ଡ. ସିଂହଙ୍କ ଜୀବନ ଭବିଷ୍ୟତ ପିଢ଼ିକୁ ପ୍ରତିକୂଳ ପରିସ୍ଥିତିରୁ ଉଠିବା ଏବଂ ସଫଳତାର ଉଚ୍ଚତା ହାସଲ କରିବାର ଶିକ୍ଷା ଦେଉଛି : ପ୍ରଧାନମନ୍ତ୍ରୀ
ଡ. ସିଂହଙ୍କୁ ସର୍ବଦା ଜଣେ ଦୟାଳୁ ବ୍ୟକ୍ତି, ଶିକ୍ଷିତ ଅର୍ଥନୀତିଜ୍ଞ ତଥା ସଂସ୍କାର ପାଇଁ ଉତ୍ସର୍ଗୀକୃତ ନେତା ଭାବରେ ସ୍ମରଣ କରାଯିବ : ପ୍ରଧାନମନ୍ତ୍ରୀ
ଡକ୍ଟର ସିଂହଙ୍କ ବିଶିଷ୍ଟ ସଂସଦୀୟ କ୍ୟାରିୟର ତାଙ୍କର ବିନମ୍ରତା, ଭଦ୍ରତା ଏବଂ ବୁଦ୍ଧିମତ୍ତାରେ ପରିପୂର୍ଣ୍ଣ ଥିଲା : ପ୍ରଧାନମନ୍ତ୍ରୀ
ଡ. ସିଂହ ସର୍ବଦା ଦଳୀୟ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହି ସବୁ ଦଳର ଲୋକଙ୍କ ସହ ସମ୍ପର୍କ ରଖିôଥିଲେ ଏବଂ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେଉଥିଲେ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରୁ ଏକ ଭିଡିଓ ବାର୍ତ୍ତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଡ. ସିଂହଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ଏକ ସାଧାରଣ ଉପଲବ୍ଧି ନୁହେଁ ଏବଂ ବିଭାଜନ ସମୟରେ ଭାରତ ଆସିବା ପରେ ଅନେକ କିଛି ହରାଇବା ସତ୍ତ୍ୱେ ଡ. ସିଂହ ଜଣେ ସଫଳ ବ୍ୟକ୍ତିତ୍ୱ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଡ. ସିଂହଙ୍କ ଜୀବନ ଭବିଷ୍ୟତ ପିଢ଼ିକୁ କିପରି ପ୍ରତିକୂଳ ପରିସ୍ଥିତିରୁ ଉପରକୁ ଉଠିବା ଏବଂ ସଫଳତାର ସୁଦୀର୍ଘ ଉଚ୍ଚତା ହାସଲ କରିହୁଏ ତାହା ଶିକ୍ଷା ଦେଉଛି ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଡ. ସିଂହଙ୍କୁ ସର୍ବଦା ଦୟାଳୁ ବ୍ୟକ୍ତି, ଶିକ୍ଷିତ ଅର୍ଥନୀତିଜ୍ଞ ତଥା ସଂସ୍କାର ପାଇଁ ଉତ୍ସର୍ଗୀକୃତ ନେତା ଭାବରେ ସ୍ମରଣ କରାଯିବ । ଏହି ଅବସରରେ ସେ ଅର୍ଥନୀତିଜ୍ଞ ଭାବରେ ବିଭିନ୍ନ ସ୍ତରରେ ଭାରତ ସରକାରଙ୍କ ପାଇଁ ଡ. ସିଂହଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ଚ୍ୟାଲେଞ୍ଜ ସମୟରେ ଭାରତର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ଡ. ସିଂହଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଭାରତ ରତ୍ନ ଶ୍ରୀ ପି.ଭି. ନରସିଂହ ରାଓଙ୍କ ସରକାରରେ ଜଣେ ଅର୍ଥମନ୍ତ୍ରୀ ଭାବରେ, ଡ. ମନମୋହନ ସିଂହ ଦେଶକୁ ଆର୍ଥିକ ସଂକଟରୁ ଏକ ନୂତନ ଅର୍ଥନୈତିକ ପଥରେ ଆଗେଇ ନେଇଥିଲେ । ପ୍ରଧାନମନ୍ତ୍ରୀ ଭାବରେ ଦେଶର ବିକାଶ ତଥା ପ୍ରଗତିରେ ଡ. ସିଂହଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନାଗରିକମାନଙ୍କର ଏବଂ ଦେଶର ବିକାଶ ପ୍ରତି ଡ. ସିଂହଙ୍କର ପ୍ରତିବଦ୍ଧତାକୁ ସର୍ବଦା ଉଚ୍ଚ ସମ୍ମାନ ଦିଆଯାଇଛି ।

ଡ. ସିଂହଙ୍କ ଜୀବନ ତାଙ୍କର ସଚ୍ଚୋଟତା ଏବଂ ସରଳତାର ପ୍ରତିଫଳନ ଥିଲା ବୋଲି ଶ୍ରୀ ମୋଦୀ ଦର୍ଶାଇଛନ୍ତି । ସେ ଡକ୍ଟର ସିଂହଙ୍କ ବିଶିଷ୍ଟ ସଂସଦୀୟ କ୍ୟାରିୟରକୁ ତାଙ୍କର ବିନମ୍ରତା, ଭଦ୍ରତା ଏବଂ ବୁଦ୍ଧି ଦ୍ୱାରା ଚିହ୍ନିତ କରିଥିଲେ । ପ୍ରଧାନମନ୍ତ୍ରୀ ମନେ ପକାଇଦେଇଛନ୍ତି ଯେ ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟସଭାରେ ଡ. ସିଂହଙ୍କ କାର୍ଯ୍ୟକାଳ ଶେଷ ହେବା ସମୟରେ ମଧ୍ୟ ସେ ତାଙ୍କର ସମର୍ପଣର ପ୍ରଶଂସା କରିବା ସହ ସେ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ବୋଲି କହିଥିଲେ । ଶାରୀରିକ ଆହ୍ୱାନ ସତ୍ତ୍ୱେ ଡ. ସିଂହ ଏକ ହ୍ୱିଲ ଚେୟାରରେ ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ଯୋଗ ଦେଇଥିଲେ ଏବଂ ନିଜର ସଂସଦୀୟ କର୍ତ୍ତବ୍ୟ ନିର୍ବାହ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ଅନୁଷ୍ଠାନମାନଙ୍କଠାରୁ ଶିକ୍ଷା ଗ୍ରହଣ କରିବା ଏବଂ ଉଚ୍ଚ ସରକାରୀ ପଦବୀ ଧାରଣ କରିବା ସତ୍ତ୍ୱେ ଡ. ସିଂହ ନିଜର ସାଧାରଣ ପୃଷ୍ଠଭୂମିର ମୂଲ୍ୟବୋଧଗୁଡିକୁ କେବେ ଭୁଳି ନାହାନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ଡ. ସିଂହ ସର୍ବଦା ଦଳୀୟ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହିଥିଲେ, ସବୁ ଦଳର ବ୍ୟକ୍ତିବିଶେଷଙ୍କ ସହ ସମ୍ପର୍କ ବଜାୟ ରଖିôଥିଲେ ଏବଂ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେଉଥିଲେ । ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଭାବରେ ନିଜର କାର୍ଯ୍ୟକାଳ ସମୟରେ ଓ ପରବର୍ତ୍ତୀ ସମୟରେ ଦିଲ୍ଲୀରେ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଡ. ସିଂହଙ୍କ ସହ ହୋଇଥିବା ସ୍ୱତନ୍ତ୍ର ଆଲୋଚନାକୁ ମନେ ପକାଇଥିଲେ। ସେ ଡ. ସିଂହଙ୍କ ପରିବାର ପ୍ରତି ନିଜର ସମବେଦନା ବ୍ୟକ୍ତ କରିବା ସହ ଦେଶବାସୀଙ୍କ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth