ଶୁଭ ସକାଳ ହ୍ୟୁଷ୍ଟନ,

ଶୁଭ ସକାଳ ଟେକ୍ସାସ,

ଶୁଭ ସକାଳ ଆମେରିକା

ଭାରତ ଓ ବିଶ୍ୱବ୍ୟାପୀ ଭାରତୀୟମାନଙ୍କୁ ମୋର ଅଭିନନ୍ଦନ ।

ବନ୍ଧୁଗଣ,

ଆଜି ସକାଳେ ଆମ ସହିତ ଜଣେ ବିଶେଷ ବ୍ୟକ୍ତି ଅଛନ୍ତି । ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ଏହି ଗ୍ରହର ପ୍ରତ୍ୟେକ ବ୍ୟକ୍ତି ତାଙ୍କ ନାମ ସହିତ ପରିଚିତ ।

ବିଶ୍ୱ ରାଜନୀତିର ପ୍ରାୟ ପ୍ରତ୍ୟେକ ଆଲୋଚନାରେ ତାଙ୍କ ନାମ ଆସିଥାଏ । ତାଙ୍କର ପ୍ରତ୍ୟେକ ଶବ୍ଦକୁ କୋଟି କୋଟି ଲୋକ ଅନୁସରଣ କରିଥା’ନ୍ତି ।

ଏହି ମହାନ ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କରିବା ପୂର୍ବରୁ ସେ ଘରେ ଘରେ ପରିଚିତ ଥିଲେ ଓ ଖୁବ ପ୍ରସିଦ୍ଧ ଥିଲେ ।

ସିଇଓରୁ କମାଣ୍ଡର-ଇନ-ଚିଫ ପର୍ଯ୍ୟନ୍ତ, ବୋର୍ଡରୁମରୁ ଓଭାଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ଷ୍ଟୁଡିଓରୁ ବିଶ୍ୱ ମଞ୍ଚ ପର୍ଯ୍ୟନ୍ତ, ରାଜନୀତିରୁ ଅର୍ଥନୀତି ଓ ପ୍ରତିରକ୍ଷା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସେ ଏକ ଗଭୀର ଓ ସ୍ଥାୟୀ ପ୍ରଭାବ ପକାଇଛନ୍ତି ।

ଆଜି ଏଠାରେ ସେ ଆମ ସହିତ ଅଛନ୍ତି । ଏହି ଚମତ୍କାର ଷ୍ଟାଡିୟମ ଓ ସମ୍ମିଳନୀରେ ତାଙ୍କୁ ସ୍ୱାଗତ କରିଥିବାରୁ ମୁଁ ନିଜକୁ ସମ୍ମାନିତ ମନେକରୁଛି ।

ମୁଁ କହିପାରେ ଯେ ତାଙ୍କୁ ଯେତେବେଳେ ବି ଭେଟିଛି ମୁଁ ଆମେରିକା ରାଷ୍ଟ୍ରପତି ମି. ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତ୍ୱ, ଉଷ୍ମତା ଓ ଉର୍ଜାର ଅନୁଭବ କରିଛି ।

ଏହା ଅସାଧାରଣ, ଏହା ଅଭୂତପୂର୍ବ ।

ବନ୍ଧୁଗଣ,

ମୁଁ ଆପଣମାନଙ୍କୁ ଯେପରି କହିଛି ଆମେ କେତେ ଥର ଭେଟିଛୁ ଏବଂ ପ୍ରତ୍ୟେକ ଥର ସେ ସେହିପରି ଉଷ୍ମ ଏବଂ ହାସ୍ୟପୂର୍ଣ୍ଣ ବ୍ୟବହାର କରିଥା’ନ୍ତି । ତାଙ୍କୁ ଆଉ କିଛି ବିଶେଷ ଗୁଣ ପାଇଁ ମଧ୍ୟ ମୁଁ ପ୍ରଶଂସା କରେ ।

ଏହା ହେଉଛି ତାଙ୍କ ନେତୃତ୍ୱ ଶୈଳୀ, ଆମେରିକା ପ୍ରତି ଆବେଗ, ପ୍ରତ୍ୟେକ ଆମେରିକୀୟଙ୍କ ପାଇଁ ଚିନ୍ତା, ଆମେରିକାର ଭବିଷ୍ୟତରେ ବିଶ୍ୱାସ ଏବଂ ଆମେରିକାକୁ ପୁଣି ମହାନ କରିବା ପାଇଁ ଦୃଢ଼ ସଂକଳ୍ପ ।

ଏବଂ ପୁଣିଥରେ ସେ ଆମେରିକା ଅର୍ଥନୀତିକୁ ଶକ୍ତିଶାଳୀ କରିଦେଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଓ ବିଶ୍ୱ ପାଇଁ ସେ ଅନେକ କିଛି ହାସଲ କରିଛନ୍ତି ।

