ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନଙ୍କ ଆମନ୍ତ୍ରଣକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୧୨ ଓ ୧୩ ତାରିଖ ଦିନ ୪୭ତମ ଜି-୭ ଶିଖର ସମ୍ମିଳନୀର ଆଉଟରିଚ୍‍ ଅଧିବେଶନରେ ଭର୍ଚୁଆଲ୍‍ ମୋଡ଼ରେ ଅଂଶଗ୍ରହଣ କରିବେ । ବ୍ରିଟେନ୍‍ ଏବେ ଜି-୭ ସଂଗଠନର ଅଧ୍ୟକ୍ଷ ଅଛି ଏବଂ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଶ୍ରୀ ଜନସନ୍‍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସମେତ ଅଷ୍ଟ୍ରେଲିଆ, କୋରିଆ ଗଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକାକୁ ଏହି ସମ୍ମିଳନୀରେ ଅତିଥି ରାଷ୍ଟ୍ର ରୂପେ ଭାଗ ନେବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ବୈଠକ ହାଇବ୍ରିଡ଼୍‍ ମୋଡ଼ରେ ଅନୁଷ୍ଠିତ ହେବ ।

          ଚଳିତ ବର୍ଷ ଏହି ସମ୍ମିଳନୀର ଶୀର୍ଷକ “ପୁଣି ଥରେ ଉତ୍ତମ ନିର୍ମାଣ କରିବା” ବୋଲି ରଖାଯାଇଛି ଏବଂ ବ୍ରିଟେନ୍‍ ଅଧ୍ୟକ୍ଷ ରାଷ୍ଟ୍ର ଭାବେ ଏଥିପାଇଁ ଚାରିଟି ପ୍ରମୁଖ କ୍ଷେତ୍ରକୁ ଚୟନ କରିଛି । ସେଗୁଡ଼ିକ ହେଲା, କରୋନା ମହାମାରୀ ପରବର୍ତ୍ତୀ ସମୟରେ ବୈଶ୍ୱିକ ରିକଭରୀ ପାଇଁ ଗୁରୁତ୍ୱ ପ୍ରଦାନ କରିବା ଯଦ୍ୟପି ଭବିଷ୍ୟତର ଯେକୌଣସି ମହାମାରୀ ନିମନ୍ତେ ସହନଶୀଳ ପନ୍ଥା ଅନୁସରଣ କରିବା; ମୁକ୍ତ ଓ ଉତ୍ତମ ବାଣିଜ୍ୟ କାରବାର ପନ୍ଥା ଆପଣାଇବା ସହିତ ଭବିଷ୍ୟତର ଆର୍ଥିକ ସମୃଦ୍ଧି ନିମନ୍ତେ ପ୍ରୟାସ କରିବା; ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱର ଜୈବବିବିଧତାର ସଂରକ୍ଷଣ; ଏବଂ ସହଭାଗୀ ମୂଲ୍ୟବୋଧ ଓ ମୁକ୍ତ ସମାଜ ଗଠନ ନିମନ୍ତେ ଗୁରୁତ୍ୱର ସହ କାର୍ଯ୍ୟ କରିବା । ଏହି ସମ୍ମିଳନୀରେ ଭାଗ ନେଉଥିବା ନେତୃବର୍ଗ ଏହିସବୁ ପ୍ରସଙ୍ଗ ଉପରେ ସେମାନଙ୍କର ମତ ବିନିମୟ କରିବା ସହିତ ମହାମାରୀ ପରେ ବୈଶ୍ୱିକ ରିକଭରୀ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନିରୂପଣ କରିବା ତଥା ସ୍ୱାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱର ସହ ଆଲୋଚନା କରିବାର ଆଶା କରାଯାଏ ।

          ଚଳିତ ଥରକୁ ମିଶାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଜି-୭ ବୈଠକରେ ଯୋଗ ଦେଉଛନ୍ତି । ଫ୍ରାନ୍ସର ଅଧ୍ୟକ୍ଷତା ସମୟରେ ୨୦୧୯ ମସିହାରେ ଭାରତକୁ ବେଆରିଜ୍‍ ଶିଖର ସମ୍ମିଳନୀକୁ “ଗୁଡୱିଲ୍‍ ପାର୍ଟନର” ଭାବେ ଆମନ୍ତ୍ରଣ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସେହି ବୈଠକରେ “ଜଳବାୟୁ, ଜୈବବିବିଧତା ଓ ମହାସାଗର” ଏବଂ “ ଡିଜିଟାଲ ପରିବର୍ତ୍ତନ” ଅଧିବେଶନରେ ଅଂଶଗ୍ରହଣ କରିଥିଲେ ।  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership