Atal Tunnel would transform the lives of the people in Himachal, Leh, Ladakh and J&K: PM Modi
Those who are against recent agriculture reforms always worked for their own political interests: PM Modi
Government is committed to increasing the income of farmers, says PM Modi

କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ମୋର ସହଯୋଗୀ ଶ୍ରୀ ରାଜନାଥ ସିଂହ ଜୀ, ହିମାଚଳ ପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାଇ ଜୟରାମ ଠାକୁର ଜୀ, ହିମାଚଳ ପ୍ରଦେଶର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ମୋର ସାଥୀ ଅନୁରାଗ ଠାକୁର ଜୀ, ବିଧାୟକ, ସାଂସଦଗଣ ଓ ହିମାଚଳ ସରକାରଙ୍କ ମନ୍ତ୍ରୀ ଭାଇ ଗୋବିନ୍ଦ ଠାକୁର ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ଭଉଣୀ ଓ ଭାଇମାନେ ।

ତୁସା ସେଭୀ ରେଅପନେ ପ୍ୟାରେ ଅଟଳ ବିହାରୀ ବାଜପେୟୀ ଜୀ ରୀ ସୋଚା ରେ ବଦୌଲତ,

କୁଲ୍ଲୁ ଲାହୁଲଲେହ-ଲଦାଖା ରେ ଲୋକା ରେ ଲୋକା ରୀ ତୈୟୀଂ ଏ ସୁରଙ୍ଗା ରା ତୈହଫାତୁସା ସେଭୀ ବେ ମେଲୁ

ତୁସା ସେଭୀ ବେ ବହୁତ-ବହୁତ ବଧାଇ ହୋର ମୁବାରକ

ମା ହିଡମ୍ବା, ଋଷି-ମୁନୀଙ୍କ ତପସ୍ୟାସ୍ଥଳୀ, ଯେଉଁଠାରେ 18 କରଡ଼ ଅର୍ଥାତ୍ ଗାଁ-ଗାଁ ଦେବତାଙ୍କର ଜୀବନ୍ତ ପରମ୍ବରା ରହିଛି, ଏଭଳି ଦିବ୍ୟ ସ୍ଥାନକୁ ମୁଁ ପ୍ରଣାମ କରୁଛି, ନମସ୍କାର ଜଣାଉଛି । କାଂଚନନାଗର ଏହି ଭୂମି, ଏବେ ଜୟରାମ ଜୀ ଆମର ମୁଖ୍ୟମନ୍ତ୍ରୀ ପୈରାଗ୍ଲାଣ୍ଡିଂ ନେଇ ମୋର ସଉକ ସମ୍ପର୍କରେ ବର୍ଣ୍ଣନା କରୁଥିଲେ । ଉଡ଼ିବା ପାଇଁ ବହୁତ ଭଲ ଲାଗୁଥିଲା, କିନ୍ତୁ ଯେତେବେଳେ ପୂରା କିଟ୍ ଉଠାଇକି ଉପର ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା, ବୋଝ ବଢ଼ିଯାଉଥିଲା । ଆଉ ଥରେ ଗୋଟିଏ ବିଷୟ ହୁଏତ ଦୁନିଆରେ ଆଉ କୌଣସି ବ୍ୟକ୍ତି କରିଛନ୍ତି କି ନାହିଁ ମୋର ମନେ ପଡ଼ୁନାହିଁ । ଅଟଳଜୀ ମନାଲି ଆସିଥିଲେ, ମୁଁ ଏଠାରେ ସଂଗଠନର ବ୍ୟବସ୍ଥା କରୁଥିବା ବ୍ୟକ୍ତି ଥିଲି । ତେଣୁ ପୂର୍ବରୁ ଆସିଥିଲି । ଆମେ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲୁ । 11 ପୈରାଗ୍ଲାଇଡର୍ସ, ପାଇଲଟ ଏକ ସାଙ୍ଗରେ ମନାଲି ଆକାଶରେ ଥିଲେ, ଏବଂ ଯେତେବେଳେ ଅଟଳଜୀ ପହଂଚିଲେ ସମସ୍ତେ ଫୁଲ ବର୍ଷା କରିଥିଲେ । ହୁଏତ ଦୁନିଆରେ ପୈରାଗ୍ଲାଇଡିଂର ଏଭଳି ବ୍ୟବହାର ପ୍ରଥମେ କେବେ ହୋଇ ନ ଥିଲା । ଯେତେବେଳେ ସନ୍ଧ୍ୟାରେ ଅଟଳଜୀ ଦେଖାହେଲେ କହିଲେ, ଭାଇ ବହୁତ ସାହସ କରୁଛ, ଏଭଳି କାହିଁକି କରୁଛ । କିନ୍ତୁ ସେହି ଦିନଟି ମୋର ମନାଲି ଜୀବନରେ ଏକ ବଡ଼ ଅଭୂଲା ସ୍ମୃତି ହୋଇ ରହିଗଲା । ପୈରାଗ୍ଲାଡିଂସ୍ ଦ୍ୱାରା ଫୁଲ ବର୍ଷା କରି ବାଜପେୟୀ ଜୀଙ୍କ ସ୍ୱାଗତ କରିବାର କଳ୍ପନା ବହୁତ ରୋଚକ ଥିଲା ।

