ମୋର ଯୁବ ବନ୍ଧୁମାନଙ୍କ ଚମତ୍କାର ପ୍ରତିଭା ମୋ ଭିତରେ ନୂଆ ଶକ୍ତି ଭରିଦେଲା : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାହିବାବାଦ ଆରଆରଟିଏସ୍ ଷ୍ଟେସନ୍‌ରୁ ନ୍ୟୁ ଅଶୋକ ନଗର ଆରଆରଟିଏସ୍ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ । ତାଙ୍କର ଏହି ଯାତ୍ରା ସମୟରେ ସେ ଯୁବ ବନ୍ଧୁମାନଙ୍କ ସହିତ ଭାବ ବିନିମୟ କରିଥିଲେ, ଯେଉଁମାନେ ତାଙ୍କୁ ଅନେକ ପେଣ୍ଟିଂ ଏବଂ କଳାକୃତି ଉପହାର ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏବଂ ଉଦୀୟମାନ ଭାରତ ବିଷୟରେ ଏକ କବିତା ପାଠ କରିଥିବା ଜଣେ ଯୁବତୀଙ୍କ ସହ କଥାବାର୍ତ୍ତା କରି ଶ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ ମଧ୍ୟ ଜଣେ ବାଳକ ସହ କଥାବାର୍ତ୍ତା କରିଥିଲେ, ଯିଏ ତାଙ୍କୁ ଏକ ଚିତ୍ରକଳା ଉପହାର ଦେଇଥିଲେ ଏବଂ ଏକ ଘରର ହିତାଧିକାରୀ ଥିଲେ । ଶ୍ରୀ ମୋଦୀ ତାଙ୍କୁ ନୂତନ ଘରେ ସେମାନଙ୍କର ଅଗ୍ରଗତି ସମ୍ପର୍କରେ ପଚାରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟ ଜଣେ ଯୁବତୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଏକ କବିତା ପାଠ କରିଥିଲେ, ସେଥିପାଇଁ ସେ ତାଙ୍କୁ ପ୍ରଶଂସା କରିଥିଲେ ।

ଏହା ପରେ ପ୍ରଧାନମନ୍ତ୍ରୀ ମହିଳା ଲୋକୋ ପାଇଲଟମାନଙ୍କ ସହ କଥା ହୋଇଥିଲେ, ଯେଉଁମାନେ ସେମାନଙ୍କ ଚାକିରି ପାଇଁ ଖୁସି ଏବଂ ଗର୍ବ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅତ୍ୟଧିକ ଏକାଗ୍ରତା ସହିତ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ଏବଂ ନୂତନ ଚାକିରି ପାଇଁ ଶୁଭେଚ୍ଛା ଜଣାଇଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth