“ଖେଳରେ କୌଣସି ପରାଜୟ ନାହିଁ, ଆପଣ ବିଜୟୀ ହେବେ ନୋଚେତ୍ କିଛି ଶିଖିବେ”
“କ୍ରୀଡା ପ୍ରତି ସରକାରଙ୍କ ଉତ୍ସାହ ପଡିଆରେ ଖେଳାଳୀଙ୍କ ଉତ୍ସାହ ବୃଦ୍ଧିର କାରଣ ହୋଇଥାଏ”
“ରାଜସ୍ଥାନର ସାହସୀ ଯୁବାଗୋଷ୍ଠୀ ନିରବଚ୍ଛିନ୍ନ ଭାବେ ଦେଶକୁ ଗୌରବ ଆଣି ଦେଇଛନ୍ତି”
“ଉତ୍କର୍ଷର କୌଣସି ସୀମା ନାହିଁ ବୋଲି ଖେଳ ଆମକୁ ଶିକ୍ଷା ଦେଇଥାଏ, ତେଣୁ ଆମେ ଆମର ସମସ୍ତ ଶକ୍ତି ସହ ଏହାକୁ ବଞ୍ଚାଇ ରଖିବା ଉଚିତ”
“ଡବଲ ଇଞ୍ଜିନ ସରକାରଙ୍କ ଲକ୍ଷ୍ୟ ହେଉଛି ସଶକ୍ତୀକରଣ ଓ ରାଜସ୍ଥାନବାସୀଙ୍କ ସୁଖୀ ଜୀବନ”

ମୋର ପ୍ରିୟ ଯୁବ ବନ୍ଧୁମାନେ,

ପାଲିରେ ନିଜର କ୍ରୀଡ଼ା ପ୍ରତିଭାର ଉତ୍ତମ ପ୍ରଦର୍ଶନ କରିଥିବା ସମସ୍ତ ଖେଳାଳିଙ୍କୁ ଅନେକ ଅନେକ ଅଭିନନ୍ଦନ। କ୍ରୀଡ଼ାରେ କେବେ ବି ପରାଜୟ ହୋଇନଥାଏ। ଖେଳରେ ହୁଏତ ଆପଣ ଜିତିବେ କିମ୍ବା ଆପଣ କିଛି ଶିଖିବେ। ତେଣୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଖେଳାଳିଙ୍କ ସହ ସେମାନଙ୍କ ପ୍ରଶିକ୍ଷକ, ସେଠାରେ ଉପସ୍ଥିତ ଥିବା ପରିବାର ସଦସ୍ୟମାନଙ୍କୁ ମଧ୍ୟ ମୁଁ ଶୁଭେଚ୍ଛା ଜଣାଉଛି।

ସାଥିମାନେ,

ସଂସଦ ଖେଳ ମହାକୁମ୍ଭରେ ମୁଁ  ଯେଉଁ ଉତ୍ସାହ ଦେଖିବାକୁ ମିଳୁଛି, ଯେଉଁ ଆତ୍ମବିଶ୍ୱାସ ଦୃଶ୍ୟମାନ ହେଉଛି, ଆଜି ପ୍ରତ୍ୟେକ ଖେଳାଳି, ପ୍ରତ୍ୟେକ ଯୁବକଙ୍କ ପରିଚୟ, ଏହି ଉତ୍ସାହ ପରିଚୟପାଲଟିଛି। ଆଜି କ୍ରୀଡ଼ା ପ୍ରତି ସରକାରଙ୍କ ମନରେ ପଡ଼ିଆରେ ଖେଳାଳିଙ୍କ ଭଳି ଭାବନା ରହିଛି। ଆମ ଖେଳାଳିମାନେ ସର୍ବଦା ଗ୍ରାଉଣ୍ଡ ସ୍ତରରେ ଅଧିକରୁ ଅଧିକ ଖେଳିବାର ସୁଯୋଗ ପାଇବାକୁ ଚାହୁଁଥିଲେ, ସେମାନେ ନିଜ ଗାଁରେ ଖେଳିବାକୁ ଚାହୁଁଥିଲେ, ସେମାନେ ନିଜ ସ୍କୁଲରେ ଖେଳିବା ଉଚିତ୍,ସେମାନଙ୍କୁ ବିଶ୍ୱବିଦ୍ୟାଳୟରେ ଖେଳିବାର ସୁଯୋଗ ମିଳିବା ଉଚିତ ଏବଂ ତା'ପରେ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳ ଖେଳିବାର ସୁଯୋଗ ମିଳିବା ଉଚିତ୍ । ଖେଳାଳିଙ୍କ ଏହି ଭାବନାକୁ ଆଜି ଭାରତୀୟ ଜନତା ପାର୍ଟି ସାଂସଦ ଖେଳ ମହାକୁମ୍ଭ ଠାରୁ ବହୁତ ସାହାଯ୍ୟ ମିଳୁଛି। ମୁଁ ଭାରତୀୟ ଜନତା ପାର୍ଟିର ସାଂସଦମାନଙ୍କ ମାଧ୍ୟମରେ ଏଭଳି ଖେଳ ଆୟୋଜନ କରିଥିବାରୁ ତାଙ୍କୁ ବିଶେଷ ଭାବେ ପ୍ରଶଂସା କରିବାକୁ ଚାହୁଁ । ଏବଂ ଏହି ପ୍ରକ୍ରିୟା  ଅନେକ ବର୍ଷ ଧରି କ୍ରମାଗତ ଭାବରେ ଚାଲିଆସୁଛି । ବିଜେପି ସାଂସଦ ଖେଳ ମହାକୁମ୍ଭଜିଲ୍ଲା ଓ ରାଜ୍ୟରେ ଲକ୍ଷ ଲକ୍ଷ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି। ନୂଆ ଖେଳାଳିଙ୍କୁ ଖୋଜିବା ଓ ପ୍ରସ୍ତୁତ କରିବା ପାଇଁ ଏହି କ୍ରୀଡ଼ା ଏକ ବଡ଼ ମାଧ୍ୟମ ପାଲଟିଛି ଏବଂ ଏବେ ବିଜେପି ସାଂସଦମାନେ ଝିଅମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କ୍ରୀଡ଼ା ମହାକୁମ୍ଭର ଆୟୋଜନ କରିବାକୁ ଯାଉଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ପାଇଁ ମୁଁ ବିଜେପି, ଏହାର ସାଂସଦମାନଙ୍କୁ ଅଭିନନ୍ଦନ ଜଣାଉଛି।