ହିମାଚଳର ମୋର ପ୍ରିୟ ଭାଇ, ଭଉଣୀମାନେ ଆପଣ ସମସ୍ତଙ୍କୁ ଅଟଳ ଟନେଲ ଲୋକାର୍ପଣର ବହୁତ ବହୁତ ଶୁଭେଚ୍ଛା । ଯେମିତିକି ମୁଁ ପୂର୍ବରୁ କହିଥିଲି ଯେ ଏହି ଯାଗାରେ ଆଜି ସଭା ହେଉଛି, କିନ୍ତୁ ସାମାଜିକ ଦୂରତାର ଉପଯୁକ୍ତ ପ୍ଲାନିଂ ହୋଇଛି । ଦୂର-ଦୂରାନ୍ତ ଯାଏ ସମସ୍ତେ ଆବଶ୍ୟକ ସାମାଜିକ ଦୂରତା ରକ୍ଷା କରିଥିଲେ ଏବଂ ନିଜ ହାତ ଉଠାଇ ସେମାନଙ୍କୁ ଅଭିବାଦନ କରିବାର ସୁଯୋଗ ଦେଇଥିଲେ । ଏହି ସ୍ଥାନ ମୋର ବହୁ ପରିଚିତ ସ୍ଥାନ । ଏମିତିରେ ମୁଁ ଗୋଟେ ସ୍ଥାନରେ ଅଧିକ ଦିନ ରହୁ ନ ଥିଲି । କିନ୍ତୁ ଯେବେ ଅଟଳଜୀ ଆସୁଥିଲେ, ସେ ଯେତେଦିନ ରହୁଥିଲେ, ମୁଁ ବି ରହି ଯାଉଥିଲି । ଏହି କାରଣରୁ ଆପଣ ସମସ୍ତଙ୍କର ମୁଁ ନିକଟତର ଅନୁଭବ କରୁଛି । ଅଟଳଜୀଙ୍କ ସହ ମନାଲି ଓ ହିମାଚଳର ବିକାଶ ନେଇ ଅନେକ ଥର ଆଲୋଚନା କରିଥିଲି ।

ଅଟଳଜୀ ଏଠାକାର ଭିତ୍ତିଭୂମି, ଏଠାକାର ସଂଯୋଗୀକରଣ ଏବଂ ପର୍ଯ୍ୟଟନ ଶିଳ୍ପ ସମ୍ପର୍କରେ ବେଶ ଚିନ୍ତା କରୁଥିଲେ ।

ସେ ବାରମ୍ବାର ନିଜର ଏକ ପ୍ରସିଦ୍ଧ କବିତାକୁ ଶୁଣାଉଥିଲେ । ମନାଲିର ଲୋକମାନେ ନିଶ୍ଚିତ ଭାବେ ଏହାକୁ ବାରମ୍ବାର ଶୁଣିଥିବେ ଏବଂ ଚିନ୍ତା କରନ୍ତୁ, ଯାହାଙ୍କୁ ଏହି ସ୍ଥାନ ନିଜ ଘର ଭଳି ଲାଗୁଥିଲା, ଯାହାକୁ ପରିଣି ଗାଁରେ ସମୟ କଟାଇବାକୁ ଏତେ ଭଲ ଲାଗୁଥିଲା, ଯିଏ ଏଠାକାର ଲୋକମାନଙ୍କୁ ଏତେ ପ୍ରେମ କରୁଥିଲେ, ସେଇ ଅଟଳଜୀ ନିଜ କବିତାରେ କହୁଥିଲେ-

ମନାଲି ମତ୍ ଜଇୟୋ,

ରାଜା କେ ରାଜ୍ ମେଁ ।

ଜଇୟୋ ତୋ ଜଇୟୋ,

ଉଡ଼ିକେ ମତ୍ ଜଇୟୋ,

ଅଧର ମେଁ ଲଟକି ହୋ,

ବାୟୁଦୂତ କେ ଜହାଜ ମେଁ ।

ଜଇୟୋ ତୋ ଜଇୟୋ,

ନ୍ଦେସା ନ ପଇୟୋ,

ଟେଲିଫୋନ୍ ବିଗଡ଼େ ହେଁ,

ମିର୍ଧା ମହାରାଜ ମେଁ ।

ବନ୍ଧୁଗଣ,

ମନାଲିକୁ ବହୁତ ଅଧିକ ପସନ୍ଦ କରୁଥିବା ଅଟଳଜୀଙ୍କର ଅଟଳ ଇଚ୍ଛା ଥିଲା କି ଏଠାକାର ସ୍ଥିତି ପରିବର୍ତ୍ତନ ହେଉ, ଏଠାକାର ସଂଯୋଗୀକରଣ ଉତ୍ତମ ହେଉ । ଏହି ଚିନ୍ତା ସହ ସେ ରୋହତାଙ୍ଗରେ ଟନେଲ ବନାଇବା ପାଇଁ ନିଷ୍ପତ୍ତି ନେଇଥିଲେ ।

