It is due to this ‘Jan Shakti’ that a person born in a poor family can become the Prime Minister of India: Shri Modi
Advancement of budget would ensure better utilization of funds: PM Modi
Our struggle is for the poor. We will ensure that they get their due: PM
Demonetisation is a movement to clean India from corruption and black money: Prime Minister

• ଲୋକସଭାରେ ଜବାବ ରଖିଲେ ପ୍ରଧାନମନ୍ତ୍ରୀ

• “ଜନଶକ୍ତି” ଯୋଗୁଁ ଗରୀବର ପୁଅ ହୋଇପାରିଛି ପ୍ରଧାନମନ୍ତ୍ରୀ

• ରାଷ୍ଟ୍ରହିତ ପାଇଁ ବିମୁଦ୍ରାକରଣ

• ନିର୍ବାଚନ ନୁହଁ, ରାଷ୍ଟ୍ର କଲ୍ୟାଣ ସର୍ବୋପରି

• ଗରୀବଙ୍କୁ ହକ୍ ପ୍ରଦାନ ପାଇଁ ଜାରି ରହିବ ସଂଗ୍ରାମ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନାର ଆଜି ଜବାବ ରଖିଛନ୍ତି । ଏହି ଆଲୋଚନାକୁ ସରସ, ପ୍ରାଣବନ୍ତ ଏବଂ ସମୃଦ୍ଧ କରିବାରେ ସବୁ ଦଳର ଭାଗ ନେଇଥିବା ସାଂସଦମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଆଲୋଚନାର ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଭଳି ଏକ ବିଶାଳ ଦେଶରେ ଜନଶକ୍ତି ହେଉଛି ସବୁଠାରୁ ବଳଶାଳୀ । ଗଣତନ୍ତ୍ର ରୂପକ ଏହି ଜନଶକ୍ତିର ଆଶୀର୍ବାଦରୁ ଏକ ଗରୀବ ଘରର ପୁଅ ଆଜି ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିପାରିଛି । ସେ କହିଥିଲେ ଯେ, 1857ରୁ ଦେଶକୁ ମୁକ୍ତ କରିବା ଲାଗି ସ୍ୱାଧିନତା ସଂଗ୍ରାମ ଆରମ୍ଭ ହୋଇଥିଲା । ଏଥିରେ ଅନେକ ଲୋକ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକ ମନ ଏକ ପ୍ରାଣରେ ଯୋଗ ଦେଇଥିଲେ । ଭାରତର ସ୍ୱାଧିନତା ଲାଗି କୌଣସି ଗୋଟିଏ ପରିବାର ନୁହେଁ ବରଂ ଅନେକ ଲୋକଙ୍କର ଅବଦାନ ରହିଛି । ତାଙ୍କ ଭଳି ଅନେକ ପିଢ଼ି ସ୍ୱାଧିନତା ପରବର୍ତ୍ତୀ କାଳରେ ଜନ୍ମ ହୋଇଛନ୍ତି । ସ୍ୱାଧିନତା ଆନ୍ଦୋଳନରେ ଭାଗ ନେବାର ଗୌରବ ସେମାନଙ୍କୁ ମିଳି ନାହିଁ କି ବଳିଦାନ ଦେଇ ପାରିନାହାନ୍ତି । କିନ୍ତୁ ଦେଶ ସେବା ପାଇଁ ସେମାନେ ତାଙ୍କ ଜୀବନ ଉସôର୍ଗୀକୃତ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପରିବାରବାଦକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଜନଶକ୍ତି ଉପରେ ପ୍ରଗାଢ଼ ବିଶ୍ୱାସ ରହିଲେ ଦେଶର ନିଶ୍ଚିତ ମଙ୍ଗଳ ହେବ । ଜନଗଣଙ୍କର ମାନସିକ ଭାବନା ଓ ଶକ୍ତିକୁ ବୁଝିବା ତଥା ପସନ୍ଦ କରିବା ଲାଗି ସେ ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶ ମାତୃକାର ସେବା କରି ଏହାକୁ ଏକ ନୂତନ ଶିଖରରେ ପହଂଚାଇବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପଡିବ ।

