ଜି-20 ଶିଖର ବୈଠକରେ ଯୋଗଦାନ ପାଇଁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିମ୍ନଲିଖିତ ବିବୃତି ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଆର୍ଜେଣ୍ଟିନା ପକ୍ଷରୁ ବୁଏନସ୍‌ ଏୟାର୍ସଠାରେ ନଭେମ୍ବର 29 ଠାରୁ ଡ଼ିସେମ୍ବର 1, 2018 ପର୍ଯ୍ୟନ୍ତ ଜି -20 ଶିଖର ବୈଠକର ଆୟୋଜନ କରାଯାଇଛି ଏବଂ ମୁଁ ସେଥିରେ ଯୋଗଦାନ କରିବାକୁ ଆର୍ଜେଣ୍ଟିନା ଗସ୍ତରେ ଯିବି ।”

ଜି-20 ଶିଖର ବୈଠକ ବିଶ୍ୱର କୋଡ଼ିଏଟି ବିଶାଳ ଆର୍ଥିକ ଉନ୍ନତ ରାଷ୍ଟ୍ରଙ୍କ ମଧ୍ୟରେ ବିବିଧ ସହଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯାଉଥିବା ଉପକ୍ରମ । ଏହାର ଦଶବର୍ଷର ଅସ୍ତିତ୍ୱ ମଧ୍ୟରେ, ଜି-20 ବିଶ୍ୱରେ ଏକ ସ୍ଥିର ଏବଂ ଶାଶ୍ଵତ ଆର୍ଥିକ ବିକାଶ ଦିଗରେ କାର୍ଯ୍ୟ କରିଆସିଛି । ବିଶେଷ କରି ବିକାଶଶୀଳ ରାଷ୍ଟ୍ର ଓ  ଭାରତ ଭଳି ପ୍ରଗତିଶୀଳ ଅର୍ଥବ୍ୟବସ୍ଥା ସକାଶେ ଏହା ଅତ୍ୟନ୍ତ ଉପଯୋଗୀ । ଭାରତ ଏବେ ବିଶ୍ୱର ଅନ୍ୟତମ ଦ୍ରୁତ ପ୍ରଗତିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା ଲାଭ କରିଛି ।

ବିଶ୍ୱ ଆର୍ଥିକ ବିକାଶ ଏବଂ ସମୃଦ୍ଧିକୁ ଭାରତର ଅବଦାନ ଉଲ୍ଲେଖନୀୟ ଏବଂ “ଉତ୍ତମ, ଗ୍ରହଣୀୟ ଏବଂନିରନ୍ତର ବିକାଶର ସହମତିଭିତ୍ତିକ ବାତାବରଣ ସୃଷ୍ଟି” ପାଇଁ ଭାରତର ପ୍ରତିବଦ୍ଧତା ନିର୍ବିବାଦୀୟ,ଯାହାକି ଏହି ଶିଖର ସମ୍ମିଳନୀର ଶୀର୍ଷକ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜି-20 ଶିଖର ସମ୍ମିଳନୀ ଅବସରରେ ମୁଁ ସଦସ୍ୟ ରାଷ୍ଟ୍ରସମୂହରନେତୃବର୍ଗଙ୍କ ସହ ସାକ୍ଷାତ ଏବଂ ସେମାନଙ୍କ ସହ ଆଲୋଚନା କରିବାକୁ ଅପେକ୍ଷାରତ । ଏହି ଆଲୋଚନା କାଳରେ ଜି-20ର ଦଶବର୍ଷର କାର୍ଯ୍ୟକାଳ ମଧ୍ୟରେ ଯେଉଁସବୁ ପ୍ରଗତି ହାସଲ କରାଯାଇପାରିଛି ତାହାର ସମୀକ୍ଷା କରାଯିବ । ଏ ଦିଗରେ ଯେଉଁସବୁ ଅନ୍ତରାୟ ଏବଂ ପ୍ରତିବନ୍ଧକ ଦେଖାଦେଇଛି ସେସବୁକୁ ଆଗାମୀ ଦିନରେ କିଭଳି ମୁକାବିଲା କରାଯିବ ସେ ସଂପର୍କରେ ମଧ୍ୟ ଉପାୟ ସ୍ଥିର କରାଯିବ । ଏକ ବିଶ୍ଵିକ ଶାଶ୍ଵତ ଅର୍ଥବ୍ୟବସ୍ଥା ଏବଂ ବାଣିଜ୍ୟ କାରବାର, ଅନ୍ତରାଷ୍ଟ୍ରୀୟ ଆର୍ଥିକ ଓ ଟିକସ ବ୍ୟବସ୍ଥା, ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ, ନାରୀ ସଶକ୍ତିକରଣ, ଭିତ୍ତିଭୂମି ଏବଂ ନିରନ୍ତରବିକାଶ ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ବିଚାରବିମର୍ଶ କରାଯିବ ।

