ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ମାନନୀୟ ବୋରିସ ଜନସନଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଭାରତ ଓ ବ୍ରିଟେନ ମଧ୍ୟରେ ଦୀର୍ଘସ୍ଥାୟୀ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବଂ ଏକ ରଣନୈତିକ ସହଭାଗିତା ରହିଛି। ଏହି ସହଭାଗିତା ଗଣତନ୍ତ୍ର ଓ ମୌଳିକ ସ୍ବାଧୀନତା ଲାଗି ପ୍ରତିବଦ୍ଧତା ତଥା ଆଇନର ଶାସନ, ଦୃଢ଼ ଆପୋସ ବୁଝାମଣା ଓ ବୃଦ୍ଧି ପାଉଥିବା ସମନ୍ବୟ ଉପରେ ଆଧାରିତ।

ଦ୍ବିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇ ଏକ ‘ବିସ୍ତୃତ ରଣନୈତିକ ସହଭାଗିତା’ରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ଶିଖର ସମ୍ମିଳନୀ ଅବସରରେ ଏକ ମହତ୍ବାକାଂକ୍ଷୀ ‘ରୋଡମ୍ୟାପ 2030’ ଗ୍ରହଣ କରାଯାଇଥିଲା। ଏହି ରୋଡମ୍ୟାପ ଆସନ୍ତା ଦଶବର୍ଷ ମଧ୍ୟରେ ଜନ ସମ୍ପର୍କ, ବାଣିଜ୍ୟ ଓ ଅର୍ଥବ୍ୟବସ୍ଥା, ପ୍ରତିରକ୍ଷା ଓ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅଧିକ ନିବିଡ଼ ଓ ଦୃଢ଼ ସହଭାଗିତା ନିମନ୍ତେ ମାର୍ଗ ପ୍ରଶସ୍ତ କରିବ।

ଦୁଇ ନେତା ବର୍ତ୍ତମାନର କୋଭିଡ19 ପରିସ୍ଥିତି ଏବଂ ଟିକା ଉପରେ ସଫଳ ଭାଗିଦାରୀ ସମେତ ମହାମାରୀ ମୁକାବିଲା ଲାଗି ଜାରି ରହିଥିବା ସହଭାଗିତା ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ କୋଭିଡ-19 ଦ୍ବିତୀୟ ଲହରୀର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବ୍ରିଟେନ ପକ୍ଷରୁ ଯୋଗାଇ ଦିଆଯାଇଥିବା ତ୍ବରିତ ଚିକିତ୍ସା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ଗତବର୍ଷ ଔଷଧ ଓ ଟିକା ଆଦି ଯୋଗାଣ ମାଧ୍ୟମରେ ବ୍ରିଟେନ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସହାୟତା ଯୋଗାଇବା ନିମନ୍ତେ ଭାରତର ଭୂମିକାକୁ ପ୍ରଧାନମନ୍ତ୍ରୀ ଜନସନ ପ୍ରଶଂସା କରିଥିଲେ।

ବିଶ୍ବର ପଞ୍ଚମ ଓ ଷଷ୍ଠ ବୃହତ୍ତମ ଅର୍ଥବ୍ୟବସ୍ଥା ମଧ୍ୟରେ ରହିଥିବା ବାଣିଜ୍ୟ ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ଦୁଇ ପ୍ରଧାନମନ୍ତ୍ରୀ ଏକ ‘ପରିବର୍ଦ୍ଧିତ ବାଣିଜ୍ୟ ସହଭାଗିତା’ (ଇଟିପି)ର ଶୁଭାରମ୍ଭ କରିଥିଲେ ଏବଂ 2030 ସୁଦ୍ଧା ଦ୍ବିପାକ୍ଷିକ ବାଣିଜ୍ୟକୁ ଦ୍ବିଗୁଣିତ କରିବା ଲାଗି ଏକ ମହତ୍ବାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲେ। ଇଟିପିର ଅଂଶବିଶେଷ ସ୍ବରୂପ, ଆଗୁଆ ଲାଭ ପାଇବା ପାଇଁ ଏକ ଅନ୍ତରୀଣ ବାଣିଜ୍ୟ ରାଜିନାମା ସମ୍ପର୍କରେ ବିଚାର କରିବା ସମେତ ଏକ ବିସ୍ତୃତ ଏବଂ ସନ୍ତୁଳିତ ଏଫଟିଏ ଲାଗି ଆଲୋଚନା କରିବା ନିମନ୍ତେ ଏକ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଭାରତ ଓ ବ୍ରିଟେନ ସହମତ ହୋଇଥିଲେ। ଭାରତ ଓ ବ୍ରିଟେନ ମଧ୍ୟରେ ପରିବର୍ଦ୍ଧିତ ବାଣିଜ୍ୟ ସହଭାଗିତା ଦୁଇ ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଗବେଷଣା ଓ ନବୋନ୍ମେଷ ସହଭାଗିତାରେ ବ୍ରିଟେନ ହେଉଛି ଭାରତର ଦ୍ବିତୀୟ ସର୍ବବୃହତ ସହଯୋଗୀ। ଏକ ନୂଆ ଭାରତ-ବ୍ରିଟେନ ‘ବିଶ୍ବ ନବୋନ୍ମେଷ ସହଭାଗିତା’ ଏହି ଶିଖର ସମ୍ମିଳନୀ ଅବସରରେ ଘୋଷଣା କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ଆଫ୍ରିକା ଠାରୁ ଆରମ୍ଭ କରି କେତେକ ଚୟନିତ ବିକଶଶୀଳ ରାଷ୍ଟ୍ରରେ ସମାବେଶୀ ଭାରତୀୟ ନବୋନ୍ମେଷକୁ ହସ୍ତାନ୍ତର କରିବାରେ ସହାୟତା କରିବା। ଡିଜିଟାଲ ଓ ଆଇସିଟି ଉତ୍ପାଦ ସମେତ ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତି ଏବଂ ଯୋଗାଣ ଶୃଙ୍ଖଳ ସହନଶୀଳତା ଉପରେ କାର୍ଯ୍ୟ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ନିମନ୍ତେ ଉଭୟ ପକ୍ଷ ସହମତ ହୋଇଥିଲେ। ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ-ମୁକାବିଲା ଓ ସାଇବର ସ୍ପେସ କ୍ଷେତ୍ରକୁ ମିଶାଇ ଉଭୟ ପକ୍ଷ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଭାଗିତାକୁ ସୁଦୃଢ଼ କରିବା ନିମନ୍ତେ ମଧ୍ୟ ସେମାନେ ସହମତ ହୋଇଥିଲେ।

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଜି7ରେ ସହଯୋଗ ସମେତ ଆପୋସ ହିତ ଜଡ଼ିତ ଅନ୍ୟ ଆଞ୍ଚଳିକ ଓ ବିଶ୍ବସ୍ତରୀୟ ପ୍ରସଙ୍ଗରେ ଦୁଇ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଥିଲେ। ସେମାନେ ପ୍ୟାରିସ ଚୁକ୍ତିର ଲକ୍ଷ୍ୟ ହାସଲ ନିମନ୍ତେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ଚଳିତ ବର୍ଷ ଶେଷ ଭାଗରେ ବ୍ରିଟେନ ଦ୍ବାରା ଆୟୋଜିତ ହେବାକୁ ଥିବା ଆଗାମୀ ସିଓପି 26ରେ ନିବିଡ଼ ସମ୍ପର୍କ ସ୍ଥାପନ ନିମନ୍ତେ ରାଜି ହୋଇଥିଲେ।

ଭାରତ ଓ ବ୍ରିଟେନ ପ୍ରବାସ ଓ ଯାତାୟାତ ଉପରେ ଏକ ବିସ୍ତୃତ ସହଭାଗିତାର ଶୁଭାରମ୍ଭ କରିଥିଲେ ଯାହା ଦୁଇ ଦେଶ ମଧ୍ୟରେ ଛାତ୍ରଛାତ୍ରୀ ଓ ପୋସାଦାରମାନଙ୍କର ଯାତାୟାତ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟିରେ ସହାୟକ ହେବ।

ପରିସ୍ଥିତିରେ ସୁଧାର ଆସିଲେ ପ୍ରଧାନମନ୍ତ୍ରୀ ଜନସନଙ୍କୁ ତାଙ୍କର ସୁବିଧା ଅନୁସାରେ ଭାରତ ଆସିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ ଜଣାଇଥିଲେ ଓ ତାଙ୍କୁ ସ୍ବାଗତ କରିବା ଲାଗି ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଜି-7 ଶିଖର ସମ୍ମିଳନୀ ପାଇଁ ବ୍ରିଟେନ ଗସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଜନସନ ନିମନ୍ତ୍ରଣ ଜଣାଇଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
The Prime Minister speaks with the Prime Minister of Israel
March 02, 2026

Prime Minister Shri Narendra Modi held a telephone conversation with the Prime Minister of Israel, Benjamin Netanyahu, to discuss the current regional situation.

​During the call, the Prime Minister conveyed India's concerns regarding recent developments and emphasised the safety of civilians as a priority.

​The Prime Minister Modi further reiterated India's position on the need for an early cessation of hostilities.