ପ୍ରାରମ୍ଭିକ ବକ୍ତବ୍ୟ :

ମହାମହିମ ଏବଂ ମୋର ବନ୍ଧୁ ରାଷ୍ଟ୍ରପତି ସି ଏବଂ ପୁତିନ!

ଗତବର୍ଷ ଆର୍ଜେଂଟିନାରେ ଦୀର୍ଘ ସମୟ ପରେ ଆମ ତିନି ଦେଶ ମଧ୍ୟରେ ଶିଖର ସମ୍ମିଳନୀସ୍ତରୀୟ ବୈଠକ ହୋଇଥିଲା ।

ବିଶ୍ୱ ସମ୍ମୁଖରେ ଥିବା ପ୍ରମୁଖ ପ୍ରସଙ୍ଗ ଉପରେ ବିଚାରଆଲୋଚନା ପରେ ଆମେ ଭବିଷ୍ୟତରେ ପୁଣିଥରେ ଭେଟିବା ଲାଗି ସହମତ ହୋଇଥିଲୁ ।

ଆଜି ଏହି ଆରଆଇସି ଅନୌପଚାରିକ ଶିଖର ବୈଠକରେ ଆପଣମାନଙ୍କୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।

ଅଗ୍ରଣୀ ଅର୍ଥବ୍ୟବସ୍ଥା ଭାବେ ବିଶ୍ୱର ଆର୍ଥିକ, ରାଜନୈତିକ ଏବଂ ସୁରକ୍ଷା ସ୍ଥିତି ଉପରେ, ଆମ ଭିତରେ ବିଚାର ବିନିମୟ ଗୁରୁତ୍ୱପୂର୍ଣ୍ଣ । ଆମର ଆଜିର ଏହି ତ୍ରିପାକ୍ଷିକ ସାକ୍ଷାତ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ସମନ୍ୱୟ ପାଇଁ ଏକ ଉପଯୋଗୀ ମାଧ୍ୟମ ।

ଆମର ବୈଦେଶିକ ମନ୍ତ୍ରୀମାନେ ଚଳିତ ବର୍ଷ ଫେବୃଆରୀରେ ଚୀନରେ ଅନୁଷ୍ଠିତ ବୈଠକରେ ଅନେକ ପ୍ରସଙ୍ଗ ଉପରେ ବିଚାର ବିନିମୟ କରିଥିଲେ । ଏସବୁ ପ୍ରସଙ୍ଗ ମଧ୍ୟରେ ଆତଙ୍କବାଦର ମୁକାବିଲା, ଅନ୍ତର୍ଜାତୀୟ ଗୁରୁତ୍ୱବହନକାରୀ ପ୍ରସଙ୍ଗ, ସଂସ୍କାରିତ ବହୁପକ୍ଷବାଦ, ଜଳବାୟୁ ପରିବର୍ତ୍ତନ ଏବଂ ଆରଆଇସି ଅଧୀନରେ ସହଯୋଗକୁ ଆଗକୁ ବଢ଼ାଇବା ସାମିଲ ରହିଛି ।

ଏବେ ମୁଁ ମହାମହିମ ରାଷ୍ଟ୍ରପତି ସିଙ୍କୁ ଅନୁରୋଧ କରିବି ଯେ ସେ ନିଜ ପ୍ରାରମ୍ଭିକ ବକ୍ତବ୍ୟ ରଖିବେ । (ରାଷ୍ଟ୍ରପତି ସିଙ୍କ ପ୍ରାରମ୍ଭିକ ବକ୍ତବ୍ୟ ପରେ)

ଧନ୍ୟବାଦ ରାଷ୍ଟ୍ରପତି ସି!

ଏବେ ମୁଁ ମହାମହିମ ରାଷ୍ଟ୍ରପତି ପୁତିନଙ୍କୁ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟ ରଖିବା ଲାଗି ଅନୁରୋଧ କରିବି । (ରାଷ୍ଟ୍ରପତି ପୁତିନଙ୍କ ପ୍ରାରମ୍ଭିକ ବକ୍ତବ୍ୟ ପରେ)

ଧନ୍ୟବାଦ, ରାଷ୍ଟ୍ରପତି ପୁତିନ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph