“ଦୁନିଆର ଅଗ୍ରଣୀ ଅର୍ଥବ୍ୟବସ୍ଥା ଓ ଆର୍ଥିକ ବ୍ୟବସ୍ଥା ଉପରେ ବିଶ୍ୱ ଅର୍ଥବ୍ୟବସ୍ଥାରେ ସ୍ଥିରତା, ଆତ୍ମବିଶ୍ୱାସ ଓ ଅଭିବୃଦ୍ଧି ଫେରାଇ ଆଣିବାର ଦାୟିତ୍ୱ ନ୍ୟସ୍ତ ରହିଛି”
“ବିଶ୍ୱର ସବୁଠୁ ଦୁର୍ବଳ ନାଗରିକଙ୍କ ଉପରେ ଆପଣମାନଙ୍କ ଆଲୋଚନାରେ ଧ୍ୟାନ କେନ୍ଦ୍ରିତ କରାଯିବା ଉଚିତ୍”
“ଏକ ସମାବେଶୀ ଏଜେଣ୍ଡା ସୃଷ୍ଟି କରିବା ଦ୍ୱାରା ବୈଶ୍ୱିକ ଆର୍ଥିକ ନେତୃତ୍ୱ ବିଶ୍ୱର ବିଶ୍ୱାସ ଜିତିବାରେ ସକ୍ଷମ ହୋଇପାରିବେ”
“ଆମର ଜି୨୦ ଅଧ୍ୟକ୍ଷତା ଏକ ସମାବେଶୀ ସଂକଳ୍ପର ବିଷୟବସ୍ତୁ - ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତକୁ ପ୍ରୋତ୍ସାହନ ଦେଇଥାଏ”
“ଭାରତ ନିଜର ଡିଜିଟାଲ ଅର୍ଥ କାରବାର ଇକୋସିଷ୍ଟମରେ ଅଧିକ ସୁରକ୍ଷିତ, ଅଧିକ ବିଶ୍ୱସ୍ତ ଏବଂ ଅଧିକ ଦକ୍ଷ ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ପ୍ରସ୍ତୁତ କରିଛି”
“ଆମର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ଏକ ମାଗଣା ସାର୍ବଜନୀନ ସାମଗ୍ରୀ ଭାବେ ବିକଶିତ କରାଯାଇଛି”
“ୟୁପିଆଇ ଭଳି ଉଦାହରଣ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ଅନୁକରଣୀୟ ହୋଇପାରିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତାରେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ପ୍ରଥମ ବୈଠକକୁ ସମ୍ବୋଧିତ କରିଛନ୍ତି ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ । ଏହି ବୈଠକ ଫଳପ୍ରଦ ହେବା ନେଇ ସେ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ସମୟରେ ବିଶ୍ୱ ସମ୍ମୁଖିନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବୈଠକରେ ଭାଗ ନେଇଥିବା ଅଂଶଗ୍ରହଣକାରୀମାନେ ବିଶ୍ୱ ଅର୍ଥ ଏବଂ ଅର୍ଥବ୍ୟବସ୍ଥାର ନେତୃତ୍ୱମାନଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ବିଶ୍ୱ ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ସମୟରେ ଏହି ପ୍ରତିନିଧିମାନେ ଏକାଠି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ କୋଭିଡ ମହାମାରୀ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ, ବର୍ଦ୍ଧିତ ଭୂ-ରାଜନୈତିକ ଉତ୍ତେଜନା, ବିଶ୍ୱ ଯୋଗାଣ ଶୃଙ୍ଖଳରେ ଦେଖା ଦେଇଥିବା ଅବରୋଧ, ଦରଦାମ ବୃଦ୍ଧି, ଖାଦ୍ୟ ଓ ଇନ୍ଧନ ସୁରକ୍ଷା, ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରୁଥିବା ଅସ୍ଥିର ଋଣ ସ୍ତର ଏବଂ ଦ୍ରୁତ ସଂସ୍କାରକୁ କାର୍ଯ୍ୟକାରୀ କରିବାରେ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ବିଫଳତା କାରଣରୁ ସେମାନଙ୍କ ପ୍ରତି ରହିଥିବା ବିଶ୍ୱାସ ହ୍ରାସ ପାଇବା ଭଳି ଘଟଣାର ଉଦାହରଣ ଦେଇଥିଲେ । ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ ଯେ, ଦୁନିଆର ଅଗ୍ରଣୀ ଅର୍ଥବ୍ୟବସ୍ଥା ଓ ଆର୍ଥିକ ବ୍ୟବସ୍ଥା ଉପରେ ବିଶ୍ୱ ଅର୍ଥବ୍ୟବସ୍ଥାରେ ସ୍ଥିରତା, ଆତ୍ମବିଶ୍ୱାସ ଓ ଅଭିବୃଦ୍ଧି ଫେରାଇ ଆଣିବାର ଦାୟିତ୍ୱ ନ୍ୟସ୍ତ ରହିଛି। ଭାରତୀୟ ଅର୍ଥବ୍ୟବସ୍ଥାର ସକ୍ରିୟତା ବିଷୟରେ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଭାରତୀୟ ଅର୍ଥବ୍ୟବସ୍ଥାର ଭବିଷ୍ୟତ ପାଇଁ ଦେଶର ଉପଭୋକ୍ତା ଓ ଉତ୍ପାଦନକାରୀଙ୍କ ଆଶାବାଦ ଉପରେ ଆଲୋକପାତ କରିଥିଲେ । ସେ ଆଶା ବ୍ୟକ୍ତ କରି କହିଥିଲେ ଯେ, ଏହି ବୈଠକରେ ଭାଗ ନେଇଥିବା ସଦସ୍ୟମାନେ ସେହି ସକାରାତ୍ମକ ଭାବନାକୁ ବିଶ୍ୱ ସ୍ତରରେ ପ୍ରସାରିତ କରିବା ଲାଗି ଅନୁପ୍ରାଣିତ ହେବେ । ଦୁନିଆର ସବୁଠୁ ଦୁର୍ବଳ ନାଗରିକଙ୍କ ଉପରେ ନିଜର ଆଲୋଚନାକୁ କେନ୍ଦ୍ରିତ କରିବା ଲାଗି ପ୍ରଧାନମନ୍ତ୍ରୀ ସଦସ୍ୟମାନଙ୍କୁ ଆହ୍ୱାନ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ, ଏକ ସମାବେଶୀ ଏଜେଣ୍ଡା ସୃଷ୍ଟି କରିବା ଦ୍ୱାରା ବୈଶ୍ୱିକ ଆର୍ଥିକ ନେତୃତ୍ୱ ବିଶ୍ୱର ବିଶ୍ୱାସ ଜିତିବାରେ ସକ୍ଷମ ହୋଇପାରିବେ । “ଆମର ଜି୨୦ ଅଧ୍ୟକ୍ଷତା ଏକ ସମାବେଶୀ ସଂକଳ୍ପର ବିଷୟବସ୍ତୁ - ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତକୁ ପ୍ରୋତ୍ସାହନ ଦେଇଥାଏ”, ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତି ମନ୍ଥର ହୋଇପଡ଼ିଥିବା ପ୍ରତୀୟମାନ ହେଉଛି, ଅନ୍ୟପଟେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିସାରିଛି । ସେ ଜଳବାୟୁ ପରିବର୍ତ୍ତନ ଏବଂ ଉଚ୍ଚ ଋଣ ସ୍ତର ଭଳି ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା କରିବା ଲାଗି ବହୁପକ୍ଷୀୟ ବିକାଶ ବ୍ୟାଙ୍କକୁ ମଜବୁତ କରିବାର ଆବଶ୍ୟକତା ଉପରେ ବଳ ଦେଇଥିଲେ ।

ଆର୍ଥିକ ଜଗତରେ ପ୍ରଯୁକ୍ତିର ବର୍ଦ୍ଧିତ ଆଧିପତ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ସ୍ମରଣ କରାଇ ଦେଇ କହିଥିଲେ ଯେ, କିଭଳି ମହାମାରୀ ସମୟରେ ଡିଜିଟାଲ ପଇଠ ସ୍ପର୍ଶମୁକ୍ତ ଏବଂ ବାଧାମୁକ୍ତ କାରବାରକୁ ସକ୍ଷମ କରିଛି । ସେ ଅଂଶଗ୍ରହଣକାରୀ ସଦସ୍ୟମାନଙ୍କୁ ଡିଜିଟାଲ ଆର୍ଥିକ ଅସ୍ଥିରତା ଓ ଦୂରୁପଯୋଗର ସମ୍ଭାବ୍ୟ ବିପଦକୁ ନିୟନ୍ତ୍ରିତ କରିବା ଲାଗି ମାନଦଣ୍ଡ ବିକଶିତ କରିବା ସହିତ ପ୍ରଯୁକ୍ତିର ଶକ୍ତିକୁ ଠାବ କରିବା ଏବଂ ଏହାର ଉପଯୋଗ କରିବା ଲାଗି ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଗତ କିଛି ବର୍ଷ ଧରି ନିଜର ଡିଜିଟାଲ ଅର୍ଥପଇଠ ଇକୋସିଷ୍ଟମରେ ଅଧିକ ସୁରକ୍ଷିତ, ଅଧିକ ବିଶ୍ୱସ୍ତ ଏବଂ ଅଧିକ ଦକ୍ଷ ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ପ୍ରସ୍ତୁତ କରିଛି । “ଆମର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ଏକ ମାଗଣା ସାର୍ବଜନୀନ ସାମଗ୍ରୀ ଭାବେ ବିକଶିତ କରାଯାଇଛି”, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆଲୋକପାତ କରି କହିଥିଲେ ଯେ, ଭାରତ ନିଜର ପ୍ରଶାସନ ଆର୍ଥିକ ସମାବେଶନ ଏବଂ ସହଜ ଜୀବନଧାରଣରେ ବ୍ୟାପକ ପରିବର୍ତ୍ତନ ଆଣିଛି । ଭାରତର ପ୍ରଯୁକ୍ତି ରାଜଧାନୀ ବେଙ୍ଗାଲୁରୁରେ ଏହି ବୈଠକ ଆୟୋଜନ କରାଯାଉଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟ ଉପଭୋକ୍ତା କିଭଳି ଭାବେ ଡିଜିଟାଲ ଅର୍ଥ କାରବାରକୁ ଆପଣେଇ ନେଇଛନ୍ତି ଅଂଶଗ୍ରହଣକାରୀମାନେ ତାହାର ସିଧାସଳଖ ଅନୁଭୂତି ହାସଲ କରିପାରିବେ । ସେ ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ପ୍ରସ୍ତୁତ କରାଯାଇଥିବା ନୂଆ ବ୍ୟବସ୍ଥା ବିଷୟରେ ମଧ୍ୟ କହିଥିଲେ, ଯାହାକି ଜି୨୦ ଅତିଥିମାନଙ୍କୁ ଭାରତର ପଥ-ପ୍ରଦର୍ଶକ ଡିଜିଟାଲ ପରିଶୋଧ ପ୍ଲାଟଫର୍ମ, ୟୁପିଆଇ ଉପଯୋଗ କରିବା ପାଇଁ ଅନୁମତି ଦେଇଥାଏ । ନିଜର ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୟୁପିଆଇ ଭଳି ଉଦାହରଣ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ଅନୁକରଣୀୟ ହୋଇପାରିବ । ଆମେ ନିଜର ଅଭିଜ୍ଞତାକୁ ଖୁସିର ସହିତ ଦୁନିଆ ସହିତ ବାଣ୍ଟିବା ଲାଗି ପ୍ରସ୍ତୁତ ରହିଛୁ ଏବଂ ଜି୨୦ ଏଥିପାଇଁ ଏକ ବାହକ ସାଜିପାରିବ ।x

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM SVANidhi: How India’s street vendors are being brought into the formal economy

Media Coverage

PM SVANidhi: How India’s street vendors are being brought into the formal economy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.