India's Energy Plan aims to ensure energy justice: PM
We plan to achieve ‘One Nation One Gas Grid’ & shift towards gas-based economy: PM
A self-reliant India will be a force multiplier for the global economy and energy security is at the core of these efforts: PM

ମହାମହିମ ମିଃ ଡାନ ବ୍ରୁଲିଟଆମେରିକାର ଶକ୍ତି ସଚିବ,

ମହାମହିମ ଯୁବରାଜ ଅଦବୁଲଅଜିଜ, ସାଉଦୀ ଆରବ ଶକ୍ତି ମନ୍ତ୍ରୀ

ଡାନିଏଲ ୟେରଗିନଉପାଧ୍ୟକ୍ଷଆଇଏଚଏସ ମାର୍କିଟ,

ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱ ତୈଳ ଏବଂ ବାଷ୍ପ ଉଦ୍ୟୋଗର ନେତୃତ୍ୱଗଣ

ନମସ୍ତେ!

ଇଣ୍ଡିଆ ଏନର୍ଜି ଫୋରମର ସେରା ସପ୍ତାହର ଚତୁର୍ଥ ସଂସ୍କରଣରେ ଆପଣମାନଙ୍କର ଉପସ୍ଥିତି ଆନନ୍ଦଦାୟକ ।  ଇନ୍ଧନ କ୍ଷେତ୍ରକୁ ଯୋଗଦାନ ନିମନ୍ତେ ମୁଁ ଡ. ଡାନିଏଲ ୟେରଗିନଙ୍କୁ ଅଭିନନ୍ଦନ ଜଣାଉଛି । ତାଙ୍କର ସଦ୍ୟତମ ପୁସ୍ତକ “ଦ ନ୍ୟୁ ମ୍ୟାପ” ପାଇଁ ମଧ୍ୟ ମୁଁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି।

ବନ୍ଧୁଗଣ,

ଚଳିତ ବର୍ଷର ବିଷୟବସ୍ତୁ ବିଶେଷ ପ୍ରାସଙ୍ଗିକ। ଏହା ହେଉଛି– “ପରିବର୍ତ୍ତିତ ବିଶ୍ୱରେ ଭାରତର ଇନ୍ଧନ ଭବିଷ୍ୟତ”। ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଇପାରେ : ଭାରତ ଶକ୍ତିରେ ପରିପୂର୍ଣ୍ଣ! ଭାରତର ଇନ୍ଧନ ଭବିଷ୍ୟତ ଉଜ୍ଜ୍ୱଳ ଏବଂ ନିରାପଦ। ମୁଁ କାହିଁକି ଏପରି ଅନୁଭବ କରୁଛି ମୋତେ ବର୍ଣ୍ଣନା କରିବାକୁ ଦିଅନ୍ତୁ ।

ବନ୍ଧୁଗଣ,

ଇନ୍ଧନ କ୍ଷେତ୍ର ପାଇଁ ଚଳିତ ବର୍ଷ ବେଶ ଆହ୍ୱାନପୂର୍ଣ୍ଣ ରହିଛି । ଇନ୍ଧନ ଚାହିଦା ପାଖାପାଖି ଏକ ତୃତୀୟାଂଶକୁ ଖସି ଆସିଛି। ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି। ନିବେଶ ନିଷ୍ପତ୍ତି ପ୍ରଭାବିତ ହୋଇଛି। ଆଗାମୀ କିଛି ବର୍ଷରେ ମଧ୍ୟ ବୈଶ୍ୱିକ ଶକ୍ତି ଚାହିଦାରେ ଏକ ସଂକୋଚନ ଦେଖାଦେଇପାରେ ବୋଲି ମଧ୍ୟ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି। କିନ୍ତୁ, ଏହି ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି ଯେ ଭାରତ ବିଶ୍ୱର ଅଗ୍ରଣୀ ଇନ୍ଧନ ଉପଭୋକ୍ତା ଭାବେ ଉଭା ହେବ। ଦୀର୍ଘସ୍ଥାୟୀ ଭାବେ ଭାରତ ଏହାର ଇନ୍ଧନ ଉପଯୋଗକୁ ପାଖାପାଖି ଦୁଇ ଗୁଣା କରିବାକୁ ଯାଉଛି ।

