ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭୯ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ତାଙ୍କ ଅଭିଭାଷଣରେ ଶ୍ରୀ ମୋଦୀ ଭାରତର ଆତ୍ମନିର୍ଭରଶୀଳତା ଏବଂ ପରିବର୍ତ୍ତନର ଯାତ୍ରା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଗତ ଦଶନ୍ଧିରେ ଭାରତ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ କରିଛି, କିନ୍ତୁ ଏବେ ଆହୁରି ଶକ୍ତି ସହିତ ଆଗକୁ ବଢ଼ିବାର ସମୟ ଆସିଛି। ସେ କହିଛନ୍ତି ଯେ ସରକାର ଏକ ଆଧୁନିକ, ଦକ୍ଷ ଏବଂ ନାଗରିକ-ଅନୁକୂଳ ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରତିବଦ୍ଧ ଯେଉଁଠାରେ ଆଇନ, ନିୟମ ଏବଂ ପ୍ରକ୍ରିୟାଗୁଡ଼ିକ ସରଳ ଥିବ, ଉଦ୍ୟୋଗଶୀଳତାକୁ ପ୍ରୋତ୍ସାହିତ କରାଯାଉଥିବ ଏବଂ ପ୍ରତ୍ୟେକ ଭାରତୀୟ ଏକ ବିକଶିତ ଭାରତ ନିର୍ମାଣରେ ଯୋଗଦାନ ଦେଉଥିବେ।

 

ଆଇନ ଏବଂ ଅନୁପାଳନର ସରଳୀକରଣ :

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଅଭିଭାଷଣର ଆରମ୍ଭରେ କହିଥିଲେ ଯେ ବିଗତ ବର୍ଷଗୁଡ଼ିକରେ ସରକାର ଏକ ଐତିହାସିକ ସଂସ୍କାର ଅଭିଯାନ ହାତକୁ ନେଇଛନ୍ତି ଏବଂ ୪୦,୦୦୦ ରୁ ଅଧିକ ଅନାବଶ୍ୟକ ଅନୁପାଳନକୁ ଦୂର କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ୧୫୦୦ରୁ ଅଧିକ ପୁରୁଣା ଆଇନକୁ ପ୍ରତ୍ୟାହାର କରାଯାଇଛି। ସେ ଆହୁରି କହିଛନ୍ତି ଯେ ସଂସଦରେ ଡଜନ ଡଜନ ଅନ୍ୟ ଆଇନର ସରଳୀକରଣ କରାଯାଇଛି, ଯେଉଁଥିରେ ନାଗରିକଙ୍କ ସ୍ୱାର୍ଥ ସର୍ବାଗ୍ରେ ରହିଛି।

ଶ୍ରୀ ମୋଦୀ କହିଛନ୍ତି ଯେ କେବଳ ଚଳିତ ଅଧିବେଶନରେ, ୨୮୦ରୁ ଅଧିକ ବ୍ୟବସ୍ଥାର ଅପସାରଣ କରାଯାଇଛି, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଶାସନକୁ ସରଳ ଏବଂ ସୁଗମ କରିଥାଏ। ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ସଂସ୍କାର କେବଳ ଅର୍ଥନୀତି ବିଷୟରେ ନୁହେଁ, ଏହାର ଅର୍ଥ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ପରିବର୍ତ୍ତନ କରିବା ମଧ୍ୟ।

 

ସେ ଉଲ୍ଲେଖ କରିଥିବା କିଛି ପ୍ରମୁଖ ସଫଳତା ହେଉଛି:

  • ଆୟକର ସଂସ୍କାର ଏବଂ ଚେହେରାହୀନ ମୂଲ୍ୟାଙ୍କନ, ଯାହାକି ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ଦକ୍ଷ କରିଥାଏ ।
  • ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଶୂନ୍ୟ ଟିକସ, ଏକ ଲାଭ ଯାହା କିଛି ବର୍ଷ ପୂର୍ବେ ଅକଳ୍ପନୀୟ ଥିଲା।
  • ପ୍ରାଚୀନ ଅପରାଧିକ ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ, ଯଦ୍ବାରା ନ୍ୟାୟ ଏବଂ ଆଇନଗତ ପ୍ରକ୍ରିୟାର ସରଳୀକରଣ ।

ଏହି ସଂସ୍କାରଗୁଡ଼ିକ ଏକ ଆଧୁନିକ, ନାଗରିକ-କୈନ୍ଦ୍ରିକ ସରକାରକୁ ସୂଚିତ କରେ ଯେଉଁଠାରେ ସାଧାରଣ ଲୋକମାନେ ସହଜତା, ନ୍ୟାୟ ଏବଂ ସଶକ୍ତୀକରଣ ଅନୁଭବ କରିପାରିବେ। ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଢାଞ୍ଚାଗତ, ନିୟାମକ, ନୀତି, ପ୍ରକ୍ରିୟା ଏବଂ ପ୍ରକ୍ରିୟାଗତ ସଂସ୍କାର ଏବଂ ଏକ ରାଷ୍ଟ୍ର ଗଠନ ପାଇଁ ପ୍ରତିବଦ୍ଧ ଯେଉଁଠାରେ ଶାସନ ଲୋକଙ୍କ ପାଇଁ କାମ କରେ, ତାହାର ବିପରୀତ ନୁହେଁ।

 

ଉଦ୍ୟୋଗୀ ଏବଂ ଏମଏସଏମଇଗୁଡିକୁ ସଶକ୍ତ କରିବା:

