେଇ ହୋଇଛି କି ନାହିଁ । ସେ କହିଥିଲେ, ଗାନ୍ଧିଜୀ ଜୀବନବ୍ୟାପୀ ସ୍ୱଚ୍ଛତା ଉପରେ କାମ କରିଥିଲେ । ଏହା କାହାଣୀ ବର୍ଣ୍ଣନା କରି ଶ୍ରୀ ମୋଦୀ ପିଲାମାନଙ୍କୁ କହିଥିଲେ, ଗାନ୍ଧିଜୀଙ୍କୁ ଯେତେବେଳେ ସ୍ୱାଧୀନତା ଓ ସଫେଇ ମଧ୍ୟରୁ ବିକଳ୍ପ ପସନ୍ଦ କରିବାକୁ କୁହାଯାଇଥିଲା ସେ ସ୍ୱାଧୀନତା ବଦଳରେ ସଫେଇକୁ ପସନ୍ଦ କରିଥିଲେ, କାରଣ ସେ ଏହାକୁ ଅନ୍ୟ ସମସ୍ତ ପ୍ରସଙ୍ଗଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ । ସେ ପିଲାମାନଙ୍କୁ ପ୍ରଶ୍ନ କରିଥିଲେ ସଫେଇ ଏକ କାର୍ଯ୍ୟକ୍ରମ ନା ଅଭ୍ୟାସ ହେବା ଉଚିତ? ପିଲାମାନେ ଉତ୍ତର ଦେଇଥିଲେ ଅଭ୍ୟାସ ହେବା ଉଚିତ । ସେ ପିଲାମାନଙ୍କୁ କହିଥିଲେ, ସଫେଇ କୌଣସି ଏକ ବ୍ୟକ୍ତି କିମ୍ବା ପରିବାର କିମ୍ବା ଏକ ବାରର ଘଟଣାର ଦାୟିତ୍ୱ ନୁହେଁ, ଏହା ମଣିଷ ଜୀବିତ ଥିବା ପର୍ଯ୍ୟନ୍ତ ଚାଲୁଥିବା ଏକ ପ୍ରକ୍ରିୟା । ସେ ଛାତ୍ରମାନଙ୍କୁ କହିଥିଲେ କି ‘ମୁଁ ମୋ ଆଖପାଖକୁ ଅପରିଷ୍କାର କରିବି ନାହିଁ’ ମନ୍ତ୍ରରେ ଦେଶର ପ୍ରତ୍ୟେକ ନାଗରିକ ଆପଣେଇବା ଉଚିତ । ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
iPhone exports hit record ₹2 trillion in final year of smartphone PLI

Media Coverage

iPhone exports hit record ₹2 trillion in final year of smartphone PLI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.