ନମାମି ଗଙ୍ଗେ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 29.09.2020 ଭିଡିଓ କନଫରେନ୍ସ ମାଧ୍ୟମରେ ଉତ୍ତରାଖଣ୍ଡରେ 6ଟି ବୃହତ ପ୍ରକଳ୍ପ ଉଦଘାଟନ କରିବେ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ 68 ଏମଏଲଡି ଏସଟିପି ନିର୍ମାଣ, ହରିଦ୍ଵାରର ଜଗଜିତପୁରଠାରେ ଥିବା 27 ଏମଏଲଡି ଏସଟିପିର ଉନ୍ନତିକରଣ ଏବଂ ହରିଦ୍ଵାରର ସରାଇଠାରେ 18 ଏମଏଲଡି ଏସଟିପିର ନିର୍ମାଣ ଅନ୍ତର୍ଭୁକ୍ତ । 68 ଏମଏଲଡି ଏସଟିପି ଜଗଜିତପୁର ପ୍ରକଳ୍ପ ରାଜ୍ୟର ପ୍ରଥମ ସ୍ବେରେଜ ପ୍ରକଳ୍ପ ଯାହାକି ସରକାରୀ ଓ ଘରୋଇ ଭାଗିଦାରୀତାରେ ସଂପୂର୍ଣ୍ଣ ହୋଇଛି । ଏହା ବ୍ୟତୀତ ଋଷିକେଶର ଲାକଡାଘାଟଠାରେ 26 ଏମଏଲଡି ଏସଟିପିର ମଧ୍ୟ ଉଦଘାଟନ କରିବେ ।    

ହରିଦ୍ଵାର ଋଷିକେଶ ଜୋନରୁ ଗଙ୍ଗା ନଦୀରେ ଶତକଡା 80 ଭାଗ ବର୍ଜ୍ୟ ଜଳ ନିଷ୍କାସିତ ହୋଇଥାଏ । ଗଙ୍ଗା ନଦୀକୁ ନିର୍ମଳ ରଖିବା ପାଇଁ ଏହି ଏସଟିପିଗୁଡିକର ଉଦଘାଟନ ବିଶେଷ ସହାୟକ ହେବ ।

ମୁନି କି ରେଟି ସହରର ଚନ୍ଦ୍ରେଶ୍ଵର ନଗରରେ 7.5 ଏମଏଲଡି ଏସଟିପି ଦେଶର ପ୍ରଥମ 4 ମହଲା ବିଶିଷ୍ଟ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟର ମାନ୍ୟତା ପାଇବ । ଏହା 900 ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି ।

ପ୍ରଧାନମନ୍ତ୍ରୀ ଏହାଛଡା ଚୁରପାଣିଠାରେ 5 ଏମଏଲଡି ଏସଟିପି ଓ ବଦ୍ରିନାଥଠାରେ 1 ଏମଏଲଡି ଏସଟିପି ଓ 0.01 ଏମଏଲଡି ଏସଟିପି ସାମର୍ଥ୍ୟ ବିଶିଷ୍ଟ ଆଉ ଦୁଇଟି ଏମଏଲଡି ଏସଟିପି ମଧ୍ୟ ଉଦଘାଟନ କରିବେ । ଏହାକୁ ମିଶାଇ ଉତ୍ତରାଖଣ୍ଡର ମୋଟ 30ଟି ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହେବ । ଶତକଡା 100 ଭାଗ କାର୍ଯ୍ୟ ଏହି ଗଙ୍ଗାନଦୀ ତଟବର୍ତ୍ତୀ 17ଟି ସହରରେ ସଂପୂର୍ଣ୍ଣ ହେବା ଏକ ପ୍ରମୁଖ ସଫଳତା କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରଧାନମନ୍ତ୍ରୀ ମଧ୍ୟ ଗଙ୍ଗା ଅବଲୋକନ ନାମରେ ଏକ ସଂଗ୍ରହାଳୟର ଉଦଘାଟନ ହରିଦ୍ଵାରର ଚଣ୍ଡୀଘାଟଠାରେ କରିବେ । ଦେଶରେ ପ୍ରଥମଥର ପାଇଁ  ସ୍ଥାପିତ ଏହିପରି ଏକ ସଂଗ୍ରହାଳୟରେ ଗଙ୍ଗାନଦୀର ପୁନରୁଦ୍ଧାର, ଜୈବ ବିବିଧତା, ସଂସ୍କୃତି ଇତ୍ୟାଦି ସନ୍ନିବେଶିତ ହେବ ।

ଏହି ଅବସରରେ ଜାତୀୟ ଗଙ୍ଗା ପରିମଳ ମିଶନ ଓ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ପୁସ୍ତକ ‘Rowing down the Ganges’ ଉନ୍ମୋଚିତ ହେବ । ଗଙ୍ଗାକୂଳର ସଂସ୍କୃତି ଓ ଜୈବ ବିବିଧତା ବିଷୟବସ୍ତୁମାନ ଏହି ପୁସ୍ତକରେ ରଙ୍ଗୀନ ଫଟୋ ସହିତ ଦର୍ଶାଯାଇଛି । ଏହି ପୁସ୍ତକରେ ଗଙ୍ଗାର ଉତ୍ପତ୍ତିସ୍ଥଳ ଗୋମୂଖଠାରୁ ଆରମ୍ଭ କରି ସାଗରରେ ବିଲୀନ ହୋଇଥିବା ଗଙ୍ଗା ସାଗର ପର୍ଯ୍ୟନ୍ତ ନୌଯାତ୍ରାର ପରିକଳ୍ପନା କରାଯାଇଛି ।

ଏହାଛଡା ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନର ଲୋଗୋ ଓ ଗ୍ରାମପଞ୍ଚାୟତଗୁଡିକର ମାର୍ଗଦର୍ଶିକା ଓ ଜଳ ଜୀବନ ମିଶନ ଅନ୍ତର୍ଗତ ପାଣି ସମିତି ସମ୍ପର୍କିତ ପୁସ୍ତିକା ମଧ୍ୟ ଉନ୍ମୋଚନ କରିବେ ।

ଏହି ଲିଙ୍କhttps://pmevents.ncog.gov.in/ରେ ଯୋଡି ହୁଅନ୍ତୁ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New farm-sector scheme gives thrust to 100 laggard districts

Media Coverage

New farm-sector scheme gives thrust to 100 laggard districts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to Shri Biju Patnaik Ji on his birth anniversary
March 05, 2026

The Prime Minister, Shri Narendra Modi paid tributes to former Chief Minister of Odisha, Shri Biju Patnaik on his birth anniversary and remembered him for his passion towards furthering the progress of Odisha.

The Prime Minister wrote on X;

“On his birth anniversary today, I pay tributes to Shri Biju Patnaik Ji and remember his passion towards furthering the progress of Odisha.”