ବନ୍ଧୁଗଣ,

ଆମେ ଭାରତୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଭଲ ଭାବେ ସଂଯୁକ୍ତ ହୋଇଛୁ । ପ୍ରତ୍ୟାଶୀ ଟ୍ରମ୍ପଙ୍କ ଶବ୍ଦ-ଅବକି ବାର ଟ୍ରମ୍ପ ସରକାର ଜୋରରେ ପ୍ରକମ୍ପିତ ହେଉଛି ଏବଂ ହ୍ୱାଇଟ ହାଉସରେ ତାଙ୍କ ଉତ୍ସବ ପାଳନ କୋଟି କୋଟି ବ୍ୟକ୍ତିଙ୍କ ମୁଁହରେ ଖୁସି ଓ ପ୍ରଶଂସା ଭରିଦେଇଛି ।

ମୁଁ ଯେତେବେଳେ ତାଙ୍କୁ ପ୍ରଥମେ ଭେଟିଥିଲି ସେ ମୋତେ କହିଥିଲେ, ‘ହ୍ୱାଇଟ ହାଉସରେ ଭାରତର ସଚ୍ଚା ବନ୍ଧୁ ଅଛନ୍ତି ।’  ଆଜି ଏଠାରେ ଆପଣଙ୍କ ଉପସ୍ଥିତି ଏହାର ପ୍ରକୃତ ପ୍ରମାଣ ।

ଏହି ବର୍ଷମାନଙ୍କରେ ଉଭୟ ଦେଶ ଏହି ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଯାଇଛନ୍ତି । ମି. ପ୍ରେସିଡେଣ୍ଟ ଆଜି ହ୍ୟୁଷ୍ଟନର ଏହି ସକାଳରେ ଆପଣ ମହାନ ଭାଗିଦାରୀତାର ହୃଦୟ ସ୍ପନ୍ଦନକୁ  ବିଶ୍ୱର ଦୁଇ ସର୍ବବୃହତ୍ ଗଣତନ୍ତ୍ରର ଉତ୍ସବରେ ଶୁଣିପାରିବେ ।

ଆମ ଦୁଇ ମହାନ ଦେଶର ମଣିଷମାନଙ୍କ ସମ୍ବନ୍ଧର ଗଭୀରତା ଓ ଶକ୍ତିକୁ ଆପଣ ଅନୁଭବ କରିପାରିବେ । ହ୍ୟୁଷ୍ଟନରୁ ହାଇଦ୍ରାବାଦ ପର୍ଯ୍ୟନ୍ତ, ବୋଷ୍ଟନରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ, ଚିକାଗୋରୁ ସିମଲା ପର୍ଯ୍ୟନ୍ତ, ଲସଆଞ୍ଜେଲସରୁ ଲୁଧିଆନା ପର୍ଯ୍ୟନ୍ତ ଓ ନ୍ୟୁ ଜର୍ସୀରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ସମ୍ପର୍କର ମୂଳରେ ରହିଛନ୍ତି ଜନସାଧାରଣ ।

ଭାରତରେ ବିଳମ୍ବିତ ରବିବାର ରାତି ହୋଇଥିଲେ ମଧ୍ୟ କୋଟିକୋଟି ଲୋକ ଟିଭି ସହିତ ଲାଖି ରହିଛନ୍ତି । ବିଶ୍ୱବ୍ୟାପୀ ବିଭିନ୍ନ ସମୟ ଜୋନରେ ରହିଥିବା ଲୋକ ମଧ୍ୟ ଆଜି ଆମ ସହିତ ରହିଛନ୍ତି । ଇତିହାସ ତିଆରି ହେଉଥିବା ନେଇ ସେମାନେ ସାକ୍ଷୀ ରହିଛନ୍ତି ।

ମି. ପ୍ରେସିଡେଣ୍ଟ ଆପଣ 2017ରେ ଆପଣଙ୍କ ପରିବାର ସହିତ ମୋର ପରିଚୟ କରାଇଦେଇଥିଲେ ଏବଂ ଆଜି ମୋ ପରିବାର ସହିତ ଆପଣଙ୍କୁ ପରିଚିତ କରାଇଦେବାର ସମ୍ମାନ ମୋତେ ମିଳିଛି । ଦଶ କୋଟିରୁ ଉର୍ଦ୍ଧ୍ଵ ଭାରତୀୟ ସମ୍ପ୍ରଦାୟର ବ୍ୟକ୍ତି ବିଶ୍ୱବ୍ୟାପୀ ରହିଛନ୍ତି ।

ବନ୍ଧୁଗଣ ମୁଁ ଆପଣମାନଙ୍କୁ ମୋର ବନ୍ଧୁଙ୍କ ସହ ପରିଚିତ କରାଉଛି, ଜଣେ ଭାରତୀୟଙ୍କ ବନ୍ଧୁ, ଜଣେ ମହାନ ଆମେରିକୀୟ ରାଷ୍ଟ୍ରପତି ମି. ଡୋନାଲ୍ଡ ଟ୍ରମ୍ପ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic air passenger traffic to rise by 3-6 pc in this fiscal: ICRA

Media Coverage

Domestic air passenger traffic to rise by 3-6 pc in this fiscal: ICRA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 24, 2026
July 24, 2026

Aatmanirbhar in Action — Space, Missiles, EVs & Livelihoods Under PM Modi’s Watch