ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।
ବାଣିଜ୍ୟ, ନିବେଶ, ନବାଚାର, ଶକ୍ତି, ଜଳ ପରିଚାଳନା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସ୍ଥିର ବିକାଶ ଆଦି କ୍ଷେତ୍ରରେ ଭାରତ-ଡେନମାର୍କ ସବୁଜ ରଣନୀତିକ ସହଭାଗିତା ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ପ୍ରତିବଦ୍ଧତା ଦୋହରାଇଲେ ।
ଇରୋପିଆନ ୟୁନିଅନ ପରିଷଦର ସଫଳ ସଭାପତିତ୍ୱ ପାଇଁ ଏବଂ ଜାତିସଂଘରେ ନିରାପତ୍ତା ପରିଷଦରେ ଅସ୍ଥାୟୀ ସଦସ୍ୟତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଥିଲେ ।
ଆଞ୍ଚଳିକ ଏବଂ ବୈଶ୍ୱିକ ଗୁରୁତ୍ୱ ଥିବା ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ଏବଂ ଶୀଘ୍ର ସମାଧାନ ତଥା ଶାନ୍ତି ଓ ସ୍ଥିରତା ପାଇଁ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଥିଲେ ।
ପାରସ୍ପରିକ ସ୍ୱାର୍ଥ ନିହିତ ଥିବା ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର ଚୂଡ଼ାନ୍ତ ହେବା ଏବଂ ୨୦୨୬ରେ ଭାରତରେ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ପାଇଁ ଡେନମାର୍କର ସମର୍ଥନକୁ ପ୍ରଧାନମନ୍ତ୍ରୀ ଫ୍ରେଡରିକସେନ ଦୋହରାଇଥିଲେ ।
Had a very good conversation with Prime Minister Mette Frederiksen of Denmark today. We reaffirmed our strong commitment to strengthening our Green Strategic Partnership and to an early conclusion of the India-EU Free Trade Agreement. Conveyed best wishes for Denmark’s Presidency…
— Narendra Modi (@narendramodi) September 16, 2025