ମୋତେ ଖୁସି ଲାଗୁଛି କି ଆଜି ଅଟଳଜୀଙ୍କର ଏହି ସଂକଳ୍ପ ବାସ୍ତବ ରୂପ ନେଇଛି । ଏହି ଅଟଳ ଟନେଲ ଏବେ ନିଜ ଉପରେ ଏତେ ବଡ଼ ପାହାଡ଼ (ପାଖାପାଖି 2 କିଲୋମିଟର ଉଚ୍ଚ ପାହାଡ଼ ଏହି ଟନେଲ ଉପରେ ରହିଛି)ର ବୋଝ ଉଠାଇଛି । କିନ୍ତୁ ଏହି ବୋଝ ଏକଦା ଲାହୋଲ-ସ୍ଫୀତି ଓ ମନାଲିର ଲୋକମାନେ ନିଜ କାନ୍ଧ ଉପରେ ଉଠାଉଥିଲେ । ଏତେବଡ଼ ବୋଝ ଆଜି ଏହି ଟନେଲ ଉଠାଇଛି ଏବଂ ନାଗରିକଙ୍କୁ ବୋଝମୁକ୍ତ କରିଛି । ସାଧାରଣ ଲୋକଙ୍କ ଏକ ବଡ଼ ବୋଝ କମିବା, ସେମାନଙ୍କ ଲାହୋଲ-ସ୍ପୀତି ଯିବାଆସିବା ସହଜ ହେବା ହିଁ ଏକ ବଡ଼ ସନ୍ତୋଷ, ଗୌରବ ଓ ଆନନ୍ଦର ବିଷୟ ।

ଏବେ ସେ ଦିନ ବି ଦୂର ନାହିଁ, ଯେତେବେଳେ କି ପର୍ଯ୍ୟଟକମାନେ କୁଲ୍ଲୁ-ମନାଲିରେ ସିଡ୍ଡୁ ଘିଅର ଜଳଖିଆ କରି ବାହାରିବେ ଏବଂ ଲାହୋଲରେ ଯାଇକି ଦୁ-ମାର ଓ ଚିଲ୍ଡେର ମଧ୍ୟାହ୍ନ ଭୋଜନ କରିପାରିବେ । ପୂର୍ବରୁ ଏହା ସମ୍ଭବପର ନ ଥିଲା ।

ଠିକ୍ ଅଛି, ଏବେ କରୋନା ଅଛି, କିନ୍ତୁ ଧୀରେ ଧୀରେ ଦେଶ ଅନଲକ୍ ବି ହେଉଛି । ମୋର ଆଶା ରହିଛି, ଦେଶର ଅନ୍ୟ କ୍ଷେତ୍ର ଭଳି ପର୍ଯ୍ୟଟନ ବି ଧୀରେ ଧୀରେ ଗତି କରିବ । କୁଲ୍ଲୁରେ ବଡ଼ ଧୂମଧାମରେ ଦଶହରା ପ୍ରସ୍ତୁତି ହୋଇଥାଏ ଏବଂ ଏବେ ତାହା ଚାଲୁଥିବ ।

ବନ୍ଧୁଗଣ,

ଅଟଳ ଟନେଲ ସମେତ ହିମାଚଳର ଲୋକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ହମୀରପୁରରେ 66 ମେଗାୱାଟର ଧୌଳସିଦ୍ଧ ଜଳବିଦ୍ୟୁତ ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ଯୋଗୁ ଦେଶକୁ ବିଜୁଳି ତ ମିଳିବ, ହିମାଚଳର ଅନେକ ଯୁବକଯୁବତୀଙ୍କୁ ରୋଜଗାର ବି ମିଳିବ ।

ବନ୍ଧୁଗଣ,

ଆଧୁନିକ ଭିତ୍ତିଭୂମିର ନିର୍ମାଣର ଯେଉଁ ଅଭିଯାନ ସାରା ଦେଶରେ ଚାଲୁ ରହିଛି, ସେଥିରେ ଏକ ବଡ଼ ଭାଗ ହିମାଚଳ ପ୍ରଦେଶର ମଧ୍ୟ ରହିଛି । ହିମାଚଳରେ ଗ୍ରାମୀଣ ସଡ଼କ ହେଉ, ରାଜପଥ ହେଉ, ଶକ୍ତି ପ୍ରକଳ୍ପ ହେଉ, ରେଳ ସଂଯୋଗ ହେଉ, ବିମାନ ସଂଯୋଗ ହେଉ, ତାହା ନେଇ ବହୁ ଯୋଜନା ଉପରେ ତୀବ୍ର ଗତିରେ କାମ ଚାଲିଛି ।

