“୩ଟି ପ୍ରମୁଖ ବନ୍ଦର ଏବଂ ୧୭ଟି ଅଣ-ପ୍ରମୁଖ ବନ୍ଦର ସହ ତାମିଲନାଡୁ ପ୍ରମୁଖ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ରରେ ପରିଣତ”
“ଭାରତ ବିଶ୍ୱକୁ ସ୍ଥିର ବିକାଶ ଓ ଦୂରଦର୍ଶୀ ଚିନ୍ତାଧାରାର ପଥ ପ୍ରଦର୍ଶନ କରୁଛି”
“ନୂତନତା ଏବଂ ସହଯୋଗ ହେଉଛି ଭାରତର ବିକାଶ ଯାତ୍ରାର ସର୍ବଶ୍ରେଷ୍ଠ ଶକ୍ତି”
“ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଭାରତ ଏକ ପ୍ରମୁଖ ଅଂଶୀଦାର ହେବାକୁ ଯାଉଛି ଏବଂ ଏହି ବର୍ଦ୍ଧିତ କ୍ଷମତା ଆମ ଅର୍ଥନୈତିକ ଅଭିବୃଦ୍ଧିର ମୂଳଦୁଆ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଟୁଟିକୋରିନ ଇଣ୍ଟରନ୍ୟାସନାଲ କଣ୍ଟେନର ଟର୍ମିନାଲର ଉଦ୍‌ଘାଟନୀ ଉତ୍ସବରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଭାରତର ଯାତ୍ରାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ରୂପେ ଚିହ୍ନିତ ହୋଇଛି । ସେ  ଟୁଟିକୋରିନ ଇଣ୍ଟରନ୍ୟାସନାଲ କଣ୍ଟେନର ଟର୍ମିନାଲକୁ ‘ଭାରତର ସାମୁଦ୍ରିକ ଭିତ୍ତିଭୂମିର ନୂତନ ତାରକା’ ବୋଲି କହିଛନ୍ତି । ଭି.ଓ. ଚିଦାମ୍ବରନାର ବନ୍ଦରର କ୍ଷମତା ସମ୍ପ୍ରସାରଣରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “୧୪ ମିଟର ଅଧିକ ଗଭୀର ଡ୍ରାଫ୍ଟ ଏବଂ ୩୦୦ ମିଟରରୁ ଅଧିକ ଲମ୍ବ ବର୍ଥ ସହିତ, ଏହି ଟର୍ମିନାଲ ଭି.ଓ.ସି.ର କ୍ଷମତା ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନୂଆ ଟର୍ମିନାଲ ବନ୍ଦରରେ ପରିବହନ ଖର୍ଚ୍ଚ ହ୍ରାସ କରିବ ଏବଂ ଭାରତ ପାଇଁ ବୈଦେଶିକ ମୁଦ୍ରା ସଞ୍ଚୟ କରିବ ବୋଲି ଆଶା କରାଯାଉଛି । ସେ ତାମିଲନାଡୁର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ଭି.ଓ.ସି ସହ ଜଡିତ ଅନେକ ପ୍ରକଳ୍ପକୁ ମନେ ପକାଇଲେ, ଯାହା ଦୁଇ ବର୍ଷ ପୂର୍ବେ ତାଙ୍କ ଗସ୍ତ ସମୟରେ ଆରମ୍ଭ ହୋଇଥିଲା । ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ସମାପନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଲିଙ୍ଗ ବିବିଧତା ପ୍ରତି ଏହାର ପ୍ରତିବଦ୍ଧତା ଟର୍ମିନାଲର ଏକ ପ୍ରମୁଖ ଉପଲବ୍ଧିଗୁଡିକ ମଧ୍ୟରେ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହାର ୪୦ ପ୍ରତିଶତ କର୍ମଚାରୀ ମହିଳା ଅଟନ୍ତି, ଯାହା ସାମୁଦ୍ରିକ କ୍ଷେତ୍ରରେ ମହିଳା ନେତୃତ୍ୱ ବିକାଶର ପ୍ରତୀକ ଅଟେ ।

 

ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଗତି ବୃଦ୍ଧି କରିବାରେ ତାମିଲନାଡୁର ସାମୁଦ୍ରିକ ଉପକୂଳର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିବା ସହ ଶ୍ରୀ ମୋଦୀ କହିଛନ୍ତି “୩ଟି ପ୍ରମୁଖ ବନ୍ଦର ଏବଂ ୧୭ଟି ଅଣ-ପ୍ରମୁଖ ବନ୍ଦର ସହ ତାମିଲନାଡୁ ସାମୁଦ୍ରିକ ବାଣିଜ୍ୟ ପାଇଁ ଏକ ପ୍ରମୁଖ ହବ୍ ପାଲଟିଛି ।” ସେ ଆହୁରିମଧ୍ୟ କହିଛନ୍ତି ଯେ ବନ୍ଦର ନେତୃତ୍ୱାଧିନ ବିକାଶକୁ ଆହୁରି ବଢ଼ାଇବା ପାଇଁ ଭାରତ ଏକ ବାହ୍ୟ ବନ୍ଦର କଣ୍ଟେନର ଟର୍ମିନାଲ ବିକାଶ ପାଇଁ ୭,୦୦୦ କୋଟିରୁ ଅଧିକ ପୁଞ୍ଜି ନିବେଶ କରୁଛି, ଏବଂ ଭି.ଓ.ସି. ବନ୍ଦରର କ୍ଷମତା ଲଗାତର ବୃଦ୍ଧି ପାଉଛି । ଶ୍ରୀ ମୋଦୀ କହିଛନ୍ତି, “ଭି.ଓ.ସି. ବନ୍ଦର ଭାରତର ସାମୁଦ୍ରିକ ବିକାଶରେ ଏକ ନୂତନ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତ ।”

 

ଶ୍ରୀ ମୋଦୀ ଭାରତର ବ୍ୟାପକ ସାମୁଦ୍ରିକ ମିଶନ ବିଷୟରେ କହିଥିଲେ, ଯାହା ଭିତ୍ତିଭୂମି ବିକାଶ ବାହାରେ ବିସ୍ତାର ହୋଇଛି। ଭି.ଓ. ବନ୍ଦରକୁ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ଏବଂ ଉପକୂଳ ପବନ ଶକ୍ତି ପାଇଁ ଏକ ନୋଡାଲ୍ ବନ୍ଦର ଭାବରେ ସ୍ୱୀକୃତି ଦିଆଯାଇଥିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, “ଭାରତ ବିଶ୍ୱକୁ ସ୍ଥିର ଏବଂ ଦୂରଦର୍ଶୀ ଚିନ୍ତାଧାରା ବିକାଶର ପଥ ପ୍ରଦର୍ଶନ କରୁଛି ।” ଏହି ପଦକ୍ଷେପଗୁଡିକ ଜଳବାୟୁ ପରିବର୍ତ୍ତନର ବିଶ୍ୱବ୍ୟାପୀ ଆହ୍ୱାନର ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

 

“ଅଭିବୃଦ୍ଧିର ଯାତ୍ରାରେ ନୂତନତା ଏବଂ ସହଯୋଗ ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି” ବୋଲି କହିବା ସହ ଏହି ଟର୍ମିନାଲର ଉଦ୍‌ଘାଟନ ଏକ ସାମୂହିକ ଶକ୍ତିର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱ ବାଣିଜ୍ୟରେ ଦେଶର ସ୍ଥିତିକୁ ମଜବୁତ କରୁଥିବା ସଡ଼କପଥ, ରାଜପଥ, ଜଳପଥ ଏବଂ ବାୟୁପଥଗୁଡିକର ଏକ ବିଶାଳ ନେଟୱାର୍କ ସହିତ ଭାରତ ବର୍ତ୍ତମାନ ଭଲ ଭାବେ ସଂଯୁକ୍ତ । ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି, “ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଭାରତ ଏକ ପ୍ରମୁଖ ଅଂଶୀଦାର ହେବାକୁ ଯାଉଛି ଏବଂ ଏହି ବର୍ଦ୍ଧିତ କ୍ଷମତା ଆମ ଅର୍ଥନୈତିକ ଅଭିବୃଦ୍ଧିର ମୂଳଦୁଆ ଅଟେ।” ଶ୍ରୀ ମୋଦୀ ଆତ୍ମବିଶ୍ୱାସର ସହ ତାଙ୍କର ସମ୍ବୋଧନ ସମାପ୍ତ କରି କହିଥିଲେ ଯେ ଏହି ଗତି ଭାରତକୁ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବ ଏବଂ ତାମିଲନାଡୁ ଏହି ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India