ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପହଞ୍ଚିଥିବା ନେତାମାନଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ।  

ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ଏକ୍ସ ରେ ଲେଖିଛନ୍ତି:

"ଭାରତକୁ ସ୍ୱାଗତ, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ । ଆମର ବୈଠକକୁ ଅପେକ୍ଷା କରିଛି।

 

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଲକ୍ସେ ରେ ଲେଖିଛନ୍ତି:

"ସମ୍ପୂର୍ଣ୍ଣ ସହମତ, କ୍ରିଷ୍ଟାଲିନା ଜର୍ଜିଏଭା। ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଏବଂ ଆମ ସମୟର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକୁ ହ୍ରାସ କରିବା ଏବଂ ଆମର ଯୁବକମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ସୁନିଶ୍ଚିତ କରିବା । ଆପଣ ଦିଲ୍ଲୀ ରେ ପହଞ୍ଚିବା ପରେ ଆମ ସଂସ୍କୃତି ପ୍ରତି ଆପଣ ଯେଉଁ ସ୍ନେହ ଦେଖାଇଛନ୍ତି ତାହାକୁ ମଧ୍ୟ ମୁଁ ପ୍ରଶଂସା କରୁଛି।’’

 

 

ୟୁରୋପୀୟ ସଂଘ ଆୟୋଗର ସଭାପତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଏକ୍ସେ ରେ ଲେଖିଛନ୍ତି:

‘‘ଜି-୨୦ ଶିଖର ସମ୍ମିଳନୀ ପାଇଁ ଉର୍ସୁଲା ଭନ୍ ଡେର୍ ଲେଏନ୍ ଆପଣଙ୍କୁ ଦିଲ୍ଲୀରେ ଦେଖି ଆନନ୍ଦିତ। ଇୟୁ କମିଶନଙ୍କ ସମର୍ଥନ ଏବଂ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ । ସାମୂହିକ ଭାବରେ, ଆମେ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବୁ । ଫଳପ୍ରଦ ବିଚାର ବିମର୍ଶ ଓ ସହଯୋଗୀ ପଦକ୍ଷେପ ପାଇଁ ମୁଁ ଅପେକ୍ଷା କରିଛି।’’

 

 

ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ଏକ୍ସେ ରେ ଲେଖିଛନ୍ତି:

"ଋଷି ସୁନକଙ୍କୁ ସ୍ୱାଗତ! ଏକ ଫଳପ୍ରଦ ଶିଖର ସମ୍ମିଳନୀ ପାଇଁ ମୁଁ ଅପେକ୍ଷା କରିଛି ଯେଉଁଠାରେ ଆମେ ଏକ ଉତ୍ତମ ପୃଥିବୀ ପାଇଁ ଏକାଠି କାମ କରିପାରିବା।’’

ସ୍ପେନର ପ୍ରତିନିଧି ଦଳକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ସ୍ପେନର ରାଷ୍ଟ୍ରପତିଙ୍କୁ ସମ୍ବୋଧିତ କରି ଏକ୍ସ ରେ ଲେଖିଛନ୍ତି:

‘‘ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶୀଘ୍ର ଆରୋଗ୍ୟ କାମନା କରୁଛି ପେଡ୍ରୋ ସାଞ୍ଚେଜ୍ । ଆଗାମୀ ଜି-୨୦ ଶିଖର ସମ୍ମିଳନୀ ରେ ଆମେ ଆପଣଙ୍କ ମତାମତକୁ ହରାଇବୁ । ଏଥିସହିତ ଭାରତ ଆସିଥିବା ସ୍ପେନ୍ ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ।’’

 

 

ଆର୍ଜେଣ୍ଟିନାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଏକ୍ସେ ରେ ଲେଖିଛନ୍ତି:

‘‘ରାଷ୍ଟ୍ରପତି ଆଲବର୍ଟ ଫର୍ଣାଡେଜ ଭାରତ ଆପଣଙ୍କୁ ଭବ୍ୟ ସ୍ବାଗତ କରୁଛି, ଜି-୨୦ ସମ୍ମିଳନୀ ଅବସରରେ ଆପଣଙ୍କ ମତାମତ ଅପେକ୍ଷରେ ରହିଛୁ’’

 

 

ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଏକ୍ସେ ରେ ଲେଖିଛନ୍ତି:

୭, ଲୋକ କଲ୍ୟାଣ ମାର୍ଗରେ ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ବହୁତ ଖୁସି । ଆମର ବୈଠକ ବହୁତ ଫଳପ୍ରଦ ହୋଇଛି । ଆମେ ଅନେକ ବିଷୟ ଉପରେ ଆଲୋଚନା କରିବାକୁ ସକ୍ଷମ ହୋଇଥିଲୁ ଯାହା ଭାରତ ଏବଂ ଆମେରିକା ମଧ୍ୟରେ ଅର୍ଥନୈତିକ ଏବଂ ଲୋକମାନଙ୍କ ମଧ୍ୟରେ ସଂଯୋଗକୁ ଆହୁରି ଆଗକୁ ବଢାଇବ | ବିଶ୍ବର ଉନ୍ନତି ପାଇଁ ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ”

 

 

Welcoming the President of Argentina, the Prime Minister wrote on X:

“India is glad to welcome you, President Alberto Fernandez. Looking forward to your insightful views during the G20 Summit proceedings.

 

Welcoming the President of the United States of America, the Prime Minister wrote on X:

“Happy to have welcomed
President Of The United States Joe Biden to 7, Lok Kalyan Marg. Our meeting was very productive. We were able to discuss numerous topics which will further economic and people-to-people linkages between India and USA. The friendship between our nations will continue to play a great role in furthering global good.”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
1 in 4 iPhones are now made in India as Apple ramps up production by 53 per cent

Media Coverage

1 in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2026
March 11, 2026

From Silent Medical Revolution to Global Manufacturing Hub: Salute to PM Modi's Relentless Push for a Stronger, Self-Reliant India