ଗୀରତପୁର-କୁଲ୍ଲୁ-ମନାଲି ରୋଡ୍ କରିଡର, ଜୀରକପୁର-ପରବାନୁ-ସୋଲନ୍-କୌଥଲିଘାଟ କରିଡର୍, ନାଗଲଂଡେମ୍-ତଲବାଡ଼ା ରେଳ ରୁଟ୍, ଭାନୁପଲ୍ଲୀ-ବିଳାସପୁର ବେରୀ ରେଳ ରୁଟ୍, ସବୁ ପ୍ରକଳ୍ପ ଉପରେ ତୀବ୍ର ଗତିରେ କାମ ଚାଲୁଛି । ପ୍ରକଳ୍ପଗୁଡ଼ିକ ଯଥାଶୀଘ୍ର ଶେଷ ହୋଇ ହିମାଚଳର ଲୋକମାନଙ୍କ ସେବାରେ ଲାଗୁ, ସେହି ପ୍ରୟାସ କରାଯାଉଛି ।

ବନ୍ଧୁଗଣ,

ହିମାଚଳ ପ୍ରଦେଶର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସଡ଼କ, ବିଜୁଳି ଭଳି ମୂଳ ଆବଶ୍ୟକତା ସହ ମୋବାଇଲ ଓ ଇଂଟରନେଟ୍ ସଂଯୋଗ ବି ବହୁତ ଜରୁରୀ । ପର୍ଯ୍ୟଟନସ୍ଥଳୀରେ ଆଜିକାଲି ଏହାର ବହୁତ ଆବଶ୍ୟକତା ରହିଛି । ପାହାଡ଼ିଆ ରାଜ୍ୟ ହୋଇଥିବା କାରଣରୁ ହିମାଚଳର ଅନେକ ସ୍ଥାନରେ ନେଟ୍ୱର୍କର ସମସ୍ୟା ରହୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ନିକଟରେ 6 ଲକ୍ଷ ଗ୍ରାମରେ ଅପ୍ଟିକାଲ ଫାଇବର ବିଛାଇବା କାମ ଆରମ୍ଭ ହୋଇଛି । ଆସନ୍ତା 1 ହଜାର ଦିନରେ ଏହି କାମକୁ ମିଶନ ମୋଡ଼ରେ ଶେଷ କରାଯିବ । ଏହାସହ ଗାଁ ଗାଁରେ ୱାଇ-ଫାଇ ହଟସ୍ପଟ ବି ଲାଗିବ, ଘରକୁ ଇଂଟରନେଟ୍ ସଂଯୋଗ ବି ମିଳିପାରିବ । ଏହାଦ୍ୱାରା ହିମାଚଳ ପ୍ରଦେଶର ପିଲାମାନେ ପଢ଼ିପାରିବେ, ରୋଗୀମାନଙ୍କ ଔଷଧ ଓ ପର୍ଯ୍ୟଟନରୁ ଆୟ ଆସିବ, ବିଭିନ୍ନ ପ୍ରକାର ଲାଭ ହେବ ।

ବନ୍ଧୁଗଣ,

ସାଧାରଣ ଲୋକମାନଙ୍କ ସମସ୍ୟାକୁ କିଭଳି କମ୍ କରାଯିବ, ସେମାନଙ୍କୁ ସେମାନଙ୍କ ପୂରା ହକ୍ କିଭଳି ମିଳିବ, ତାହା ଉପରେ ସରକାର ଲଗାତର ପ୍ରୟାସ କରୁଛନ୍ତି । ଏଥିପାଇଁ ପ୍ରାୟତଃ ସବୁ ସରକାରୀ ସେବାକୁ ଡିଜିଟାଇଜ୍ କରାଯାଇଛି । ଏବେ ବେତନ, ପେନସନ୍ ଭଳି ସୁବିଧା ପାଇଁ ବାରମ୍ବାର ଅଫିସରେ ଚକ୍କର କାଟିବାକୁ ପଡ଼ୁନାହିଁ ।

ପୂର୍ବରୁ ହିମାଚଳର ଯୁବଗୋଷ୍ଠୀଙ୍କୁ ନିଜ ଡକ୍ୟୁମେଂଟ ଆଟେଷ୍ଟେଡ୍ କରିବା ପାଇଁ ଅଫିସର ଓ ନେତାଙ୍କ ଚକ୍କର କାଟିବାକୁ ପଡ଼ୁଥିଲା । ଏବେ ଡକ୍ୟୁମେଂଟ୍ ଆଟେଷ୍ଟେଡର ଆବଶ୍ୟକତାକୁ ହିଁ ଶେଷ କରାଯାଇଛି ।