ସାଥିମାନେ,

ମୋତେ କୁହାଯାଇଛି ଯେ ପାଲିରେ ମଧ୍ୟ ୧୧୦୦ରୁ ଅଧିକ ସ୍କୁଲର ପିଲା ସାଂସଦ ଖେଳ ମହାକୁମ୍ଭରେ ଅଂଶଗ୍ରହଣ କରିଛନ୍ତି । ୨ ଲକ୍ଷରୁ ଅଧିକ ଖେଳାଳି ଖେଳିବାକୁ ଆଗେଇ ଆସିଛନ୍ତି। ଏହି ମହାକୁମ୍ଭ ମାଧ୍ୟମରେ  ୨ ଲକ୍ଷ ଖେଳାଳି ଯେପରି ଖେଳ ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାରେ ଯେଉଁ ସୁଯୋଗ ମିଳିଛି ତାହା ଅଭୂତପୂର୍ବ । ମୁଁ ସାଂସଦରେ ମୋର ସହକର୍ମୀ, ପି. ପି ଚୌଧୁରୀଙ୍କୁ ଏଭଳି ଏକ ଚମତ୍କାର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ଅଭିନନ୍ଦନ ଜଣାଉଛି । ରାଜସ୍ଥାନର ବୀର ଭୂମିର ଯୁବକମାନେ ସେନାଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁବେଳେ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ମୋର ବିଶ୍ୱାସ ଯେ ଆପଣ ସମସ୍ତ ଖେଳାଳି ଏହି ପରମ୍ପରାକୁ ଆଗକୁ ବଢ଼ାଇବା ଜାରି ରଖିବେ। ଆପଣ ଜାଣନ୍ତି ଯେ କ୍ରୀଡ଼ାରେ ସବୁଠାରୁ ଭଲ କଥା ହେଉଛି ଏହା କେବଳ ଜିତିବାର ଅଭ୍ୟାସ ସୃଷ୍ଟି କରେ ନାହିଁ ବରଂ ଏହା ଆପଣଙ୍କୁ କ୍ରମାଗତ ଭାବରେ ଭଲ ହେବାକୁ ମଧ୍ୟ ଶିକ୍ଷା ଦେଇଥା,ଏ | କ୍ରୀଡ଼ା ଶିଖାଇଥାଏ ସର୍ବଶ୍ରେଷ୍ଠର କୌଣସି ସୀମା   ନାହିଁ, ଆମକୁ ଆମର ସମସ୍ତ ସାମର୍ଥ୍ୟ ସହିତ ଚେଷ୍ଟା ଜାରି ରଖିବାକୁ ପଡିବ | ତେଣୁ ଏହି ମହାକୁମ୍ଭଆପଣଙ୍କ ଜୀବନକୁ ବଦଳାଇବା ପାଇଁ ଏକ ବଡ଼ ମହାଯଜ୍ଞ ମଧ୍ୟ ଅଟେ ।

 

ସାଥିମାନେ,

କ୍ରୀଡ଼ାର ସବୁଠାରୁ ବଡ଼ ଶକ୍ତି ହେଉଛି କ୍ରୀଡ଼ା ଯୁବପିଢ଼ିଙ୍କୁ ଅନେକ ଖରାପ ଅଭ୍ୟାସରୁ ରକ୍ଷା କରିଥାଏ। କ୍ରୀଡ଼ା ଇଚ୍ଛାଶକ୍ତିକୁ ମଜବୁତ କରେ, ଏକାଗ୍ରତା ବଢ଼ାଏ,ଆମର ଫୋକସ୍ ସ୍ପଷ୍ଟ ରଖନ୍ତୁ। ଡ୍ରଗ୍ସର ଜାଲ ହେଉ, ଅନ୍ୟାନ୍ୟ ପଦାର୍ଥ ପ୍ରତି ନିଶା ହେଉ, ଯେଉଁ ଖେଳାଳି ଅଛନ୍ତି,ସେମାନେ ଏସବୁଠାରୁ ଦୂରେଇ ରୁହନ୍ତି। ତେଣୁ ବ୍ୟକ୍ତିତ୍ଵ ବିକାଶରେ କ୍ରୀଡ଼ା ର ମଧ୍ୟ ବଡ଼ ଭୂମିକା ରହିଛି।

