“ବିକଶିତ ଭାରତ ପାଇଁ ବଜେଟ୍ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରେ, ସମାଜର ପ୍ରତ୍ୟେକ ବର୍ଗକୁ ଉପକୃତ କରେ ଏବଂ ଏକ ବିକଶିତ ଭାରତର ମାର୍ଗ ପ୍ରଶସ୍ତ କରେ”
“ସରକାର ନିଯୁକ୍ତି ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି । ଏହା ଦ୍ୱାରା କୋଟି କୋଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ”
“ଏହି ବଜେଟ୍ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂଆ ଦିଗ ଆଣିଛି”
“ଆମେ ପ୍ରତ୍ୟେକ ସହର, ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଘରେ ଉଦ୍ୟୋଗୀ ସୃଷ୍ଟି କରିବୁ”
“ଗତ ୧୦ ବର୍ଷ ମଧ୍ୟରେ ସରକାର ଯେପରି ଗରିବ ଓ ମଧ୍ୟବିତ୍ତଙ୍କୁ ଟିକସ ରିହାତି ମିଳିବ ତାହା ସୁନିଶ୍ଚିତ କରିଛନ୍ତି”
"ବଜେଟ୍ ଷ୍ଟାର୍ଟଅପ ଏବଂ ନବସୃଜନ ପାରିବେଶିକ ବ୍ୟବସ୍ଥା ପାଇଁ ନୂଆ ବାଟ ଖୋଲିଛି"
"ବଜେଟରେ କୃଷକଙ୍କ ଉପରେ ବ୍ୟାପକ ଗୁରୁତ୍ୱ ଦିଆଯାଇଛି"
“ଆଜିର ବଜେଟ୍ ନୂଆ ସୁଯୋଗ, ନୂଆ ଶକ୍ତି, ନୂଆ ରୋଜଗାର ଓ ଆତ୍ମନିଯୁକ୍ତି ସୁଯୋଗ ଆଣିଛି । ଏହା ଉନ୍ନତ ଅଭିବୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ ଆଣିଛି”
“ଆଜିର ବଜେଟ୍ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତିରେ ପରିଣତ କରିବାରେ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଏକ ବିକଶିତ ଭାରତର ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୪- ୨୫ ଆର୍ଥିକ ବର୍ଷର ବଜେଟକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ବଜେଟ୍ ୨୦୨୪ - ୨୫ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କୁ ଚଳିତ ବର୍ଷର ବଜେଟ୍‌, ଯାହା ଦେଶକୁ ବିକାଶର ନୂତନ ଉଚ୍ଚତାରେ ପହଞ୍ଚାଇବାକୁ ବାଧ୍ୟ , ତାହାକୁ ନେଇ ଅଭିନନ୍ଦନ ଜଣାଇଥିଲେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ପୂରା ଟିମ୍ ଅଭିନନ୍ଦନର ଯୋଗ୍ୟ ବୋଲି ସେ କହିଛନ୍ତି ।

"କେନ୍ଦ୍ର ବଜେଟ୍ ୨୦୨୪ - ୨୫ ସମାଜର ପ୍ରତ୍ୟେକ ବର୍ଗକୁ ସଶକ୍ତ କରିବ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  "ଏହା ଗାଁର ଗରିବ କୃଷକମାନଙ୍କୁ ସମୃଦ୍ଧି ପଥରେ ନେଇଯିବ ବୋଲି ସେ ମତ ଦେଇଥିଲେ । ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକ୍ତ କରାଯିବା ପରେ ଏକ ନବ - ମଧ୍ୟବିତ୍ତ ଶ୍ରେଣୀର ଆବିର୍ଭାବ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ସେମାନଙ୍କ ସଶକ୍ତିକରଣରେ ନିରନ୍ତରତା ଆଣିଛି ଏବଂ ଅଗଣିତ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି ।  "ଏହି ବଜେଟ୍ ଶିକ୍ଷା ଏବଂ ଦକ୍ଷତା ବିକାଶରେ ଏକ ନୂତନ ସ୍ତର ଆଣିଛି" ବୋଲି ସେ କହିଥିଲେ । ମଧ୍ୟବିତ୍ତ ବର୍ଗ , ଜନଜାତି ସମ୍ପ୍ରଦାୟ, ଦଳିତ ଏବଂ ପଛୁଆ ବର୍ଗଙ୍କ ଲୋକମାନଙ୍କ ଜୀବନକୁ ସୁଦୃଢ଼ କରିବା ପାଇଁ ନୂଆ ଯୋଜନା ସହ ବଜେଟ୍ ପ୍ରସ୍ତୁତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଚଳିତ ବର୍ଷର ବଜେଟ୍ ମହିଳା ମାନଙ୍କର ଆର୍ଥିକ ଭାଗିଦାରୀ ସୁନିଶ୍ଚିତ କରିବା ସହ କ୍ଷୁଦ୍ର ବ୍ୟବସାୟ ଏବଂ ଏମ୍‌ଏସ୍‌ଏମ୍‌ଇ ପାଇଁ ଏକ ନୂଆ ମାର୍ଗ ନିର୍ଦ୍ଧାରଣ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । "କେନ୍ଦ୍ର ବଜେଟ୍ ଉତ୍ପାଦନ ଏବଂ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରେ" ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହିତ ଏହା ନିରନ୍ତରତା ବଜାୟ ରଖିବା ସହ ଅର୍ଥନୈତିକ ଅଭିବୃଦ୍ଧିକୁ ନୂତନ ଶକ୍ତି ପ୍ରଦାନ କରିବ  ବୋଲି ଉଲ୍ଲେଖ କରିଥିଲେ ।

ରୋଜଗାର ଏବଂ ସ୍ୱରୋଜଗାର ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ପିଏଲଆଇ ଯୋଜନାର ସଫଳତା ବିଷୟରେ ଉଲ୍ଲେଖ କରିଥିଲେ ଏବଂ  ନିଯୁକ୍ତି ସଂଯୁକ୍ତ ପ୍ରୋତ୍ସାହନ ଯୋଜନା , ଯାହା କୋଟି କୋଟି ନିଯୁକ୍ତି ସୃଷ୍ଟି କରିବ ତାହା ଉପରେ ଆଲୋକପାତ କରିଥିଲେ । ଏହି ଯୋଜନା ଅଧୀନରେ ଜଣେ ଯୁବକଙ୍କ ପ୍ରଥମ ଚାକିରିର ପ୍ରଥମ ଦରମା ସରକାର ବହନ କରିବେ । ସେ ଉଚ୍ଚଶିକ୍ଷାର ବ୍ୟବସ୍ଥା ଏବଂ  ୧ କୋଟି ଯୁବକଙ୍କ ପାଇଁ ଇଣ୍ଟର୍ନସିପ୍ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ଯୋଜନା ଅଧୀନରେ ପ୍ରମୁଖ କଂପାନୀ ଗୁଡ଼ିକରେ କାର୍ଯ୍ୟ କରି ଯୁବ ଇଣ୍ଟର୍ଣ୍ଣମାନେ ସମ୍ଭାବନାର ନୂଆ ବାଟ ବାହାର କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ଘରେ ଉଦ୍ୟୋଗୀ ସୃଷ୍ଟି କରିବାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନା ଅଧୀନରେ ବନ୍ଧକ ମୁକ୍ତ ଋଣର ସୀମାକୁ ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ବିଷୟରେ କହିଥିଲେ, ଯାହା କ୍ଷୁଦ୍ର ବ୍ୟବସାୟୀ, ମହିଳା, ଦଳିତ, ପଛୁଆ ଏବଂ ବଞ୍ଚିତମାନଙ୍କୁ ବହୁତ ଉପକୃତ କରିବ ।

ଭାରତକୁ ବିଶ୍ୱର ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିବଦ୍ଧତା ଉପରେ  ଦୃଢୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ ଦେଶର ମଧ୍ୟବିତ୍ତ ଶ୍ରେଣୀ ସହିତ ଏମଏସଏମଇର ସମ୍ପର୍କ ଏବଂ ଗରିବ ବର୍ଗ ପାଇଁ ଏହାର ନିଯୁକ୍ତି ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଷୁଦ୍ର ଶିଳ୍ପ ପାଇଁ ବଡ଼ ଶକ୍ତି ସୃଷ୍ଟି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ବଜେଟରେ ଘୋଷଣା କରାଯାଇଥିବା ନୂତନ ଯୋଜନା ବିଷୟରେ ସୂଚନା ଦେଇଥିଲେ , ଯାହା ଏମଏସଏମଇଗୁଡିକ ପାଇଁ ଋଣର ସହଜତା ବୃଦ୍ଧି କରିବ । "ବଜେଟରେ ଘୋଷଣା କରାଯାଇଥିôବା ଅନୁଯାୟୀ,  ଉତ୍ପାଦନ ଏବଂ  ରପ୍ତାନି ପ୍ରତ୍ୟେକ ଜିଲ୍ଲାରେ ପହଂଚିବ" ବୋଲି କହିବା ସହିତ ସେ  "ଇ - କମର୍ସ, ରପ୍ତାନି କେନ୍ଦ୍ର୍ ଏବଂ ଖାଦ୍ୟ ଗୁଣବତ୍ତା ପରୀକ୍ଷା ଗୋଟିଏ ଜିଲ୍ଲା - ଗୋଟିଏ ଉତ୍ପାଦ କାର୍ଯ୍ୟକ୍ରମକୁ ନୂତନ ଗତି ପ୍ରଦାନ କରିବ ବୋଲି ସୂଚନା ଦେଇଥିଲେ । 

କେନ୍ଦ୍ର ବଜେଟ ୨୦୨୪- ୨୫ ଭାରତର ଷ୍ଟାର୍ଟଅପ୍ ଏବଂ ନବସୃଜନ ପାରିବେଶିକ ବ୍ୟବସ୍ଥା ପାଇଁ ଅନେକ ସୁଯୋଗ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ମହାକାଶ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏକ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ଏବଂ ଆଞ୍ଜେଲ୍ ଟିକସ ଉଚ୍ଛେଦ ସମ୍ପର୍କିତ ଉଦାହରଣ ଦେଇଥିଲେ ।

୧୨ଟି ନୂତନ ଶିଳ୍ପ କେନ୍ଦ୍ର, ନୂତନ ଉପଗ୍ରହ ସହର ଏବଂ ୧୪ଟି ବଡ଼ ସହର ପାଇଁ ପରିବହନ ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ରେକର୍ଡ ଉଚ୍ଚ ସ୍ତରର ପୁଞ୍ଜିଗତ ବ୍ୟୟ  ଅର୍ଥନୀତିର ଏକ ଚାଳକ ଶକ୍ତିରେ ପରିଣତ ହେବ" । ଏହା ଦ୍ୱାରା ଦେଶରେ ନୂତନ ଅର୍ଥନୈତିକ କେନ୍ଦ୍ରର ବିକାଶ ହେବା ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ ।

 ରେକର୍ଡ ପ୍ରତିରକ୍ଷା ରପ୍ତାନି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , ଚଳିତ ବର୍ଷର ବଜେଟରେ ଏକ 'ଆତ୍ମନିର୍ଭର' ପ୍ରତିରକ୍ଷା କ୍ଷେତ୍ର ସୃଷ୍ଟି କରିବା ପାଇଁ ଅନେକ ବ୍ୟବସ୍ଥା ରହିଛି । ସେ କହିଥିଲେ ଯେ ଭାରତ ପ୍ରତି ବିଶ୍ୱର ଆକର୍ଷଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଯାହା ପର୍ଯ୍ୟଟନ ଶିଳ୍ପ ପାଇଁ ନୂତନ ମାର୍ଗ ଖୋଲିଛି । ଚଳିତ ବର୍ଷ ବଜେଟରେ ପର୍ଯ୍ୟଟନ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ପର୍ଯ୍ୟଟନ ଶିଳ୍ପ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନେକ ସୁଯୋଗ ଆଣିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ  ଯେ ଗତ ୧୦ ବର୍ଷ ମଧ୍ୟରେ ସରକାର ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଟିକସ ରିହାତି ସୁନିଶ୍ଚିତ କରିଥିବା ବେଳେ ଚଳିତ ବର୍ଷ ବଜେଟରେ ଆୟକର ହ୍ରାସ, ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି ଏବଂ ଟିଡିଏସ ନିୟମକୁ ସରଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ଯେ ଏହି ସଂସ୍କାର ଟିକସଦାତାଙ୍କୁ ଅଧିକ ଟଙ୍କା ସଞ୍ଚୟ କରିବାକୁ ଅନୁମତି ଦେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ  'ପୂର୍ବୋଦୟ' ଦୃଷ୍ଟିକୋଣ ମାଧ୍ୟମରେ ଭାରତର ପୂର୍ବାଞ୍ଚଳର ସାମଗ୍ରିକ ବିକାଶକୁ ନୂତନ ଗତି ଏବଂ ଶକ୍ତି ମିଳିବ । ପୂର୍ବ ଭାରତରେ ରାଜପଥ, ଜଳ ପ୍ରକଳ୍ପ ଏବଂ ବିଦ୍ୟୁତ ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ବିକାଶକୁ ନୂତନ ପ୍ରୋତ୍ସାହନ ଦିଆଯିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହି ବଜେଟରେ ଦେଶର କୃଷକମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି" । ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ପରେ ଏବେ ପନିପରିବା ଉତ୍ପାଦନ କ୍ଲଷ୍ଟର ଆରମ୍ଭ କରାଯାଉଛି , ଯାହା ଉଭୟ କୃଷକ ଏବଂ ମଧ୍ୟବିତ୍ତଙ୍କୁ ସାହାଯ୍ୟ କରିବ । କୃଷି କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ସମୟର ଆବଶ୍ୟକତା ବୋଲି ସେ ଗୁରୁତ୍ୱାରୋପ  କରିଛନ୍ତି । ତେଣୁ ଚାଷୀଙ୍କୁ ଡାଲି ଓ ତୈଳବୀଜ ଉତ୍ପାଦନ ବଢ଼ାଇବା ପାଇଁ ସାହାଯ୍ୟ କରିବା ନିମନ୍ତେ ପଦକ୍ଷେପ ଘୋଷଣା କରାଯାଇଛି ।

ଦାରିଦ୍ର‌୍ୟ ଦୂରୀକରଣ ଏବଂ ଗରିବଙ୍କ ସଶକ୍ତିକରଣ ସମ୍ବନ୍ଧୀୟ ପ୍ରମୁଖ ଯୋଜନାଗୁଡ଼ିକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ ଗରିବ ଲୋକମାନଙ୍କ ପାଇଁ ୩ କୋଟି ଘର ଏବଂ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ବିଷୟରେ ସୂଚନା ଦେଇଥିଲେ,  ଯାହା ୫ କୋଟି ଆଦିବାସୀ ପରିବାରକୁ ମୌଳିକ ସୁବିଧା ସହିତ ଯୋଡ଼ିବ । ଏହାବ୍ୟତୀତ ଗ୍ରାମ ସଡ଼କ ଯୋଜନାରେ ୨୫ ହଜାର ନୂଆ ଗ୍ରାମାଞ୍ଚଳକୁ ସବୁ ଋତୁ ପାଇଁ  ସଡ଼କ ସହ ସଂଯୋଗ କରାଯିବ, ଯାହା ଦ୍ୱାରା ସମସ୍ତ ରାଜ୍ୟ ଉପକୃତ ହେବେ ।

ଆଜିର ବଜେଟ୍ ନୂଆ ସୁଯୋଗ, ନୂତନ ଶକ୍ତି, ନୂତନ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହା ଉନ୍ନତ ଅଭିବୃଦ୍ଧି ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଆଣିଛି । ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ଏବଂ ବିକଶିତ ଭାରତର ମଜବୁତ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ବଜେଟ୍ ର ସମ୍ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପ୍ତ କରିଥିଲେ ।

 

Click here to read full text speech

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
For India, AI is 'All Inclusive' , mustbe human-centric: PM Modi

Media Coverage

For India, AI is 'All Inclusive' , mustbe human-centric: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of knowledge, wisdom and foresight
June 19, 2026

The Prime Minister, Shri Narendra Modi has said that virtues such as knowledge, wisdom and foresight are the foundation of success in life. He noted that a person enriched with these qualities is able to overcome even the most difficult challenges and emerge victorious.

The Prime Minister shared a Sanskrit Subhashitam-

“शास्त्रे प्रतिष्ठा सहजश्च बोधः प्रागल्भ्यमभ्यस्तगुणा च वाणी ।

कालानुरोधः प्रतिभानवत्त्वमेते गुणाः कामदुघाः क्रियासु ॥”

The Subhashitam conveys that authentic knowledge of the subject, natural prudence, fearless self-confidence, powerful speech refined through practice, foresight to recognize the demands of the time and ever-new wisdom, these six qualities prove to be like 'kamadhenu' in every endeavor of a human being, which helps in achieving every goal.

The Prime Minister wrote on X;

“ज्ञान, विवेक और दूरदर्शिता जैसे सद्गुण जीवन में सफलता का प्रमुख आधार हैं। इनसे समृद्ध व्यक्ति कठिन से कठिन चुनौतियों में भी विजयी होता है।

शास्त्रे प्रतिष्ठा सहजश्च बोधः प्रागल्भ्यमभ्यस्तगुणा च वाणी ।

कालानुरोधः प्रतिभानवत्त्वमेते गुणाः कामदुघाः क्रियासु ॥”