ସରକାରଙ୍କ ସଂସ୍କାରଗୁଡ଼ିକର ଲକ୍ଷ୍ୟ ହେଉଛି ଷ୍ଟାର୍ଟଅପ୍, ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଅନୁପାଳନ ଖର୍ଚ୍ଚ ହ୍ରାସ କରିବା ସହିତ ପୁରୁଣା ଆଇନଗତ ବ୍ୟବସ୍ଥାର ଆତଙ୍କରୁ ମୁକ୍ତି ସୁନିଶ୍ଚିତ କରିବା। ଏହା ବ୍ୟବସାୟ ଅଭିବୃଦ୍ଧି ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରେ, ନବସୃଜନ ଏବଂ ଆର୍ଥିକ ସ୍ୱାବଲମ୍ବନକୁ ପ୍ରୋତ୍ସାହିତ କରେ।

ପରବର୍ତ୍ତୀ ପିଢ଼ିର ସଂସ୍କାର ଏବଂ ଟାସ୍କଫୋର୍ସ:

ପ୍ରଧାନମନ୍ତ୍ରୀ ମୋଦୀ ପରବର୍ତ୍ତୀ ପିଢ଼ିର ସଂସ୍କାର ପାଇଁ ଏକ ଟାସ୍କଫୋର୍ସ ଗଠନ ବିଷୟରେ ଘୋଷଣା କରିଛନ୍ତି, ଯାହା ଆର୍ଥିକ କାର୍ଯ୍ୟକଳାପ ସହିତ ଜଡିତ ସମସ୍ତ ପ୍ରଚଳିତ ଆଇନ, ନିୟମ ଏବଂ ପ୍ରକ୍ରିୟାଗୁଡ଼ିକର ମୂଲ୍ୟାଙ୍କନ କରିବ। ଏହି ଟାସ୍କଫୋର୍ସ ନିମ୍ନଲିଖିତ ଲକ୍ଷ୍ୟହାସଲ ଲାଗି ସମୟବଦ୍ଧ ଭିତ୍ତିରେ କାମ କରିବ :

ଷ୍ଟାର୍ଟଅପ୍, ଏମଏସଏମଇ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଅନୁପାଳନ ଖର୍ଚ୍ଚ ହ୍ରାସ କରିବା

ମନଇଚ୍ଛା ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟରୁ ମୁକ୍ତି ପ୍ରଦାନ କରିବା

ବ୍ୟବସାୟ କରିବାକୁ ସହଜ କରିବା ପାଇଁ ଆଇନଗୁଡ଼ିକର ସୁଗମୀକରଣ ସୁନିଶ୍ଚିତ କରିବା

ଏହି ସଂସ୍କାରଗୁଡ଼ିକର ଲକ୍ଷ୍ୟ ନବସୃଜନ, ଉଦ୍ୟୋଗ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଏକ ସହାୟକ ଇକୋସିଷ୍ଟମ ସୃଷ୍ଟି କରିବ।

 

ପରବର୍ତ୍ତୀ ପିଢ଼ିର ଦ୍ରବ୍ୟ ଏବଂ ସେବା ଟିକସ ସଂସ୍କାର :

ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୀପାବଳି ସୁଦ୍ଧା ପରବର୍ତ୍ତୀ ପିଢ଼ିର ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ସଂସ୍କାର କାର୍ଯ୍ୟକାରୀ ହେବା ସଂପର୍କରେ ଘୋଷଣା କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ଟିକସ ହ୍ରାସ କରିବା । ସେ କହିଛନ୍ତି, "ସରକାର ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଆଣିବେ, ଯାହା ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ହ୍ରାସ କରିବ। ଏହା ଆପଣଙ୍କ ପାଇଁ ଏକ ଦୀପାବଳି ଉପହାର ହେବ।" ସେ ସ୍ପଷ୍ଟ କରିଛନ୍ତି ଯେ ଏହି ସଂସ୍କାରଗୁଡ଼ିକ ସିଧାସଳଖ ନାଗରିକମାନଙ୍କୁ ଲାଭ ଦେବ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ଉତ୍ସାହିତ କରିବ।

ଭବିଷ୍ୟତ ପାଇଁ ଦୃଷ୍ଟିକୋଣ :

ପ୍ରଧାନମନ୍ତ୍ରୀ ମୋଦୀ ପୁନର୍ବାର କହିଛନ୍ତି ଯେ ଅନ୍ୟମାନଙ୍କ ଦୁର୍ବଳତା ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ଭାରତକୁ ନିଜସ୍ୱ ପ୍ରଗତି ରେଖାକୁ ବିସ୍ତାର କରିବାକୁ ପଡିବ। ସେ କହିଥିଲେ ଯେ ନିଜସ୍ବ ଅର୍ଥନୈତିକ ସ୍ବାର୍ଥ କେନ୍ଦ୍ରୀତ ଏକ ବିଶ୍ବରେ, ଭାରତର କ୍ଷମତାକୁ ସୁଦୃଢ଼ କରିବା, ସୁଯୋଗ ବିସ୍ତାର କରିବା ଏବଂ ନାଗରିକମାନଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ଏହି ସଂସ୍କାରଗୁଡ଼ିକ ଶାସନ ପରିବର୍ତ୍ତନର ଏକ ତ୍ୱରିତ ପର୍ଯ୍ୟାୟର ଆରମ୍ଭକୁ ଚିହ୍ନିତ କରେ, ଯାହା ଭାରତକୁ ଅଧିକ ସ୍ଥିର, ଅନ୍ତର୍ଭୁକ୍ତ ଏବଂ ବିଶ୍ୱବ୍ୟାପୀ ପ୍ରତିଯୋଗିତାମୂଳକ କରିବା ସୁନିଶ୍ଚିତ କରେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”