ବନ୍ଧୁଗଣ,

ଅନେକ କ୍ଷେତ୍ର ରହିଛି ଯେଉଁଠାରେ ଆମେ ଏକ ଉତ୍ସାହଜନକ ସ୍ଥିତି ଦେଖୁଛୁ । ଉଦାହରଣ ସ୍ୱରୂପ ବିମାନ ଚଳାଚଳ କ୍ଷେତ୍ରକୁ ଦେଖନ୍ତୁ । ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଏବଂ ଘରୋଇ ବିମାନ ଚଳାଚଳ କ୍ଷେତ୍ରରେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ଏକ ବିମାନ ଚଳାଚଳ ବଜାର । ଭାରତୀୟ ବିମାନ ସେବା କମ୍ପାନୀଗୁଡ଼ିକ 2024 ସୁଦ୍ଧା ସେମାନଙ୍କର ଫ୍ଲିଟର ଆକାରକୁ 600ରୁ 1200କୁ ବୃଦ୍ଧି କରିବେ ବୋଲି ଅନୁମାନ କରାଯାଉଛି । ଏହା ଏକ ଲମ୍ବ ଡିଆଁ!

ବନ୍ଧୁଗଣ,

ଭାରତ ବିଶ୍ୱାସ କରେ ଯେ ଶକ୍ତିର ଉପଲବ୍ଧତା ଶସ୍ତା ଓ ବିଶ୍ୱାସଯୋଗ୍ୟ ହେବା ଉଚିତ । ତା’ହେଲେ ଯାଇ ସାମାଜିକ–ଆର୍ଥିକ ପରିବର୍ତ୍ତନ ଆସିପାରିବ । ଇନ୍ଧନକୁ ଆମେ ଏପରି ଏକ କ୍ଷେତ୍ର ଭାବେ ଦେଖୁଛୁ ଯାହା ଲୋକମାନଙ୍କୁ ସଶକ୍ତ କରିବ ଏବଂ “ସହଜ ଜୀବନଧାରଣ”କୁ ଆହୁରି ବଢ଼ାଇବ । ଏଲପିଜି ପ୍ରସାର ବୃଦ୍ଧି ପାଇଛି । ଏସବୁ ପରିବର୍ତ୍ତନ ବିଶେଷ କରି ଆମର ଗ୍ରାମୀଣ କ୍ଷେତ୍ର, ଆମର ମଧ୍ୟବିତ୍ତ ବର୍ଗ ଏବଂ ମହିଳାମାନଙ୍କୁ ସହାୟକ ହୋଇଛି,

ବନ୍ଧୁଗଣ,

ଇନ୍ଧନ ନ୍ୟାୟ ସୁନିଶ୍ଚିତ କରିବା ଉପରେ ଭାରତର ଇନ୍ଧନ ଯୋଜନା ଲକ୍ଷ୍ୟବଦ୍ଧ। ତାହା ମଧ୍ୟ ସ୍ଥାୟୀ ବିକାଶ ପାଇଁ ଆମର ବୈଶ୍ୱିକ ପ୍ରତିବଦ୍ଧତା ପ୍ରତି ଅନୁକୂଳ। ଏହାର ଅର୍ଥ ଭାରତୀୟମାନଙ୍କ ଜୀବନରେ ସୁଧାର ଆଣିବା ଲାଗି ଅଧିକ ଇନ୍ଧନ । କିନ୍ତୁ ଖୁବ କମ କାର୍ବନ ନିର୍ଗମନ ସହିତ ।

ବନ୍ଧୁଗଣ,

ଆମର ଇନ୍ଧନ କ୍ଷେତ୍ର ଅଭିବୃଦ୍ଧି କୈନ୍ଦ୍ରିକ, ଉଦ୍ୟୋଗ ଅନୁକୂଳ ଏବଂ ପରିବେଶ ସଚେତନ । ଏହି କାରଣରୁ ଅକ୍ଷୟ ଶକ୍ତି ଉତ୍ସ ଦିଗରେ ଆଗେଇବାରେ ଭାରତ ସବୁଠୁ ସକ୍ରିୟ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି ।

ବନ୍ଧୁଗଣ,

ବିଗତ 6 ବର୍ଷ ମଧ୍ୟରେ, 36 କୋଟିରୁ ଅଧିକ କିମ୍ବା 360 ନିୟୂତ ଏଲଇଡି ବଲବ ବିତରଣ କରାଯାଇସାରିଛି । ଏଲଇଡି ବଲବଗୁଡ଼ିକର ମୂଲ୍ୟ ଦଶଗୁଣା ହ୍ରାସ ପାଇଛି । ବିଗତ ଛଅ ବର୍ଷ ମଧ୍ୟରେ 1.1 କୋଟି ବା 11 ନିୟୂତ ସ୍ମାର୍ଟ ଏଲଇଡି ଷ୍ଟ୍ରିଟ ଲାଇଟ ସଂଯୋଗ କରାଯାଇଛି । ଏହାଦ୍ୱାରା ବାର୍ଷିକ 60 ବିଲିୟନ ୟୁନିଟ ବିଦ୍ୟୁତ ଇନ୍ଧନ ସଞ୍ଚୟ କରାଯାଇପାରିଛି । ଏହି କାର୍ଯ୍ୟକ୍ରମ କାରଣରୁ ବାର୍ଷିକ 4.5 କୋଟି ବା 45 ନିୟୂତ ଟନ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରାଯାଇପାରିଛି। ଏସବୁ ସହିତ, ଆମେ ବାର୍ଷିକ 24,000 କୋଟି ବା 240 ବିଲିୟନ ଟଙ୍କା ସଞ୍ଚୟ କରିପାରିଛୁ । ଏହି ସବୁ ପଦକ୍ଷେପ କାରଣରୁ ଭାରତ ସ୍ୱଚ୍ଛ ଇନ୍ଧନ ନିବେଶ କ୍ଷେତ୍ରରେ ସବୁଠୁ ଆକର୍ଷଣୀୟ ଉଦୀୟମାନ ବଜାର ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ବନ୍ଧୁଗଣ,

ଯେପରି ମୁଁ ପୂର୍ବରୁ କହିଛି, ଭାରତ ସବୁବେଳେ ବିଶ୍ୱ ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବ । ବିଶ୍ୱ ସମୁଦାୟକୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଆମେ ସଠିକ ଭାବେ ରହିଛୁ । ଆମେ 2022 ସୁଦ୍ଧା ଅକ୍ଷୟ ଶକ୍ତି ସଂଯୋଗକୁ 175 ଜିଗାୱାଟ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛୁ । 2030 ସୁଦ୍ଧା ଏହାକୁ 450 ଜିଗାୱାଟ ପର୍ଯ୍ୟନ୍ତ ବଢ଼ାଇବାକୁ ସମ୍ପ୍ରସାରିତ ଲକ୍ଷ୍ୟ ରଖିଛୁ । ଅବଶିଷ୍ଟ ଶିଳ୍ପାୟନ ବିଶ୍ୱ ସହିତ ଭାରତ ସବୁଠୁ କମ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ତଥାପି ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପାଇଁ ଆମେ ନିରନ୍ତର ପ୍ରୟାସ ଜାରି ରଖିବୁ ।

ବନ୍ଧୁଗଣ,

ବିଗତ ଛଅ ବର୍ଷ ମଧ୍ୟରେ ଭାରତର ସଂସ୍କାର ଯାତ୍ରା ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଇନ୍ଧନ କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର ହାତକୁ ନିଆଯାଇଛି । ଫେବୃଆରୀ 2019ରେ ଉତ୍ତୋଳନ ଏବଂ ଲାଇସେନ୍ସ ପ୍ରଦାନ ନୀତିରେ ସଂସ୍କାର ଅଟାଯାଇଛି । ‘ରାଜସ୍ୱ’ ପରିବର୍ତ୍ତେ ‘ଉତ୍ପାଦନ’  ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି । ଅଧିକ ପାରଦର୍ଶିତା ଏବଂ ବ୍ୟବସ୍ଥିତ ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆମେ ଆମର ବିଶୋଧନ କ୍ଷମତାକୁ ବାର୍ଷିକ 250ରୁ 400 ନିୟୂତ ମେଟ୍ରିକ ଟନକୁ ବଢ଼ାଇବା ଲାଗି ଆମେ ଯୋଜନା କରିଛୁ । ଘରୋଇ ଗ୍ୟାସ ଉତ୍ପାଦନକୁ ବଢ଼ାଇବା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା । ‘ଏକ ରାଷ୍ଟ୍ର ଏକ ଗ୍ୟାସ ଗ୍ରୀଡ’ ଏବଂ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ଅଗ୍ରସର ହେବା ଲାଗି ଆମେ ଯୋଜନା କରିଛୁ ।

ବନ୍ଧୁଗଣ,

ବହୁଦିନ ଧରି, ଅଶୋଧିତ ତୈଳ ଦରରେ ଉତ୍ଥାନ ପତନ ଦେଖିବାକୁ ମିଳିଛି। ଆମେ ଏକ ଉତ୍ତରଦାୟୀ ମୂଲ୍ୟ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେବାର ଆବଶ୍ୟକତା ରହିଛି । ଉଭୟ ତୈଳ ଏବଂ ଗ୍ୟାସ ପାଇଁ ଏକ ପାରଦର୍ଶୀ ଏବଂ ସହନଶୀଳ ବଜାର ଦିଗରେ ଅଗ୍ରସର ହେବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ,

