ଇଟାଲି ପ୍ରଧାନମନ୍ତ୍ରୀ ମହାନୁଭବ ମାରିଓ ଦ୍ରାଘିଙ୍କ ଆମନ୍ତ୍ରଣକ୍ରମେ ଅକ୍ଟୋବର ୨୯- ୩୧, ୨୦୨୦ ପର୍ଯ୍ୟନ୍ତ ମୁଁ ଇଟାଲିର ରୋମ ଏବଂ ଭାଟିକାନ ସିଟି ଗସ୍ତ କରିବି ଏବଂ ଏହି ଗସ୍ତ ଶେଷରେ ନଭେମ୍ବର ୧- ୨, ୨୦୨୨୧ରେ  ମୁଁ ବ୍ରିଟେନର ଗ୍ଲାସଗୋ ଗସ୍ତ କରିବି । ପ୍ରଧାନମନ୍ତ୍ରୀ ମହାନୁଭବ ବୋରିସ ଜନସନଙ୍କ ଆମନ୍ତ୍ରଣକ୍ରମେ ମୁଁ ଏହି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ରୋମ ଠାରେ ମୁଁ ଜି-୨୦ ନେତୃବର୍ଗଙ୍କ ୧୬ଶ ଶିଖର ବୈଠକରେ ଯୋଗଦେବି ଏବଂ ସେଠାରେ ମୁଁ ଜି-୨୦ ନେତୃବର୍ଗଙ୍କ ସହିତ ବୈଶ୍ୱିକ ଆର୍ଥିକ ଓ କରୋନା ମହାମାରୀ ପରବର୍ତ୍ତି ସୁସ୍ଥାବସ୍ଥା ପୋଷଣୀୟ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନାରେ ଯୋଗଦେବି । ୨୦୨୦ ମସିହାରେ ବିଶ୍ୱରେ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ଜି- ୨୦ ନେତୃବର୍ଗଙ୍କ ପ୍ରଥମ ବ୍ୟକ୍ତିଗତ ସାକ୍ଷାତ ଆଲୋଚନା ଏବଂ ଏହି ଆଲୋଚନାରେ ଆମେମାନେ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ସଂପର୍କରେ ଅବଗତ ହେବା ସହ ଜି- ୨୦ ସଂଗଠନ କିଭଳି ଭାବେ ଆର୍ଥିକ ସହନଶୀଳତାକୁ ସୁଦୃଢ଼ କରିବା ଏବଂ ସମାବେଶୀ ତଥା ପୋଷଣୀୟ ବିକାଶ ସଂପର୍କରେ ନିଜ ନିଜ ମତ ବିନିମୟ କରିବୁ ।

ମୋର ଏହି ଗସ୍ତ ସମୟରେ, ମୁଁ ଭାଟିକାନ ସିଟି ଗସ୍ତ କରିବି ଏବଂ ମହାନୁଭବ ପୋପ ଫ୍ର

ଫ୍ରାନ୍ସିସଙ୍କୁ ସାକ୍ଷାତ କରିବି ତଥା ସେକ୍ରେଟାରୀ ଅଫ୍‍ ଷ୍ଟେସ୍‍, ମହାମହୀମ କାର୍ଡିନାଲ ପିଏଟ୍ରୋ ପାରୋଲିନଙ୍କୁ ମଧ୍ୟ ଭେଟିବି ।

ଜି- ୨୦ ଶିଖର ବୈଠକ ପୃଷ୍ଠଭୂମିରେ ମୁଁ ଅନ୍ୟାନ୍ୟ ରାଷ୍ଟ୍ରର ନେତୃବର୍ଗଙ୍କୁ ମଧ୍ୟ ସାକ୍ଷାତ କରିବି ଏବଂ ସେମାନଙ୍କ ସହିତ ଭାରତର ଦ୍ୱିପାକ୍ଷିକ ସଂପର୍କ ପ୍ରସଙ୍ଗରେ ଆଲୋଚନା କରିବି ।

ଅକ୍ଟୋବର ୩୧ ତାରିଖ ଦିନ ଜି ୨୦ ଶିଖର ବୈଠକ ସମାପନ ହେବା ପରେ ମୁଁ ଗ୍ଲାସଗୋ ଯାତ୍ରା କରି ସେଠାରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ମିଳିତ ଜାତିସଂଘ ଫ୍ରେମ୍‍ୱାର୍କ ସମ୍ମିଳନୀ (ୟୁଏନଏଫସିସିସି)ର ୨୬ତମ ପକ୍ଷ ସମାବେଶ (କୋପ୍‍ -୨୬)ରେ ଯୋଗଦେବି । କୋପ- ୨୬ର “ବିଶ୍ୱ ନେତୃବର୍ଗଙ୍କ ଶିଖର ସମ୍ମିଳନୀ” ଶୀର୍ଷକ ଉଚ୍ଚସ୍ତରୀୟ ଆଲୋଚନାରେ ମଧ୍ୟ ଅଂଶଗ୍ରହଣ କରିବି । ଏହି ସମ୍ମିଳନୀ ନଭେମ୍ବର ୧- ୨,୨୦୨୧ରେ ଆୟୋଜିତ ହେଉଛି ଏବଂ ଏଥିରେ ବିଶ୍ୱର ୧୨୦ଟି ଦେଶର ରାଷ୍ଟ୍ର/ ଶାସନମୁଖ୍ୟମାନେ ଯୋଗ ଦେଉଛନ୍ତି ।

