ସାହିବାବାଦ ଏବଂ ନ୍ୟୁ ଅଶୋକ ନଗର ମଧ୍ୟରେ ନମୋ ଭାରତ କରିଡରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ପରେ ଦିଲ୍ଲୀକୁ ମିଳିଲା ପ୍ରଥମ ନମୋ ଭାରତ ସଂଯୋଗ
୧୦୦୦ କିଲୋମିଟରରେ ପହଞ୍ଚିଲା ଭାରତର ମେଟ୍ରୋ ନେଟୱାର୍କ, ଏହା ଏକ ଉଲ୍ଲେଖନୀୟ ସଫଳତା: ପ୍ରଧାନମନ୍ତ୍ରୀ
'ମେକ୍ ଇନ୍ ଇଣ୍ଡିଆ' ସହ 'ହିଲ୍ ଇନ୍ ଇଣ୍ଡିଆ'କୁ ମଧ୍ୟ ବିଶ୍ୱ ମନ୍ତ୍ର ଭାବେ ଗ୍ରହଣ କରିବ: ପ୍ରଧାନମନ୍ତ୍ରୀ
ବିଶ୍ୱର ସ୍ୱାସ୍ଥ୍ୟ ଓ କଲ୍ୟାଣ ରାଜଧାନୀ ହେବା ପାଇଁ ଭାରତରେ ପ୍ରଚୁର ସମ୍ଭାବନା ରହିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସାହିବାବାଦ ଆରଆରଟିଏସ ଷ୍ଟେସନରୁ ନ୍ୟୁ ଅଶୋକ ନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ । ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ଏବଂ ଯାତ୍ରାକୁ ସହଜ କରିବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦିଲ୍ଲୀ-ଏନସିଆରକୁ ଭାରତ ସରକାରଙ୍କଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ମିଳିଛି। ଏହାଦ୍ୱାରା ଭାରତର ସହରାଞ୍ଚଳ ଗତିଶୀଳତା ଆହୁରି ବିସ୍ତାରିତ ହୋଇଛି । ବିକଶିତ ଭାରତର ସହରଗୁଡ଼଼ିକରେ ସର୍ବସାଧାରଣ ପରିବହନର ଭବିଷ୍ୟତକୁ ଦର୍ଶାଉଥିବା ନମୋ ଭାରତ ଟ୍ରେନରେ  ଆଜି ସାହିବାବାଦରୁ ନ୍ୟୁ ଅଶୋକ ନଗର ପର୍ଯ୍ୟନ୍ତ ଯାତ୍ରାକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସେ ଏହି ଯାତ୍ରା ସମୟରେ  ଅନେକ ଯୁବକଙ୍କ ସହ କଥାବାର୍ତ୍ତା କରିଥିଲେ, ଯେଉଁମାନେ ଆନନ୍ଦ ଏବଂ ଆଶାରେ ପରିପୂର୍ଣ୍ଣ ଥିଲେ। ନମୋ ଭାରତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଦିଲ୍ଲୀ-ମିରଟ ମାର୍ଗରେ ଯାତାୟାତରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଦିଲ୍ଲୀ-ଏନସିଆରବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ଆଜି ଭାରତର ଆଧୁନିକ ଭିତ୍ତିଭୂମି ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଶ୍ରୀ ମୋଦୀ କହିଥିଲେ। ଭାରତର ମେଟ୍ରୋ ନେଟୱାର୍କ ଏବେ ୧୦ କିଲୋମିଟରରେ ପହଞ୍ଚିଛି ବୋଲି ସେ ଆଲୋକପାତ କରିବା ସହ ଏହାକୁ ଏକ ଉଲ୍ଲେଖନୀୟ ସଫଳତା ବୋଲି ପ୍ରଶଂସା କରିଥିଲେ। ୨୦୧୪ମସିହାରେ ଯେତେବେଳେ ଦେଶ ସେମାନଙ୍କୁ ସୁଯୋଗ ଦେଇଥିଲା, ସେତେବେଳେ ମେଟ୍ରୋ ସଂଯୋଗ କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ମଧ୍ୟ ନଥିଲା କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ଭାରତ ମେଟ୍ରୋ ନେଟୱାର୍କ ଦୃଷ୍ଟିରୁ ବିଶ୍ୱର ତୃତୀୟ ବୃହତ୍ତମ ଦେଶ ରେ ପରିଣତ ହୋଇଛି । ସରକାରଙ୍କ ଚଳିତ କାର୍ଯ୍ୟକାଳ ମଧ୍ୟରେ ଭାରତ ବିଶ୍ୱର ଦ୍ବିତୀୟ ବୃହତ୍ତମ ମେଟ୍ରୋ ନେଟୱାର୍କ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପୂର୍ବରୁ ଭାରତର ମେଟ୍ରୋ ନେଟୱାର୍କ ମାତ୍ର ୨୪୮ କିଲୋମିଟର ଥିଲା ଏବଂ ଏହା କେବଳ ପାଞ୍ଚଟି ସହରରେ ସୀମିତ ଥିଲା । ଗତ ୧୦ ବର୍ଷ ମଧ୍ୟରେ ଭାରତରେ ୭୫୨ କିଲୋମିଟରରୁ ଅଧିକ ନୂଆ ମେଟ୍ରୋ ଲାଇନ ଉଦଘାଟିତ ହୋଇଛି ବୋଲି ସେ କହିଥିଲେ । ଆଜି ଦେଶର ୨୧ଟି ସହରରେ ମେଟ୍ରୋ ସେବା କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୦ କିଲୋମିଟରରୁ ଅଧିକ ମେଟ୍ରୋ ରୁଟ୍ ର ଦ୍ରୁତ ବିକାଶ ଚାଲିଥିବା ଶ୍ରୀ ମୋଦୀ ସୂଚନା ଦେଇଛନ୍ତି।

ଦିଲ୍ଲୀ ମେଟ୍ରୋର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରି, ଦୁଇଟି ନୂତନ ମାର୍ଗର ଉଦଘାଟନ ଏବଂ ଶିଳାନ୍ୟାସ ସହିତ ଶ୍ରୀ ମୋଦୀ କହିଥିଲେ ଯେ ଗୁରୁଗାଓଁ ପରେ ହରିୟାଣାର ଅନ୍ୟ ଏକ ଅଂଶ ବର୍ତ୍ତମାନ ମେଟ୍ରୋ ନେଟୱାର୍କ ସହିତ ସଂଯୋଗ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରିଥାଲା-ନରେଲା-କୁଣ୍ଡଲି କରିଡର ଦିଲ୍ଲୀ ମେଟ୍ରୋ ନେଟୱାର୍କର ଏକ ବୃହତ୍ତମ ବିଭାଗ ହେବ, ଯାହା ଦିଲ୍ଲୀ ଏବଂ ହରିୟାଣାର ପ୍ରମୁଖ ଶିଳ୍ପ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ଲୋକଙ୍କ ପାଇଁ ଯାତାୟତକୁ ସହଜ କରିବ । ଭାରତ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଦିଲ୍ଲୀରେ ମେଟ୍ରୋ ମାର୍ଗ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ୨୦୧୪ରେ ଦିଲ୍ଲୀ-ଏନସିଆରରେ ମୋଟ ମେଟ୍ରୋ ନେଟୱାର୍କ ୨୦୦ କିଲୋମିଟରରୁ କମ୍ ଥିଲା ଏବଂ ଆଜି ଏହା ଦ୍ୱିଗୁଣିତ ହୋଇଥିବା ସେ କହିଛନ୍ତି।

ଗତ ଏକ ଦଶନ୍ଧି ମଧ୍ୟରେ ଭିତ୍ତିଭୂମି ବିକାଶ ଉପରେ ସରକାରଙ୍କ ପ୍ରାଥମିକ ଧ୍ୟାନ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ୧୦ ବର୍ଷ ତଳେ ଭିତ୍ତିଭୂମି ପାଇଁ ବଜେଟ୍ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏବେ ତାହା ୧୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷ କରି ସହର ଭିତରେ ଆଧୁନିକ ଯୋଗାଯୋଗ ଏବଂ ଗୋଟିଏ ସହରକୁ ଅନ୍ୟ ସହର ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏକ୍ସପ୍ରେସ ୱେ ବର୍ତ୍ତମାନ ଦିଲ୍ଲୀରୁ ବିଭିନ୍ନ ସହରକୁ ପ୍ରସ୍ତୁତ ହେଉଛି ଏବଂ ଦିଲ୍ଲୀକୁ ଶିଳ୍ପ କରିଡର ସହିତ ସଂଯୋଗ କରାଯାଉଛି । ସେ କହିଛନ୍ତି ଯେ ଏନସିଆରରେ ଏକ ବୃହତ ମଲ୍ଟି ମୋଡାଲ ଲଜିଷ୍ଟିକ୍ ହବ୍ ବିକଶିତ କରାଯାଉଛି ଏବଂ ଦିଲ୍ଲୀ-ଏନସିଆରରେ ଦୁଇଟି ମାଲ ପରିବହନ କରିଡର ପରସ୍ପରକୁ ସଂଯୋଗ କରୁଛି।  ଏହି ପ୍ରକଳ୍ପଗୁଡ଼ିକ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେଉଛି ଏବଂ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଆଧୁନିକ ଭିତ୍ତିଭୂମି ଗରିବ ଓ ମଧ୍ୟବିତ୍ତଙ୍କ ସମେତ ସମସ୍ତଙ୍କ ପାଇଁ ସମ୍ମାନଜନକ ଏବଂ ଗୁଣାତ୍ମକ ଜୀବନ ସୁନିଶ୍ଚିତ କରିବାରେ ସହାୟକ ହେଉଛି।

