ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୬ତମ ପୂର୍ବ ଏସିଆ ସମ୍ମିଳନୀରେ ଭାଗ ନେଇଥିଲେ । ୧୬ ତମ ପୂର୍ବ ଏସିଆ ସମ୍ମିଳନୀ ଇଏଏସ୍‍ ଏବଂ ଆସିଆନ ଅଧ୍ୟକ୍ଷ ଭାବରେ ବ୍ରୁନେଇ ଦ୍ୱାରା ଆୟୋଜିତ ହୋଇଥିଲା ।  ଏଥିରେ ଆସିଆନ ଦେଶ ସମେତ ଇଏଏସ୍‍ର ସହଯୋଗୀ ରାଷ୍ଟ ଯଥା ଅଷ୍ଟ୍ରେଲିଆ, ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ଋଷିଆ, ଆମେରିକା ଏବଂ ଭାରତ ଆଦି ଦେଶର ନେତାଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଭାରତ ଇଏଏସ୍‍ର ସକ୍ରିୟ ଅଂଶଗ୍ରହଣକାରୀ । ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ପୂର୍ବ ଏସିଆ ସମ୍ମିଳନୀ ।

ଶିଖର ସମ୍ମିଳନୀରେ ଦେଇଥିବା ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋ-ପାସିଫିକ୍‍ର ପ୍ରମୁଖ୍ୟ ନେତାଙ୍କ ନେତୃତ୍ୱାଧୀନ ଫୋରମ୍ ଭାବରେ ଇଏଏସ୍‍ର ଗୁରୁତ୍ୱକୁ ପୁନଃ ପ୍ରମାଣିତ କରିଛନ୍ତି । ଟିକା ଏବଂ ଚିକିତ୍ସା ସାମଗ୍ରୀ ଯୋଗାଣ ମାଧ୍ୟମରେ କୋଭିଡ -୧୯ ମହାମାରୀ ବିରୋଧରେ ଲଢିବା ପାଇଁ ଭାରତର ପ୍ରୟାସକୁ ପ୍ରଧାନମନ୍ତ୍ରୀ ଅଲୋକପାତ କରିଛନ୍ତି । ମହାମାରୀ ପରବର୍ତ୍ତୀ ପୁନରୁଦ୍ଧାର ତଥା ବିଶ୍ୱର ସ୍ଥିର ମୂଲ୍ୟ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ବିଷୟରେ ମଧ୍ୟ କହିଥିଲେ । ସ୍ଥାୟୀ ଜୀବନଶୈଳୀ ମଧ୍ୟରେ ଅର୍ଥନୀତି, ପରିବେଶ ଏବଂ ଜଳବାୟୁର ଏକ ଉତ୍ତମ ସନ୍ତୁଳନ ପ୍ରତିଷ୍ଠା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

୧୬ ତମ ଇଏଏସ୍‍ରେ ଇଣ୍ଡୋ-ପାସିଫ୍‌ିକ, ଦକ୍ଷିଣ ଚୀନ୍ ସାଗର, ୟୁଏନ୍‍ସିଏଲ୍‍ଓଏସ୍‍, ଆତଙ୍କବାଦ ଏବଂ କୋରିଆ ଉପଦ୍ୱୀପ ଏବଂ ମିଆଁମାରର ପରିସ୍ଥିତି ସହିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଇଣ୍ଡୋ-ପାସିଫିକ ଇଲାକାରେ ଆସିଆନ କେନ୍ଦ୍ରୀୟତାକୁ ପୁନଃ ପ୍ରମାଣିତ କରିଛନ୍ତି ଏବଂ ଆସିଆନ ଆଉଟଲୁକ୍‍ ଅଫ୍‍ ଇଣ୍ଡୋ-ପାସିଫିକ୍ (ଏଓଆଇପି) ଏବଂ ଇଣ୍ଡିଆଜ ଇଣ୍ଡୋ-ପାସିଫିକ ଓସିଏନ୍ସ ଇନିସିଏଟିଭ (ଆଇପିଓଆଇ) ମଧ୍ୟରେ ଥିବା ସମନ୍ୱୟ ଉପରେ ଆଲୋକପାତ କରିଛନ୍ତି ।

ଇଏଏସ୍‍ ନେତାମାନେ ମାନସିକ ସ୍ୱାସ୍ଥ୍ୟ, ପର୍ଯ୍ୟଟନ ମାଧ୍ୟମରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ନିରନ୍ତର ପୁନରୁଦ୍ଧାର ଉପରେ ତିନୋଟି ବିବୃତ୍ତି ଗ୍ରହଣ କରିଛନ୍ତି, ଯାହା ଭାରତ ଦ୍ୱାରା ପ୍ରାୟୋଜିତ ହୋଇଛି । ମୋଟ ଉପରେ, ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଇଏଏସ୍‍ ନେତାଙ୍କ ମଧ୍ୟରେ ଫଳପ୍ରଦ ମତ ବିନିମୟ ହୋଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi