ମହାମହିମ ଗଣ,

ନମସ୍କାର!

ଦ୍ୱିତୀୟ ଭଏସ୍ ଅଫ୍ ଦ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ଆପଣମାନଙ୍କୁ ହାର୍ଦ୍ଦିକସ୍ୱାଗତ।

ମୁଁ ଆନନ୍ଦିତ ଯେ ଲାଟିନ ଆମେରିକା ଏବଂ କେରିବିୟାନଦେଶ ଠାରୁ ଆରମ୍ଭ କରି ଆଫ୍ରିକା, ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶ ପର୍ଯ୍ୟନ୍ତ ପ୍ରାୟ ୧୩୦ଟି ଦେଶ ଆଜି ଏହି ପୂର୍ଣ୍ଣ ଦିବସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ବର୍ଷକ ମଧ୍ୟରେ ଗ୍ଲୋବାଲ ସାଉଥର ଦୁଇଟି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବା ଏବଂ ଆପଣମାନେ ସମସ୍ତେ ଏଥିରେ ଯୋଗ ଦେବା ବିଶ୍ୱ ପାଇଁ ଏକ ବଡ଼ ବାର୍ତ୍ତା ।

ଏହା ହେଉଛି ବାର୍ତ୍ତା ଯେ ଗ୍ଲୋବାଲ ସାଉଥ୍ ତା'ର ସ୍ୱାଧୀନତା ଚାହୁଁଛି।

ଏହା ହେଉଛି ବାର୍ତ୍ତା ଯେ ଗ୍ଲୋବାଲ ସାଉଥ୍ ବିଶ୍ୱ ଶାସନରେ ନିଜର ସ୍ୱର ଚାହୁଁଛି ।

ବିଶ୍ୱ ବ୍ୟାପାରରେ ବଡ଼ ଦାୟିତ୍ୱ ନେବାକୁ ଗ୍ଲୋବାଲ ସାଉଥ୍ ପ୍ରସ୍ତୁତ ବୋଲି ଏହା ବାର୍ତ୍ତା ଦେଉଛି।

ମହାମହିମ ଗଣ,

ଆଜି ଏହି ଶିଖର ସମ୍ମିଳନୀ ଆମକୁ ପୁଣି ଥରେ ଆମର ମିଳିତ ଆଶା ଓ ଆକାଂକ୍ଷା ଉପରେ ଆଲୋଚନା କରିବାର ସୁଯୋଗ ଦେଇଛି ।

ଜି-୨୦ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ଭାରତ ଗ୍ଲୋବାଲ ସାଉଥର ସ୍ୱରକୁ ଏଜେଣ୍ଡାରେ ରଖିବାର ସୁଯୋଗ ପାଇଥିବାରୁ ଆମେ ଗର୍ବିତ।

ଏହାର ଶ୍ରେୟ ଆପଣଙ୍କର ଦୃଢ଼ ସମର୍ଥନ ଏବଂ ଭାରତ ଉପରେ ଆପଣଙ୍କର ଦୃଢ଼ ବିଶ୍ୱାସକୁ ଯାଇଥାଏ । ଆଉ ଏଥିପାଇଁ ମୁଁ ଆପଣମାନଙ୍କୁ ହୃଦୟରୁ ବହୁତ ଧନ୍ୟବାଦ ଜଣାଉଛି ।

ଏବଂ ମୋର ବିଶ୍ୱାସ ଯେ ଜି-୨୦ ଶିଖର ସମ୍ମିଳନୀରେ ଯେଉଁ ସ୍ୱର ଉଠିଛି ତାହା ଆଗାମୀ ସମୟରେ ଏବଂ ଅନ୍ୟାନ୍ୟ ବୈଶ୍ୱିକ ମଞ୍ଚରେ ପ୍ରତିଫଳିତ ହେବ ।

ମହାମହିମ ଗଣ,

ପ୍ରଥମ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ମୁଁ କିଛି ପ୍ରତିଶ୍ରୁତି ବିଷୟରେ କହିଥିଲି।

ମୁଁ ଏହା ଜଣାଇ ଆନନ୍ଦିତ ଯେ ଏସବୁ କ୍ଷେତ୍ରରେ ଅଗ୍ରଗତି ହୋଇଛି ।

ଆଜି ସକାଳେ 'ସାଉଥ୍' ନାମରେ ଗ୍ଲୋବାଲ ସାଉଥ୍ ସେଣ୍ଟର ଅଫ୍ ଏକ୍ସଲେନ୍ସର ଶୁଭାରମ୍ଭ କରାଯାଇଛି। ଏହି କେନ୍ଦ୍ର ବିକାଶଶୀଳ ଦେଶଗୁଡ଼ିକର ବିକାଶମୂଳକ ପ୍ରସଙ୍ଗ ସମ୍ବନ୍ଧୀୟ ଗବେଷଣା ଉପରେ ଧ୍ୟାନ ଦେବ ।

ଏହି ପଦକ୍ଷେପ ଦ୍ୱାରା ଗ୍ଲୋବାଲ ସାଉଥରେ ମଧ୍ୟ ସମସ୍ୟାର ବ୍ୟବହାରିକ ସମାଧାନ ମିଳିପାରିବ।

ଆରୋଗ୍ୟ ମୈତ୍ରୀ କାର୍ଯ୍ୟକ୍ରମ ଅଧୀନରେ ଭାରତ ମାନବିକ ସହାୟତା ପାଇଁ ଅତ୍ୟାବଶ୍ୟକ ଔଷଧ ଏବଂ ସାମଗ୍ରୀ ଯୋଗାଣ ପାଇଁ ପ୍ରତିଶ୍ରୁତିବଦ୍ଧ ।

ଗତ ମାସରେ ଆମେ ପାଲେଷ୍ଟାଇନକୁ ୭ଟନ୍ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଯୋଗାଇ ଦେଇଥିଲୁ।

ନଭେମ୍ବର ୩ରେ ନେପାଳରେ ଭୂମିକମ୍ପ ପରେ ଭାରତ ମଧ୍ୟ ନେପାଳକୁ ୩ ଟନ୍‌ରୁ ଅଧିକ ଔଷଧ ସହାୟତା ପଠାଇଥିଲା।

ଡିଜିଟାଲ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ନିଜର ସାମର୍ଥ୍ୟକୁ ଗ୍ଲୋବାଲ ସାଉଥ୍ ସହ ବାଣ୍ଟିବା ମଧ୍ୟ ଭାରତ ପାଇଁ ଆନନ୍ଦରବିଷୟ ହେବ ।

ଗ୍ଲୋବାଲ-ସାଉଥ ବିଜ୍ଞାନ ଓ ପ୍ରଯୁକ୍ତି ପ୍ରୟାସ ଜରିଆରେ ଆମେ ଗ୍ଲୋବାଲ ସାଉଥରେ ଆମର ସହଯୋଗୀମାନଙ୍କୁ ସାମର୍ଥ୍ୟ ଏବଂ ଗବେଷଣା କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗ୍ରହୀ ।

 

"ପରିବେଶ ଏବଂ ଜଳବାୟୁ ପର୍ଯ୍ୟବେକ୍ଷଣ ପାଇଁ ଜି-୨୦ ଉପଗ୍ରହ ମିଶନ" ଜଳବାୟୁ ଏବଂ ପାଣିପାଗ ତଥ୍ୟ, ବିଶେଷକରି ଗ୍ଲୋବାଲ ସାଉଥର ଦେଶମାନଙ୍କ ସହିତ ବାଣ୍ଟିବ।

ଗ୍ଲୋବାଲ୍ ସାଉଥ୍ ବୃତ୍ତି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିବାରୁ ମୁଁ ଖୁସି। ଏବେ ଗ୍ଲୋବାଲ ସାଉଥ୍‌ର ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ଭାରତରେ ଉଚ୍ଚଶିକ୍ଷା ପାଇଁ ଅଧିକ ସୁଯୋଗ ମିଳିବ।

ପ୍ରଥମ ଥର ପାଇଁ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ(ଆଇଆଇଟି)ର କ୍ୟାମ୍ପସ ମଧ୍ୟ ଚଳିତ ବର୍ଷ ତାଞ୍ଜାନିଆରେ ଖୋଲାଯାଇଛି । ଗ୍ଲୋବାଲ ସାଉଥରେ ଦକ୍ଷତା ବୃଦ୍ଧି ପାଇଁ ଏହା ଏକ ନୂତନ ପଦକ୍ଷେପ, ଯାହାକୁ ଅନ୍ୟ କ୍ଷେତ୍ରରେ ମଧ୍ୟ ବିସ୍ତାର କରାଯିବ ।

ଆମର ଯୁବ କୂଟନୀତିଜ୍ଞମାନଙ୍କ ପାଇଁ ମୁଁ ଜାନୁଆରୀରେ ଗ୍ଲୋବାଲ-ସାଉଥ ଯୁବ କୁଟନୀତିଜ୍ଞ ମଞ୍ଚ ପାଇଁ ପ୍ରସ୍ତାବ ଦେଇଥିଲି। ଏହାର ପ୍ରାରମ୍ଭିକ ସଂସ୍କରଣ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ ଯେଉଁଥିରେ ଆମ ଦେଶର ଯୁବ କୂଟନୀତିଜ୍ଞମାନେ ଅଂଶଗ୍ରହଣ କରିବେ।

ମହାମହିମ ଗଣ,

ଆସନ୍ତା ବର୍ଷଠାରୁ ଆମେ ଭାରତରେ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛୁ। ଯାହା ଗ୍ଲୋବାଲ ସାଉଥର ବିକାଶ ପ୍ରାଥମିକତା ଉପରେ ଧ୍ୟାନ ଦେବ ।

ଗ୍ଲୋବାଲ ସାଉଥର ଅଂଶୀଦାର ଗବେଷଣା କେନ୍ଦ୍ର ଓ ଥିଙ୍କଟ୍ୟାଙ୍କ ସହଯୋଗରେ 'ଦକ୍ଷିଣ' କେନ୍ଦ୍ର ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯିବ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେବ ଗ୍ଲୋବାଲ ସାଉଥର ବିକାଶମୂଳକ ସମସ୍ୟାର ବ୍ୟବହାରିକ ସମାଧାନ ଚିହ୍ନଟ କରିବା, ଯାହାଦ୍ୱାରା ଆମର ଭବିଷ୍ୟତ ସୁଦୃଢ଼ ହୋଇପାରିବ ।

ମହାମହିମ ଗଣ,

ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ଆମର ଏକ ମିଳିତ ଆଗ୍ରହ ଅଛି ।

ପଶ୍ଚିମ ଏସିଆର ଗମ୍ଭୀର ସ୍ଥିତି ଉପରେ ମୁଁ ଆଜି ସକାଳେ ମୋର ବିଚାର ବ୍ୟକ୍ତ କରିଛି।

ଏହି ସବୁ ସଙ୍କଟ ଗ୍ଲୋବାଲ ସାଉଥ୍ ଉପରେ ମଧ୍ୟ ବଡ଼ ପ୍ରଭାବ ପକାଇଥାଏ।

ତେଣୁ ମିଳିତ ଉଦ୍ୟମରେ ଏକ ସ୍ୱରରେ, ଏକଜୁଟତାର ସହିତଏହି ସବୁ ପରିସ୍ଥିତିର ସମାଧାନ ଖୋଜିବା ଜରୁରୀ ।

ମହାମହିମ ଗଣ,

ଆମ ମଧ୍ୟରେ ଅଛନ୍ତି ଜି-୨୦ର ପରବର୍ତ୍ତୀ ଅଧ୍ୟକ୍ଷ, ବ୍ରାଜିଲ ରାଷ୍ଟ୍ରପତି ଏବଂ ମୋର ବନ୍ଧୁ ମହାମହିମ ରାଷ୍ଟ୍ରପତି ଲୁଲା ।

ମୋର ବିଶ୍ୱାସ ଯେ ବ୍ରାଜିଲର ଜି-୨୦  ଅଧ୍ୟକ୍ଷତାରେ ଗ୍ଲୋବାଲ ସାଉଥର ପ୍ରାଥମିକତା ଏବଂ ସ୍ୱାର୍ଥ ସୁଦୃଢ଼ ଓ ଉନ୍ନତ ହେବାରେ ଲାଗିବ ।

ଟ୍ରୋଇକାର ଏକ ସଦସ୍ୟ ଭାବରେ ଭାରତ ବ୍ରାଜିଲକୁ ପୂର୍ଣ୍ଣ ସମର୍ଥନ ଦେବ । ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଲୁଲାଙ୍କୁ ତାଙ୍କ ବିଚାର ରଖିବା ପାଇଁ ନିମନ୍ତ୍ରଣ କରୁଛି ଏବଂ ଏହା ପରେ ଆପଣ ସମସ୍ତଙ୍କ କଥା ଶୁଣିବାକୁ ଅପେକ୍ଷା କରିଛି ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'There could be no Netflix globally without India': Ted Sarandos on growth, cricket and AI

Media Coverage

'There could be no Netflix globally without India': Ted Sarandos on growth, cricket and AI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi shares Sanskrit Subhashitam recognizing Earth as the nurturing mother of all life
August 06, 2026

The Prime Minister, Shri Narendra Modi today shared Sanskrit Subhashitam emphasising that humanity may live in harmony with the Earth, as earth is the nurturing mother of all life and the moral order that sustains her should be respected.

The Prime Minister shared a Sanskrit verse-

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥

The Prime Minister posted on X:

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