“ଆଜିର ରୋଜଗାର ମେଳା ଆସାମର ଯୁବପୀଢିଙ୍କ ଭବିଷ୍ୟତ ପ୍ରତି ଗମ୍ଭୀରତାର ପ୍ରତିଫଳନ”
“ଆଜାଦୀ କା ଅମୃତ କାଳରେ ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଆମେ ସମସ୍ତେ ପ୍ରତିଶୃତି ନେଇଛୁ”
“ସରକାରୀ ବ୍ୟବସ୍ଥା ବର୍ତ୍ତମାନ ସମୟ ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବା ଆବଶ୍ୟକ”
“ପ୍ରତ୍ୟେକ ନୂତନ ଭିତ୍ତିଭୂମି ପ୍ରକଳ୍ପ ସହିତ ନିଯୁକ୍ତି ଏବଂ ଆତ୍ମ ନିଯୁକ୍ତି ସୁଯୋଗ ପ୍ରତି କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି”
“ଆଜି ଯୁବକମାନେ ଏଭଳି ଅନେକ କ୍ଷେତ୍ରରେ ଆଗକୁ ବଢୁଛନ୍ତି ଯାହା ଦଶ ବର୍ଷ ପୂର୍ବେ କେହି କଳ୍ପନା କରିପାରିନଥିଲେ”
“ଆମେ ଏକ ନୂତନ ଭାରତ ଗଠନ ଦିଗରେ ଦ୍ରୁତ ପଦକ୍ଷେପ ନେଉଛୁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଆସାମ ରୋଜଗାର ମେଳାଙ୍କୁ ସମ୍ବୋଧିତ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆସାମ ସରକାରରେ ସରକାରୀ ଚାକିରି ପାଇଁ ନିଯୁକ୍ତି ପାଇଥିବା ଯୁବକ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଗତ ମାସରେ ବିହୁ ଅବସରରେ ରାଜ୍ୟ ଗସ୍ତକୁ ମନେ ପକାଇ କହିଥିଲେ ଯେ ଆସାମ ସଂସ୍କୃତିର ଗୌରବର ପ୍ରତୀକ ଥିବା ଏହି ମହୋତ୍ସବର ସ୍ମୃତି ତାଙ୍କ ମନରେ ଏବେ ବି ସତେଜ ରହିଛି । ସେ କହିଛନ୍ତି ଯେ ଆଜିର ରୋଜଗାର ମେଳା ଆସାମର ଯୁବକଙ୍କ ଭବିଷ୍ୟତ ପ୍ରତି ଗମ୍ଭୀରତାର ପ୍ରତିଫଳନ ଅଟେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମର ରୋଜଗର ମେଳା ମାଧ୍ୟମରେ ୪୦ ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି । ସେ ସୂଚନା ଦେଇଛନ୍ତି ଯେ ଆଜି ପ୍ରାୟ ୪୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରାଯାଇଛି ଏବଂ ଯୁବକମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମ ଶାନ୍ତି ଏବଂ ବିକାଶର ଏକ ନୂତନ ଯୁଗର ସାକ୍ଷୀ ରହିଛି ଏବଂ ବିକାଶର ଏହି ଗତି ଆସାମରେ ସକରାତ୍ମକତା ଏବଂ ପ୍ରେରଣା ବିସ୍ତାର କରିଛି । ସରକାରୀ ନିଯୁକ୍ତିକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଆସାମ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରକ୍ରିୟାଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ପାଇଁ "ଆସାମ ପ୍ରତ୍ୟକ୍ଷ ନିଯୁକ୍ତି ଆୟୋଗ” ଉପରେ ମତ ଦେଇଥିଲେ । ସେ କହିଛନ୍ତି ଯେ ପୂର୍ବ ପ୍ରକ୍ରିୟା ଯୋଗୁଁ ଅନେକ ନିଯୁକ୍ତି ଠିକ୍ ସମୟରେ ଶେଷ ହୋଇପାରିଲା ନାହିଁ ଯେଉଁଠାରେ ପ୍ରତ୍ୟେକ ବିଭାଗର ଭିନ୍ନ ନିୟମ ଥିଲା ଏବଂ ପ୍ରାର୍ଥୀମାନଙ୍କୁ ବିଭିନ୍ନ ବିଭାଗ ପାଇଁ ବିଭିନ୍ନ ପରୀକ୍ଷାରେ ହାଜର ହେବାକୁ ପଡୁଥିଲା । ଏହି ସମସ୍ତ ପ୍ରକ୍ରିୟା ବର୍ତ୍ତମାନ ଅତି ସହଜ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ଏବଂ ଏହି କାର୍ଯ୍ୟ ପାଇଁ ଆସାମ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଜାଦୀ କା ଅମୃତ କାଳରେ ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଆମେ ସମସ୍ତେ ପ୍ରତିଶୃତି ଦେଇଛୁ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ କାଳର ଆଗାମୀ ୨୫ ବର୍ଷ ସେବା କାଳ ଭଳି ଗୁରୁତ୍ୱପୂର୍ଣ୍ଣ । ନିଯୁକ୍ତ ବ୍ୟକ୍ତିଙ୍କ ଆଚରଣ, ଚିନ୍ତା, କାର୍ଯ୍ୟ ପ୍ରତି ଆଭିମୁଖ୍ୟ ଏବଂ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ନବ ନିଯୁକ୍ତ ବ୍ୟକ୍ତିମାନେ ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପାଇଁ ଆସାମ ସରକାରଙ୍କ ମୁଖ ହେବେ । ସେ କହିଛନ୍ତି ଯେ ସମାଜ ଆକାଂକ୍ଷୀ ପାଲଟିଛି ଏବଂ କୌଣସି ନାଗରିକ ବିକାଶକୁ ଅପେକ୍ଷା କରିବାକୁ ଚାହାଁନ୍ତି ନାହିଁ । ଟ୍ୱେଣ୍ଟି-୨୦ କ୍ରିକେଟର ଏହି ଯୁଗରେ ଦେଶର ଲୋକମାନେ ଶୀଘ୍ର ଫଳାଫଳ ଚାହୁଁଛନ୍ତି ବୋଲି ଉଲ୍ଲେଖକରି ଶ୍ରୀ ମୋଦୀ କହିଛନ୍ତି ଯେ ସରକାରୀ ବ୍ୟବସ୍ଥା ସେହି ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବା ଆବଶ୍ୟକ । ସେ ଦେଶର ନାଗରିକଙ୍କ ଆକାଂକ୍ଷା ପୂରଣ କରିବାରେ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ଉପରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ ନବ ନିଯୁକ୍ତମାନଙ୍କୁ ସମାନ ସମର୍ପଣ ଭାବ ସହିତ ଆଗକୁ ବଢିବାକୁ ଅନୁରୋଧ କରିଥିଲେ ଯାହା ସେମାନଙ୍କୁ ଏଠାକୁ ଆଣିଥିଲା ଏବଂ ନୂତନ ଜିନିଷ ଶିଖିବା ପାଇଁ ମୁକ୍ତ ରହି ସମାଜ ତଥା ବ୍ୟବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଅତି ଦ୍ରୁତ ଗତିରେ ଭାରତର ଭିତ୍ତିଭୂମି ଆଧୁନିକୀକରଣ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ଏବଂ ନୂତନ ରାଜପଥ ଏବଂ ଏକ୍ସପ୍ରେସୱେ, ରେଳ ଲାଇନ, ବନ୍ଦର, ବିମାନବନ୍ଦର ଏବଂ ଜଳପଥ ପ୍ରକଳ୍ପଗୁଡ଼ିକର ସେ ଉଦାହରଣ ଦେଇଛନ୍ତି । ପ୍ରତ୍ୟେକ ନୂତନ ଭିତ୍ତିଭୂମି ପ୍ରକଳ୍ପ ସହିତ ନିଯୁକ୍ତି ଏବଂ ଆତ୍ମ ନିଯୁକ୍ତି ସୁଯୋଗ ପ୍ରତ୍ୟେକ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ବିମାନ ବନ୍ଦରର ବିକାଶ ପାଇଁ ଇଞ୍ଜିନିୟର, ଟେକ୍ନିସିଆନ, ଆକାଉଣ୍ଟାଣ୍ଟ, ଶ୍ରମିକ ଏବଂ ବିଭିନ୍ନ ପ୍ରକାରର ଉପକରଣ, ଇସ୍ପାତ ଏବଂ ସିମେଣ୍ଟର ଆବଶ୍ୟକତା ବିଷୟରେ ସେ ଉଦାହରଣ ଦେଇଛନ୍ତି । ରେଳ ଲାଇନର ସମ୍ପ୍ରସାରଣ ଏବଂ ସେଗୁଡିକର ବିଦ୍ୟୁତିକରଣ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଥିବା ସେ ଉଲ୍ଲେଖ କରିଛନ୍ତି । ଜୀବନର ସହଜତା ଉପରେ ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୨୦୧୪ ମସିହାରୁ ସରକାର ଶୌଚାଳୟ, ଗ୍ୟାସ ସଂଯୋଗ, ଟ୍ୟାପ୍ ଜଳ ଯୋଗାଣ ଏବଂ ବିଦ୍ୟୁତ ଭଳି ସୁବିଧା ସହିତ ପ୍ରାୟ ୪ କୋଟି ପକ୍କା ଘର ର୍ନିମାଣ କରି ଗରିବ ଲୋକଙ୍କୁ ଦେଇଛନ୍ତି । ଉତ୍ପାଦନ କ୍ଷେତ୍ର, ଲଜିଷ୍ଟିକ୍ସ, କୁଶଳୀ ଶ୍ରମିକ ଏବଂ ଶ୍ରମିକମାନଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ ଯେଉଁମାନେ ଏହି ଘର ର୍ନିମାଣ ଏବଂ ଏହି ସୁବିଧାଗୁଡ଼ିକର ବ୍ୟବସ୍ଥା କରିଥିଲେ । ରୋଜଗାର ସୃଷ୍ଟିରେ ଆୟୁଷ୍ମାନ ଭାରତ ଯୋଜନାର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଦେଶରେ ଅନେକ ନୂତନ ଡାକ୍ତରଖାନା ଏବଂ କ୍ଲିନିକ୍ ପ୍ରତିଷ୍ଠା କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କିଛି ସପ୍ତାହ ପୂର୍ବରୁ ଏମସ୍‍ ଗୌହାଟୀ ଏବଂ ୩ ମେଡିକାଲ କଲେଜକୁ ଲୋକାର୍ପଣ କରିବାର ସୌଭାଗ୍ୟକୁ ମଧ୍ୟ ମନେ ପକାଇଥିଲେ । ଗତ କିଛି ବର୍ଷ ମଧ୍ୟରେ ଆସାମରେ ଡେଣ୍ଟାଲ କଲେଜଗୁଡ଼ିକ ବିସ୍ତାର ହୋଇଛି ବୋଲି ସେ କହିଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଡାକ୍ତରୀ ବୃତ୍ତି ସହିତ ଜଡିତ ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହୋଇଛି ।

ଆଜି ଯୁବକମାନେ ଏଭଳି ଅନେକ କ୍ଷେତ୍ରରେ ଆଗକୁ ବଢୁଛନ୍ତି ଯାହା ଦଶ ବର୍ଷ ପୂର୍ବେ କେହି କଳ୍ପନା କରିପାରିନଥିଲେ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଦେଶରେ ଲକ୍ଷ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହୋଇଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଆଲୋକପାତ କରିଛନ୍ତି । କୃଷି, ସାମାଜିକ ଘଟଣା, ସର୍ଭେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଡ୍ରୋନର ବଢୁଥିବା ଚାହିଦା ବିଷୟରେ ସେ କହିଛନ୍ତି ଏବଂ ଏହା ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଭାରତ ଅଭିଯାନ ଉପରେ ମଧ୍ୟ ମତ ରଖିଛନ୍ତି ଯାହା ଭାରତରେ କୋଟି କୋଟି ମୋବାଇଲ୍ ଫୋନ୍ ଉତ୍ପାଦନ କରି ଭାରତର ଅଭିବୃଦ୍ଧିରେ ସହାୟକ ହେଉଛି । ପ୍ରତ୍ୟେକ ଗ୍ରାମରେ ପହଞ୍ଚୁଥିବା ବ୍ରଡବ୍ୟାଣ୍ଡ ସଂଯୋଗ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବହୁ ପରିମାଣରେ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିକୁ ଉତ୍ସାହିତ କରିଛି । କେବଳ ଗୋଟିଏ ଯୋଜନା କିମ୍ବା ଗୋଟିଏ ନିଷ୍ପତ୍ତି ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇପାରେ ବୋଲି ଶ୍ରୀ ମୋଦୀ ଦର୍ଶାଇଛନ୍ତି ।

ବର୍ତ୍ତମାନର ସରକାରଙ୍କ ନୀତିକୁ ଶ୍ରେୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବର ବହୁ ସଂଖ୍ୟକ ଯୁବକ ବିକାଶର ମୁଖ୍ୟ ସ୍ରୋତକୁ ଆସୁଛନ୍ତି । ରୋଜଗାର ଏବଂ ଆତ୍ମନିଯୁକ୍ତି ପାଇଁ ନୂତନ ସୁଯୋଗ ଦେଇ ଯୁବକମାନଙ୍କ ସ୍ୱପ୍ନକୁ ପୂରଣ କରିବାକୁ ସରକାର ପ୍ରତିବଦ୍ଧ । ଆମେ ମଧ୍ୟ ଏକ ନୂତନ ଭାରତ ଗଠନ ଦିଗରେ ଦ୍ରୁତ ପଦକ୍ଷେପ ନେଉଛୁ ବୋଲି ପ୍ରଧାନମନ୍ତ୍ରୀ କହି ତାଙ୍କର ଅଭିଭାଷଣ ଶେଷ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."