ଯେଉଁସବୁ ପ୍ରଗତିଶୀଳ ରାଷ୍ଟ୍ରମାନେ ଏବେ ଉନ୍ନତି ପଥରେ ଅଗ୍ରସର ହେଉଛନ୍ତି ସେମାନେ ବିଶ୍ୱ ଅର୍ଥବ୍ୟବସ୍ଥାର ବିକାଶରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କ ଆର୍ଥିକ ପ୍ରଗତି କ୍ଷେତ୍ରରେ ଏବେ ଦେଖାଦେଇଥିବା ଅଭୂତପୂର୍ବ ଆର୍ଥିକ ଏବଂ ପ୍ରଯୁକ୍ତିଗତ ଚାଲେଞ୍ଜଗୁଡ଼ିକୁ କିଭଳି ମୁକାବିଲା କରାଯାଇପାରିବ ତାହା ଉପରେ ଜି-20 ଶିଖର ସମ୍ମିଳନୀରେ ବିଶ୍ୱ ନେତୃବର୍ଗ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଆର୍ଥିକ ସମୃଦ୍ଧି ପାଇଁ ଯେଉଁସବୁ ସାମୂହିକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ତାହାକୁ ବର୍ତ୍ତମାନର ବାସ୍ତବତା ଦୃଷ୍ଟିରୁ ସାମୂହିକ ଭାବେ କିଭଳି କାର୍ଯ୍ୟକାରୀ କରାଯିବ ଏବଂ ସେଥିରେ କି ପ୍ରକାର ପରିବର୍ତ୍ତନ ଆବଶ୍ୟକ ସେହି ପ୍ରସଙ୍ଗ ଉପରେ ସେ ଏହି ସମ୍ମିଳନୀରେ ଆଲୋଚନା କରିବେ । ସେହିଭଳି ଆର୍ଥିକ ଅପରାଧ ଏବଂ ଆର୍ଥିକ ଆତଙ୍କବାଦ ବିରୋଧରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ଅନ୍ତରାଷ୍ଟ୍ରୀୟ ସହଯୋଗର ଜରୁରୀ ଆବଶ୍ୟକତାକୁ ଏବେ ସଭିଏଁ ଉପଲବ୍ଧ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସବୁଥର ଭଳି, ଏହି ଶିଖର ସମ୍ମିଳନୀ ପୃଷ୍ଠଭୂମିରେ ମୁଁ ବିଶ୍ୱ ନେତୃବର୍ଗଙ୍କୁ ଭେଟିବାର ଅବସର ପାଇବି ଏବଂ ସେମାନଙ୍କ ସହ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁଉତ୍କଣ୍ଠାର ସହ ଅପେକ୍ଷାରତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's chip dreams get a Rs 1.25 lakh crore push with Semiconductor Mission 2.0

Media Coverage

India's chip dreams get a Rs 1.25 lakh crore push with Semiconductor Mission 2.0
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.