ଆପଣମାନେ ମନେ ପକାନ୍ତୁ, ପୂର୍ବରୁ ବିଜୁଳି ଓ ଟେଲିଫୋନର ବିଲ୍ ଭରିବା ପାଇଁ ପୂରା ଦିନ ଲାଗି ଯାଉଥିଲା । ଆଜି ଏହି କାମକୁ ଆପଣମାନେ ଘରେ ବସି ଗୋଟିଏ କ୍ଲିକରେ ଆଙ୍ଗୁଳି ଦବାଇ କରିପାରୁଛନ୍ତି । ଏବେ ବ୍ୟାଙ୍କ ସହ ଯୋଡ଼ି ହୋଇଥିବା ଅନେକ ସେବା, ଯାହାକି ପୂର୍ବରୁ କେବଳ ବ୍ୟାଙ୍କରେ ମିଳୁଥିଲା, ଏବେ ଘରେ ବସି ମିଳିପାରୁଛି ।

ବନ୍ଧୁଗଣ,

ଏମିତି ଅନେକ ସୁଧାର କାରଣରୁ ସମୟ ବି ବଂଚୁଛି, ପଇସା ବି ସଂଚୟ ହେଉଛି ଏବଂ ଦୁର୍ନୀତିର ସୁଯୋଗ ଶେଷ ହୋଇଛି । କରୋନା କାଳରେ ହିଁ ହିମାଚଳ ପ୍ରଦେଶର 5 ଲକ୍ଷରୁ ଅଧିକ ପେନସନଭୋଗୀ ଓ ପ୍ରାୟ 6 ଲକ୍ଷ ଭଉଣୀଙ୍କ ଜନଧନ ଖାତାରେ ଗୋଟିଏ କ୍ଲିକରେ କୋଟି କୋଟି ଟଙ୍କା ଜମା କରାଯାଇଛି । 75 ହଜାରରୁ ଅଧିକ ଗରିବ ଭଉଣୀମାନଙ୍କୁ ଉଜ୍ଜ୍ୱଳା ଅଧୀନରେ ମାଗଣାରେ ସିଲିଣ୍ଡର ମିଳିପାରିଛି ।

ବନ୍ଧୁଗଣ,

ଦେଶରେ ଆଜି ଯେଉଁ ସଂସ୍କାର ହେଉଛି, ଏହା ଏଭଳି ଲୋକଙ୍କୁ ସମସ୍ୟାରେ ପକାଉଛି ଯେଉଁମାନେ ସର୍ବଦା ନିଜ ରାଜନୈତିକ ଫାଇଦା ପାଇଁ କାମ କରୁଥିଲେ । ଶତାବ୍ଦୀ ବଦଳି ଯାଇଛି କିନ୍ତୁ ସେମାନଙ୍କ ଚିନ୍ତାଧାରା ବଦଳି ନାହିଁ । ଏବେ ଶତାବ୍ଦୀ ବଦଳିଯାଇଛି, ଚିନ୍ତାଧାରାକୁ ବି ବଦଳାଇବାକୁ ପଡ଼ିବ ଏବଂ ନୂତନ ଶତାବ୍ଦୀ ସହ ଦେଶରେ ବି ପରିବର୍ତ୍ତନ ଆଣିବାକୁ ପଡ଼ିବ । ଆଜି ଯେତେବେଳେ ଏପରି ଦଲାଲରାଜ ଉପରେ ପ୍ରହାର ହେଉଛି, ସେମାନେ ବିଚଳିତ ହୋଇପଡ଼ିଛନ୍ତି । ଦଲାଲମାନଙ୍କୁ ପ୍ରୋତ୍ସାହିତ କରୁଥିବା ଲୋକମାନେ ଦେଶର କୃଷକମାନଙ୍କ ଅବସ୍ଥାକୁ କ’ଣ କରିଛନ୍ତି ତାହା ହିମାଚଳ ପ୍ରଦେଶର ଲୋକମାନେ ଖୁବ ଭଲଭାବେ ଜାଣନ୍ତି ।

ଆପଣମାନେ ଏହା ମଧ୍ୟ ଜାଣନ୍ତି ହିମାଚଳ ପ୍ରଦେଶ ଦେଶରେ ସବୁଠାରୁ ଅଧିକ ଫଳ ଉତ୍ପାଦନ କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ । ଏଠାରୁ ଉତ୍ପାଦନ ହେଉଥିବା ଟମାଟୋ ଓ ଛତୁ ଭଳି ପରିବା ଅନେକ ସହରର ଆବଶ୍ୟକତା ପୂରଣ କରୁଛି । କିନ୍ତୁ ସ୍ଥିତି କ’ଣ ରହିଛି? କୁଲ୍ଲୁ, ସିମଳା କିମ୍ବା କିନ୍ନୋରରୁ ଉତ୍ପାଦିତ ହେଉଥିବା ସେଓ ଚାଷୀଙ୍କ କ୍ଷେତରୁ କିଲୋ ପ୍ରତି 40-50 ଟଙ୍କାରେ ବାହାରୁଥିବା ବେଳେ ଦିଲ୍ଲୀରେ ଥିବା ପରିବାର ପାଖରେ କିଲୋ ପ୍ରତି 100-150 ଟଙ୍କାରେ ପହଞ୍ଚୁଥିଲା । ମଝିରେ ପ୍ରାୟ ଶହେ ଟଙ୍କା ନା ଚାଷୀଙ୍କୁ ମିଳୁଥିଲା ନା ଗ୍ରାହକଙ୍କୁ ମିଳୁଥିଲା, ତେବେ ଏହା ଯାଉଥିଲା କୁଆଡ଼େ? ଚାଷୀଙ୍କର କ୍ଷତି ହେଉଥିଲା ଏବଂ ସହରରେ ଥିବା ଗ୍ରାହକଙ୍କର ମଧ୍ୟ କ୍ଷତି ହେଉଥିଲା । କେବଳ ଏତିକି ନୁହେଁ, ଏଠାକାର ଚାଷୀଭାଇ ଜାଣନ୍ତି ସେଓ ଉତ୍ପାଦନ ଅମଳ ଶୀର୍ଷରେ ଥିବା ବେଳେ ହଠାତ୍ ଦର ହ୍ରାସ ପାଇଯାଇଥାଏ । ଏହାଦ୍ୱାରା ସବୁଠାରୁ ଅଧିକ କ୍ଷତି ଚାଷୀଙ୍କର ହୋଇଥାଏ, ଯାହାର ଛୋଟ କ୍ଷେତ ଥାଏ ।

ବନ୍ଧୁଗଣ,

କୃଷି ସଂସ୍କାର ଆଇନକୁ ବିରୋଧ କରୁଥିବା କହୁଛନ୍ତି, ସ୍ଥିତି ବଜାୟ ରଖ, ବିଗତ ଶତାବ୍ଦୀରେ ବଂଚୁଛନ୍ତି, ବଂଚିବାକୁ ଦିଅ । କିନ୍ତୁ ଦେଶ ଆଜି ପରିବର୍ତ୍ତନ ପାଇଁ ପ୍ରତିବଦ୍ଧ । ଏଥିପାଇଁ କୃଷିକ୍ଷେତ୍ରରେ ଥିବା ଆଇନରେ ଐତିହାସିକ ପରିବର୍ତ୍ତନ ଅଣାଯାଉଛି । ଏବେ ଯେଉଁ ପରିବର୍ତ୍ତନ ଏହା ସେମାନେ ମଧ୍ୟ ପୂର୍ବରୁ ଚିନ୍ତା କରିଥିଲେ, ସେମାନେ ବି ଜାଣିଥିଲେ, ଚିନ୍ତାଧାରାରେ ସେମାନଙ୍କର ବି ଥିଲା, ଆମର ମଧ୍ୟ, କିନ୍ତୁ ସେମାନଙ୍କ ପାଖରେ ସାହସ ନଥିଲା, ଆମ ପାଖରେ ଅଛି । ସେମାନଙ୍କ ପାଇଁ ନିର୍ବାଚନ ଆଖିରେ ଅଛି, ଆମ ପାଇଁ ଦେଶ ସମ୍ମୁଖରେ ଅଛି, ଆମ ପାଇଁ ଆମ ଦେଶର କୃଷକଙ୍କ ଉଜ୍ୱଳ ଭବିଷ୍ୟତ ଲକ୍ଷ୍ୟରେ ଅଛି, ତେଣୁ ଆମେ ନିଷ୍ପତ୍ତି କୃଷକଙ୍କୁ ଆଗେଇ ନେବାକୁ ଇଚ୍ଛା କରିଛୁ ।

ଏବେ ଯଦି ହିମାଚଳର ଛୋଟ ଛୋଟ ବଗିଚାକାର ଓ ଚାଷୀମାନେ ଏକାଠି ହୋଇ ନିଜର ସେଓ ଅନ୍ୟ ରାଜ୍ୟରେ ସିଧାସଳଖ ବିକିବାକୁ ଇଚ୍ଛା କଲେ, ସେମାନଙ୍କୁ ଏହି ସ୍ୱାଧୀନତା ମିଳିଯାଇଛି । ଯଦି ସେମାନଙ୍କୁ ପୂର୍ବ ବ୍ୟବସ୍ଥା ଭଳି ନିଜ ଅଞ୍ଚଳର ମଣ୍ଡିରେ ବେଶୀ ଫାଇଦା ମିଳୁଛି, ସେ ବିକଳ୍ପ ବି ରହିଛି, ଏହାକୁ କେହି ଉଚ୍ଛେଦ କରିନାହାନ୍ତି । ଏହାର ଅର୍ଥ ସବୁ ପ୍ରକାର ବଗିଚାକାର-ଚାଷୀଙ୍କୁ ଫାଇଦା ଦେବାକୁ ଏହି ସଂସ୍କାର କରାଯାଇଛି ।

ବନ୍ଧୁଗଣ,

କେନ୍ଦ୍ର ସରକାର କୃଷକଙ୍କ ଆୟ ବୃଦ୍ଧି କରିବା ସହ ଚାଷଜମି ସହ ଜଡ଼ିତ ସେମାନଙ୍କର ଛୋଟ ଛୋଟ ଆବଶ୍ୟକତା ପୂରଣ କରିବାକୁ ପ୍ରତିବଦ୍ଧ । ପିଏନ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ପ୍ରାୟ ସାଢ଼େ 10 କୋଟି କୃଷକ, ସେମାନଙ୍କ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ 1 ଲକ୍ଷ କୋଟି ଟଙ୍କା ଜମା କରାଯାଇଛି । ଏଥିରୁ ହିମାଚଳର ସାଢ଼େ 9 ଲକ୍ଷ କୃଷକ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ଏକ ହଜାର କୋଟି ଟଙ୍କା ଜମା କରାଯାଇଛି ।

କଳ୍ପନା କରନ୍ତୁ ପୂର୍ବର ସରକାରଙ୍କ ସମୟରେ ଯଦି କେବେ ହିମାଚଳର ପାଇଁ ଏକ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଥାନ୍ତା, ଜଣା ନଥାନ୍ତା ପଇସା କେଉଁଠି, କାହା କାହା ପକେଟରେ ପହଞ୍ଚି ଯାଇଥାନ୍ତା? ଏହା ଉପରେ ରାଜନୈତିକ ଶ୍ରେୟ ନେବାକୁ କେତେ ଉଦ୍ୟମ ହୋଇଥାନ୍ତା? କିନ୍ତୁ ଏବେ କ୍ଷୁଦ୍ର ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପହଞ୍ଚିଗଲା, କିଛି ବି ହୋହାଲ୍ଲା ନାହିଁ ।

ବନ୍ଧୁଗଣ,

ନିକଟରେ ଦେଶରେ ଆଉ ଏକ ବଡ଼ ସଂସ୍କାର ଆମର ଶ୍ରମ ଶକ୍ତିରେ, ବିଶେଷ କରି ଭଉଣୀ ଓ ଝିଅଙ୍କୁ ଅଧିକାର ଦେବା ଲାଗି କରାଯାଇଛି । ହିମାଚଳ ପ୍ରଦେଶର ଭଉଣୀ ଓ କନ୍ୟା ଏମିତିବି ପ୍ରତି କ୍ଷେତ୍ରରେ କଷ୍ଟରୁ କଷ୍ଟକର କାମ କରିବାରେ ଅଗ୍ରଣୀ ରହିଛନ୍ତି । କିନ୍ତୁ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ଥିତି ଥିଲା କି ଦେଶରେ ଅନେକ କ୍ଷେତ୍ର ଏପରି ଥିଲା, ଯେଉଁଥିରେ ଭଉଣୀମାନଙ୍କୁ କାମ କରିବା ମନା ଥିଲା । ନିକଟରେ ଯେଉଁ ଶ୍ରମ ଆଇନରେ ସଂସ୍କାର କରାଯାଇଛି, ଏହାଦ୍ୱାରା ମହିଳାମାନଙ୍କୁ ଦରମା ଠାରୁ କାମ କରିବାର ସମସ୍ତ ଅଧିକାର ଦିଆଯାଇଛି, ଯାହାକି ପୂର୍ବରୁ ପୁରୁଷ ମାନଙ୍କ ପାଖରେ ଥିଲା ।

ବନ୍ଧୁଗଣ,

ଦେଶର ପ୍ରତି କ୍ଷେତ୍ର, ପ୍ରତି ନାଗରିକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ, ଆତ୍ମନିର୍ଭର ଭାରତ ଗଠନ କରିବା ଲାଗି, ସଂସ୍କାରର ଧାରା କ୍ରମାଗତ ଜାରି ରହିବ । ପୁରୁଣା ଶତାବ୍ଦୀର ନିୟମ କାନୁନରେ ଆଗାମୀ ଶତାବ୍ଦୀରେ ପହଞ୍ଚି ପାରିବାନି । ସମାଜ ଏବଂ ବ୍ୟବସ୍ଥାରେ ସାର୍ଥକ ପରିବର୍ତ୍ତନର ବିରୋଧୀମାନେ ନିଜ ସ୍ୱାର୍ଥ ପାଇଁ ଯେତେ ରାଜନୀତି କଲେନି ଏ ଦେଶ ଅଟକିବ ନାହିଁ ।

ହିମାଚଳ, ଏଠାକାର ଯୁବ ବର୍ଗ, ଦେଶର ପ୍ରତି ଯୁବକଙ୍କ ସ୍ୱପ୍ନ ଓ ଆକାଂକ୍ଷା, ଆମ ପାଇଁ ପ୍ରାଥମିକତା ଏବଂ ଏହି ସମ୍ଭାବନାକୁ ଆଧାର କରି ଆମେ ଦେଶର ପ୍ରଗତିକୁ ନୂତନ ଶିଖରକୁ  ନେଇ ଯିବା ପାଇଁ ପ୍ରଚେଷ୍ଟା ଜାରି ରଖିବୁ ।

ବନ୍ଧୁଗଣ,

ମୁଁ ଆଜି ପୁଣି ଥରେ ଅଟଳ ଟନେଲ ଦିଗରେ ଏବଂ ଆପଣମାନେ କଳ୍ପନା କରିପାରିବେ ଏହା ଦ୍ୱାରା କେତେ ବଡ଼ ପରିବର୍ତ୍ତନ ଆସିବାର ଅଛି । କେତେକ ସମ୍ଭାବନାର ଦ୍ୱାର ଖୋଲି ଯାଇଛି । ଏହାର ଯେତେ ଫାଇଦା ଆମେ ଉଠାଇପାରିବା ।

ଆପଣମାନଙ୍କୁ ମୋର ବହୁତ ବହୁତ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା ।

କରୋନା ସମୟ । ହିମାଚଳ ବହୁତ ଭଲ ଭାବେ ପରିସ୍ଥିତିକୁ ସମ୍ଭାଳିଛି । ଏହାସତ୍ତ୍ୱେ ନିଜକୁ ସଂକ୍ରମଣରୁ ସୁରକ୍ଷିତ ରଖନ୍ତୁ ।

ଦେବଭୂମିକୁ ପ୍ରଣାମ କରିବା ସହ, କଞ୍ଚନନାଗଙ୍କ ଏହି ଭୂମିକୁ ପ୍ରଣାମ କରିବା ସହ ଆପଣମାନଙ୍କ ସହ ପୁଣି ଥରେ ମିଶିବାର ଏବଂ ଦର୍ଶନ କରିବାର ସୁଯୋଗ ମିଳିଗଲା । କରୋନା ସମୟ ହୋଇ ନଥିଲେ, ବହୁତ ଭଲ ହୋଇଥାନ୍ତା, ଆପଣମାନଙ୍କ ସହ ଆନନ୍ଦରେ ମିଶି ପାରିଥାନ୍ତି, ଅନେକ ପରିଚିତ ଚେହେରା ସମ୍ମୁଖରେ ଅଛନ୍ତି । କିନ୍ତୁ ଆଜି ଏପରି ସ୍ଥିତି ରହିଛି ଯେ ଆପଣମାନଙ୍କ ସହ ମିଶି ପାରୁନାହିଁ, କିନ୍ତୁ ଆପଣମାନଙ୍କ ଦର୍ଶନର ସୁଯୋଗ ମିଳିଗଲା, ଏହା ବି ମୋ ପାଇଁ ଆନନ୍ଦର ବିଷୟ ।

ଏଠାରୁ ମୋତେ ତୁରନ୍ତ ଯିବାକୁ ପଡ଼ିବ, ତେଣୁ ଆପଣମାନଙ୍କ ଅନୁମତି ସହ, ଆପଣମାନଙ୍କୁ ଅଭିନନ୍ଦନ ଜଣାଇବା ସହ

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A year after PM Modi inaugurated Bairabi-Sairang railway line, Mizoram celebrates the logistics identity

Media Coverage

A year after PM Modi inaugurated Bairabi-Sairang railway line, Mizoram celebrates the logistics identity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Women’s Cricket Team on winning Asia Cup
September 14, 2026

The Prime Minister, Shri Narendra Modi, has congratulated the Indian Women’s Cricket Team on winning the Asia Cup.

The Prime Minister said that the team’s confidence, consistency and remarkable spirit were on full display throughout the tournament.

Shri Modi expressed hope that this triumph would inspire millions of youngsters across the country to play more and shine.

In a post on X, Shri Modi said;

“A proud moment for Indian cricket!

Congratulations to the Women’s team on winning the Asia Cup. Their confidence, consistency and remarkable spirit were on full display throughout the tournament.

May this triumph inspire millions of youngsters across the country to play more and shine.”