ମୋର ପ୍ରିୟ ସାଥୀମାନେ,

ରାଜ୍ୟ ହେଉ କି କେନ୍ଦ୍ରର ବିଜେପି ସରକାରଯୁବବର୍ଗଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେଇ...ଖେଳାଳି ଚୟନରେ ସ୍ୱଚ୍ଛତା ସହ...ସରକାର ସବୁ ସମ୍ବଳ ଯୋଗାଇ ଦେଇଛନ୍ତି।ଭାରତୀୟ ଖେଳାଳିଙ୍କୁ ବହୁତ ସାହାଯ୍ୟ ମିଳିଛି। ଗତ୧୦ ବର୍ଷ ମଧ୍ୟରେ ଆମେ କ୍ରୀଡ଼ା ପାଇଁ ବଜେଟ୍ ତିନି ଗୁଣା ବୃଦ୍ଧି କରିଛୁ। ଟପ୍ସ ଯୋଜନାରେ ଆଜି ଶହ ଶହ ଆଥଲେଟ୍ ଦେଶ ବିଦେଶରେ  ପ୍ରଶିକ୍ଷଣ ନେଉଛନ୍ତି। ଖେଲୋ ଇଣ୍ଡିଆ ଗେମ୍ସ ଅଧୀନରେ ୩ ହଜାରରୁ ଅଧିକ ଖେଳାଳିଙ୍କୁ ମାସିକ ୫୦ ହଜାର ଟଙ୍କା ସହାୟତା ଦିଆଯାଉଛି। ତୃଣମୂଳ ସ୍ତରରେଲକ୍ଷ ଲକ୍ଷ ଖେଳାଳି ଏକ ହଜାରରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି। ଆଉ ଏହାର ଫଳାଫଳ ଆମ ସାମ୍ନାରେ...ଏଥର ଏସୀୟ କ୍ରୀଡ଼ାରେ ଆମ ଖେଳାଳିମାନେ ୧୦୦ରୁ ଅଧିକ ପଦକ ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ବହୁ ଖେଳାଳି ବହୁ ସଂଖ୍ୟାରେ ଖେଲୋ ଇଣ୍ଡିଆ କ୍ରୀଡ଼ାରୁ ମଧ୍ୟ ରହିଛନ୍ତି।

ମୋର ପ୍ରିୟ ଖେଳାଳିମାନେ,

ଯେତେବେଳେ ଜଣେ ଖେଳାଳି କୌଣସି ଦଳ ସହ ଖେଳନ୍ତି, ସେ ବ୍ୟକ୍ତିଗତ ଲକ୍ଷ୍ୟ ଅପେକ୍ଷା ନିଜ ଦଳର ଲକ୍ଷ୍ୟକୁ ଅଧିକ ପ୍ରାଥମିକତା ଦିଅନ୍ତି। ସୋନିଜ ଦଳ, ନିଜ ରାଜ୍ୟ, ନିଜ ଦେଶର ଲକ୍ଷ୍ୟ ନେଇ କାନ୍ଧରେ କାନ୍ଧ ମିଳାଇ ଚାଲିଛନ୍ତି। ଆଜି ଅମୃତକାଳରେ ଦେଶ ମଧ୍ୟ ଏହି ଯୁବ ମନୋବଳ ସହ ଆଗକୁ ବଢ଼ୁଛି। ଚଳିତ ୧ତାରିଖରେ ଯେଉଁ ବଜେଟ୍ ଆସିଛି ତାହା ମଧ୍ୟ ଏକ ପ୍ରକାରରେ ଦେଶର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରେଳ-ସଡ଼କ ଓ ଆଧୁନିକ ଭିତ୍ତିଭୂମି ପାଇଁ ସରକାର ଯେଉଁ ୧୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି, ସେଥିରୁ ସବୁଠାରୁ ଅଧିକ ଲାଭବାନ ହେବେ ଯୁବବର୍ଗ। ଭଲ ରାସ୍ତା କିଏ ଅଧିକ ଚାହେଁ?ଆମ ଯୁବପିଢ଼ିଙ୍କ ପାଇଁ। ନୂଆ ବନ୍ଦେ ଭାରତ ଟ୍ରେନ୍ ଦେଖି କିଏ ସବୁଠାରୁ ବେଶୀ ଖୁସି ଆମର ଯୁବବର୍ଗ, ଆମର ଯୁବବର୍ଗ । ବଜେଟରେ ଘୋଷଣା କରାଯାଇଥିବା ୪୦ ହଜାର ବନ୍ଦେ ଭାରତ କୋଚ୍ ରୁକିଏ ଉପକୃତ ହେବେ?ଆମ ଯୁବପିଢ଼ି ଆଧୁନିକ ଭିତ୍ତିଭୂମି ପାଇଁ ଭାରତ ଯେଉଁ ୧୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ତାହା ଯୁବବର୍ଗଙ୍କ ପାଇଁ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। କ୍ରୀଡ଼ା ହେଉ କି ଅନ୍ୟାନ୍ୟ କ୍ଷେତ୍ର, ଭାରତର ଯୁବପିଢ଼ି ଯେପରି ନୂଆ ନୂଆ ଆବିଷ୍କାର କରିବଡ଼ ବଡ଼ କମ୍ପାନି ଗଠନ କରିପାରିବେ, ସେଥିପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ସୃଷ୍ଟି କରାଯାଇଛି। ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଟିକସ ଛାଡ଼ ବଢ଼ାଇବା କୁ ମଧ୍ୟ ସରକାର ଘୋଷଣା କରିଛନ୍ତି।

ସାଥିମାନେ,

ସର୍ବାଙ୍ଗୀନ ଉନ୍ନୟନ କାର୍ଯ୍ୟ ମଧ୍ୟ ପାଲିର ଭାଗ୍ୟ ବଦଳାଇ ଦେଇଛି,ପାଲିର ଚିତ୍ର ମଧ୍ୟ ବଦଳିଯାଇଛି । ଆପଣଙ୍କ ପାଲି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୧୩ ହଜାର କୋଟି ଟଙ୍କାର ରାସ୍ତା ନିର୍ମାଣ ହୋଇଛି। ରେଳ ଷ୍ଟେସନର ବିକାଶ ହେଉ, ରେଳ ପୋଲ ହେଉ, ରେଳଲାଇନ ଦୋହରୀକରଣ ହେଉ, ଆପଣମାନେ ସମସ୍ତେ ଏଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟର ଲାଭ ପାଉଛନ୍ତି । ପାଲିର ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା, ସେମାନଙ୍କ ଦକ୍ଷତା ବିକାଶ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପାଲିରେ ଅନେକ ନୂଆ ଆଇଟି ସେଣ୍ଟର ନିର୍ମାଣ କରାଯାଇଛି, ୨ଟିକେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ଖୋଲାଯାଇଛି । ସରକାରୀ ବିଦ୍ୟାଳୟରେ ନୂଆ କୋଠରୀ ନିର୍ମାଣ ହେଉ, ନୂଆ କମ୍ପ୍ୟୁଟର ଲ୍ୟାବ୍ ନିର୍ମାଣ ହେଉ, ସବୁ ଦିଗରେ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଗାଁଗାଁରେ ମେଡିକାଲ କଲେଜ, ପାସପୋର୍ଟ ସେଣ୍ଟର, ସୋଲାର ଲାଇଟ୍ ପ୍ରତିଷ୍ଠା ହେଲେ ପାଲିବାସୀଙ୍କ ଜୀବନ ସହଜ ହୋଇପାରିଛି। ପାଲି ଙ୍କ ସମେତ ରାଜସ୍ଥାନର ପ୍ରତ୍ୟେକ ନାଗରିକ ଡବଲ ଇଞ୍ଜିନ ସରକାରରେ ସଶକ୍ତ ଓ ସଫଳ ହୁଅନ୍ତୁ ବୋଲି ଆମର ପ୍ରୟାସ । ବିଜେପି ସରକାରଙ୍କ ଏହି ପ୍ରୟାସ ଯୋଗୁଁପାଲି ଓ ଏହି ସମଗ୍ର ଅଞ୍ଚଳର ଯୁବକଙ୍କ ଜୀବନ ମଧ୍ୟ ସହଜ ହେବାରେ ଲାଗିଛି । ଆଉ ଜୀବନରେ ଅସୁବିଧା କମ୍ ହେଲେ, ଖେଳରେ ମନ ମଧ୍ୟ ବଢିଯାଏ,ଜିତିବାର ସମ୍ଭାବନା ମଧ୍ୟବଢିଯାଏ। ମୁଁ ପୁଣି ଥରେ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଉଛି।

ଆପଣଙ୍କୁ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 23, 2026
June 23, 2026

Holistic Development under the Modi Government: Delivering Positive Transformation Across Every Sector