ସବୁଜ ରଣନୀତିକ ସହଭାଗିତାରେ ଭାରତ-ଡେନମାର୍କ ସମ୍ପର୍କ ସୁଦୃଢ କରିବାକୁ ଦୁଇ ନେତାଙ୍କ ସ୍ପଷ୍ଟ ସନ୍ଦେଶ
ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ଏବଂ ତୁରନ୍ତ ସମାଧାନ ଉପରେ ନେତାଦ୍ୱୟଙ୍କ ମତ ବିନିମୟ
ଭାରତ-ଇୟୁ ଏଫଟିଏର ଶୀଘ୍ର ଚୂଡ଼ାନ୍ତ ରୂପ ପାଇଁ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ ସମର୍ଥନ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।

ବାଣିଜ୍ୟ, ନିବେଶ, ନବାଚାର, ଶକ୍ତି, ଜଳ ପରିଚାଳନା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସ୍ଥିର ବିକାଶ ଆଦି କ୍ଷେତ୍ରରେ ଭାରତ-ଡେନମାର୍କ ସବୁଜ ରଣନୀତିକ ସହଭାଗିତା ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ପ୍ରତିବଦ୍ଧତା ଦୋହରାଇଲେ ।

ଇରୋପିଆନ ୟୁନିଅନ ପରିଷଦର ସଫଳ ସଭାପତିତ୍ୱ ପାଇଁ ଏବଂ ଜାତିସଂଘରେ ନିରାପତ୍ତା ପରିଷଦରେ ଅସ୍ଥାୟୀ ସଦସ୍ୟତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଥିଲେ ।

ଆଞ୍ଚଳିକ ଏବଂ ବୈଶ୍ୱିକ ଗୁରୁତ୍ୱ ଥିବା ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ଏବଂ ଶୀଘ୍ର ସମାଧାନ ତଥା ଶାନ୍ତି ଓ ସ୍ଥିରତା ପାଇଁ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଥିଲେ ।

ପାରସ୍ପରିକ ସ୍ୱାର୍ଥ ନିହିତ ଥିବା ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର ଚୂଡ଼ାନ୍ତ ହେବା ଏବଂ ୨୦୨୬ରେ ଭାରତରେ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ପାଇଁ ଡେନମାର୍କର ସମର୍ଥନକୁ ପ୍ରଧାନମନ୍ତ୍ରୀ ଫ୍ରେଡରିକସେନ ଦୋହରାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future