ପୃଥିବୀ ଗ୍ରହ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନର ସଂସ୍କୃତି ତଥା ପ୍ରକୃତି ସହିତ ସଂହତିର ସହ ସହାବସ୍ଥାନ କରିବାର ସୁଦୀର୍ଘ ପରମ୍ପରା ପାଳନ ପୂର୍ବକ, ଆମେ ସ୍ୱଚ୍ଛ ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ, ଶକ୍ତି ସକ୍ରିୟତା, ବନୀକରଣ ଏବଂ ଜୈବ- ବିବିଧତା ଭଳି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମମାନ ପ୍ରବର୍ତ୍ତନ କରୁଛୁ । ବର୍ତ୍ତମାନ ଭାରତ ଜଳବାୟୁ ପରବର୍ତ୍ତନକୁ ରୋକିବା ନିମନ୍ତେ ନୂତନ ଓ ସାମୂହିକ ସ୍ତରରେ କାର୍ଯ୍ୟକ୍ରମମାନ ଗ୍ରହଣ ଓ ସହନଶୀଳତା ଏବଂ ବିବିଧସ୍ତରୀୟ ସହଭାଗୀତା ନିମନ୍ତେ ନୂତନ କୀର୍ତ୍ତିମାନମାନ ସୃଷ୍ଟି କରିବାରେ ଲାଗିଛି । ଭାରତ ଏବେ ବିଶ୍ୱର କତିପୟ ପ୍ରମୁଖ ରାଷ୍ଟ୍ରମାନଙ୍କ ମଧ୍ୟରେ ଅନ୍ୟତମ ଭାବେ ମୁଣ୍ଡ ଟେକିଛି ଯେଉଁଠାରେ ଅକ୍ଷୟ ଶକ୍ତି, ବାୟୁ ଓ ସୌର ଶକ୍ତିର ସ୍ଥାପନ କ୍ଷମତା ପର୍ଯ୍ୟାପ୍ତ ମାତ୍ରାରେ ବୃଦ୍ଧି ପାଇଛି । ଡବ୍ଲୁଏଲଏସ ସ୍ତରରେ, ମୁଁ ଭାରତର ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଉଲ୍ଲେଖନୀୟ ସଫଳତାର ରେକର୍ଡ଼ ଉପସ୍ଥାପନ କରିବି ।

ସେହିଭଳି ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଏବଂ କାର୍ବନ ସ୍ପେସ୍‍ର ସମାନାନ୍ତର ବିତରଣ, ଏହାର ନିରାକରଣ ଓ ସହନଶୀଳତା କ୍ଷମତା ବୃଦ୍ଧି, ଅର୍ଥ ପରିଚାଳା, ପ୍ରଯୁକ୍ତି ହସ୍ତାନ୍ତରଣ ଏବଂ ସବୁଜ ତଥା ସମାବେଶୀ ବିକାଶ ନିମନ୍ତେ ପୋଷଣୀୟ ଜୀବନଶୈଳୀର ଗୁରୁତ୍ୱକୁ ଉପଲବ୍ôଧ କରିବାର ଆବଶ୍ୟକତା ଉପରେ ବ୍ୟାପକ ଭାବେ ଦାବି ଉପସ୍ଥାପନ କରିବି ।

କୋପ୍‍୨୬ ଶିଖର ସମ୍ମିଳନୀ ମଧ୍ୟ ସମସ୍ତ ହିତଧାରକମାନଙ୍କୁ ତଥା ସହଭାଗୀ ରାଷ୍ଟ୍ରମାନଙ୍କୁ, ନବସୃଜକମାନଙ୍କୁ ଏବଂ ଆନ୍ତ- ସରକାରୀସ୍ତରୀୟ ସଂଗଠନଗୁଡ଼ିକ ଏହିସବୁ ଲକ୍ଷ୍ୟ ହାସଲ କରିବା ଦିଗରେ ବ୍ୟାପକ ସୁଯୋଗ ପ୍ରଦାନ କରିବ । ଏତଦ୍‍ ବ୍ୟତୀତ ଆମର ସ୍ୱଚ୍ଛ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏହା ସମସ୍ତ ପ୍ରକାର ସମ୍ଭାବନାର ଉପାୟ ଚିନ୍ତା କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
APEDA Facilitates First Export Of Premium Areko Cherries And Scentrose Plums From J&K To Singapore

Media Coverage

APEDA Facilitates First Export Of Premium Areko Cherries And Scentrose Plums From J&K To Singapore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 19, 2026
July 19, 2026

Exports Booming, Skies Opening, Energy Transforming — PM Modi’s India in Full Flight