ବଜେଟ ଦିବସ ତଥା କାର୍ଯ୍ୟସୂଚୀକୁ ଆଗୁଆ କରିବାର ଯୁକ୍ତିଯୁକ୍ତତା ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶୀଘ୍ର ବଜେଟ ଗୃହୀତ ହେଲେ ଆର୍ଥିକ ବର୍ଷ ଆରମ୍ଭରୁ ହିଁ ପାଣ୍ଠି ଉପଲବ୍ଧ ହେବ ଏବଂ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟ ବର୍ଷ ଆରମ୍ଭରୁ ଚାଲୁ ହେବ । ଏହାଦ୍ୱାରା କାର୍ଯ୍ୟ ପ୍ରକ୍ରିୟାରେ ଶିଥିଳତା ଦେଖା ଦେବ ନାହିଁ କି ବର୍ଷ ଶେଷକୁ ତରବରିଆ କାମ ହେବ ନାହିଁ । ସେହିପରି ଦେଶର ପରିବହନ କ୍ଷେତ୍ର ପାଇଁ ଏକୀକୃତ ଆଭିମୂଖ୍ୟ ଗ୍ରହଣ କରିବାର ଆବଶ୍ୟକତାକୁ ଉପଲବ୍ଧି କରି କେନ୍ଦ୍ର ସରକାର ଉଭୟ ରେଳ ଓ ସାଧାରଣ ବଜେଟକୁ ମିଶାଇ ଗୋଟିଏ ବଜେଟ ଉପସ୍ଥାପନ କରିଛନ୍ତି ।

ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଦେଶରେ କଳାଧନ ସଂକ୍ରାନ୍ତ ବିତର୍କରେ ଏକ ନୂଆ ମୋଡ ଆସିଛି । ସ୍କାମ ଯୋଗୁଁ କେତେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି ସେ ବିଷୟରେ ଆଲୋଚନା ନ ହୋଇ ଏବେ କେତେ କଳାଧନ ଫେରାଇ ଅଣାଗଲା ବା ଅଣାଯାଇ ପାରିବ ତା’ଉପରେ ବିଶେଷ ଚର୍ଚ୍ଚା ହେଉଛି ।

ଗରୀବଙ୍କ ମଙ୍ଗଳ ପାଇଁ ତାଙ୍କର ସଂଗ୍ରାମ ଜାରି ରହିବ ଏବଂ ଗରୀବଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ଓ ହକ୍ ପ୍ରଦାନ କରିବା ଲାଗି ତାଙ୍କ ସରକାର ସଂକଳ୍ପବଦ୍ଧ । ସରକାର କୌଣସି କଥାକୁ ବା ପ୍ରସଙ୍ଗକୁ ନିର୍ବାଚନର “ପ୍ରିଜମ”ରେ ଦେଖନ୍ତି ନାହିଁ ବରଂ ତାଙ୍କ ପାଇଁ ରାଷ୍ଟ୍ରହିତ ସର୍ବୋପରି ।

ବିମୁଦ୍ରାକରଣକୁ ସ୍ୱଚ୍ଛ ଭାରତ ମିଶନ ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଦେଶରୁ କଳାଧନ ଓ ଭ୍ରଷ୍ଟାଚାର ବିଲୋପ କରିବା ପାଇଁ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବାକୁ ଯାଉଛି । ବିମୁଦ୍ରାକରଣ ପ୍ରକ୍ରିୟାରେ ବାରମ୍ବାର ନିୟମକାନୁନର ପରିବର୍ତନ କରାଯାଇଥିବା ସମାଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଧାରଣ ଲୋକଙ୍କ ହିତ ଓ ଦୈନନ୍ଦିନ ସୁବିଧା ପାଇଁ ଯାହା ଯାହା ଆବଶ୍ୟକ ସେସବୁକୁ ସରକାର ସାକାର କରିଛନ୍ତି । ଏହା କୌଣସି ଏକଚାଟିଆ କାରବାର ନଥିଲା । ବିଶେଷକରି ଏହି ପ୍ରକ୍ରିୟାରେ ସରକାରଙ୍କର ଛିଦ୍ର ଓ ତୃଟି ବିଚ୍ୟୁତି ଅଣ୍ଡାଳିବାରେ ଲାଗିଥିବା ଲୋକଙ୍କୁ ଉଚିତ ଜବାବ ଦେବା ଲାଗି ସମୟୋପଯୋଗୀ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ଏହି ମର୍ମରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମନରେଗା ଭଳି ଆଇନରେ ହଜାରେରୁ ଅଧିକ ଥର ପରିବର୍ତ୍ତନ କରାଯାଇଛି ।

ଶସ୍ୟ ବୀମା ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଫସଲ ବୀମା ଯୋଜନା କୃଷକର ସୁବିଧା ଓ ଉପକାର ପାଇଁ ଲାଗୁ କରାଯାଇଛି । ଏବେ କୃଷକମାନଙ୍କୁ ୟୁରିଆ ଯୋଗାଣ ସୁସଂହତ କରାଯାଇଛି । ଗ୍ରାମାଂଚଳରେ ରାସ୍ତା ସଂଯୋଗୀକରଣରେ ଦୃତ ଉନ୍ନତି ଘଟୁଛି । ଟେଲି ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରସାର ହେଉଛି । ସରକାରୀ ଅର୍ଥର ବାଟମାରଣାକୁ ରୋକିବା ପାଇଁ 17ଟି ମନ୍ତ୍ରଣାଳୟର 84ଟି ଯୋଜନା ସହ ଆଧାର ନମ୍ବରକୁ ସଂଯୋଜିତ କରାଯାଇଛି । 4 କୋଟି ନକଲି କାର୍ଡକୁ ରଦ୍ଦ କରାଯାଇଛି । ରନ୍ଧନ ଗ୍ୟାସ ଯୋଗାଣରେ ଆଖି ଦୃଶିଆ ଉନ୍ନତି ଆସିଛି । ପହଲ ଯୋଜନାରେ ହିତାଧିକାରୀଙ୍କ ପାଖରେ ଏଲପିଜି ସବସିଡି ଠିକ୍ ସମୟରେ ପହଂଚିପାରୁଛି ଏବଂ ପ୍ରତ୍ୟକ୍ଷ ନଗଦ ସବସିଡି ହସ୍ତାନ୍ତର ହେତୁ ଅନେକ ଅର୍ଥ ସଂଚୟ ହୋଇପାରିଛି । ଉଜ୍ଜ୍ୱଳା ଯୋଜନା ଅଧିନରେ ଗରୀବ ମା’ ମାନଙ୍କୁ ସବସିଡି ଯୁକ୍ତ ରନ୍ଧନ ଗ୍ୟାସ୍ ସଂଯୋଗର ବ୍ୟବସ୍ଥା କରାଯାଇଛି ।

ଦେଶର ପ୍ରତିରକ୍ଷା ବାହିନୀର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା କରିବାରେ ଆମର ସଶସ୍ତ୍ର ସେନା ବଳ ଅତ୍ୟନ୍ତ ସାମର୍ଥ୍ୟବାନ । ସେମାନଙ୍କ ମନୋବଳକୁ ଦୁର୍ବଳ ହେବା ଭଳି କୌଣସି ମନ୍ତବ୍ୟ ଦିଆଯିବା ଉଚିତ୍ ନୁହଁ ଏବଂ ସେ ପ୍ରକାର କାର୍ଯ୍ୟରୁ ନିବୃତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam underlining the importance of dedication and determined effort in accomplishing every goal
July 17, 2026
Prime Minister expresses happiness on the launch of India's first hydrogen train

The Prime Minister, Shri Narendra Modi, shared a Sanskrit Subhashitam underlining the importance of dedication and determined effort in accomplishing every goal:

"प्रभूतं कार्यमल्पं वा यन्नरः कर्तुमिच्छति।

सर्वारम्भेण तत् कार्यं सिंहादेकं प्रचक्षते।।"

The Prime Minister also said that the dream of India receiving its first hydrogen train has become a reality, marking a significant milestone in the nation's efforts to build a clean, green and future-ready transport system. He congratulated everyone associated with this remarkable achievement.

The Prime Minister posted on X:

आज भारत को पहली हाइड्रोजन ट्रेन मिलने का सपना साकार होने जा रहा है। यह आत्मनिर्भर भारत और सतत विकास की दिशा में एक बहुत बड़ा दिन है। मैं इससे जुड़े सभी लोगों को बहुत बधाई देता हूं।

प्रभूतं कार्यमल्पं वा यन्नरः कर्तुमिच्छति।

सर्वारम्भेण तत् कार्यं सिंहादेकं प्रचक्षते।।