ମୋର ବନ୍ଧୁପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କ ନିମନ୍ତ୍ରଣ କ୍ରମେମୁଁ ମରିସସର ୫୭ତମ ଜାତୀୟ ଦିବସ ସମାରୋହରେ ଭାଗ ନେବା ପାଇଁ ମରିସସକୁ ଦୁଇ ଦିନିଆ ସରକାରୀ ଗସ୍ତରେ ବାହାରିଛି।

ମରିସସ୍ ହେଉଛି ଏକ ଘନିଷ୍ଠ ସାମୁଦ୍ରିକ ପଡ଼ୋଶୀଭାରତ ମହାସାଗରରେ ଏକ ପ୍ରମୁଖ ସହଯୋଗୀ ଏବଂ ଆଫ୍ରିକା ମହାଦେଶର ଏକ ପ୍ରବେଶ ଦ୍ୱାର । ଆମେ ଇତିହାସଭୂଗୋଳ ଏବଂ ସଂସ୍କୃତି ଦ୍ୱାରା ଯୋଡ଼ି ହୋଇ ରହିଛୁ। ଗଭୀର ପାରସ୍ପରିକ ବିଶ୍ୱାସଗଣତନ୍ତ୍ରର ମୂଲ୍ୟବୋଧ ଉପରେ ବିଶ୍ୱାସ ଏବଂ ବିବିଧତା ହେଉଛି ଆମର ଶକ୍ତି। ଲୋକମାନଙ୍କ ମଧ୍ୟରେ ଘନିଷ୍ଠ ଏବଂ ଐତିହାସିକ ସମ୍ପର୍କ ହେଉଛି ଆମ ସହଭାଗୀ ସମ୍ପର୍କର ଉତ୍ସ। ଗତ ଦଶ ବର୍ଷ ମଧ୍ୟରେ ଆମେ ଜନକୈନ୍ଦ୍ରିକ ପଦକ୍ଷେପ ସହିତ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛୁ।

ମୁଁ ମରିସସ୍ ନେତୃତ୍ୱ ସହିତ ଏହାର ସମସ୍ତ କ୍ଷେତ୍ରରେ ଆମର ଭାଗିଦାରୀକୁ ଉନ୍ନତ କରିବା ଏବଂ ଆମ ଲୋକଙ୍କ ପ୍ରଗତି ଓ ସମୃଦ୍ଧି ତଥା ଭାରତ ମହାସାଗର ଅଞ୍ଚଳରେ ସୁରକ୍ଷା ଏବଂ ବିକାଶ ପାଇଁ ଆମର ସ୍ଥାୟୀ ବନ୍ଧୁତ୍ୱକୁ ମଜବୁତ କରିବା ପାଇଁ ଆମର ଭିଜନ୍ ସାଗରର ଅଂଶ ଭାବରେ କାର୍ଯ୍ୟ କରିବାର ସୁଯୋଗକୁ ଅପେକ୍ଷା କରିଛି।

ମୋର ବିଶ୍ୱାସ ଯେ ଏହି ଗସ୍ତ ଅତୀତର ମୂଳଦୁଆକୁ ସୁଦୃଢ଼ କରିବ ଏବଂ ଭାରତ ଓ ମରିସସ୍ ସମ୍ପର୍କରେ ଏକ ନୂତନ ଓ ଉଜ୍ଜ୍ୱଳ ଅଧ୍ୟାୟ ସୃଷ୍ଟି କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New high for India-made car exports

Media Coverage

New high for India-made car exports
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional