“ଖେଳରେ କୌଣସି ପରାଜୟ ନାହିଁ, ଆପଣ ବିଜୟୀ ହେବେ ନୋଚେତ୍ କିଛି ଶିଖିବେ”
“କ୍ରୀଡା ପ୍ରତି ସରକାରଙ୍କ ଉତ୍ସାହ ପଡିଆରେ ଖେଳାଳୀଙ୍କ ଉତ୍ସାହ ବୃଦ୍ଧିର କାରଣ ହୋଇଥାଏ”
“ରାଜସ୍ଥାନର ସାହସୀ ଯୁବାଗୋଷ୍ଠୀ ନିରବଚ୍ଛିନ୍ନ ଭାବେ ଦେଶକୁ ଗୌରବ ଆଣି ଦେଇଛନ୍ତି”
“ଉତ୍କର୍ଷର କୌଣସି ସୀମା ନାହିଁ ବୋଲି ଖେଳ ଆମକୁ ଶିକ୍ଷା ଦେଇଥାଏ, ତେଣୁ ଆମେ ଆମର ସମସ୍ତ ଶକ୍ତି ସହ ଏହାକୁ ବଞ୍ଚାଇ ରଖିବା ଉଚିତ”
“ଡବଲ ଇଞ୍ଜିନ ସରକାରଙ୍କ ଲକ୍ଷ୍ୟ ହେଉଛି ସଶକ୍ତୀକରଣ ଓ ରାଜସ୍ଥାନବାସୀଙ୍କ ସୁଖୀ ଜୀବନ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୩.୦୨.୨୦୨୪) ଆଭାସୀ ମାଧ୍ୟମରେ ପାଲି ସାଂସଦ ଖେଳ ମହାକୁମ୍ଭ କୁ ସମ୍ବୋଧିତ କରିଛନ୍ତି । ଉଲ୍ଲେଖନୀୟ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ ନିମନ୍ତେ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଖେଳରେ କେବେ ମଧ୍ୟ କୌଣସି ପରାଜୟ ନ ଥାଏ,  ଆପଣମାନେ ବିଜୟୀ ହେବେ, ନ ହେଲେ କିଛି ଶିଖିବେ । ସେଥିପାଇଁ ମୁଁ କେବଳ କ୍ରୀଡାବିତ୍ ନୁହେଁ, ସେମାନଙ୍କ ପ୍ରଶିକ୍ଷକ ଓ ଏଠାରେ ଉପସ୍ଥିତ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି ।”

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶ ଓ ଯୁବାଗୋଷ୍ଠୀର ବିକାଶରେ କ୍ରୀଡାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ “ସାଂସଦ ଖେଳ ମହାକୁମ୍ଭରେ ଦେଖାଦେଇଥିବା ଉତ୍ସାହ ଓ ଆତ୍ମବିଶ୍ୱାସ ଆଜି ପ୍ରତ୍ୟେକ ଯୁବକ ଯୁବତୀ ଓ ଖେଳାଳୀମାନଙ୍କ ପରିଚୟ ପାଲଟିଛି  । ସରକାରଙ୍କ କ୍ରୀଡା ପ୍ରତି ଉତ୍ସାହ ପ୍ରତ୍ୟେକ ଖେଳାଳୀର ଉତ୍ସାହକୁ ପଡିଆରେ ଶକ୍ତିଶାଳୀ କରିଥାଏ । ବର୍ତ୍ତମାନ ସରକାରଙ୍କ ଏପରି କାର୍ଯ୍ୟକ୍ରମ ସଂଗଠିତ କରିବା ଯୋଗୁଁ ସାଂସଦ ଖେଳ ମହାକୁମ୍ଭ ରାଜ୍ୟ ଓ ବିଭିନ୍ନ ଜିଲ୍ଲାର ଲକ୍ଷ ଲକ୍ଷ କ୍ରୀଡାବିତ୍‌ଙ୍କୁ ଏକ ମଂଚ ପ୍ରଦାନ କରିଛି । ଏହା ନୂତନ ଓ ସୃଷ୍ଟି ହେଉଥିବା ନୂତନ ପ୍ରତିଭାଙ୍କ ନିମନ୍ତେ ଏକ ମାଧ୍ୟମ ପାଲଟିଛି । ପ୍ରଧାନମନ୍ତ୍ରୀ ମୁଖ୍ୟତଃ ମହିଳା କ୍ରୀଡାବିତ୍ ପାଇଁ ଉତ୍ସର୍ଗୀକୃତ ସଂଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 

ପ୍ରଧାନମନ୍ତ୍ରୀ ସାଂସଦ ଖେଳ ମହାକୁମ୍ଭରେ ପାଲିର ୧୧୦୦ ପିଲାଙ୍କ ସହ ଅଂଶଗ୍ରହଣ କରୁଥିବା ଦୁଇ ଲକ୍ଷ ପ୍ରତିଯୋଗୀଙ୍କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଜରିଆରେ କ୍ରୀଡାବିତ୍ ମାନେ ପାଉଥିବା ସୁଯୋଗକୁ ସେ ସ୍ୱୀକାର କରିଥିଲେ । ପାଲିର ସାଂସଦ ସଦସ୍ୟ ଶ୍ରୀ ପି.ପି. ଚୌଧୁରୀଙ୍କ ପ୍ରଶଂସନୀୟ ଉଦ୍ୟମ ପାଇଁ ସେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 ରାଜସ୍ଥାନ ଓ ସର୍ବୋପରି ଦେଶର ଯୁବାଗୋଷ୍ଠୀର କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱା୍ରଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ରାଜସ୍ଥାନର ସାହସୀ ଯୁବାଗୋଷ୍ଠୀ ସଶସ୍ତ୍ର ସେନା ଓ କ୍ରୀଡ। କ୍ଷେତ୍ରରେ ଦେଶକୁ ଗୌରବ ଆଣି ଦେଇଛନ୍ତି । ମୁଁ ନିଶ୍ଚିତ ଯେ ତୁମେ କ୍ରୀଡାବିତ୍‌ଗଣ ଏହି ଉଦ୍ୟମକୁ ଅବ୍ୟାହତ ରଖିବ ।”

ଖେଳର ଅବସ୍ଥାନ୍ତର ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ କ୍ରୀଡାର ମଧୁତରା କେବଳ ବିଜୟରେ ନିହିତ ନାହିଁ । ଏହା ମଧ୍ୟ ନିରବଚ୍ଛିନ୍ନ ବ୍ୟକ୍ତିଗତ ବିକାଶକୁ ତ୍ୱରାନ୍ୱିତ କରିଥାଏ । କ୍ରୀଡା ଉତ୍କର୍ଷର କୌଣସି ସୀମା ନାହିଁ , ଆମକୁ ସମସ୍ତ ଶକ୍ତି ଖଟାଇ ଏହାକୁ ଅବ୍ୟାହତ ରଖିବାକୁ ହେବ ।”

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ କ୍ରୀଡାର ସବୁଠାରୁ ବଡ ଶକ୍ତି ହେଲା ଏହା ଯୁବଗୋଷ୍ଠୀକୁ ଅନେକ ବଦଭ୍ୟାସରୁ ଦୂରେଇ ଥାଏ । କ୍ରୀଡା ନମନୀୟତା ଗୁଣ ଆଣିବା ସହ ଏକାଗ୍ରତା ବୃଦ୍ଧି କରେ ଓ ଆମକୁ ଧ୍ୟାନର କେନ୍ଦ୍ରବିନ୍ଦୁ କରି ଗଢି ତୋଳିଥାଏ । ସେ ଦୃଷ୍ଟିରୁ ଖେଳ ବ୍ୟକ୍ତିଗତ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଯୁବାକଲ୍ୟାଣ ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦୀ କହିଥିଲେ ଯେ “ ସେ କେଗଦ୍ର ହେଉ ବା ରାଜ୍ୟ ବର୍ତ୍ତମାନର ସରକାର ଯୁବାଗୋଷ୍ଠୀର କ୍ରୀଡା ରୁଚିକୁ ପ୍ରାଧାନ୍ୟ ଦେଉଛନ୍ତି । କ୍ରୀଡାବିତ୍‌ଙ୍କୁ ଅଧିକ ସୁଯୋଗ ଦେବା, ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା ତ୍ତ୍ୱଓ ସମ୍ବଳ ବରାଦ କରି ସରକାର ଅନେକ ଉପାୟରେ ଭାରତୀୟ ଖେଳାଳୀମାନଙ୍କୁ ସମର୍ଥନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଗତ ଦଶନ୍ଧିରେ କ୍ରୀଡା ବଜେଟରେ ତିନିଗୁଣ ବୃଦ୍ଧି, ଟପସ ସମେତ ବିଭିନ୍ନ ଯୋଜନାରେ ଶହ ଶହ କ୍ରୀଡାବିତ୍‌ଙ୍କୁ ଆର୍ଥିକ ସହାୟତା ବ୍ୟବସ୍ଥା କରିବା, ଦେଶ ବ୍ୟାପୀ ଅନେକ କ୍ରୀଡା  କେନ୍ଦ୍ର ସ୍ଥାପନ ଉପରେ ଆଲୋକପାତ କରିଥିଲେ । ଖେଲୋ ଇଣ୍ଡିଆ ଗେମ୍‌ସ ଅଧୀନରେ ୩ହଜାରରୁ ଅଧିକ ଖେଳାଳୀଙ୍କୁ ମାସିକ ୫୦ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଖେଲୋ ଇଣ୍ଡିଆରେ ଦେଶର ପ୍ରାୟ ହଜାର କେନ୍ଦ୍ରରେ ଲକ୍ଷ ଲକ୍ଷ ଖେଳାଳୀ ତୃଣମୂଳ ସ୍ତରୀୟ ତାଲିମ ନେଉଛନ୍ତି । ଏସୀୟ କ୍ରୀଡାରେ ଶହେରୁ ଅଧିକ ପଦକ ଜିତିଥିବାରୁ ସେ ସେମାନଙ୍କ ଅସାଧାରଣ କ୍ରୀଡା ନୈପୁଣ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ ।

ଫେବୃୟାରୀ ପହିଲା ଦିନ ଉପସ୍ଥାପିତ ବଜେଟ୍‌ରେ ଆଧୁନିକ ଭିତ୍ତିଭୂମି ନିମନ୍ତେ ଏଗାର ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇ ସଡକ ଓ ରେଳବାଇ କ୍ଷେତ୍ରରେ ବିନିଯୋଗ କରାଯାଉଥିବାରୁ ଯୁବାଗୋଷ୍ଠୀ ଏହା ଦ୍ୱାରା ଉପକୃତ ହେବେ । ୪୦ହଜାର ବନ୍ଦେ ଭାରତ ବଗି ଓ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ସବୁଠାରୁ ଅଧିକ ଯୁବାଗୋଷ୍ଠୀ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଔଦ୍ୟୋଗିକ ବିକାଶ ଓ ନିଯୁକ୍ତି ସୁଯୋଗ ଏବଂ କୌଶଳ ବିକାଶ ନିମନ୍ତେ ଯୁବାଗୋଷ୍ଠୀମାନେ ବିଶେଷ ସୁବିଧା ପାଇବେ । ଷ୍ଟାର୍ଟଅପ କ୍ଷେତ୍ରରେ ଏକ ଲକ୍ଷ କୋଟି ପାଣ୍ଠିର ବ୍ୟବସ୍ଥା କରାଯାଇଛି ।

ପାଲିରେ ୧୩ହଜାର କୋଟି ଟଙ୍କା ବ୍ୟୟରେ ସଡକ ବିକାଶ, ରେଳଷ୍ଟେସନ ଉନ୍ନତି, ସେତୁ ନିର୍ମାଣ, ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଆଇଟି କେନ୍ଦ୍ର, ମେଡିକାଲ କଲେଜ, ପାସ୍‌ପୋର୍ଟ କେନ୍ଦ୍ର ଭଳି ବିକାଶମୂଳକ କାର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ଏହା ପାଲିବାସୀଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ ।

ଭାରତ ଓ ରାଜସ୍ଥାନର ପ୍ରତ୍ୟେକ ଯୁବକ ଯୁବତୀଙ୍କୁ ସଶକ୍ତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ ବୋଲି କହି ପ୍ରଧାନମନ୍ତ୍ରୀଙ୍କ ତାଙ୍କ ବକ୍ତବ୍ୟର ଅନ୍ତ ଘଟାଇଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push