ସାବରମତୀ ଆଶ୍ରମରୁ ବାହାରିବାକୁ ଥିବା ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
India@75 ଅନ୍ତର୍ଗତ ଯୋଜନା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ସାବରମତୀରେ ଆୟୋଜିତ ଜନସଭାକୁ ମଧ୍ୟ କରିବେ ସମ୍ବୋଧିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ମାର୍ଚ୍ଚ, ୨୦୨୧ରେ ଅହମ୍ମଦାବାଦର ସାବରମତୀ ଆଶ୍ରମରୁ ପଦଯାତ୍ରା (ସ୍ୱାଧୀନତା ମାର୍ଚ୍ଚ)କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ଏବଂ ଆଜାଦୀ କା ଅମୃତ ମହୋତ୍ସବ (India@75)ର ପ୍ରାରମ୍ଭିକ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ India@75 ସହ ଜଡ଼ିତ ଅନେକଗୁଡ଼ିଏ ସାଂସ୍କୃତିକ ତଥା ଡିଜିଟାଲ କାର୍ଯ୍ୟକ୍ରମର ଉଦଘାଟନ ମଧ୍ୟ କରିବେ ଏବଂ ସାବରମତୀ ଆଶ୍ରମରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ। ଏହି ଅବସରରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ 10:30ରେ ଆରମ୍ଭ ହେବ।

 

ଆଜାଦୀ କା ଅମୃତ ମହୋତ୍ସବ

ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତିକୁ ପାଳନ କରିବା ଲାଗି ଆଜାଦୀ କା ଅମୃତ ମହୋତ୍ସବ ହେଉଛି ଏକାଧିକ କାର୍ଯ୍ୟକ୍ରମଗୁଡ଼ିକର ଏକ ଶୃଙ୍ଖଳା। ମହୋତ୍ସବକୁ ଜନ ଭାଗୀଦାରୀ ଭାବନା ସହିତ ଜନ ଉତ୍ସବ ରୂପରେ ପାଳନ କରାଯିବ।

 

ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତିରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ନୀତି ଓ ଯୋଜନା ପ୍ରସ୍ତୁତ କରିବା ଲାଗି ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରୀ ସମିତି ଗଠନ କରାଯାଇଛି। ମହୋତ୍ସବର ପ୍ରାରମ୍ଭିକ କାର୍ଯ୍ୟକ୍ରମ ୧୨ ମାର୍ଚ୍ଚ, ୨୦୨୧ ଠାରୁ, ଅର୍ଥାତ୍ ୧୫ ଅଗଷ୍ଟ, ୨୦୨୨ର ୭୫ ସପ୍ତାହ ପୂର୍ବରୁ ଆୟୋଜନ କରାଯାଉଛି।

 

ପଦଯାତ୍ରା

 

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାବରମତୀ ଆଶ୍ରମରୁ ନବସାରୀରେ ଦାଣ୍ଡି ପର୍ଯ୍ୟନ୍ତ ଯାଉଥିବା ୮୧ ଜଣ ପଦଯାତ୍ରୀଙ୍କ ପଦଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୨୪୧ ମାଇଲର ଏହି ପଦଯାତ୍ରା ୨୫ ଦିନ ମଧ୍ୟରେ ଏପ୍ରିଲ ୫ ତାରିଖରେ ଶେଷ ହେବ। ଦାଣ୍ଡି ରାସ୍ତାରେ ବିଭିନ୍ନ ଦଳର ଲୋକମାନେ ଏହି ପଦଯାତ୍ରାରେ ସାମିଲ ହେବେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ୭୫ କିମି ପଦଯାତ୍ରାର ପ୍ରଥମ ପର୍ଯ୍ୟାୟର ନେତୃତ୍ୱ ନେବେ।

 

India@75 ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ

 

India@75 ସହ ଜଡ଼ିତ ପୂର୍ବରୁ ଯୋଜନା କରାଯାଇଥିବା କାର୍ଯ୍ୟକ୍ରମର ଉଦଘାଟନ କରାଯିବ। ଏଥିରେ ଏକ ଚଳଚ୍ଚିତ୍ର, ୱେବସାଇଟ୍, ସଙ୍ଗୀତ, ଆତ୍ମନିର୍ଭର ଚରଖା ଏବଂ ଆତ୍ମନିର୍ଭର ଇନକ୍ୟୁବେଟର ସାମିଲ ରହିଛି।

 

ଏହି କାର୍ଯ୍ୟକ୍ରମ ସହିତ ଦେଶର ଅଦମ୍ୟ ଭାବନାର ଉତ୍ସବ ପ୍ରଦର୍ଶିତ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଏଥିରେ ସଙ୍ଗୀତ, ନୃତ୍ୟ, ପ୍ରବଚନ, ପ୍ରସ୍ତାବନା ପାଠ (ପ୍ରତ୍ୟେକ ପଙ୍କ୍ତି ଦେଶର ବିଭିନ୍ନ କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ଭାଷାରେ) ସାମିଲ ରହିଛି। ଯୁବଶକ୍ତିଙ୍କୁ ଭାରତର ଭବିଷ୍ୟତ ରୂପରେ ପ୍ରଦର୍ଶିତ କରି ସମବେତ ସଙ୍ଗୀତରେ ୭୫ଟି ସ୍ୱର ସହିତ ୭୫ଟି ନର୍ତ୍ତକ ଥାଇ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯିବ।

 

୧୨ ମାର୍ଚ୍ଚ, ୨୦୨୧ରେ ଭାରତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ବ୍ୟତୀତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଏବଂ ସଂସ୍କୃତି ମନ୍ତ୍ରଣାଳ଼ର କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର, ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ ଟ୍ରାଇଫେଡ ପକ୍ଷରୁ ଏହି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପାଇଁ ଯୋଜନା କରାଯାଇଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
French Space companies announce key agreements with Indian firms at Paris Space Summit

Media Coverage

French Space companies announce key agreements with Indian firms at Paris Space Summit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister remembers victims of 9/11 attacks, reiterates unwavering resolve to combat terrorism
September 11, 2026

The Prime Minister, Shri Narendra Modi has remembered and honoured the victims of the horrific 9/11 attacks on the 25th anniversary and expressed solidarity with the families whose lives were forever changed.

Shri Modi said that terrorism has claimed countless lives around the world and noted that, as a victim of cross-border terrorism, India has been at the forefront of the fight against terrorism for several decades.

He further added that while the threat of terrorism continues to evolve, India’s resolve and opposition to terrorism in all its forms and manifestations remain unwavering. He expressed solidarity with all efforts to combat this scourge.

The Prime Minister also shared glimpses from his visit to the 9/11 Memorial & Museum in 2014.

In a post on X, Shri Modi said;

“25 years on from the horrific 9/11 attacks, we remember and honour the victims and stand in solidarity with the families whose lives were forever changed.

Terrorism has claimed countless lives around the world. As a victim of cross-border terrorism, India has been at the forefront of this fight for several decades.

While the threat keeps evolving, our resolve and opposition to terrorism in all its forms and manifestations remain unwavering. We stand in solidarity with all efforts to combat this scourge.

Here are glimpses from my visit to the 9/11 Memorial & Museum in 2014.”