ଗରିବରୁ ଗରିବ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଆୟୁଷ ଏବଂ ଆୟୁର୍ବେଦ ଭଳି ପାରମ୍ପରିକ ଭାରତୀୟ ଔଷଧ ପଦ୍ଧତିକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ଆୟୁଷ ବ୍ୟବସ୍ଥା ୧୦୦ରୁ ଅଧିକ ଦେଶରେ ବିସ୍ତାରିତ ହୋଇଛି ବୋଲି ସେ କହିଛନ୍ତି। ଭାରତରେ ପାରମ୍ପରିକ ଔଷଧ ସମ୍ବନ୍ଧୀୟ ପ୍ରଥମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଷ୍ଠାନ ପ୍ରତିଷ୍ଠା କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି। କିଛି ସପ୍ତାହ ତଳେ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ୱିତୀୟ ପର୍ଯ୍ୟାୟକୁ ସେ ଉଦ୍‍ଘାଟନ କରିଥିଲେ। ଆଜି କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରାଯାଇଛି ଏବଂ ଏହି ସଫଳତା ପାଇଁ ଦିଲ୍ଲୀବାସୀଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ମୋଦୀ ।

"ବିଶ୍ୱର ସ୍ୱାସ୍ଥ୍ୟ ଏବଂ ଓ୍ୱେଲନେସ ରାଜଧାନୀରେ ପରିଣତ ହେବା ପାଇଁ ଭାରତରେ ପ୍ରଚୁର ସମ୍ଭାବନା ରହିଛି" ବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ମେକ୍ ଇନ୍ ଇଣ୍ଡିଆ ସହିତ ବିଶ୍ୱ 'ହିଲ୍ ଇନ୍ ଇଣ୍ଡିଆ'କୁ ମଧ୍ୟ ମନ୍ତ୍ର ଭାବେ ଗ୍ରହଣ କରିବ। ବିଦେଶୀ ନାଗରିକଙ୍କୁ ଭାରତରେ ଆୟୁଷ ଚିକିତ୍ସାରେ ସୁବିଧା ଦେବା ପାଇଁ ଏକ ସ୍ୱତନ୍ତ୍ର ଆୟୁଷ ଭିସା ସୁବିଧା ଆରମ୍ଭ କରାଯାଇଛି ଏବଂ ଅଳ୍ପ ସମୟ ମଧ୍ୟରେ ଶହ ଶହ ବିଦେଶୀ ନାଗରିକ ଏହି ସୁବିଧାରୁ ଉପକୃତ ହୋଇଛନ୍ତି । ଭାରତ ସରକାରଙ୍କ ଏହି ପ୍ରୟାସ ଦିଲ୍ଲୀକୁ ବିକାଶର ନୂତନ ଶୀର୍ଷତ୍ୱରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ, ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ବିନୟ କୁମାର ସକ୍ସେନା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଆତିଶୀ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପ୍ରଧାନମନ୍ତ୍ରୀ ସାହିବାବାଦ ଏବଂ ନ୍ୟୁ ଅଶୋକ ନଗର ମଧ୍ୟରେ ଦିଲ୍ଲୀ-ଗାଜିଆବାଦ-ମିରଟ ନମୋ ଭାରତ କରିଡରର ୧୩ କିଲୋମିଟର ଅଂଶକୁ ଉଦଘାଟନ କରିବେ। ଏହି ଉଦଘାଟନ ଦ୍ୱାରା ଦିଲ୍ଲୀକୁ ଏହାର ପ୍ରଥମ ନମୋ ଭାରତ ସଂଯୋଗ ମିଳିବ । ଏହାଦ୍ୱାରା ଦିଲ୍ଲୀ ଏବଂ ମିରଟ ମଧ୍ୟରେ ଯାତ୍ରା ଯଥେଷ୍ଟ ସହଜ ହେବ ଏବଂ ଅତୁଳନୀୟ ସୁରକ୍ଷା ଓ ବିଶ୍ୱସନୀୟତା ସହିତ ହାଇସ୍ପିଡ୍ ଏବଂ ଆରାମଦାୟକ ଯାତ୍ରା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋ ଫେଜ୍ -୪ର ଜନକପୁରୀରୁ କ୍ରିଷ୍ଣା ପାର୍କ ମଧ୍ୟରେ ୨.୮ କିଲୋମିଟର ରାସ୍ତାର ଉଦଘାଟନ କରିଛନ୍ତି। ଏଥିପାଇଁ ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ପ୍ରଥମ ଅଂଶ ହେବ। ଏହି ପ୍ରକଳ୍ପ ଦ୍ୱାରା ପଶ୍ଚିମ ଦିଲ୍ଲୀର କ୍ରିଷ୍ଣା ପାର୍କ, ବିକାଶପୁରୀର କିଛି ଅଂଶ, ଜନକପୁରୀ ଆଦି ଅଞ୍ଚଳ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋ ଫେଜ୍ -୪ର ୨୬.୫ କିଲୋମିଟର ରିଥାଲା - କୁଣ୍ଡଲି ସେକ୍ସନର ଶିଳାନ୍ୟାସ କରିଛନ୍ତି, ଯାହାର ମୂଲ୍ୟ ପ୍ରାୟ ୬,୨୩୦ କୋଟି ଟଙ୍କା । ଏହି କରିଡର ଦିଲ୍ଲୀର ରିଥାଲାରୁ ହରିୟାଣାର ନାଥୁପୁର (କୁଣ୍ଡଲି)କୁ ସଂଯୋଗ କରିବ, ଯାହା ଦିଲ୍ଲୀ ଏବଂ ହରିୟାଣାର ଉତ୍ତର-ପଶ୍ଚିମ ଭାଗରେ ଯୋଗାଯୋଗକୁ ସମୃଦ୍ଧ କରିବ ।  ଏହାଦ୍ୱାରା ମୁଖ୍ୟତଃ ରୋହିଣୀ, ବୱାନା, ନରେଲା ଏବଂ କୁଣ୍ଡଲି ପ୍ରମୁଖ କ୍ଷେତ୍ରଗୁଡିକରେ ଆବାସିକ, ବାଣିଜ୍ୟିକ ଏବଂ ଶିଳ୍ପ ଜୋନର ଉନ୍ନତି ଆସିବ।  ଏହା କାର୍ଯ୍ୟକ୍ଷମ ହେବା ପରେ ସମ୍ପ୍ରସାରିତ ରେଡ୍ ଲାଇନ୍ ଦେଇ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶ ଦେଇ ଯାତ୍ରା କରିବା ସୁବିଧା ହେବ।

ପାଖାପାଖି ୧୮୫ କୋଟି ଟଙ୍କା ବ୍ୟୟରେ ନୂଆଦିଲ୍ଲୀର ରୋହିଣୀଠାରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆର୍‍ଆଇ)ର ନୂତନ ଅତ୍ୟାଧୁନିକ କୋଠାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ୟାମ୍ପସରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସିହି ଔଷଧ ଭିତ୍ତିଭୂମି ଉପଲବ୍ଧ ହେବ । ନୂତନ କୋଠାରେ ପ୍ରଶାସନିକ ବ୍ଲକ, ଓପିଡି ବ୍ଲକ, ଆଇପିଡି ବ୍ଲକ ଏବଂ ଏକ ଉତ୍ସର୍ଗୀକୃତ ଚିକିତ୍ସା ବ୍ଲକ ରହିବ, ଯାହା ରୋଗୀ ଏବଂ ଗବେଷକମାନଙ୍କ ପାଇଁ ଏକ ସମନ୍ୱିତ ତଥା ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Twelve years of transformation: How India built new infrastructure, digital & strategic capability

Media Coverage

Twelve years of transformation: How India built new infrastructure, digital & strategic capability
NM on the go

Nm on the go

Always be the first to hear from the PM. Get the App Now!
...
PM Modi shares a Sanskrit Subhashitam highlighting the power of collective resolve and unity in driving societal progress
August 17, 2026

Prime Minister Shri Narendra Modi shared a Sanskrit Subhashitam today, highlighting the importance of collective resolve and unity of minds in driving national progress and societal well-being.

The Prime Minister wrote on X;

"सामूहिक संकल्प और एकता की शक्ति से ही देश आगे बढ़ता है। यही भावना भारत की प्रगति और समृद्धि की मजबूत नींव है।

समानी व आकूतिः समाना हृदयानि वः।

समानमस्तु वो मनो यथा वः सुसहासति॥"

All our resolves should be identical, our minds should be connected with the feeling of unity, so that we may all continually strive for the progress of society through mutual cooperation and equal treatment.