ଘରୋଇ ପ୍ରାକୃତିକ ଗ୍ୟାସ ଉତ୍ପାଦନ ବୃଦ୍ଧି କରିବା ଏବଂ ଗ୍ୟାସର ବଜାର ଦର ଧାର୍ଯ୍ୟ କରିବାରେ ଏକ ବ୍ୟବସ୍ଥିତ ପ୍ରକ୍ରିୟା ଆଣିବା ଲାଗି ଆମେ ଚଳିତ ମାସ ପ୍ରାରମ୍ଭରେ ପ୍ରାକୃତିକ ବାଷ୍ପ ବିପଣନ ସଂସ୍କାର ଘୋଷଣା କରିଛୁ । ଏହା ଇ–ବିଡିଂ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ବିକ୍ରିକୁ ଅଧିକ ବିପଣନ ସ୍ୱାଧୀନତା ପ୍ରଦାନ କରିବ ।  ଚଳିତ ବର୍ଷ ଜୁନ ମାସରେ ଭାରତର ପ୍ରଥମ ସ୍ୱୟଂକ୍ରିୟ ଜାତୀୟ ସ୍ତରର ଗ୍ୟାସ ବାଣିଜ୍ୟ ପ୍ଲାଟଫର୍ମ ଆରମ୍ଭ କରାଯାଇଛି । ଏହା ଗ୍ୟାସର ବଜାର ମୂଲ୍ୟ ବାହାର କରିବାର ମାନକ ପଦ୍ଧତି ସୁପାରିସ କରିଛି ।

ବନ୍ଧୁଗଣ,

ଆମେ ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ନେଇ ଆଗକୁ ବଢ଼ୁଛୁ । ଏକ ଆତ୍ମନିର୍ଭର ଭାରତ ମଧ୍ୟ ବୈଶ୍ୱିକ ଅର୍ଥବ୍ୟବସ୍ଥାର ବୃଦ୍ଧି ପାଇଁ ଏକ ସହାୟକ ଶକ୍ତି ଭାବେ କାର୍ଯ୍ୟ କରିବ । ଆମର ପ୍ରୟାସର ମୂଳରେ ଶକ୍ତି ନିରାପତ୍ତା ପ୍ରମୁଖ ସ୍ଥାନ ହାସଲ କରିଛି । ଆପଣମାନେ ଜାଣି ଆନନ୍ଦିତ ହେବେ ଯେ ଆମର କାର୍ଯ୍ୟ ସକାରାତ୍ମକ ଫଳାଫଳ ପ୍ରଦାନ କରୁଛି । ଏହି ଆହ୍ୱାନପୂର୍ଣ୍ଣ ସମୟରେ, ଆମେ ତୈଳ ଓ ଗ୍ୟାସ ମୂଲ୍ୟ ଶୃଙ୍ଖଳା ଜରିଆରେ ନିବେଶ ଦେଖିପାରିଛୁ । ଆମେ ଅନ୍ୟ କ୍ଷେତ୍ରରେ ମଧ୍ୟ ଏପରି ସଙ୍କେତ ଦେଖିପାରିଛୁ ।

ବନ୍ଧୁଗଣ,

ପ୍ରମୁଖ ବୈଶ୍ୱିକ ଇନ୍ଧନ ନେତୃତ୍ୱଗୁଡ଼ିକ ସହିତ ଆମେ ରଣନୈତିକ ଓ ବିସ୍ତୃତ ଇନ୍ଧନ ସମ୍ପର୍କ ସ୍ଥାପନ କରିପାରିଛୁ । ଭାରତର ପଡ଼ୋଶୀ ପ୍ରଥମ ନୀତିର ଅଂଶବିଶେଷ ସ୍ୱରୂପ, ଆମେ ଆମର ପଡ଼ୋଶୀ ଦେଶଗୁଡ଼ିକର ଆପୋସ ଲାଭ ନିମନ୍ତେ ଇନ୍ଧନ କରିଡର ବିକଶିତ କରୁଛୁ ।

ବନ୍ଧୁଗଣ,

ସୂର୍ଯ୍ୟଙ୍କ କିରଣ ମାନବୀୟ ପ୍ରଗତିର ଯାତ୍ରାପଥକୁ ଆଲୋକିତ କରିଥାଏ । ଭଗବାନ ସୂର୍ଯ୍ୟଙ୍କ ରଥକୁ ସାତଟି ଘୋଡ଼ା ଟାଣିବା ଭଳି ଭାରତର ଇନ୍ଧନ ପରିଦୃଶ୍ୟ ସାତଟି ପ୍ରମୁଖ ବାହକକୁ ନେଇ ଆଗେଇ ଯିବ । ପରିବର୍ତ୍ତନର ଏହି ବାହକଗୁଡ଼ିକ ହେଲେ :

  1. ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ଆଗେଇ ଯିବା ନିମନ୍ତେ ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବା।
  2. ବିଶେଷ କରି ପେଟ୍ରୋଲିୟମ ଓ କୋଇଲା ଭଳି ଜୀବାଶ୍ମ ଇନ୍ଧନର ସ୍ୱଚ୍ଛ ବ୍ୟବହାର ।
  3. ଜୈବ ଇନ୍ଧନକୁ ଆଗେଇ ନବୋ ଲାଗି ଘରୋଇ ଉତ୍ସ ଉପରେ ଅଧିକ ନିର୍ଭର କରିବା ।
  4. 2030 ସୁଦ୍ଧା 450 ଜିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବା ।
  5. ପରିବହନକୁ ଅଙ୍ଗାରକାମ୍ଳ ମୁକ୍ତ କରିବା ଲାଗି ବିଦ୍ୟୁତ ଶକ୍ତିର ଯୋଗାଦାନକୁ ବୃଦ୍ଧି କରିବା
  6. ହାଇଡ୍ରୋଜେନ ସମେତ ଉଦୀୟମାନ ଇନ୍ଧନ ପ୍ରତି ନିର୍ଭରଶୀଳ ହେବା ।
  7. ସମସ୍ତ ଇନ୍ଧନ ବ୍ୟବସ୍ଥାରେ ଡିଜିଟାଲ ନବୋନ୍ମେଷ ।

ବିଗତ ଛଅ ବର୍ଷ ଧରି ଏସବୁ ଦୃଢ଼ ଶକ୍ତି ନୀତିଗୁଡ଼ିକ ଆଗାମୀ ଦିନରେ ମଧ୍ୟ ଜାରି ରହିବ ।

ବନ୍ଧୁଗଣ,

ଇଣ୍ଡିଆ ଏନର୍ଜି ଫୋରମ–ସେରା ସପ୍ତାହ ଉଦ୍ୟୋଗ, ସରକାର ଏବଂ ସମାଜ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାମ କରୁଛି । ମୋର ବିଶ୍ୱାସ ରହିଛି ଯେ ଏହି ସମ୍ମିଳନୀ ଏକ ଉନ୍ନତ ଇନ୍ଧନ ଭବିଷ୍ୟତ ପାଇଁ ଉତ୍ତମ ଫଳାଫଳ ପ୍ରଦାନ କରିବ । ମୁଁ ପୁଣିଥରେ କହୁଛି–ଭାରତର ଶକ୍ତି ବିଶ୍ୱକୁ ଶକ୍ତିଶାଳୀ କରିବ! ଧନ୍ୟବାଦ ।

ପୁଣିଥରେ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Third India-Nordic Summit: Nordic nations to invest $100 bn in 15 years

Media Coverage

Third India-Nordic Summit: Nordic nations to invest $100 bn in 15 years
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam emphasising that well-ordered standards must guide human conduct
May 20, 2026

Prime Minister Shri Narendra Modi today shared a Sanskrit Subhashitam, noting that righteous conduct is like a lamp that illuminates not only an individual but the entire society. Shri Modi highlighted that adopting this very ideal, the people of our country are engaged in nation-building today with complete restraint, capability, and devotion to duty.

The Prime Minister posted on X:

"श्रेष्ठ आचरण वह दीपक है, जिससे व्यक्ति के साथ-साथ समाज भी आलोकित होता है। इसी आदर्श को अपनाते हुए हमारे देशवासी आज पूरे संयम, सामर्थ्य और कर्तव्यनिष्ठा से राष्ट्र निर्माण में जुटे हुए हैं।

तस्माच्छास्त्रं प्रमाणं ते कार्याकार्यव्यवस्थितौ।
ज्ञात्वा शास्त्रविधानोक्तं कर्म कर्तुमिहार्हसि।।"

The determination of what ought to be done and what ought not to be done should not rest upon subjective opinion or momentary impulse but upon a well-ordered standard grounded in the Śāstra, which imparts direction and discipline to conduct. Therefore, a person ought to act in accordance with that established system of standards, so that one's conduct becomes balanced, validated and meaningful.