ନେପାଳ ପ୍ରଧାନମନ୍ତ୍ରୀଙ୍କ ଗତ ବର୍ଷର ଫଳପ୍ରଦ ଗସ୍ତକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି
ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇ ରହିଛି

ନେପାଳ ପ୍ରଧାନମନ୍ତ୍ରୀ ରିଟାୟାର୍ଡ ସମ୍ମାନୀୟ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ୍ ଯୋଗେ ବାର୍ତ୍ତାଳାପ ହୋଇଛି । ନିକଟରେ ଭାରତରେ ଶେଷ ହୋଇଥିବା ନିର୍ବାଚନରେ ଐତିହାସିକ ତୃତୀୟ ଦଫା ବିଜୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସହ ନେପାଳର ସମ୍ପର୍କ ଅଧିକ ସୁଦୃଢ଼ ହୋଇ ରହିବ ବୋଲି ସେ ତାଙ୍କର ଆଶା ପ୍ରକଟ କରିଥିଲେ ।

ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ ।ନେପାଳ ପ୍ରଧାନମନ୍ତ୍ରୀଙ୍କ ଗତ ବର୍ଷର ଫଳପ୍ରଦ ଭାରତ ଗସ୍ତକୁ ପ୍ରଧାନମନ୍ତ୍ରୀ ମୋଦି ମନେ ପକାଇଥିଲେ । ଦୁଇ ଦେଶ ମଧ୍ୟରେ ପାରମ୍ପରିକ, ବନ୍ଧୁତ୍ୱ ଏବଂ ବହୁସ୍ତରୀୟ ସହଯୋଗ ବୃଦ୍ଧି ପାଇଁ ସେ ସମୟରେ ନିଆଯାଇଥିବା ନିଷ୍ପତ୍ତି ଗୁଡ଼ିକୁ ମଧ୍ୟ ସେ ସ୍ମରଣ କରିଥିଲେ ।

ଭାରତ ସହ ନେପାଳର ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ବେଶ୍ ପୁରୁଣା ଏବଂ ନେପାଳ ଭାରତର ‘ପ୍ରଥମ ପଡ଼ୋଶୀ’ ନୀତିରେ ଏକ ଗୁରୁ୍‌ତ୍ୱପୂର୍ଣ୍ଣ ସହଯୋଗୀ ହୋଇ ରହିଛି । ଦୁଇ ଦେଶର ନେତାଙ୍କ ମଧ୍ୟ ଉଚ୍ଚସ୍ତରୀୟ ବାର୍ତ୍ତା କ୍ଷେତ୍ରରେ ଟେଲିଫୋନ୍ କଲ ଏକ ପରମ୍ପରା ହୋଇ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Smartphone PLI plan exceeds targets, value addition quadruples': Industry informs govt

Media Coverage

'Smartphone PLI plan exceeds targets, value addition quadruples': Industry informs govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 8, 2026
July 08, 2026

1,000 Years of Heritage, One Future of Partnership: PM Modi Strengthens India-Indonesia Bonds in Jakarta